📖 ମୋ ଓଡିଶା ଖବର 🎥
February 1, 2025 at 03:56 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୦୧/୦୨/୨୦୨୫,ଶନିବାର🌼* ║ *╚━━━━🔅━━━━━━━━ 🔅━━╝* *୧-👉 Padma Besha At Srimandira: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ଅନୁଷ୍ଠିତ ହେବ। ବଡସିଂହାର ନୀତିରେ ଏହି ପଦ୍ମବେଶରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଜୀଉଙ୍କ ବିଭିନ୍ନ ଚିତାକର୍ଷକ ବେଶ ମଧ୍ୟରୁ ଏହି ପଦ୍ମବେଶ ଅନନ୍ୟ। ପରମ୍ପରା ମୁତାବକ ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ୱା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହୋଇଥାଏ ।* *୨- 👉 Union Budget 2025: ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ । ମୋଦି ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହେବାକୁ ଯାଉଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ। ସଂସଦରେ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ ହେବ ବଜେଟ ଦେଶର ଅଭିବୃଦ୍ଧିକୁ ଗତି ଦେବା ଲାଗି ଲୋକମାନେ ବ୍ୟୟ ବଢ଼ାଇବା ଜରୁରୀ ହୋଇ ପଡ଼ିଥିବାରୁ ଏଥର ବଜେଟ୍‌ରେ ଆୟକରରେ ହ୍ରାସ ହେବା ସମ୍ଭାବନା ରହିଛି।* *୩- 👉 Delhi Election Campaign: ଦିଲ୍ଲୀ ବିଧାନସଭା ନିର୍ବାଚନ। ଜୋର ଧରିଛି ନିର୍ବାଚନୀ ପ୍ରଚାର। ମୈଦାନରେ ତିନି ଦଳର ପ୍ରାର୍ଥୀଙ୍କ ଚାଲିଛି ମାରାଥନ ପ୍ରଚାର। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ଜୋରଦାର ପ୍ରଚାର। ପୁରା ଦିଲ୍ଲୀରେ ଡୋର ଟୁ ଡୋର ପ୍ରଚାର କରୁଛନ୍ତି ଆପ ନେତା। ଆତିଶୀ, ମନୀଷ ସିସୋଦିଆ, ସଂଜୟ ସିଂହ ଓ କେଜରିୱାଲଙ୍କ ସହ ମାରାଥନ ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ଏଥର ଦିଲ୍ଲୀ ନିର୍ବାଚନ ହାତେଇବାକୁ ଲକ୍ଷ୍ୟ ରଖିଛି। ସନ୍ଦୀପ ଦିକ୍ଷୀତଙ୍କ ନେୃତୃତ୍ଵରେ ଦିଲ୍ଲୀରେ ଚାଲିଛି କଂଗ୍ରେସର ପ୍ରଚାର।* *୪- 👉 Aap MLA Resigns: ଦିଲ୍ଲୀ ବିଧାନସଭା ପୂର୍ବରୁ ଆମ ଆଦମୀ ପାର୍ଟିକୁ ବଡ ଝଟକା । ଆପର ୭ଜଣ ବିଧାୟକ ଦଳ ଛାଡିବା ସହ ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି ।ତ୍ରି ଲୋକପୁରୀ ବିଧାୟକ ରୋହିତ ମୌରଲିୟା,ଜନକପୁରୀ ବିଧାୟକ ରାଜେଶ ରୁଷି,କସ୍ତୁରବା ନଗର ବିଧାୟକ ମଦନ ଲାଲ ,ପାଲନ ବିଧାୟକ ଭାବନା ଗୌର , ମହରୌଲି ବିଧାୟକ ନରେଶ ଯାଦବ , ଆଦର୍ଶନଗର ବିଧାୟକ ପବନ ଶର୍ମା ଏବଂ ବିଜବାସନ ବିଧାୟକ ବିଏସ ଜୁନ୍ ଦଳ ଛାଡିଛନ୍ତି ।* *୫- 👉 GBS Infection Rate Increase: ଜିବିଏସ ଆତଙ୍କ ଏବେ ବୃଦ୍ଧି ପାଇବାରେ ଲାଗିଛି । ଜିବିଏସ୍‌ ଭାଇରସ ଏବେ କରୋନା ପରି ଏକ ମହାମାରୀ ପାଲଟିଛି ବୋଲି କୁହାଯାଉଛି । ମହାରାଷ୍ଟ୍ରରେ କେବଳ ନୂଆ ସଂକ୍ରମିତ ମିଳୁନାହିଁ, ବରଂ ଏହା ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ମହାରାଷ୍ଟ୍ରରେ ଜିବିଏସ୍‌ ଭାଇରସ ଯୋଗୁଁ ଆଉ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।* *୬- 👉 Jharsuguda To Lucknow Flight Service: ଆଜିଠୁ ଝାରସୁଗୁଡ଼ାରୁ ଲକ୍ଷ୍ନୌକୁ ଉଡ଼ିବ ବିମାନ । ଫେବ୍ରୁଆରି ୨ରୁ ରାୟପୁରକୁ ଷ୍ଟାର୍ ଏୟାର ଉଡ଼ାଣ କରିବ । ସପ୍ତାହର ୩ ଦିନ ଅର୍ଥାତ ମଙ୍ଗଳବାର, ଗୁରୁବାର ଓ ଶନିବାର ସନ୍ଧ୍ୟା ୫ଟା ୩୫ ମିନିଟ୍ ରେ ଝାରସୁଗୁଡ଼ାରୁ ଲକ୍ଷ୍ନୌ ପାଇଁ ବିମାନ ଉଡ଼ାଣ ଭରିବ ଏବଂ ସେଠାରେ ସନ୍ଧ୍ୟା ୬ଟା ୫୫ ମିନିଟ୍ ରେ ଅବତରଣ କରିବ । ଏହି ୩ ଦିନ ସନ୍ଧ୍ୟା ୭ଟା ୨୫ରେ ଲକ୍ଷ୍ନୌରୁ ଝାରସୁଗୁଡ଼ା ପାଇଁ ବିମାନ ଉଡ଼ାଣ ଭରି ରାତି ୮ଟା ୪୫ ମିନିଟ୍ ରେ ଏଠାରେ ଅବତରଣ କରିବ ।* *୭- 👉 Odisha BJD News Update: ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ର ବର୍ତ୍ତମାନର ସାଂଗଠନିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଦଳୀୟ ନେତାଙ୍କ ନିଯୁକ୍ତି ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ନିରଞ୍ଜନ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ବିଜୟ କୁମାର ନାୟକ, ପ୍ରତାପ ଜେନା, ଅରୁଣ ସାହୁ, ସଞ୍ଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ପ୍ରିତି ରଞ୍ଜନ ଘରାଇ, ଦେବେଶ ଆଚାର୍ଯ୍ୟ ଏବଂ ଭୃଗୁ ବକ୍ସିପାତ୍ର ହେଉଛନ୍ତି ବିଜେଡି ଦଳର ଦଶ ଜଣ ହେଭିୱେଟ୍ ନେତା ଯେଉଁମାନଙ୍କୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦାୟିତ୍ୱ ଦିଆଯାଇଛି।* *୮- 👉 BCCI Award To Sachin Tendulkar: ବିସିସିଆଇ ପୁରସ୍କାର ବିଜେତା ଘୋଷଣା । ସଚିନ ତେନ୍ଦୁଲକରଙ୍କୁ କର୍ଣ୍ଣେଲ ସି.କେ ନାଇଡୁ ଆଜୀବନ ଆଚିଭମେଣ୍ଟ ଆୱାର୍ଡ । ରବିଚନ୍ଦ୍ରନ୍ ଅଶ୍ବିନ୍ ବିସିସିଆଇର ସ୍ଵତନ୍ତ୍ର ପୁରସ୍କାର ପାଇଁ ମନୋନୀତ । ଫେବୃଆରୀ ୧ରେ ମୁମ୍ବାଇରେ ଆୟୋଜନ ହେବ ସମାରୋହ । ବିସିସିଆଇ ପୁରସ୍କାର ୨୦୨୩-୨୪ ପାଇଁ ବିଜେତାଙ୍କ ନାମ ଚୂଡାନ୍ତ ହୋଇଛି । ଏଥର ମୋଟ ୨୬ ଖେଳାଳିଙ୍କୁ ସମ୍ମାନିତ କରାଯିବ। କ୍ରିକେଟ କିମ୍ବନ୍ଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବିସିସିଆଇ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ।* *୯- 👉 India VS England 4th Test: ପୁଣେରେ ଚାଲିଥିବା ଭାରତ-ଇଂଲଣ୍ଡ ୪ର୍ଥ ଟି-୨୦ରେ ଇଂଲଣ୍ଡକୁ ୧୫ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହା ସହିତ ଭାରତ ଏହି ୫ ମ୍ୟାଚ ବିଶିଷ୍ଟ ସିରିଜକୁ କବଜା କରିନେଇଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ଭାରତ ବ୍ୟାଟିଂ କରି ୧୮୨ ରନ ଟାର୍ଗେଟ୍ ଦେଇଥିଲା । ଏହାର ଜବାବରେ ଇଂଲଣ୍ଡ ୧୯ ଓଭର ୪ ବଲରେ ୧୬୬ ରନ କରି ଅଲଆଉଟ ହୋଇଯାଇଥିଲା ।* *୧୦- 👉 Odisha Weather Update: ରାଜ୍ୟରେ ଆରମ୍ଭ ହେଲାଣି ଟାଣ ଖରା । ବଢୁଛି ଦିନ ସହ ରାତିର ତାପମାତ୍ରା । ମାଘରେ ଅନୁଭୁତ ହେଉଛି ଟାଇଁ ଟାଇଁ ଖରା । ଆସନ୍ତା ୪ ଦିନ ପରେ ତାପମାତ୍ରା ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୫ରୁ ୭ ଦିନ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ଦିନରେ ତାପମାତ୍ରା ଧିରେ ଧିରେ ସାମାନ୍ୟ ବୃଦ୍ଧି ହେବା ସମ୍ଭାବନା ରହିଛି ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
🙏 👍 8

Comments