📖 ମୋ ଓଡିଶା ଖବର 🎥
January 29, 2025 at 05:57 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର କେତୋଟି ମୁଖ୍ଯ ଖବର ତାରିଖ- ୨୯/୦୧/୨୦୨୫,ବୁଧବାର🌼* ║
*╚━━━━🔅━━━━━━━━ 🔅━━╝*
*୦୧- 👉 ମୌନୀ ଅମାବାସ୍ୟାରେ ମହାକୁମ୍ଭରେ ବଡଧରଣର ଅଘଟଣ।ମହାକୁମ୍ଭ ମେଳା ୨୦୨୫ର ଦ୍ୱିତୀୟ ସାହି ସ୍ନାନରେ ଘଟିଛି ଅଘଟଣ। ଏହାଦ୍ୱାରା ୧୫ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ଯାଇଥିବା ଆଶଙ୍କା କରାଯାଇଛି। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘାଟକୁ ଆସିବାକୁ ବାରଣ କରିଛି। ଆଜି ପ୍ରାତଃ ମୁହୂର୍ତ୍ତରେ ତଥା ମଉନୀ ଅମାବାସ୍ୟା ଅବସରରେ ଅମୃତ ସ୍ନାନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିଥିଲା। ସମସ୍ତ ଗଙ୍ଗା ନଦୀର ତ୍ରିବେଣୀ ସଙ୍ଗମ ସ୍ଥଳରେ ବୁଡ଼ ପକାଇବା ଲାଗି ମୁହାଁଇଥିଲେ। ଏହି ସମୟରେ ଦଳା ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ଓ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସଫଳ ରହିବା ହେତୁ ୧୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେମାନଙ୍କ ଶରୀରରୁ ମେଳା ପରିସରରେ ଖୋଲାଯାଇଥିବା ହସ୍ପିଟାଲ୍କୁ ନିଆଯାଇଛି।*
*୦୨- 👉 କେଜରିୱାଲଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ କମିଶନର।ବିଜେପି ନେତୃତ୍ୱାଧୀନ ହରିୟାଣା ସରକାର ଯମୁନା ନଦୀକୁ ପ୍ରଦୂଷିତ କରୁଛନ୍ତି। ଏହାର ପ୍ରମାଣ ରଖିବାକୁ ନିର୍ବାଚନ କମିଶନ ଆମ୍ ଆଦମୀ ପାର୍ଟିର ନେତା ଅରବିନ୍ଦ କେଜ୍ରିଓ୍ୱାଲ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀ ନିର୍ବାଚନ ପ୍ରଚାର ସମୟରେ ଶ୍ରୀ କେଜ୍ରିଓ୍ୱାଲ୍ ଏହି ଅଭିଯୋଗ କରିଥିଲେ। ଯାହାର ପ୍ରମାଣ ଆଜି ସୁଦ୍ଧା ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ମିଛ, ହଟଚମଟ ସୃଷ୍ଟିକାରୀ ଖବର ପ୍ରସାରଣକୁ ରୋକ୍ ଦେବା ଲାଗି କମିଶନଙ୍କ ଏହି ପ୍ରୟାସ ଜାରି ରହିଛି।*
*୦୩- 👉 ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡର ହସ୍ତକ୍ଷେପ ।ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ କାନାଡ଼ା ହସ୍ତକ୍ଷେପ କରୁଛି। ବେଆଇନ ପ୍ରବାସ ଏବଂ ସଂଗଠିତ ଅପରାଧକୁ କାନାଡ଼ା ପ୍ରୋତ୍ସାହନ ଦେଉଛି। ଆଗକୁ ଏହିପରି ଅପରାଧିକ ବ୍ୟବସ୍ଥା ଯେପରି ନବଢ଼ିବ ସେଥିଲାଗି ଭାରତ ଆଶା କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ଦିନ କାନାଡ଼ା ପକ୍ଷରୁ ଭାରତ ସେ ଦେଶର ନିର୍ବାଚନୀ ମାମଲାରେ ହସ୍ତକ୍ଷେପ କରୁଛି ବୋଲି ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରି ଭାରତ ଏହି ବୟାନ ରଖିଛି।*
*୦୪- 👉 ୧୦୦ତମ ଉତକ୍ଷେପଣ କଲା ଇସ୍ରୋ।ଇସ୍ରୋ ପକ୍ଷରୁ ୧୦୦ ତମ ଜିସ୍ଏଲ୍ଭି ରକେଟ୍କୁ ସଫଳତାର ସହ ଉତ୍କ୍ଷେପଣ କରାଯାଇଛି।ଏହି ରକେଟ୍ ଦ୍ୱାରା ଜିଏସ୍ଏଲ୍ଭିଭି-ଏଫ୍ ୧୫ ସାଟେଲାଇଟ୍କୁ ଏହାର ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରାଯାଇପାରିଛି। ଏହା ନାଭିଗେସନ୍ ବ୍ୟବସ୍ଥା ଆହୁରି ସୁଦୃଢ଼ ହୋଇପେରିବ। ଆଜି ସକାଳ ୬ଟା ୨୩ ମିନିଟ ସମୟରେ ଏହି ରକେଟ୍ ଶ୍ରୀହରିକୋଟାଠାରୁ ଉତ୍କ୍ଷେପଣ କରାଯାଇଥିଲା।*
*୦୫- 👉 ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ।ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଙ୍ଘଚାଳକ ଡ. ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତା ୩୦ ତାରିଖରୁ ତାଙ୍କ ଗସ୍ତ ଆରମ୍ଭ ହେବ। ଏହାକୁ ସଂଘ ପକ୍ଷରୁ ଓଡ଼ିଶା ପ୍ରବାସ ବୋଲି କୁହାଯାଉଛି। ଭୁବନେଶ୍ୱର ସ୍ଥିତ ଉତ୍କଳ ବିପନ୍ନ ସହାୟତା ସମିତିଠାରେ ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।*
*୦୬- 👉ସୁଭଦ୍ରା ଆବେଦନକାରୀଙ୍କୁ ବ୍ୟାଙ୍କିଂ ସେବା।ସୁଭଦ୍ର୍ରା ଯୋଜନାର ଲାଭ ପ୍ରତିଟି ଯୋଗ୍ୟ ମହିଳାଙ୍କ ପାଖରେ ପହଞ୍ଚାଇବା ଲାଗି ସରକାର ଅଧିକ ସତର୍କ ହୋଇଛନ୍ତି। ଏହିକ୍ରମରେ ସମସ୍ତ ବ୍ୟାଙ୍କରେ ଦୁଇଦିନ ସ୍ୱତନ୍ତ୍ର ଡେସ୍କ ଖୋଲି ଆବେଦନକାରୀଙ୍କୁ ସହାୟତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍ସିପିଆଇ ଦ୍ୱାରା ଆକାଉଣ୍ଟ ସଂଯୋଗୀକରରଣରେ ଅଯୋଗ୍ୟ ହୋଇଥିବା ବ୍ୟକ୍ତିଙ୍କୁ ବ୍ୟାଙ୍କ ସହାୟତା ଦେବେ। ଏଣୁ ଆଜି ଓ ଆସନ୍ତା କାଲି ଯେଉଁମାନଙ୍କୁ ଏସ୍ଏମ୍ଏସ୍ କିମ୍ବ କଲ ଆସିଛି ସେମାନେ ବ୍ୟାଙ୍କରେ ଅନୁସନ୍ଧାନ କରିବା ଲାଗି ସରକାର ପରାମର୍ଶ ଦେଇଛନ୍ତି।*
*୦୭- 👉 କୋକାକୋଲାରେ ହାନୀକାରକ କ୍ଲୋରେଟ।କୋକାକୋଲାରେ ରହିଛି ହାନୀକାରକ କ୍ଲୋରେଟ୍। ଏହାକୁ ନେଇ ୟୁରୋପୀୟ ଦେଶଗୁଡ଼ିକରେ ଆପତ୍ତି ଉଠିବା ପରେ କୋକାକୋଲା ଏହି ସାମଗ୍ରୀକୁ ଫେରାଇ ଆଣିବାର ନିଷ୍ପତ୍ତି ନେଇଛି। ଖାଲି କୋକାକୋଲା ନୁହେଁ କମ୍ପାନୀଦ୍ୱାରା ପ୍ରସ୍ତୁତ ଫାଣ୍ଟା, ସ୍ପ୍ରାଇଟ୍, ଟ୍ରପିକୋ ଏବଂ ମିନିଟ୍ ମେଡ୍ ଉତ୍ପାଦକୁ ମଧ୍ୟ କୋକାକୋଲା ଫେରାଇ ନେବ।*
*୦୮- 👉ସ୍କୁଲ ପାଠପଢାରେ ସୁଧାର ।ସରକାରୀ ସ୍କୁଲରେ ପିଲାଙ୍କ ପାଠପଢ଼ା ସ୍ଥିତିକୁ ନେଇ ଅନୁଷ୍ଠିତ ଅସର ସର୍ବେକ୍ଷଣରେ ଅନେକ ସୁଧାର ପରିଲକ୍ଷିତ ହୋଇଛି। କୋଭିଡ୍ ପରେ ଯେଉଁ ଅବସ୍ଥା ସୃଷ୍ଟି ହୋଇଥିଲାସେଥିରେ ଏହି ସୁଧାର ଲକ୍ଷ୍ୟ କରାଯାଇଛି। ଏଥିରେ କୁହାଯାଇଛି ଯେ, କୋଭିଡ୍ ପ୍ରଭାବ ହେତୁ ୨୦୨୨ରେ ସର୍ବ ଭାରତୀୟ ସ୍ତରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ୨୦.୫ ଥିଲା ପିଲା ଦ୍ୱିତୀୟ ଶ୍ରେଣୀର ପାଠ୍ୟପୁସ୍ତକ ପଢ଼ିବାରେ ସକ୍ଷମ ହେଉଥିଲେ। ଏବେ ତାହା ୨୭.୧ ପ୍ରତିଶତ ହୋଇଛି। ଏହା କୋଭିଡ୍ ପୂର୍ବବର୍ତ୍ତୀ କାଳର ଅବସ୍ଥାକୁ ସୂଚାଉଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।*
*୦୯- 👉 ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ସେନାପତି ଗୋପାଳକ୍ରିଷ୍ଣନ୍ ଗିରଫ।ଜାତିଗତ ଆକ୍ଷେପମୂଳକ ବୟାନ ଦେଇଥିବା ଅଭିଯୋଗରେ ଇନ୍ଫୋସିସ୍ର ସହ ପ୍ରତିଷ୍ଠାତା ସେନାପତି ଗୋପାଳକ୍ରିଷ୍ଣନ୍, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସେସର ପୂର୍ବତନ ନିର୍ଦ୍ଦେଶକ ବଳରାମ ପି ଏବଂ ଅନ୍ୟ ୧୬ ଜଣଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୁଲିସ। ସମ୍ପୃକ୍ତ ପ୍ରତିଷ୍ଠାନର ଅନ୍ୟଜଣେ ଅଧ୍ୟାପକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।*
*୧୦- 👉 Utkarsh Odisha: ଉତ୍କର୍ଷ ଓଡ଼ିଶା- ମେକ୍ ଇନ ଓଡ଼ିଶା କନକ୍ଲେଭ ୨୦୨୫ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଜନତା ମଇଦାନଠାରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ଥିବା ବିଭିନ୍ନ କମ୍ପାନୀର ସିଇଓ ମାନଙ୍କ ସହିତ ସ୍ଵତନ୍ତ୍ର ଭାବେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଇସ୍ପାତ, ଗ୍ରୀନ ଏନର୍ଜି, ଗ୍ରୀନ ଅମୋନିଆ, ଗ୍ରୀନ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ ଭଳି କ୍ଷେତ୍ରର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଷ୍ଠିତ କମ୍ପାନୀର ସିଇଓମାନେ ଅଂଶଗ୍ରହଣ କରିଥିଲେ।*
*୧୧- 👉 Falcon Group: ଫାଲକନ୍ ହୋଲ୍ଡିଂସ୍ ପ୍ରାଇଭେଟ୍ ଲିମିଟେଡ ହେଉଛି ଫାଲକନ ଦଳର ଏକ ମୁଖ୍ୟ ଭାଗ ଯାହା ଓଡ଼ିଶାର ଏକ ଘରୋଇ ବ୍ୟବସାୟ ସଂସ୍ଥା । ଏହା ଟିଟାନିୟମ୍ ଡାଇଓକ୍ସାଇଡ୍ (TiO2) ଉତ୍ପାଦନକୁ ପୁନର୍ବିକାସ କରିବାକୁ ଯାଉଛି। ଯାହାପାଇଁ ୧୦୫୦ କୋଟି ନିବେଶ କରାଯିବାର ସ୍ଥିର ହୋଇଛି । ଏହି ପ୍ଲାଣ୍ଟର ଉତ୍ପାଦନ କ୍ଷମତା ୩୦,୦୦୦ଟନ୍ (KTPA) ହେବାକୁ ଥିବାବେଳେ ଏହା ଦ୍ୱାରା ପେଣ୍ଟସ, କୋଟିଙ୍ଗ, ପ୍ଲାସ୍ଟିକ୍ସ ଏବଂ ବସ୍ତ୍ର ଶିଳ୍ପରେ TiO2 ର ଉତ୍ପାଦନ ଆବଶ୍ୟକତା ପୂରଣ କରାଯିବ। ଏହା ସହ ୪୫୦ କୋଟିର ମଲ୍ଟି-ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କମ୍ପ୍ଲେକ୍ସ ଏବଂ ଏଆଇ ଏବଂ ରୋବୋଟିକ୍ ଚିକିତ୍ସା ସୁବିଧା ସହିତ ୫୦୦ ଶଯ୍ୟା ବିଶିଷ୍ଟ ମଲ୍ଟି-ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲିବ।*
*୧୨- 👉 JPC: ଲୋକସଭାରୁ ଯୁଗ୍ମ ସଂସଦୀୟ କମିଟି ( ଜେପିସି)କୁ ପଠାଯାଇଥିବା ଓ୍ୱାକଫ୍ ସଂଶୋଧନ ବିଧେୟକକୁ ଅନେକ ଆଲୋଚନା, ପର୍ଯ୍ୟାଲୋଚନା ଓ ସମାଲୋଚନା ପରେ ୨୫ ସଂଶୋଧନ ପ୍ରସ୍ତୁତ ହୋଇଛି। ଗତ ୬ ମାସ ହେଲା ଏହି କମିଟି ପର୍ଯ୍ୟାୟ ଭିତ୍ତିରେ ସମସ୍ତ ଅନୁଚ୍ଛେଦକୁ ତନ୍ନତନ୍ନ କରି ବିଚାର କରିଥିଲେ। ଏହାପରେ ୧୪ଟି ଅନୁଚ୍ଛେଦର ୨୫ଟି ସ୍ଥାନରେ ସଂଶୋଧନ ପାଇଁ ବାଚସ୍ପତିଙ୍କୁ ନିଜର ପ୍ରସ୍ତାବ ପ୍ରଦାନ କରିବେ। ଭୋଟିଂ ମାଧ୍ୟମରେ ଏହି ସଂଶୋଧନ ଲାଗି କମିଟି ବହୁମତରେ ରାଜି ହୋଇଛି। ଆସନ୍ତା କାଲି ଏ ବାବଦରେ ଏକ ସଂକଳ୍ପ ପାରିତ କରାଯାଇ ତାହାକୁ ବାଚଦ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ଓ୍ୱାକଫ୍ ସଂଶୋଧନ ପାଇଁ ଗଠିତ ଜେପିସିର ଅଧ୍ୟକ୍ଷ ଜଗଦମ୍ବିକା ପାଲ୍ କହିଛନ୍ତି।*
*୧୩- 👉 Bedanta: ରାୟଗଡ଼ାରେ ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ । ୩୦ ଲକ୍ଷ ଟନ୍ର ପ୍ଲାଣ୍ଟ ହେବା ନେଇ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏହା ସହ ସେ କହିଛନ୍ତି ଯେ, ଓଡ଼ିଶା ମତେ ସ୍ୱର୍ଗ ପରି ଲାଗେ । ସେହିପରି ଗୋପାଳପୁରରେ ୨୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆବାଡା ଗ୍ରୁପ। ପାରାଦୀପରେ ଏକ ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷରିତ କରିବାକୁ ଯାଉଛି ଆବାଡା ଗ୍ରୁପ। ଆବାଡା ଗ୍ରୁପ ମୁଖ୍ୟ ଭିନୀତ ମିତ୍ତଲ ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତକାର ସମୟରେ ଏହା କହିଛନ୍ତି ।*
*୧୪- 👉 Aditya Birla: ଓଡ଼ିଶାରେ ୫୦ ହଜାର କୋଟି ନିବେଶ କରିବାକୁ ଯାଉଛି ଆଦିତ୍ୟ ବିର୍ଲା ଗ୍ରୁପ । ଏନେଇ ସୂଚନା ଦେଇଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମଙ୍ଗଲମ । ସେହିପରି କେନ୍ଦୁଝରରେ ଇସ୍ପାତ କାରଖାନା କରିବ JSW । ଏନେଇ ସୂଚନା ଦେଇଛନ୍ତି JSW ମୁଖ୍ୟ ସଜ୍ଜନ ଜିନ୍ଦଲ । ସେ କହିଛନ୍ତି ପୋସ୍କୋ ସହ ଏନେଇ ଆଲୋଚନା ଚାଲିଛି। ୩୦ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି।*
*୧୫- 👉 Toll Tax: ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାଭିସ ସରକାର ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅଟଳ ସେତୁରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଆଶ୍ୱସ୍ତି ଦେଇ ସରକାର ଆଗାମୀ ଏକ ବର୍ଷ ପାଇଁ ଟୋଲ ଟିକସ ବୃଦ୍ଧି ନ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ଅଟଳ ସେତୁ ଫ୍ଲାଏଓଭର ଉପରେ ୨୫୦ ଟଙ୍କା ଟୋଲ ଟିକସ ଆଦାୟ କରାଯାଉଛି । ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହା ସମାନ ରହିବ। ଫଡନାଭିସ ସରକାରଙ୍କ ଏହି ନିଷ୍ପତ୍ତି ମୁମ୍ବାଇ ଏବଂ ଏମଏମଆରଏ (ଆଖପାଖ) ଅଞ୍ଚଳର ଲୋକଙ୍କୁ ବହୁତ ଆଶ୍ୱସ୍ତି ଆଣିବ । ସେଓ୍ଵରୀ-ନହବାସେବ ଅଟଳ ସେତୁ ଟୋଲ୍ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଯାତାୟତ କରୁଛି।*
*୧୬- 👉 Ollywood News: ଓଡ଼ିଆ ସିନେମା 'ସନତାନୀ'କୁ ନେଇ ଏକ ବଡ଼ ଖବର ସମ୍ନାକୁ ଆସିଛି । ସିନେମା ରିଲିଜ୍ ହେଲେ ଦଙ୍ଗା ହୋଇପାରେ ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଛି। ପାଠକବନ୍ଧୁ ଓଡ଼ିଆ ଫିଲ୍ମ 'ସନାତନୀ'ର ଟ୍ରେଲର ରିଲିଜ୍ ହୋଇସାରିଛି। ମାସେ ତଳେ ରିଲିଜ୍ ହୋଇଥିବା ଏହି ଟ୍ରେଲରକୁ ଦର୍ଶକ ବହୁତ ଭଲ ପାଇବା ଦେଇଛନ୍ତି। ସିନେମାଟି ଧର୍ମକୁ ନେଇ ପ୍ରସ୍ତୁତ ହୋଇଥିବାରୁ ପୋଷ୍ଟର ରିଲିଜ ଠାରୁ ବିବାଦ ଲାଗି ରହିଛି। ତେବେ ଏହାର ଥିମ୍ ରହିଛି "କର୍ମ ହିଁ ଧର୍ମ"। ବିଦିଶା କ୍ରାଫ୍ଟ ବ୍ୟାନରରେ ବରିଷ୍ଠ ପ୍ରଯୋଜକ ବିଜୟ କଣ୍ଡୋଇଙ୍କ ପ୍ରଯୋଜନାରେ ସିନେମା ପ୍ରସ୍ତୁତ କରାଯାଇଛି। ଫିଲ୍ମ ଧର୍ମାନ୍ତରୀକରଣ ଉପରେ ଆଧାରିତ ହୋଇଛି । ଏଥିରେ ନାୟକ ରୂପେ ସମ୍ବିତ ଭିନ୍ନ ଭିନ୍ନ ଅବତାରରେ ନଜର ଆସିବେ।*
*୧୭- 👉 Jasprit Bumrah: ୨୦୨୪ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଜସପ୍ରୀତ ବୁମ୍ରାଙ୍କ ପାଇଁ ସଫଳତାର ବର୍ଷ ଥିଲା। ଏହି ବର୍ଷ ସେ କେବଳ ଟିମ୍ ଇଣ୍ଡିଆରେ ଅମୂଲ୍ୟ ଅବଦାନ ଦେଇନାହାଁନ୍ତି ବରଂ ନିଜ ନାଁରେ ଅନେକ ରେକର୍ଡ ମଧ୍ୟ କରିଛନ୍ତି। ନିକଟରେ ବୁମ୍ରାଙ୍କୁ ଆଇସିସି 'ଟେଷ୍ଟ କ୍ରିକେଟର ଅଫ୍ ଦି ଇୟର' ଆୱାର୍ଡ କରାଯାଇଛି। ବର୍ତ୍ତମାନ ବୁମ୍ରାଙ୍କୁ ସାର୍ 'ଗାରଫିଲ୍ଡ ସୋବର୍ସ ଟ୍ରଫି' ମଧ୍ୟ ପ୍ରଦାନ କରାଯିବ, ଯାହାକି ଆଇସିସି ଦ୍ୱାରା ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କୁ ସମ୍ମାନିତ କରାଯାଇଛି। ଏହି ଟାଇଟଲ୍ ଜିତିବାରେ ସେ ୫ତମ ଭାରତୀୟ ଖେଳାଳି ହେବାକୁ ଯାଉଛି।*
*୧୮👉- ଆଜି ବି ରାଜ୍ୟରେ ପ୍ରବଳ ଘନକୁହୁଡି।ଆଜି ବି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇ ଗଂଜାମ, ଗଜପତି, ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ ସତର୍କତା ଜାରି କରାଯାଇଛି।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
🙏
👍
❤️
9