📖 ମୋ ଓଡିଶା ଖବର 🎥
January 26, 2025 at 03:34 AM
*╭─────────────────────╮*
*🌄ସକାଳର ଖବର,୨୬-ଜାନୁଆରୀ-୨୦୨୫,ରବିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
🇮🇳୧-ଆଜି ସାରାଦେଶରେ ପାଳନ ହେଉଛି ୭୬ତମ ଗଣତନ୍ତ୍ର ଦିବସ l ଚଳିତବର୍ଷ ରାଷ୍ଟ୍ରପତି ଭବନ ଗଣତନ୍ତ୍ର ଦିବସ ପରେଡରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଭୋ ସୁବିୟାଣ୍ଟୋ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ।
🇮🇳୨-ସାଧାରଣତନ୍ତ୍ର ଦିବସ ଅବସରରେ ଆଜି ୧୩୯ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ । ଏଥିରୁ ୨୩ ଜଣ ମହିଳା,୧୦ ବିଦେଶୀ ଏବଂ ୧୩ ମରଣୋତ୍ତର ପୁରସ୍କାର ସାମିଲ ରହିଛି ।
🇮🇳୩-ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ଅଭିଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କହିଲେ, ବିଶ୍ବରେ ନିଜର ସ୍ବତନ୍ତ୍ର ସ୍ଥାନ ଆଡ଼କୁ ଅଗ୍ରସର ହେଉଛି ଭାରତ l ସ୍ୱଚ୍ଛତା ଆଣିଛି ଡିଜିଟାଲ ପେମେଣ୍ଟ, ଚାଷୀଙ୍କୁ କହିଲେ ଦେଶର ଅର୍ଥନୈତିକ ଶକ୍ତି l
🇮🇳୪-ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜିର ଏକ୍ଜାମ୍ ପ୍ୟାଟର୍ଣ୍ଣରେ ହେଲା ବଡ଼ ପରିବର୍ତ୍ତନ l ଏବେ କୌଣସି ସେକ୍ସନ ରହିବ ନାହିଁ । କୋଭିଡ୍ ୧୯ ମହାମାରୀ ସମୟରେ ନିଟ୍ ୟୁଜି ପେପରରେ ଯେଉଁ ଅପ୍ସନ୍ ପ୍ରଶ୍ନ ଯୋଡ଼ା ଯାଇଥିଲା, ତାହାକୁ ଏବେ ହଟାଯାଇଛି ।
🇮🇳୫-ଓଡ଼ିଶାର ୧୦ଟି ଜନବସତିଶୂନ୍ୟ ଦ୍ୱୀପରେ ପ୍ରଥମଥର ଲାଗି ଉଡିଲା ତ୍ରିରଙ୍ଗା l ବାଲେଶ୍ୱରର ସୁବର୍ଣ୍ଣଦ୍ୱୀପ, ଭଦ୍ରକର ନୟାଟାପୁ, ଉଡ଼ାବାଲି, କନିକା ଦ୍ୱୀପ, ଲଙ୍ଗ ହୁଇଲର ଦ୍ୱୀପ, ସର୍ଟ ଆଇଲାଣ୍ଡ ଓ ସ୍ମଲ ହୁଇଲ; ଜଗତସିଂହପୁରର ବୋଇତର କୁଦ, ଜଟାଧାରୀ ତଣ୍ଡା, ବରକୁଦରେ ତ୍ରିରଙ୍ଗା ଉଡ଼ିଥିବା ଜଣାପଡ଼ିଛି।
🇮🇳୬-ମହାକାଶରେ ମହାକିର୍ତ୍ତିମାନ ରଚିବ ଇସ୍ରୋ, ଉପଗ୍ରହ ଉତକ୍ଷେପଣରେ ମାରିବ ସେଞ୍ଚୁରୀ l ଜାନୁଆରି ୨୯ ତାରିଖରେ ନୂଆ ଇତିହାସ ଲେଖିବ ଭାରତୀୟ ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା । ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ପୂରା କରି ସେନଚୁରି ମାରିବ ଭାରତ ।
🇮🇳୭-ମିଶନ ଶକ୍ତି ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। ବଦଳିବ ସଂଗଠନର ଢ଼ାଞ୍ଚା l ପ୍ରତ୍ୟେକ ପ୍ରଶାସନିକ କମିଟିର କାର୍ଯ୍ୟକାଳ ୩ ବର୍ଷ ରହିବ । ପ୍ରତି ତିନି ବର୍ଷରେ ଥରେ ନେତୃତ୍ୱ ପରିବର୍ତ୍ତନ କରାଯାଇପାରିବ ।
🇮🇳୮-ଏଣିକି ଭାରତ ଏବଂ ଇଣ୍ଡୋନେସିଆ ପରସ୍ପରକୁ ସାମୁଦ୍ରିକ ନିରାପତ୍ତା, ସାଇବର ସୁରକ୍ଷା ଓ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହାୟତା କରିବେ। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଆଞ୍ଚଳିକ ଓ ବିଶ୍ଵସ୍ଥରୀୟ ସମସ୍ୟା ନେଇ କଲେ ଆଲୋଚନା l
🇮🇳୯-ଆବାସ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ଏଥିରେ ଯୋଡ଼ିବାକୁ ଆରମ୍ଭ ହେଲା ଆବାସ ପ୍ଲସ ୨ ସର୍ଭେ । ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଉପସ୍ଥିତିରେ ଏହି ସର୍ଭେର ହେଲା ଶୁଭାରମ୍ଭ l
🇮🇳୧୦-ଅଭିନେତ୍ରୀ ମମତା କୁଲକର୍ଣ୍ଣି ମହାମଣ୍ଡଳେଶ୍ୱର ହେବା ପରେ ଉପୁଜିଲା ବିବାଦ l ଅଭିନେତ୍ରୀଙ୍କ ନୂଆ ପଦବୀକୁ ନେଇ ସନ୍ଥମାନେ ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି।
🇮🇳୧୧-୨୦୨୩ ମସିହାରେ ଶ୍ରୀମତୀ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ମୁକୁଟ ପିନ୍ଧିଥିବା ଡାକ୍ତର ସାଇପ୍ରସନ୍ନା ବେହେରା ହାସଲ କଲେ ଆଉ ଏକ ଐତିହାସିକ ମାଇଲଖୁଣ୍ଟ l ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମିସେସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ୨୦୨୩-୨୦୨୫ରେ କରାଗଲା ସମ୍ମାନିତ l
🇮🇳୧୨-ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା କୁଟନୈତିକ ବିବାଦରେ ଏଣ୍ଟ୍ରି ମାରିଲା ପାକିସ୍ତାନ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ଅଧିକାରୀମାନେ ବାଂଲାଦେଶ ସହିତ ବନ୍ଧୁତା ବଢ଼ାଇବା ପାଇଁ ପହଁଚିଲେ ଢାକା l
🇮🇳୧୩-ଉଚ୍ଚ ବେତନ ହାରରେ ସୁନ୍ଦର ପିଚାଇ ଓ ଟମ୍ କୁକ୍ ଙ୍କୁ ପଛରେ ପକାଇଲେ ଷ୍ଟାରବକସ୍ CEO l ମାତ୍ର ୪ ମାସରେ ସେ କମ୍ପାନୀରୁ ୯୬ ମିଲିୟନ ଡଲାର (ପାଖାପାଖି ୮୨୭ କୋଟି ଟଙ୍କା) ପାଇଛନ୍ତି, ଯାହା ଉଚ୍ଚ ବେତନ ହାରରେ ଏକ ରେକର୍ଡ।
🇮🇳୧୪-କାଶ୍ମୀର ଉପତ୍ୟକାର ଗଛରେ ଲାଗିଛି ଆଧାର କାର୍ଡ l ଲେଖାଯାଇଛି ଡିଜିଟାଲ ଟ୍ରି ଆଧାର । କାର୍ଡରେ ଲାଗିଥିବା QR କୋର୍ଡ ସ୍କାନ କରି ଗଛର ବୟସ ଓ ଠିକଣା ଜାଣିହେବ ।
🇮🇳୧୫-କେବଳ ଇସ୍ରାଏଲ୍ ଏବଂ ତୁର୍କୀକୁ ବାଦ୍ଦେଲେ ୟୁକ୍ରେନ୍ ସମେତ ଅଧିକାଂଶ ଦେଶକୁ ବିଦେଶୀ ସହାୟତା ବନ୍ଦ କଲା ଆମେରିକା l ଏଣିକି ଏହି ଦେଶଗୁଡ଼ିକୁ ନୂଆ ପାଣ୍ଠି ମଞ୍ଜୁର କରାଯିବ ନାହିଁ କିମ୍ବା ନବୀକରଣ କରାଯିବ ନାହିଁ l
🇮🇳୧୬-ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭରେ ୭୩ଟି ଦେଶର କୂଟନୀତିଜ୍ଞମାନେ ସଙ୍ଗମରେ ବୁଡ଼ ପକାଇବେ। ପରସ୍ପରର ଶତ୍ରୁଥିବା ରୁଷିଆ ଏବଂ ୟୁକ୍ରେନର ରାଷ୍ଟ୍ରଦୂତମାନେ ମଧ୍ୟ ଏହି ଐତିହାସିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ l
🇮🇳୧୭-ଇସ୍ରାଏଲ ସହିତ ଶାନ୍ତି ବୁଝାମଣା ପରେ ୪ ଜଣ ଇସ୍ରାଏଲ ମହିଳା ଯବାନଙ୍କୁ ମୁକ୍ତ କଲା ହମାସ, ଏମାନେ ୪୭୭ ଦିନ ହେଲା ବନ୍ଦୀ ଥିଲେ l
🇮🇳୧୮-ଦ୍ବିତୀୟ ଟି-୨୦ : ଟିମ୍ ଇଣ୍ଡିଆ ମଥାରେ ବିଜୟ ତିଳକ ଲଗାଇଲେ ତିଲକ ବର୍ମା। ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଇଂଲଣ୍ଡକୁ ୨ ୱିକେଟ୍ରେ ହରାଇଲା ଭାରତ ।
🇮🇳୧୯-ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଶୁଭ ଖବର, କର୍ଣ୍ଣାଟକ ବିରୋଧରେ ଦ୍ବିତୀୟ ପାଳିରେ ଗିଲ୍ ୧୭୧ଟି ବଲ୍ ଖେଳି ୧୦୨ ରନ କଲେ ସଂଗ୍ରହ । ଏଥିରେ ୧୪ଟି ଚୌକା ଏବଂ ୩ଟି ଛକା ରହିଛି ।
🇮🇳୨୦-ହକି ଇଣ୍ଡିଆ ଲିଗ୍: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ଟିମ୍ ଗୋନାସିକା ପ୍ରଭାବଶାଳୀ ପ୍ରଦର୍ଶନ କରି ୪-୨ ଗୋଲ୍ରେ ଶକ୍ତିଶାଳୀ ତାମିଲନାଡୁ ଡ୍ରାଗନ୍ସକୁ କଲା ପରାସ୍ତ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*
*🔅ଆଜି ୭୬ତମ ଭାରତୀୟ ଗଣତନ୍ତ୍ର ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ପରିବେଶ ଶିକ୍ଷା ଦିବସ ll*
*🔅ଆଜି ଜାତୀୟ ପତି ଦିବସ ll*
*🔅ଆଜି ଅଷ୍ଟ୍ରେଲିୟା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ରୀତିନୀତି ଦିବସ ll*
*🔅ଆଜି ଜାତୀୟ କଳାକାର ନାପୋଲିଅନ୍ ଆବୁଏଭାଙ୍କ ଜନ୍ମ ବାର୍ଷିକୀ ll*
*🔅ଆଜି ଦାନ୍ତ ଡ୍ରିଲ୍ ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ସବୁଜ ଜୁସ ଦିବସ ll*
*🔅ଆଜି ଜାମ୍ମୁ କାଶ୍ମୀର ଫାଉଣ୍ଡେସନ୍ ଦିବସ ll*
*🔅ଆଜି ଅନ୍ତରାଷ୍ଟ୍ରୀୟ ସୀମା ସୁରକ୍ଷା ଦିବସ ll*
*🇮🇳୭୬ତମ ଗଣତନ୍ତ୍ର ଦିବସ ଅବସରରେ ମୋ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ, ଭାତର ମାତା କୀ ଜୟ, ବନ୍ଦେ ମାତରମ, ଜୟ ହିନ୍ଦ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*
🙏
👍
❤️
🇮🇳
🫡
16