📖 ମୋ ଓଡିଶା ଖବର 🎥
January 20, 2025 at 01:08 AM
*ଖବର ଆଜିର* ତାରିଖ:୨୦/୦୧/୨୫, ସୋମବାର ୧-ଭୁବନେଶ୍ୱର: ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ ପୋଲିସ ପଦ, ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ସାଇବର ପୁଲିସ ଥାନା। ୨-ଭୁବନେଶ୍ୱର:୫ ଡିଗ୍ରୀ ଖସିଲା ପାରଦ,୪ ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣି ଜାରି। ୩-ଚନ୍ଦ୍ରଶେଖରପୁର:ପଥ ଉତ୍ସବ,ଶିତୁଆ ସକାଳରେ ନାଚିଲେ,ଗାଇଲେ ଓ ଝୁମିଲେ ଛୋଟ ଛୋଟ ପିଲା। ୪-ନୁଆ ଦିଲ୍ଲୀ: ଭାରତ ପୁରୁଷ ଓ ମହିଳା ଖୋ ଖୋ ବିଶ୍ଵ ବିଜେତା। ୫-ରାଜନଗର:ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ। ୬-କିଟ୍‍ ପରିସରରେ ଚାଲିଥିବା ବିଶ୍ୱମୁକ୍ତି ଅଷ୍ଟମ ତ୍ରି-ଦିବସୀୟ ରାଷ୍ଟ୍ରୀୟ କର୍ମଶାଳା ଓ ବହୁଭାଷୀ କାବ୍ୟପାଠ ଉଦ୍‍ଯାପିତ, ଯୋଗଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି। ୭-ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ, ନିୟୋଜିତ ହୋଇଛନ୍ତି ୨୨ଟି ଟିମ୍ ୮-ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପାଇଁ ଜାରି ହେବ ମାର୍ଗଦର୍ଶିକା ! - ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୯-ନୟାଗଡ଼ ଜିଲ୍ଲାର ମାଟି ତଳେ ଲିଥିୟମ ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ। ୧୦-ଯାନ୍ତ୍ରୀକ ତୃଟି ପାଇଁ ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା, ଭୟ ଓ ଆତଙ୍କରେ ୫୦ ଯାତ୍ରୀ। ୧୧-ମଞ୍ଚେଶ୍ବର ସତ୍ୟ ବିହାର:ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତ ଗିରଫ, ଏଯାଏଁ ଧରାପଡ଼ିନି ମୁଖ୍ୟ କାର୍ପଟଦାର। ୧୨-ସବୁ ନିୟମକୁ ଫୁ’: ପ୍ରଶାସନ-ପୋଲିସକୁ ଖୋଲା ଚ୍ୟାଲେଞ୍ଜ; ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ହେଲା ଭାଇରାଲ। ୧୩-ଛଚିଣା ଗୁଆମାଳ ପ୍ରାଥମିକ ବିଦ୍ୟାଳୟର ଦୁର୍ନୀତି ଖବର ପ୍ରସାରିତ ହେବା ପରେ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଫୋନରେ ଧମକ: ୭ଟା ଓକିଲ ପୋଷିଛନ୍ତି,ମିଛ କେସ୍ ରେ ପକାଇ ଥାନାକୁ ଟାଣିବେ। ୧୪-ମାରଜୁଆନା ମାୟାରେ ପଡିଛି ଭୁବନେଶ୍ୱର । ଗୋଟିଏ କିଲୋକୁ କୋଟିଏ ଟଙ୍କା, ମହିଳା ସାଜିଛନ୍ତି ମାଷ୍ଟରମାଇଣ୍ଡ । ୧୫-ସହରରେ ବଢ଼ୁଛି କଳା ମୁଗୁନୀ ପଥରରେ ତିଆରି ଶିଳ ଓ ଘୋରଣାର ଆଦୃତି । ଜିନିଷ କିଣିବାକୁ ଲୋକଙ୍କ ଭିତରେ ବଢୁଛି ଆଗ୍ରହ । ୧୬-ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡ. ଗୋପାଳ ଚନ୍ଦ୍ର କରଙ୍କ ୮୦ ବର୍ଷ ବୟସରେ ପରଲୋକ। ୧୭-ପାରାଗ୍ଲାଇଡିଂ ବେଳେ ଦୁର୍ଘଟଣା, ମହିଳା ପର୍ଯ୍ୟଟକ ସହ ପ୍ରଶିକ୍ଷକଙ୍କ ମୃତ୍ୟୁ, ଉତ୍ତର ଗୋଆର କେରି ଅଞ୍ଚଳରେ ଘଟିଛି ଦୁର୍ଘଟଣା। ୧୮-ପ୍ରୟାଗରାଜ ମହାକୁମ୍ଭ ମେଳାରେ ଅଗ୍ନିକାଣ୍ଡ, ଶାସ୍ତ୍ରୀ ବ୍ରିଜ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ, କ୍ଷୟକ୍ଷତି ଅସ୍ପଷ୍ଟ। ୧୯-କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ।ଏନେଇ CIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ୨୦-ଆଗାମୀ ବିଧାନସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରୁ ତଡାଖାଇଲେ ୧୧ଶହ ଅଭ୍ୟାସଗତ ଅପରାଧୀ। ୨୧-ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା,ହିମାନୀଙ୍କୁ ବିବାହ କରିଥିବା ସୂଚନା ଦେଇଛନ୍ତି। ୨୨-ପାକ ଅଧିକୃତ କାଶ୍ମୀରରୁ ମିଳିଥିବା ସଂସ୍କୃତ ଶିଳାଲେଖର ଅର୍ଥ ବାହାର କରିଛି ଏଏସଆଇ। ୨୩-ଶପଥ ନେବେ ଟ୍ରମ୍ପ । ରାତ୍ରି ଭୋଜନରେ ଟ୍ରମ୍ପଙ୍କ ସହ ସାମିଲ ହେଲେ ମୁକେଶ ଏବଂ ନୀତା ଅମ୍ବାନୀ। ୨୪-ଭାରତରେ ବଢ଼ୁଛି BYDର ବିକ୍ରି, ସୁଲଭ ମୂଲ୍ୟରେ ପ୍ରିମିୟମ କାର ଲଞ୍ଚ୍ କରିବାକୁ ଚାଇନିଜ୍ କାର ନିର୍ମାତା କରୁଛି ଯୋଜନା 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
👍 🙏 ❤️ 🎉 😢 16

Comments