📖 ମୋ ଓଡିଶା ଖବର 🎥
January 18, 2025 at 06:03 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୮/୦୧/୨୦୨୫,ଶନିବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 Srimandira Dhadi Darshan: ଫେବୃଆରୀ ୧ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଲେ , ହୁଣ୍ଡି ସ୍ଥାନାନ୍ତର ପାଇଁ ବିଳମ୍ବ ହେଉଛି ଧାଡି ଦର୍ଶନ । କିଛିଦିନ ପାଇଁ ତାରିଖ ଆହୁରି ଗଡିପାରେ । ଫେବୃଆରୀ ୧ରୁ ପ୍ରକ୍ରିୟା ଆରମ୍ଭ ହୋଇପାରେ । ସେହି ପ୍ରକ୍ରିୟା ସରିବା ପରେ ଧାଡି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ ହେବ ।* *୨- 👉 Singapore President: ଓଡ଼ିଶା ଓଡ ସିଙ୍ଗାପୁର ମଧ୍ୟରେ ସଂପର୍କର ନୂଆ ଅଧ୍ୟାୟ । ଭୁବନେଶ୍ବରର ୱାର୍ଲଡ ସ୍କିଲ ସେଣ୍ଟର ଠାରେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ୍ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। MOU ଦ୍ବାରା ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସଂପର୍କ ଆହୁରି ବଢିବ। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପଟେ ଏମଓୟୁ ସ୍ୱାକ୍ଷର ପରେ ସିଙ୍ଗାପୁର ରାଷ୍ଟ୍ରପତି କଳାଭୂମିରେ ୪ ଘଣ୍ଟା ସମୟ ବିତାଇଥିଲେ ଏହାସହ ଓଡ଼ିଶାର ଖାଦ୍ୟ, କଳା ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଥିଲେ ଥରମନ୍ ସନମୁଗରତ୍ନମ୍।* *୩- 👉 Cement Factory Accident: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କାରଖାନାରେ କୋଇଲା ହପର ଭୁଶୁଡିବା ଘଟଣାରେ ୨ ମୃତଦେହ ଉଦ୍ଧାର ହୋଇଛି । ପାଖାପାଖି ୩୬ ଘଣ୍ଟାର ସର୍ଚ୍ଚ ପରେ ମିଳିଛି ମୃତଦେହ । ଏବେ ବି ଜଣେ ଶ୍ରମିକ ନିଖୋଜ ଅଛନ୍ତି । ଦୁର୍ଘଟଣା ପରେ କାରଖାନାର ସମସ୍ତ ଷ୍ଟ୍ରକଚର ଯାଞ୍ଚ ପାଇଁ ଦାବି ହୋଇଛି । ସୂଚନା ଅନୁସାରେ ଗତ ୧୬ ତାରିଖ ଅପରାହ୍ନ ସାଢେ ୫ଟାରେ କାରଖାନାର ୟୁନିଟ-୨ ତାପଜ ବିଦ୍ୟୁତ ପ୍ରକଳ୍ପର ୨ଟି କୋଲ୍ ହପର ଭୁଶୁଡ଼ି ପଡ଼ିଥିଲା । ଯାହା ଫଳରେ ଅନେକ ସମୟ ଧରି ଶ୍ରମିକ ମାନେ ଚାପି ହୋଇ ରହିଥିଲେ।* *୪- 👉 Big Tunnel Found: ମାଲକାନଗିରିରେ ଯବାନଙ୍କ ଦ୍ବାରା ମାଓବାଦୀଙ୍କ ବଡ଼ ଟନେଲ ଠାବ । ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ବଡ଼ ଟନେଲ୍ ଠାବ । ୧୨ ମାଓବାଦୀଙ୍କ ମୃତ୍ୟୁ ପରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଠାବ ହୋଇଛି। ଘଞ୍ଚ ଜଙ୍ଗଲ ଭିତରେ ବିରାଟ ଟନେଲ ଦେଖିବାକୁ ପାଇଥିଲେ ଯବାନ । ଅପରେସନ୍‌ ବେଳେ ମାଓବାଦୀ ଏଠି ଲୁଚି ରହୁଥିବା ଆଶଙ୍କା କରିଛନ୍ତି ଯବାନ।* *୫- 👉 General Budget 2025: ଆସନ୍ତା ଜାନୁଆରୀ ୩୧ରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ । ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧ରୁ ଆରମ୍ଭ ହୋଇ ୧୩ ତାରିଖ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ଏପ୍ରିଲ ୪ ପର୍ଯ୍ୟନ୍ତ ଚାଲିବ।* *୬- 👉 Konark Temple Close: ଶନିବାର ପର୍ଯ୍ୟଟକଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ କୋଣାର୍କ ସୂର୍ଯ୍ୟ ମନ୍ଦିର । ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ୫ ଯାଏଁ ବନ୍ଦ ରହିବ । ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ଠାରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ୍ । ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାଲକ୍ସ କମ୍ପ୍ଲେକ୍ସ ଓ ଟୁଆସ ବନ୍ଦର ମଡେଲ୍‌ରେ ପାରାଦୀପ ବନ୍ଦରର ବିକାଶ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ।* *୭- 👉 Odisha Highcourt: ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି। ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଜାନୁଆରି ୧୯ରେ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ସିହ୍ନାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଭାରତର ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସିହ୍ନାଙ୍କୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି।* *୮- 👉 Hirakud Dam Bird Census: ଆଜିଠୁ ସମ୍ବଲପୁର ହୀରାକୁଦ ରିଜର୍ଭର ରେ ହେବ ପକ୍ଷୀ ଗଣନା । ସମୁଦାୟ ୫୫୦ ସ୍କୁଏର କିଲୋମିଟର ରେ ୨୧ ଟି ସେକ୍ଟର ରେ ଚାଳିଶ ରୁ ଉର୍ଦ୍ଧ ଟିମ ଦ୍ୱାରା କରାଯିବ ପକ୍ଷୀ ଗଣନା । ସକାଳ ପାଞ୍ଚ ଟା ରୁ ଟିମ ପକ୍ଷୀ ଗଣନାରେ ବାହାରି ସନ୍ଧ୍ୟା ଛ ଟା ସୁଦ୍ଧା ଫେରିବାର କାର୍ଯ୍ୟକ୍ରମ ରହିଛି। ଷାଠିଏ ରୁ ଅଧିକ ପକ୍ଷୀ ଗଣନାକାରୀ ଙ୍କ ସହ ଏକ୍ସପର୍ଟ ରହିବେ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟପ୍ରାଣୀ ବିଭାଗ DFO ଅଂଶୁପ୍ରଜ୍ଞା ଦାଶ।* *୯- 👉 IMF report 2025: ୨୦୨୫ରେ ବିଶ୍ବରେ ସର୍ବାଧିକ ଅଭିବୃଦ୍ଧିଶୀଳ ରାଷ୍ଟ୍ର ହେବ ଭାରତ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ରହିବ ୬.୫ ପ୍ରତିଶତ। ୨୦୨୫ରେ ଭାରତର ଅଭିବୃଦ୍ଧି ହାର ସବୁଠୁ ଅଧିକ ରହିବା ନେଇ ଆକଳନ କରିଛି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି IMF ।* *୧୦- 👉 Team India Selection Committee: ପାଖେଇ ଆସୁଛି ଚାମ୍ପିୟନ୍ସ ଟ୍ରଫି । ଫେବ୍ରୁଆରି ୧୯ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇନାହିଁ। ତେବେ ଟିମ୍ ଇଣ୍ଡିଆ ଘୋଷଣା ପାଇଁ ଶନିବାର ଅର୍ଥାତ୍ ଚୟନ କମିଟି ବୈଠକ ବସିବ ଓ ତାପରେ ଭାରତୀୟ ଦଳ ଘୋଷଣା କରାଯିବ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 🙏 👍 5

Comments