📖 ମୋ ଓଡିଶା ଖବର 🎥
January 24, 2025 at 01:37 AM
*ଖବର ଆଜିର* ତାରିଖ ୨୪/୦୧/୨୫, ଶୁକ୍ରବାର ୧-ନୂଆ ସରକାରକୁ ସାତ ମାସ, ଓଡ଼ିଶା ଭାଷାକୁ ସେଭଳି ନାହିଁ ଗୁରୁତ୍ୱ, ସରକାରୀ ନଥିପତ୍ରରେ ଉପରେ ଓଡିଆ, ଭିତରେ ଇଂରାଜୀ। ୨-ମାଘ ମାସରେ ହେଉଛି ଗ୍ରୀଷ୍ମ ଖରା : ଜାନୁଆରୀରୁ ତାତିଲାଣି ଓଡିଶା,ଅନେକ ସହରରେ ତାପମାତ୍ରା ୩୫ ଡିଗ୍ରୀ ନିକଟତର। ୩-ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବେ ସରକାର, ଡ୍ରୋନ ଉପରେ ରଖାଯିବ କଡା ନଜର। ୪-ଭୁବନେଶ୍ୱର:୩୧ରେ ସରୁଛି ଇ-କେଓ୍ବାଇସି ଦାଖଲ, ତା ପୂର୍ବରୁ ରାସନକାର୍ଡ ଫେରାନ୍ତୁ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ ୫-କଟକ:ଜାନୁଆରୀ ୨୬ରୁ ତୃତୀୟ ବାରବାଟି ଶିଶିର ମେଳା, ୧୧ ଦିନ ଧରି ଚାଲିବ। ୬-ଓସେପାର ମାଟ୍ରିକ୍‌ ଟିପ୍ସ; '୭ ଘଣ୍ଟା ସୁଅ, ୮ରୁ ୧୦ ଘଣ୍ଟା ପଢ଼'।ପୂର୍ବ ପାଠକୁ ୩୦ ମିନିଟ ରିଭିଜନ କର। ୭-ରାଜଧାନୀ ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା, ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ୨ଟି ମୋ ବସ ଓ ଦୁଇଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ। ୮-କିଟ୍‍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ସମ୍ମିଳନୀ ‘ବ୍ଲୁ ଇକୋନୋମି’, ଉଦ୍‍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୯-ମାଲକାନଗିରି:ଓଡିଶା-ଛତିଶଗଡ଼ ସୀମାରେ ମାଓ ଡମ୍ପ ଠାବ, ପଥର ଖୋଲରେ ଚାଲିଥିଲା ବନ୍ଧୁକ ତିଆରି। ୧୦-ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ ଦେବ ପୋଲିସ : ୪୬ କେଜି ଗଂଜେଇ ଓ ୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୯ ଗିରଫ। ୧୧-ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଧାନସଭା ଗୃହରେ ଶୃଙ୍ଖଳା ବନ୍ଧ ଡେଇଁଲେ ହେବ କଡ଼ା ଆକ୍ସନ। ୧୨-ଭାରତୀୟ ଆସନ୍ନପ୍ରସବାଙ୍କୁ ଘାରିଛି ଡର, ଫେବ୍ରୁଆରୀ ୨୦ରୁ ଆଉ ପିଲାଙ୍କୁ ମିଳିବିନି ଆମେରିକା ନାଗରିକତା। ୧୩-ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ହାଇଓ୍ବା, ୧ ମୃତ, ଦୁଇ ଗୁରୁତର। ପାଣିକୋଇଲି ଥାନା ଷଠିପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୧୪-୧୫୭ ନୁହେଁ ୫ ହଜାର ପୁରୁଷ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି : ପ୍ରମିଳା ମଲ୍ଲିକ ୧୫-ଛତ୍ରପୁର:୧୧ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି, ତୁରନ୍ତ ଧାନ ଉଠାଇବାକୁ ତାଗିଦ। ୧୬-କଟକରୁ ନିଆଳି ମାଧବକୁ ଚଳାଚଳ କଲା ‘ମୋ ବସ୍’, ପ୍ରତିଦିନ ୮୪ ନମ୍ବର ରୁଟ୍‌ରେ ଚାଲିବ। ୧୭-ଡି ଗୁକେଶ ଭାରତର ନମ୍ୱର ୧ ଚେସ୍ ଖେଳାଳି, ଲାଇଭ୍ ରେଟିଂରେ ଅର୍ଜୁନ୍ ଏରିଗାଇସିଙ୍କୁ ପକାଇଲେ ପଛରେ। ୧୮-ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇବା ପାଇଁ ବାଚସ୍ପତି ଉଦ୍ୟମ କରୁଛନ୍ତି : ପ୍ରମିଳା ମଲ୍ଲିକ। ୧୯-ବରୀ: ବାଲିଆ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ଅସଦାଚରଣ ମାମଲା-ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ। ୨୦-ଲାଉଡସ୍ପିକର ବ୍ୟବହାର କୌଣସି ଧର୍ମର ଆବଶ୍ୟକ ଅଂଶବିଶେଷ ନୁହେଁ : ବମ୍ବେ ହାଇକୋର୍ଟ। ୨୧-୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ 'ଅନୁଜା’ ଏବେ ଓସ୍କାର ଦୌଡ଼ରେ। ୨୨-ମହାକୁମ୍ଭର ଏକାଦଶ ଦିନ:ସଙ୍ଗମରେ ବୁଡ଼ ପକେଇଲେଣି ୧୦ କୋଟି ଶ୍ରଦ୍ଧାଳୁ। ୨୩-ମହାରାଷ୍ଟ୍ର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି ! ୨୪-ଅଷ୍ଟମ ବେତନ ଆୟୋଗ: ସର୍ବନିମ୍ନ ବେସିକ୍ ପେନ୍‌ସନ୍ ୯ ହଜାରରୁ ବଢି ହେବ ୨୫,୭୪୦ ଟଙ୍କା ! ୨୫-ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ନକଲି କାହାଣୀ – କହିଲେ ୧୩ ଦେଶର ନିର୍ବାଚନ ପରିଚାଳନା ଅଧିକାରୀ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
🙏 👍 ❤️ 😢 14

Comments