📖 ମୋ ଓଡିଶା ଖବର 🎥
                                
                            
                            
                    
                                
                                
                                January 22, 2025 at 06:43 AM
                               
                            
                        
                            *╔━━━━🔅━━━━━━━━🔅━━╗*
*║    *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୨/୦୧/୨୦୨୫,ବୁଧବାର🌼* ║                           
*╚━━━━🔅━━━━━━━━ 🔅━━╝*       
*୧- 👉 ଜାନୁଆରୀ ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ଆସନ୍ତା ୨୮ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଦିନିକିଆ ଗସ୍ତରେ ଆସି ସକାଳ ୧୦ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ଜନତା ମୈଦାନରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ସେଠାରେ ଦିନ ୧୧ଟାରୁ ୧୨ଟା ୩୦ ଯାଏଁ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଶିଳ୍ପପତି ଓ ପୁଞ୍ଜିନିବେଶକାରୀମାନଙ୍କୁ ଉଦ୍ବୋଧନ ଦେବେ। ଏହାପରେ ଦିନ ୧୨ଟା ୩୫ରେ ସଭାସ୍ଥଳରୁ ବିମାନବନ୍ଦର ଅଭିମୁଖେ ବାହାରିବେ। ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ଔଦ୍ୟୋଗିକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଭୁବନେଶ୍ବରରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।*
*୨- 👉 ବଢ଼ିଲା ପାଚକ- ପାଚିକାଙ୍କ ପାରିଶ୍ରମିକ ପାଚକ, ପାଚିକା ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପାଚକ, ପାଚିକା ମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।ଏହା ଦ୍ବାରା ରାଜ୍ୟରେ କାର୍ଯ୍ୟରତ ଥିବା ୧,୧୨,୦୯୦ ଜଣ ପାଚକ, ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ।*
*୩- 👉 କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ସାଧାରଣତନ୍ତ୍ର ଦିବସରେ କଟକରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିପରି ଖୋର୍ଦ୍ଧାରେ ପତାକା ଉତ୍ତୋଳନ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୁରୀରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ । ସୁନ୍ଦରଗଡ଼ରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ, ସୁବର୍ଣ୍ଣପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, କୋରାପୁଟରେ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନୂଆପଡ଼ାରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳରେ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମାଲକାନଗିରିରେ ମତ୍ସ୍ୟସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପତାକା ଉତ୍ତୋଳନ କରିବେ।*
*୪- 👉 ୨୦ ଜଣ ପୁଲିସଙ୍କୁ ରାଜ୍ୟପାଳ ପଦକ ଉଲ୍ଲେଖନୀୟ କାର୍ଯ୍ୟ ଓ ଦକ୍ଷତା ପ୍ରଦର୍ଶନ ଲାଗି ରାଜ୍ୟର ୨୦ ଜଣ ପୁଲିସ କର୍ମୀଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ କରାଯିବ। ଆସନ୍ତା ଗଣତନ୍ତ୍ର ଦିବସ ସମାରୋହରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ ବୋଲି ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୬ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଥମ ବର୍ଗରେ ଦୁଇଜଣ ଅତିରିକ୍ତ ଡିଜିଳ ଆଇଜି ଓ ଡିଆଜିସ୍ତରୀୟ ଅଧିକାରୀ ରହିଛନ୍ତି। ସେମାନେ ହେଲେ ଅଗ୍ନିଶମ ଆଇଜି ଡ. ଦୀପକ କୁମାର ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ। ଦ୍ୱିତୀୟ ବର୍ଗରେ ମଧ୍ୟ ୨ ଜଣ ଆଇପିଏସ୍ଙ୍କ ନାଁ ରହିଛି। ସେମାନେ ହେଲେ, ଝାରସୁଗୁଡ଼ା ଏସ୍ପି ପାରମାରସ୍ମିଥ ପୁରୁଷୋତ୍ତମ ଦାସ ଏବଂ କଟକ ୬ଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ। ତୃତୀୟ ବର୍ଗରେ କଟକର ଅତିରିକ୍ତ ଭିଜିଲାନ୍ସ ଏସ୍ପି ସୁଶାନ୍ତ କୁମାର ବିଶ୍ୱାଳ ଏବଂ ଗଞ୍ଜାମର ଅତିରିକ୍ତ ଏସ୍ ପି ରାଜୀବ ଲୋଚନ ପଣ୍ଡା।*
*୫- 👉 ଯବାନଙ୍କ ସ୍ବତନ୍ତ୍ର ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଅପରେସନରେ ଯାଉଥିବା ଏସଓଜି ଯବାନଙ୍କ ସ୍ବତନ୍ତ୍ର ଭତ୍ତାକୁ ୮ହଜାରରୁ ୨୫ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଓଡ଼ିଶା ପୁଲିସର ଏସଓଜି ଯବାନଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନରେ ୧୪ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ଯବାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ କହିବା ସହ ସେମାନଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।*
*୬- 👉  ୧୩ ତାରିଖରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ ଫେବ୍ରୁଆରୀ ୧୭ ତାରିଖରେ ଆସିବ ଓଡ଼ିଶା ବଜେଟ୍ । ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଉପସ୍ଥାପନ କରିବେ ରାଜ୍ୟ ବଜେଟ୍ । ତେବେ ମିଳିଥିବା ସୂଚନା ମୁତାବକ, ଫେବ୍ରୁଆରୀ ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଯାହାକି ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୨୮ଟି କାର୍ଯ୍ୟ ଦିବସ ରହିଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବ୍ରୁଆରୀ ୧୭ ତାରିଖରେ ଆସିବ ରାଜ୍ୟ ବଜେଟ୍ । ଯାହାକୁ ସାଢେ ଚାରି କୋଟି ଓଡ଼ିଆ ଅନେଇ ବସିଛନ୍ତି । ଖାସ୍ କରି ନୂଆ ବଜେଟରେ ଲୋକଙ୍କ ପାଇଁ କେଉଁ କେଉଁ ଯୋଜନା ଆରମ୍ଭ ହେବା ସହିତ, କେଉଁ ବିଭାଗ ପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯିବ, ତାହା ହିଁ ଗୁରୁତ୍ୱପୂର୍ଣ୍ଣ ।*
*୭- 👉  କଣାସରେ ଅଣାୟତ୍ତ ଝାଡ଼ାବାନ୍ତି ପୁରୀ କଣାସରେ ଅଣାୟତ୍ତ ହେଉଛି ଝାଡ଼ାବାନ୍ତି ସ୍ଥିତି । ହଇଜାରେ ବେସରକାରୀ ସ୍ତରରେ ମୃତ୍ୟୁ ସଂଖ୍ୟା ୩ ଥିବାବେଳେ ସରକାରଙ୍କ ହିସାବରେ କେବଳ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ଏପରି ସମୟରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ମୋଟ ୮ଟି ଟିମ। ସରକାରଙ୍କ ପକ୍ଷରୁ ନଦୀଘାଟକୁ ବିଶୋଧନ କରାଯିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେପଟେ ଏହାକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ବିଜେଡ଼ି-ବିଜେପି।*
*୮- 👉  ଘରକୁ ଫେରିଲେ ସୈଫ ।୬ ଦିନ ଧରି ଚିକିତ୍ସା ହେବା ପରେ ମଙ୍ଗଳବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ ଅଭିନେତା ସୈଫ ଅଲୀ ଖାନ୍ । ସୌଫଙ୍କ ସ୍ୱାସ୍ଥ୍ୟ ଭଲ ହେବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ସୂଚନାଯୋଗ୍ୟ, ବାନ୍ଦ୍ରା ସ୍ଥିତ ସୈଫଙ୍କ ବାସଭବନରେ ଦୁର୍ବୃତ୍ତ ପଶି ସୈଫଙ୍କୁ ଛୁରା ମାଡ଼ କରିଥିଲେ । ଫଳରେ ଗୁରୁତର ଆହତ ହୋଇପଡିଥିଲେ ଆପଣଙ୍କ ପ୍ରିୟ ଅଭିନେତା । ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ସଂପୂର୍ଣ୍ଣ ବେଡ୍ ରେଷ୍ଟ ପାଇଁ ସୈଫଙ୍କୁ ଡାକ୍ତର ପରାମର୍ଶ ଦେଇଛନ୍ତି।*
*୯- 👉  ଆଜିଠୁ ରାଜ୍ୟରେ କମିବ ଶୀତ, ଅସ୍ତବ୍ୟସ୍ତ କରିବ କୁହୁଡି।ରାଜ୍ୟରେ ଆଜିଠୁ କମିବ ଶୀତ, ଏଣିକି ଧିରେ ଧିରେ ବଢିବ ତାପମାତ୍ରା । ପାରଦ ପ୍ରାୟ ୨ ରୁ ୪ ଡିଗ୍ରୀ ବଢିବ। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ । ଫଳରେ ଥଣ୍ଡା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଥଣ୍ଡା କମିବା ସହ ଘନ କୁହୁଡି ରହିବ। ଦୁଇ ଦିନ ରାଜ୍ୟରେ ଘନ କୁହୁଡି ଦେଖାଯିବ ବୋଲି ଆକଳନ କରିଛି ବିଭାଗ। ଏଥିପାଇଁ ୪ ଜିଲ୍ଲାକୁ ଚେତବନୀ ଜାରି କରିଛି ପାଣିପାଗ କେନ୍ଦ୍ର । ଘନ କୁହୁଡି କାରଣରୁ ୫୦ ମିଟର ତଳକୁ ଖସିଆସିବ ଦୃଶ୍ୟମାନ କ୍ଷମତା । ସେପଟେ ଜିରୋ ଭିଜିବିଲିଟି ପରିସ୍ଥିତି ନେଇ ଘାଟି ଅଞ୍ଚଳରେ ଧିମା ଗତିରେ ଗାଡି ଚଳାଇବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।*
*୧୦- 👉ଆମେରିକାରେ ବନ୍ଦ ହେଲା ଜନ୍ମଗତ ଅଧିକାର । ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନ ଅନୁସାରେ ୧୮୬୮ ମସିହାରୁ ଏହା ପ୍ରଚଳିତ ଥିଲା । ଅନ୍ୟ ଦେଶର ଦମ୍ପତିଙ୍କର ଯଦି ଆମେରିକାରେ ପିଲା ଜନ୍ମ ହୁଏ, ତେବେ ସେହି ପିଲାଙ୍କୁ ଆମେରିକାର ନାଗରିକତା ମିଳିଥାଏ । ଅଟୋମେଟିକାଲି ଏହି ନାଗରିକତା ଆମେରିକାରେ ଜନ୍ମିତ ବିଦେଶୀ ଦମ୍ପତିଙ୍କ ପିଲାଙ୍କୁ ମିଳିଥାଏ । କିନ୍ତୁ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏକଜିକ୍ୟୁଟିଭ୍ ନିର୍ଦ୍ଦେଶନାମା ଜାରି କରି ତାହା ବନ୍ଦ କରି ଦେଇଛନ୍ତି।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
                        
                    
                    
                    
                    
                    
                                    
                                        
                                            🙏
                                        
                                    
                                        
                                            ❤️
                                        
                                    
                                        
                                            👍
                                        
                                    
                                        
                                            👎
                                        
                                    
                                    
                                        7