📖 ମୋ ଓଡିଶା ଖବର 🎥
January 31, 2025 at 03:02 AM
*💫ଖବର ଆଜିର, ୩୧ ଜାନୁଆରୀ ୨୦୨୫, ଶୁକ୍ରବାର✨* ➖➖➖➖➖➖➖➖➖➖➖ ▪️ଦୁଇ ତାରିଖ ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଗଲା କଟକ, ଖୋର୍ଦ୍ଧା, ଢ଼େଙ୍କାନାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼଼ ଓ କୋରାପୁଟ, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲା। ▪️ଫେବୃଆରୀ ୨ରେ ହିଁ ପାଳନ ହେବ ସରସ୍ୱତୀ ପୂଜା, ଦ୍ୱନ୍ଦ୍ୱ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ, ସେହି ଦିନ ଅନୁକୂଳ ହେବ ରଥ କାଠ। ▪️ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍‌ ଅବଧି। ▪️ଠିକା କର୍ମଚାରୀ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ▪️ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଉପଭୋଗ କରିବେ। ▪️ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ ବାତିଲ୍‌। ▪️ରାଜ୍ୟରେ ପଞ୍ଜୀକୃତ ହେଲା ସ୍ୱୟଂକ୍ରୀୟ ଯାନ ପଞ୍ଜୀକୃତ ବ୍ୟବସ୍ଥା ଏଟିଏସ।ଏଣିକି ଗାଡ଼ି ଫିଟନେସ ଯାଞ୍ଚ କରିବ ଏଟିଏସ। ▪️ବଦଳିଲେ ୧୭ ଅବକାରୀ ଅଧିକାରୀ, ଏଥିରେ ୭ଜଣ ସୁପରିଟେଣ୍ଡେଣ୍ଟ୍ ଅଛନ୍ତି। ▪️ଭୁବନେଶ୍ଵରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ। ▪️ମାଲକାନଗିରି ଡମପଡା ଗ୍ରାମରେ ପୋଖରୀ ଖୋଳିବାବେଳେ ଉଦ୍ଧାର ହେଲା ପ୍ରାଚୀନ ଗଣେଶ, ହନୁମାନ ଓ ଅନେକ ମୂର୍ତ୍ତି। ▪️ପୁରୀ ଉଠା ଦୋକାନୀ ବ୍ୟବସାୟୀ ସଂଘ ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ପାଇଁ ଜିଲ୍ଲାପାଳଙ୍କୁ ନୋଟିସ। ▪️ଯାଜପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରିଲେ ମିଶନ ଶକ୍ତି ମହିଳା। ▪️ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ଠିଆ ହୋଇଥିବା ହାଇୱା ତଳେ ପଶିଗଲା ବାଇକ ସହ ଚାଳକ। ▪️କେନ୍ଦୁଝର ଆନନ୍ଦପୁରରେ ହାଇୱା ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ। ▪️ମୟୁରଭଞ୍ଜ କରଞ୍ଜିଆରେ ଦିନ ଦ୍ଵିପହରରେ ଅଫିସ୍ ଭିତରେ ପଶି ବନ୍ଧୁକ ଦେଖାଇ ପାଟବିଲ ମହିଳା ଆରଆଇ ଙ୍କ ଠାରୁ ସୁନା ଚେନ୍ ଲୁଟ। ▪️ଯାଜପୁର କୁଆଖିଆ ଥାନା ଅଞ୍ଚଳରେ ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଫେରାର। ▪️କଟକରେ ଜଣେ ରୋଗୀ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ। ▪️ବାଲେଶ୍ଵର ଜିଲ୍ଲା ସୋରରେ ଯାତ୍ରା ଚାଲିଥିବା ବେଳେ ୪ ଜଣଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ। ▪️ବରଗଡ଼ ପଦ୍ମପୁର ମହୁଲପାଲି ବ୍ରିଜରେ ବାଇକ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା। ▪️ସୁନ୍ଦରଗଡ ବଣାଇ ବ୍ଲକ ସିହିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ। ▪️କେନ୍ଦୁଝର ଆନନ୍ଦପୁର ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୨୫ ହଜାର ଟଙ୍କା ଜରିମାନା।ରାୟ ଶୁଣାଇଲେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ▪️ଭିଜିଲାନ୍ସ ଜାଲରେ ଆଇଟିଡିଏ ପିଏ ବିଶ୍ଵଦର୍ଶୀ ସାହୁ, ୭ଟି ସ୍ଥାନରେ ଚାଲିଛି ରେଡ୍। ▪️ଦିଲ୍ଲୀରେ ଫେବୃଆରୀ ପହିଲାରୁ ବିଶ୍ୱ ପୁସ୍ତକ ମେଳା, ଆସିବେ ୫୦ରୁ ଅଧିକ ଦେଶ। ▪️ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ, ଟେଣ୍ଟ ସିଟିର ୧୨ରୁ ଅଧିକ ତମ୍ବୁ ଜଳି ପାଉଁଶ । ▪️ସଂସଦ ବଜେଟ୍ ଅଧିବେଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ସରକାର। ▪️ମହାତ୍ମା ଗାନ୍ଧୀ ପାକିସ୍ତାନର ପିତା ଥିଲେ, ଆମ ଜାତିର ପିତା ନଥିଲେ, କହିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ। ▪️ଆମେରିକା ୱାଶିଂଟନ ଡିସିର ମଝି ଆକାଶରେ ବିମାନ ସହ ମାଡ଼ ସେନା ହେଲିକପ୍ଟର, ପୋଟୋମାକ୍ ନଦୀ ଉପରେ ଖସିପଡ଼ିଲା, ୬୪ ମୃତ। ▪️ପ୍ରୟାଗରାଜ ମହାକୁମ୍ଭ ମେଳାରେ ଗୁରୁତର ଓ ହଜି ଯାଇଥିବା ଲୋକଙ୍କ ପାଇଁ ହେଲପଲାଇନ ନମ୍ବର ୧୯୨୦। ▪️ଆଜି ଜାତୀୟ ପଛୁଆ ବର୍ଗ ଦିବସ। ▪️ଆଜି ଜନ୍ମଦିନ: ମେଜର ସୋମନାଥ ଶର୍ମା, ପ୍ରୀତି ଜିଣ୍ଟା, ଅମୃତା ଆରୋରା। ▪️ଇତିହାସରେ ଆଜି: (୧୫୬୧) ଗୁଜୁରାଟରେ ମୋଗଲ ସେନାପତି ବୈରାମ ଖାନ କୁ ହତ୍ୟା/ (୧୮୬୫) ଆମେରିକାରେ ଦାସତ୍ୱ ପ୍ରଥା ଉଚ୍ଛେଦ ବିଲ ପାସ/ (୧୮୯୩) କୋକାକୋଲା ବ୍ରାଣ୍ଡ ପେଟେଣ୍ଟ ହେଲା/ (୧୯୬୩) ଭାରତରେ ମୟୁର ଜାତୀୟ ପକ୍ଷୀ ଘୋଷିତ/ (୨୦୦୪) ପାକିସ୍ତାନ ଅଣୁ ବିଜ୍ଞାନୀ ଅବଦୁଲ କାଦିର ବୋମା କୌଶଳ ବିକିବା ଅଭିଯୋଗରେ ଗିରଫ। *🙏ବନ୍ଦେ ଉତ୍କଳ ଜନନୀ🙏* ▪️▪️▪️▪️▪️▪️▪️▪️▪️▪️▪️
🙏 ❤️ 👌 👍 7

Comments