📖 ମୋ ଓଡିଶା ଖବର 🎥
February 11, 2025 at 02:58 AM
*💫ଖବର ଆଜିର, ୧୧ ଫେବ୍ରୁଆରୀ ୨୦୨୫, ମଙ୍ଗଳବାର✨* ➖➖➖➖➖➖➖➖➖➖➖ ▪️ରାଜ୍ୟରେ ମରୁଭୂମି ପରି ପାଣିପାଗ। ରାତିରେ ଶୀତ, ଦିନରେ ଟାଣ ଖରା। କନ୍ଧମାଳ ଜିଲ୍ଲାରେ ସର୍ବ ନିମ୍ନ ତାପମାତ୍ରା ୯ ଡିଗ୍ରୀ। ▪️ପରିବର୍ତ୍ତିତ ପାଣିପାଗ ଯୋଗୁଁ ଘରେ ଘରେ ଥଣ୍ଡା, କାଶ, ୫ ଜଣରେ ଜଣେ ସଂକ୍ରମିତ, ଶ୍ବାସନଳୀ ସଂକ୍ରମଣରୁ ହେଉଛି ସମସ୍ୟା। ▪️ଦଶମ ଶ୍ରେଣୀ ପରୀକ୍ଷା ଆଡମିଟ୍‌ କାର୍ଡ ପାଇଁ ଛାତ୍ରଛାତ୍ରୀମାନେ bseodisha.ac.in ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ। ▪️ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ ସଂଖ୍ୟା । ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା । ▪️ବ୍ରହ୍ମପୁରରେ ଗୋଟିଏ ପରିବାରକୁ ୩ଥର ଇନ୍ଦିରା ଆବାସ, ପିଇଓଙ୍କୁ ଦୁଇ ବର୍ଷ ଜେଲ ଓ ୧୫ ହଜାର ଜୋରିମାନା। ▪️ବାରବାଟୀରେ ବିଜୁଳି ବିଭ୍ରାଟ ପାଇଁ ଦୋଷୀ କିଏ? ଦୋଷ ଛଡାଇବାକୁ ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର। ▪️ଶ୍ରୀଲିଙ୍ଗରାଜ ମନ୍ଦିରରେ ପୁଣିଥରେ ବିଶୃଙ୍ଖଳା, ଆଡ଼କାଠ ସାମ୍ନାରେ ସେବାୟତ ଓ ଭକ୍ତ ବାଡ଼ାବାଡି ହେଲେ। ▪️ଚଳିତ ବିଧାନସଭାରେ ବିଧାୟକ ମାନଙ୍କ ଦରମା ବୃଦ୍ଧି ବିଲ୍ ପାସ ହେବ। ▪️ଭୁବନେଶ୍ୱରରେ ଗାଡି ଚେକିଂ ଜୋରଦାର, ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜୋରିମାନା ଦେଲେ ଗାଡି ମାଲିକ। ▪️ଫୁଲବାଣୀ ଜଗନ୍ନାଥଙ୍କ ମନ୍ଦିରରୁ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ବ ଅଳଙ୍କାର ଓ ଟଙ୍କା ଚୋରି ମାମଲାରେ ପୋଲିସ ଅସହାୟ। ▪️ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ମେଦାନ୍ତ ହସ୍ପିଟାଲରେ ଅଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ସୋସିଆଲ ମିଡିଆରେ ଜଣାଇ ଦେଇଥିଲେ ଶ୍ରଦ୍ଧାଞ୍ଜଳି। ▪️ବାରବାଟୀ ମ୍ୟାଚରେ ଟିକଟ ଓ ପାସ୍ କଳାବଜାରୀ ହୋଇଥିବା ମାମଲାରେ ବିଧାନସଭାରେ ସରକାରଙ୍କୁ ଘେରିବେ ବିରୋଧୀ ଦଳ। ଟିକଟ ବ୍ଲାକ କିଏ କଲା? ▪️ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗୋପବନ୍ଧୁ ଛକରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ଅନେକ ଆହତ, ୩ ଗୁରୁତର। ▪️ବାଲେଶ୍ଵର ଜିଲ୍ଲା କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ କୃମି ଔଷଧ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ। ▪️କେନ୍ଦୁଝରରେ ପାଟଣା ରେଞ୍ଜ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ। ▪️ଆଜି ରାଜଧାନୀରେ ହେବ ମହିଳା ଜନ ଶୁଣାଣୀ କାର୍ଯ୍ୟକ୍ରମ, ଉପସ୍ଥିତ ରହିବେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର। ▪️ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌। ▪️ପ୍ରୟାଗରାଜ ମହାକୁମ୍ଭରେ ଟ୍ରାଫିକ ବିପର୍ଯ୍ୟସ୍ତ ସଙ୍ଗମ ଷ୍ଟେସନ ୧୪ ତାରିଖ ଯାଏଁ ବନ୍ଦ। ▪️ପ୍ରଧାନମନ୍ତ୍ରୀଙ୍କ ପାଠଶାଳା। ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ । ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଲେ ପରାମର୍ଶ। ▪️କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ▪️ସେୟାର ବଜାରରେ ପଏଣ୍ଟ ହ୍ରାସ ଜାରି, ୫୪୮ ପଏଣ୍ଟ ଖସିଲା ସେନସେକ୍ସ। ▪️ବର୍ଷକ ଭିତରେ ସୁନା ଦର ୩୦% ବଢିବ ବୋଲି ଆଶା। ▪️ଆଜି ବିଶ୍ୱ ଅସୁସ୍ଥ ଦିବସ ବିଜ୍ଞାନରେ ମହିଳା ଆନ୍ତର୍ଜାତୀୟ ଦିବସ। ▪️ଜାତୀୟ ସମର୍ପଣ ଦିବସ। ▪️ଆଜି ଜନ୍ମଦିନ: ତିଲକା ମାଂଝୀ, ଟିନା ଅମ୍ବାନୀ, ଶେରଲୀନ ଚୋପ୍ରା, ଅପରାଜିତା ଗୋଛିକର (ପୁରୀ), ସୁରେନ୍ଦ୍ର ଦ୍ବିବେଦୀ (କଟକ)। ▪️ଆଜି ତିରୋଧାନ: ଯମୁନା ଲାଲ ବଜାଜ, ଦୀନଦୟଲ ଉପାଧ୍ୟାୟ। ▪️ଇତିହାସରେ ଆଜି: (୧୬୧୩) ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ସୁରଟରେ କମ୍ପାନୀ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ଜାହାଙ୍ଗୀର/ (୧୮୧୪) ନରୱେ ସ୍ବାଧୀନତା ଘୋଷଣା କଲା/ (୧୯୩୩) ମହାତ୍ମା ଗାନ୍ଧୀ ହରିଜନ ସାପ୍ତାହିକ ପ୍ରକାଶିତ/ (୧୯୯୦) ନେଲସନ ମାଂଣ୍ଡେଲା 27 ବର୍ଷ ପରେ ଜେଲରୁ ବାହାରିଲେ/ (୧୯୯୭) ଜୟନ୍ତ ନାରଲିକର ପାଇଲେ ୟୁନେସ୍କୋ କଳିଙ୍ଗ ପୁରସ୍କାର/ (୨୦୦୭) ଆମେରିକା ଆଲୁମିନିୟମ କମ୍ପାନୀ ନୋଭେଲିସ କୁ କିଣିଲା ହିଣ୍ଡାଲକୋ। *🙏ବନ୍ଦେ ଉତ୍କଳ ଜନନୀ🙏* ▪️▪️▪️▪️▪️▪️▪️▪️▪️▪️▪️
🙏 👍 ❤️ 8

Comments