📖 ମୋ ଓଡିଶା ଖବର 🎥
January 31, 2025 at 01:18 AM
*ଖବର ଆଜିର* ତାରିଖ:୩୧/୦୧/୨୫, ଶୁକ୍ରବାର ୧-ରାଜ୍ୟରେ ପଞ୍ଜୀକୃତ ହେଲା ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ।ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ। ୨-ଭୁବନେଶ୍ୱର:ଫେବୃଆରୀ ୨ ଯାଏଁ ଘନ କୁହୁଡ଼ି, ସତର୍କ ସୂଚନା ଜାରି। ୩-ଇ-କେୱାଇସି ଅପଡେଟ୍‌‌ ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ୪-ଭୁବନେଶ୍ୱର:ଫେବୃୟାରୀ ୩ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ୫-ଭୁବନେଶ୍ବରରେ ମୋହନ ଭାଗବତ, ୩ ତାରିଖ ଯାଏଁ ସଂଘର ସାଂଗଠନିକ କାର୍ଯ୍ୟର କରିବେ ସମୀକ୍ଷା। ୬-ସରସ୍ବତୀ ପୂଜା ପାଳନକୁ ନେଇ ଦୂର ହେଲା ଦ୍ବନ୍ଦ୍ବ, ଫେବ୍ରୁଆରୀ ୨ରେ ହେବ ବୋଲି ସ୍ପଷ୍ଟ କଲେ ଶ୍ରୀମନ୍ଦିର ନୀତି ପ୍ରଶାସକ। ୭-ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ଫେବୃଆରୀ ୪ ଯାଏଁ ବାତିଲ୍‌। ୮-ଭୁବନେଶ୍ୱର: ବଦଳିଲେ ୧୭ ଅବକାରୀ ଅଧିକାରୀ,ଏଥିରେ ୭ଜଣ ସୁପରିଟେଣ୍ଡେଣ୍ଟ୍ ଅଛନ୍ତି। ୯-କୁଆଖିଆ ଥାନା ଅଞ୍ଚଳ ନଠୁଆବର ଗାଁ:ଯାଜପୁରରେ ଚାଞ୍ଚଲ୍ୟ, ପରିବାରକୁ ନିଶା ଦେଇ ପ୍ରେମିକ ସହ ଫେରାର ମାରିଲା ନାବାଳିକା। ୧୦-କିଟ୍‍ ବିଶ୍ୱବିଦ୍ୟାଳୟରେ ରେଡକ୍ରସ୍ ରାଜ୍ୟସ୍ତରୀୟ ଶିକ୍ଷା ତଥା ପ୍ରଶିକ୍ଷଣ ଶିବିର ଉଦ୍‍ଯାପିତ, ଯୋଗ ଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ। ୧୧-ପଦ୍ମପୁର: ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ୧୨-ବଣାଇ ବ୍ଲକ ସିହିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ:ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ ୧୩-ଡେରାବିଶ,ଜାଗୁଳାଇ ବିଦ୍ୟାନିକେତନ,ବେଲରପା:ଦୀର୍ଘଦିନର ଶିକ୍ଷକତା ପରେ ଆଜି ଅବସର ନେବେ ଶ୍ରୀଯୁକ୍ତ ଭାଗିରଥି ମହାରଣା,ପିଟି ସାର୍ ନାମରେ ପରିଚିତ।ଜଣେ ନିଷ୍ଠାପର, କର୍ମତତ୍ପର, ମିଷ୍ଟଭାଷୀ ଓ ମେଳାପି ଶିକ୍ଷକ ଭାବରେ ସବୁ ମହଲରୁ ଛୁଟୁଛି ପ୍ରଶଂସା।🙏 ୧୪-ସାବଧାନ ! ଏଣିକି ରେଳଧାରଣା ନିକଟରେ ସେଲଫି ଉଠାଇଲେ ଜରିମାନା ସହ ଯିବାକୁ ପଡ଼ିବ ଜେଲ:ପୂର୍ବତଟ ରେଳପଥ । ୧୫-ଆନନ୍ଦପୁର:ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା।ରାୟ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୧୬-ପଟ୍ଟାମୁଣ୍ଡାଇ,ଡାମରପୁର ଗାଁ: ନିର୍ବନ୍ଧ ପରେ କନ୍ୟାକୁ ବିଷ । ବିଷ ପିଆଇଲା ଭାବି ସ୍ୱାମୀର ପୂର୍ବତନ ପ୍ରେମିକା । ୧୭-ଭିଜିଲାନ୍ସ ଜାଲରେ ITDA ପିଏ,ବିଶ୍ଵଦର୍ଶୀ ସାହୁ,୭ଟି ସ୍ଥାନରେ ଚାଲିଛି ରେଡ୍। ୧୮-କୁମ୍ଭରେ ଅଘଟଣ ପରେ ଚେତିଲା ପ୍ରଶାସନ । ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ସବୁ ଭିଆଇପିଙ୍କ ପାସ୍ ବାତିଲ। ୧୯-କୁମ୍ଭ ମେଳାରୁ ବଦଳିଲା ଭାଗ୍ୟ, ପ୍ରଥମ ବଲିଉଡ୍ ଫିଲ୍ମ ସାଇନ କଲେ ମୋନାଲିସା। ୨୦-୨୦୨୪ରେ ଠକେଇ:ଦେଶରେ ପ୍ରତି ୩ରୁ ଜଣେ ଭାରତୀୟ ହରାଇଛନ୍ତି ଟଙ୍କା। ୨୧-ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ। ୨୨-ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନ କରିବେ ‘ଇକୋନମିକ ସର୍ଭେ ରିପୋର୍ଟ’, ଜଣାପଡିବ ଦେଶର ଆର୍ଥିକ ପରିସ୍ଥିତି। ୨୩-ଆମେରିକା ଓ୍ଵାସିଂଟନ୍ ଡିସିର ପୋଟୋମାକ୍ ନଦୀ ଉପରେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ,୬୪ ମୃତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
🙏 3

Comments