📖 ମୋ ଓଡିଶା ଖବର 🎥
January 31, 2025 at 01:53 AM
*ଖବର ଆଜିର, ୩୧ ଜାନୁଆରୀ, ଶୁକ୍ରବାର*
=======================
ଦୁଇ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଗଲା କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼଼ ଓ କୋରାପୁଟ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲା
ଫେବୃଆରୀ ୨ରେ ହିଁ ପାଳନ ହେବ ସରସ୍ୱତୀ ପୂଜା, ଦ୍ୱନ୍ଦ୍ୱ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ, ସେହି ଦିନ ଅନୁକୂଳ ହେବ ରଥ କାଠ
ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍ ଅବଧି
ଠିକା କର୍ମଚାରୀ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ
ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଉପଭୋଗ କରିବେ
ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍ ବାତିଲ୍
ରାଜ୍ୟରେ ପଞ୍ଜୀକୃତ ହେଲା ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ।ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ।
ବଦଳିଲେ ୧୭ ଅବକାରୀ ଅଧିକାରୀ, ଏଥିରେ ୭ଜଣ ସୁପରିଟେଣ୍ଡେଣ୍ଟ୍ ଅଛନ୍ତି।
ଭୁବନେଶ୍ଵରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ
ମାଲକାନଗିରି ଡମପଡା ଗ୍ରାମରେ ପୋଖରୀ ଖୋଳିବାବେଳେ ଉଦ୍ଧାର ହେଲା ପ୍ରାଚୀନ ଗଣେଶ, ହନୁମାନ ଓ ଅନେକ ମୂର୍ତ୍ତି
ପୁରୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ଜିଲ୍ଲାପାଳଙ୍କୁ ନୋଟିସ
ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରିଲେ ମିଶନ ଶକ୍ତି ମହିଳା
ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ହାଇୱା ତଳେ ପଶିଗଲା ବାଇକ ସହ ଚାଳକ
କେନ୍ଦୁଝର ଆନନ୍ଦପୁରରେ ହାଇୱା ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ
ମୟୁରଭଞ୍ଜ କରଞ୍ଜିଆରେ ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ପାଟବିଲ ମହିଳା ଆରଆଇ ଙ୍କ ଠାରୁ ସୁନା ଚେନ୍ ଲୁଟ
ଯାଜପୁର କୁଆଖିଆ ଥାନା ଅଞ୍ଚଳରେ ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର
କଟକରେ ଜଣେ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ
ବାଲେଶ୍ଵର ଜିଲ୍ଲା ସୋରରେ ଯାତ୍ରା ଚାଲିଥିବା ବେଳେ ୪ ଜଣଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ
ବରଗଡ଼ ପଦ୍ମପୁର ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା।
ସୁନ୍ଦରଗଡ ବଣାଇ ବ୍ଲକ ସିହିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ
କେନ୍ଦୁଝର ଆନନ୍ଦପୁର ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା।ରାୟ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ
ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ ବିଶ୍ଵଦର୍ଶୀ ସାହୁ, ୭ଟି ସ୍ଥାନରେ ଚାଲିଛି ରେଡ୍।
ଦିଲ୍ଲୀରେ ଫେବୃଆରୀ ପହିଲାରୁ ବିଶ୍ୱ ପୁସ୍ତକ ମେଳା, ଆସିବେ ୫୦ରୁ ଅଧିକ ଦେଶ
ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ଟେଣ୍ଟ ସିଟିର ୧୨ରୁ ଅଧିକ ତମ୍ବୁ ଜଳି ପାଉଁଶ
ସଂସଦ ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ସରକାର
ମହାତ୍ମା ଗାନ୍ଧୀ ପାକିସ୍ତାନର ପିତା ଥିଲେ, ଆମ ଜାତିର ପିତା ନଥିଲେ, କହିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ
ଆମେରିକା ୱାଶିଂଟନ ଡିସିର ମଝି ଆକାଶରେ ବିମାନ ସହ ମାଡ଼ ସେନା ହେଲିକପ୍ଟର, ପୋଟୋମାକ୍ ନଦୀ ଉପରେ ଖସିପଡ଼ିଲା, ୬୪ ମୃତ
ପ୍ରୟାଗରାଜ ମହାକୁମ୍ଭ ମେଳାରେ ଗୁରୁତର ଓ ହଜି ଯାଇଥିବା ଲୋକଙ୍କ ପାଇଁ ହେଲପଲାଇନ ନମ୍ବର ୧୯୨୦
=======================
ଆଜି ଜାତୀୟ ପଛୁଆ ବର୍ଗ ଦିବସ
ଆଜି ଜନ୍ମଦିନ: ମେଜର ସୋମନାଥ ଶର୍ମା, ପ୍ରୀତି ଜିଣ୍ଟା, ଅମୃତା ଆରୋରା
ଇତିହାସରେ ଆଜି: (୧୫୬୧) ଗୁଜୁରାଟରେ ମୋଗଲ ସେନାପତି ବୈରାମ ଖାନ କୁ ହତ୍ୟା/ (୧୮୬୫) ଆମେରିକାରେ ଦାସତ୍ୱ ପ୍ରଥା ଉଚ୍ଛେଦ ବିଲ ପାସ/ (୧୮୯୩) କୋକାକୋଲା ବ୍ରାଣ୍ଡ ପେଟେଣ୍ଟ ହେଲା/ (୧୯୬୩) ଭାରତରେ ମୟୁର ଜାତୀୟ ପକ୍ଷୀ ଘୋଷିତ/ (୨୦୦୪) ପାକିସ୍ତାନ ଅଣୁ ବିଜ୍ଞାନୀ ଅବଦୁଲ କାଦିର ବୋମା କୌଶଳ ବିକିବା ଅଭିଯୋଗରେ ଗିରଫ
=======================
*ବନ୍ଦେ ଉତ୍କଳ ଜନନୀ*
❤️
👍
🙏
👏
7