📖 ମୋ ଓଡିଶା ଖବର 🎥
February 1, 2025 at 01:03 AM
ଖବର ଆଜିର ତାରିଖ:୦୧/୦୨/୨୫, ଶନିବାର ୧-ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ, ଗରିବଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨-ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍, ଡବଲ ଇଞ୍ଜିନ ସରକାରଠୁ ରାଜ୍ୟବାସୀଙ୍କ ଅଛି ଡବଲ ଆଶା। ୩-ରାଜ୍ୟରେ ରାସ୍ତାଘାଟର ଉନ୍ନତି ପାଇଁ ଆସିବ ସ୍ୱତନ୍ତ୍ର ନୀତି, ବାର୍ଷିକ ୧୫ ହଜାର କିମି ସହ ୫ ବର୍ଷରେ ନିର୍ମାଣ ହେବ ୭୫ ହଜାର କିମି ରାସ୍ତା। ୪-କୁବେର ITDA ଅଧିକାରୀ ବିଶ୍ଵଦର୍ଶୀ ସାହୁ ଗିରଫ, ଠୁଳ କରିଥିଲେ ମୋଟ୍ ୫କୋଟି ୨ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି। ୫-ବାରବାଟୀ ଷ୍ଟାଡିୟମରେ ମ୍ୟାଚ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଥିମ୍ ସଂଗ ଉନ୍ମୋଚନ କଲେ, କ୍ରିକେଟ ଖେଳିଲେ। ୬-କଣ୍ଟ୍ରାକ୍‌ଚୁଆଲ ଚାକିରି କରି କମ୍ ଦରମା ପାଉଥିବା ସରକାରୀ ଚାକିରିଆଙ୍କର କଟିବନି ରାସନ କାର୍ଡ : ଯୋଗାଣ ମନ୍ତ୍ରୀ ୭-କେବିସିରେ ସାଢେ ୧୨ ଲକ୍ଷ ଜିତିଲେ ରାଇରଙ୍ଗପୁର ଝିଅ କରିସ୍ମା ,ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛା। ୮-ସମ୍ବଲପୁର:ଅନ୍ତେବାସୀଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ:ସିଲ ହେଲା ‘ସମର୍ଥ’ ୯-ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସତ୍ୟବ୍ରତ ରାଉତଙ୍କୁ ଦାୟିତ୍ୱ ମିଳିଲା। ୧୦-ରାଜଧାନୀରେ ଭିଡ଼ ହ୍ରାସ ନିମନ୍ତେ ୭ ହଜାର କୋଟିର ଯୋଜନା, ଡିପିଆର ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ। ୧୧-ଭୁବନେଶ୍ୱର:୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଓଡ଼ିଆ ଚଳଚିତ୍ର ଆଞ୍ଜେଲ । ୧୨-ନବରଙ୍ଗପୁର,ଭାଟିଗାଁ:ଦୁଇ ବାଇକ ମୁହାଁମୁହିଁ ଧକ୍କା , ୨ ମୃତ ଓ ୩ ଗୁରୁତର, ଗୁରୁତରଙ୍କୁ ନିଜ ଗାଡିରେ ନେଲେ ଏସପି। ୧୩-ଡେରାବିଶ, ଜାଗୁଳାଇ ବିଦ୍ୟାନିକେତନ, ବେଲରପା: ଛାତ୍ରଛାତ୍ରୀମାନଙ୍କର କାନ୍ଦବୋବାଳି,ଛଳଛଳ ଆଖି ଓ କୋହଭରା ପରିବେଶରେ ସ୍କୁଲରୁ ଅବସର ନେଲେ ଖେଳ ଶିକ୍ଷକ ଭାଗ୍ଯଧର ମହାରଣା। ୧୪-ବରଗଡ଼:ବରପାଲିରେ ଯୁକ୍ତ ତିନି ପ୍ରଶ୍ନପତ୍ର ଲିକ୍ , ୧୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ। ୧୫-ଆଳି,ନିଆଳ-ନମୌଜା ରାସ୍ତାର ଆଶ୍ରମ:ଓସ୍ତ ଗଛ ସହିତ ବର ଗଛର ବିବାହ, ଭୋଜି ଭାତ ଓ ବାଜା ରୋଷଣୀରେ କମ୍ପିଲା ପରିବେଶ। ୧୬-କଣାସରେ ଝାଡ଼ାବାନ୍ତିରେ ଗଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି। ୧୭-ଫେବୃଆରୀରୁ ଝାରସୁଗୁଡ଼ାରୁ ଲକ୍ଷ୍ନୌ ଓ ରାୟପୁରକୁ ବିମାନ ଉଡ଼ାଣ, ସୂଚନା ଦେଲେ ବିମାନ ବନ୍ଦର ନିର୍ଦେଶକ। ୧୮-ରାଷ୍ଟ୍ରପତିଙ୍କ ପ୍ରତି ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନ୍ ପରେ ତେଜିଲା ରାଜନୀତି; ମାଷ୍ଟରକ୍ୟାଣ୍ଟିନ ଛକରେ ସୋନିଆଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି। ୧୯-ବଜେଟ୍ ପୂର୍ବରୁ ସୁନା ମହଙ୍ଗା; ୮୪ ହଜାର ୪ଶହ ଟପିଲା ସୁନା ଦର, ସପ୍ତାହେ ହେଲା ପ୍ରତିଦିନ ହଜାରେ ଲେଖାଏଁ ବଢିଚାଲିଛି ଦର। ୨୦-ଉତ୍ତର ପ୍ରଦେଶ ଗାଜୀପୁର:ଅଟୋର ଡାଲା ଖୋଲିଯିବାରୁ ତଳେ ପଡ଼ିଗଲେ ଶ୍ରଦ୍ଧାଳୁ, ମାଡ଼ିଗଲା ଟ୍ରକ୍, ୬ ମୃତ ଓ ୮ ଗୁରୁତର। ୨୧-ଆଜି ସଚିନଙ୍କୁ ମିଳିବ ବିସିସିଆଇର ସର୍ବୋଚ୍ଚ ପୁରସ୍କାର !ସଚିନଙ୍କୁ ‘ସି.କେ. ନାଇଡୁ ଜୀବନବ୍ୟାପୀ ସାଧନା’ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଭିନ୍ନ ରିପୋର୍ଟରୁ ସୂଚନା। ୨୨-୪ର୍ଥ ଟି-ଟ୍ୱେଣ୍ଟି : ଇଂଲଣ୍ଡ ୧୫ ରନରେ ପରାସ୍ତ, ସିରିଜ ଜିତିଲା ଟିମ ଇଣ୍ଡିଆ ୨୩-ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ: ଦେଶର ଜିଡିପି ହାର ୬.୩ରୁ ୬.୮ ପ୍ରତିଶତ ଆକଳନ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 🙏 8

Comments