📖 ମୋ ଓଡିଶା ଖବର 🎥
February 12, 2025 at 03:18 AM
*💫ଖବର ଆଜିର, ୧୨ ଫେବ୍ରୁଆରୀ ୨୦୨୫, ବୁଧବାର✨*
➖➖➖➖➖➖➖➖➖➖➖
▪️ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମାଗଣା ମଧ୍ୟାହ୍ନ ଭୋଜନ ମିଳିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା।
▪️ଜେଇଇ ପ୍ରଥମ ଅଧିବେଶନ ମୁଖ୍ୟ ପରୀକ୍ଷା ଫଳ ପ୍ରକାଶିତ, ୧୪ ପରୀକ୍ଷାର୍ଥୀ ରଖିଲେ ଶତ ପ୍ରତିଶତ ମାର୍କ।
▪️ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ଲଗାଯିବ।
▪️ଛୁଆ ଜନ୍ମକଲେ ରାଜ୍ୟ ସରକାର ଟଙ୍କା ଦେବେ। ପୁଅ ଜନ୍ମ ହେଲେ ୧୦ ହଜାର, ଝିଅ ଜନ୍ମ ହେଲେ ୧୨ ହଜାର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।
▪️ପୁରୀରେ ପଞ୍ଜିକା ସମନ୍ବୟ ବୈଠକ ଶେଷ, ନିର୍ଭୁଲ ପଞ୍ଜିକା ଉପରେ ଗୁରୁତ୍ୱ। ୫ଟି ପଞ୍ଜିକା ପ୍ରକାଶକ ଯୋଗ ଦେଇଥିଲେ।
▪️ଦିନକ ପରେ ବିଧାନସଭା ଅଧିବେଶନ,ଆଜି ସୁରକ୍ଷା ତଦାରଖ କରିବେ ଡିଜିପି।
▪️ବିବାହ ବିଛେଦ ଟ୍ରେଣ୍ଡ ପାଲଟିଲାଣି। 'ମାଆର ଛାଟ' ନାଁରେ ପ୍ରତିଷ୍ଠା ହେବ ମଦର୍ସ କୋର୍ଟ।
▪️ସୁବର୍ଣ୍ଣପୁରରେ ଭୀମଭୋଇଙ୍କ ସମାଧି ପୀଠରେ ଆରମ୍ଭ ମାଘ ମେଳା, ପାଦୁକା ଦର୍ଶନ କରୁଛନ୍ତି ଭକ୍ତ।
▪️ଭୁବନେଶ୍ୱରରେ ଶୀଘ୍ର ଜୟଦେବ ବିହାର- ନନ୍ଦନକାନନ ଫ୍ଲାଏଓଭର ରାସ୍ତା ତିଆରି ହେବ ବୋଲି କହିଲେ ମନ୍ତ୍ରୀ ।
▪️ଭକ୍ତ ଚରଣ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତ ହେଲେ। ମୋକିମ ଓ ତାରା ନିରାଶ।
▪️ଅସଲି ଖଡ଼ି ରତ୍ନ ପଞ୍ଜିକାକୁ ଅନୁସାରେ ଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ।
▪️ଢେଙ୍କାନାଳ ଯୋରନ୍ଦା ଗାଦି ମନ୍ଦିର ଚାରି ଦ୍ଵାରରେ ଜଳିଲା ଝାଡ,ଅଲେଖ ମହିମା ଧ୍ବନିରେ କମ୍ପିଲା ମହିମା ଗାଦି।
▪️କମିଶନରେଟ ଟ୍ରାଫିକ ପୁଲିସର ଭୁବନେଶ୍ୱର ଓ କଟକ ସହରରେ ଗାଡ଼ି ଯାଞ୍ଚ, ବିକଟାଳ ହର୍ଣ୍ଣ ଓ କଳା କାଚ ଉପରେ ଆକ୍ସନ।
▪️ଚିଲିକା ଉପରେ ପ୍ରସ୍ତାବିତ ୩.୪ କିମି ପୋଲ ନିର୍ମାଣକୁ ବିରୋଧ।
▪️ପୁରୀରେ ଗଜ ଉଦ୍ଧାରଣ ନୀତି ପାଇଁ ୨ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ।
▪️କଳାହାଣ୍ଡି ଲାଞ୍ଜିଗଡ଼ରେ ଚାଷ କରିଥିବା ଭଟା ଜମିରେ ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ।
▪️ବ୍ରହ୍ମପୁର,ଗୋଳନ୍ଥରା ଅଞ୍ଚଳଏଇ ବିଜେପି କର୍ମୀଙ୍କୁ ବାଡେଇଲେ ବୋଲି ଦୁଇ ବିଜେଡି ନେତା ଗିରଫ।
▪️ବାରିପଦାରେ ସ୍କର୍ପିଓ- ଅଟୋ ମୁହାଁ ମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ।
▪️ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର, ଏକସାଂଗେ ୭ ସ୍ଥାନରେ ଚଢ଼ାଉ।
▪️ଗଂଜାମ ଜାତୀୟ ରାଜପଥ ନଂ ୧୬ରେ ଟ୍ରକ ଡକାୟତି ଉଦ୍ୟମ ବେଳେ ଧରାପଡିଲେ ଗୋଷାଣୀ ନୂଆଗାଁର ରାଜେଶ ମହାପାତ୍ର,ବନ୍ଧ ସାହିର ଦିପକ ପଣ୍ଡା ଓ ତୋଟା ସାହିର ସୋନୁ ପାଢ଼ୀ।
▪️ନାଗପୁରରେ କାର୍ ଶିଖିବାବେଳେ କୂଅରେ ପଡ଼ିଲା କାର୍, ୩ ଜଣଙ୍କ ମୃତ୍ୟୁ।
▪️ୟୁପି ସରକାର କହିଲେ, ମହାକୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରିଛନ୍ତି ୪୫ କୋଟିରୁ ଅଧିକ।
▪️ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟଙ୍କ ଆଦେଶ, ଇଭିଏମରୁ ଡାଟା ନଷ୍ଟ କରନ୍ତୁ ନାହିଁ।
▪️ସେୟାର ବଜାରରେ ହାହାକାର, ନିବେଶକଙ୍କ ବୁଡ଼ିଲା ୯.୩୨ ଲକ୍ଷ କୋଟି ଟଙ୍କା।
▪️ସୁନାଦର, ୨୨ କ୍ୟାରେଟ୍ ସୁନା ୮୦ ହଜାର ଟପିଲା, ୨୪ କ୍ୟାରେଟ୍ ସୁନା ୮୭ ହଜାର ୯୩୦, ୨୨ କ୍ୟାରେଟ୍ର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା।
▪️ଆଜି ଜାତୀୟ ଉତ୍ପାଦ ଦିବସ
ଗୁରୁ ରବିଦାସ ଜୟନ୍ତୀ।
▪️ଆଜି ଜନ୍ମଦିନ: ଚାର୍ଲସ ଡାରଉଇନ, ଆବ୍ରାହମ ଲିଙ୍କନ, ମହର୍ଷି ଦୟାନନ୍ଦ ସରସ୍ୱତୀ, ଗୁଣ୍ଡାପା ବିଶ୍ୱନାଥ, କାଞ୍ଚି ନାରାୟଣ ମହାନ୍ତି (ଲେଖକ, କଟକ), ଚାର୍ଲସ ରିଭେଟ (୧୮୫୩, ନାବିକ, ବ୍ରହ୍ମପୁର)।
▪️ଇତିହାସରେ ଆଜି: (୧୫୦୨) ଭାସ୍କୋଡାଗାମା ଦ୍ଵିତୀୟ ଥର ପାଇଁ ଜାହାଜରେ ଲିସବନ ରୁ ଭାରତ ବାହାରିଲେ/ (୧୭୩୬) ଫ୍ରାନସ ର ରାଜା ହେଲା ନାଦିର ଶାହା/ (୧୯୨୨) ବ୍ରିଟିଶ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନ ବନ୍ଦ ଘୋଷଣା କଲେ ମୋହନଦାସ ଗାନ୍ଧୀ/ (୨୦୦୯) ଅମର୍ତ୍ତ୍ୟ ସେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ରୁ ଡି. ଲିଟ ପାଇଲେ।
*🙏ବନ୍ଦେ ଉତ୍କଳ ଜନନୀ🙏*
➖➖➖➖➖➖➖➖➖➖➖
👍
🙏
5