ସକାଳର ଖବର
February 10, 2025 at 03:36 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୦/୦୨/୨୦୨୫,ସୋମବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ।ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ଇସ୍ତଫା ଦେଇଛନ୍ତି। ମୈତେଇ ଓ କୁକୁୀ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ବିବାଦ ଓ ହିଂସାକୁ ପ୍ରଶମିତ କରିବାରେ ଅସଫଳ ହୋଇଥିବା ବୀରେନ୍ ରାଜ୍ୟପାଳଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏବେ ପ୍ରଶ୍ନ ଉଠିଛି ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ହେବ ନା ବିଜେପି ବିକଳ୍ପ ନେତାଙ୍କୁ ସ୍ଥିର କରିଛି। ଏ ଭିତରେ ଓ୍ୱାଇ ଖେମଚାନ୍ଦ ସିଂହ, ଟି ବିଶ୍ୱଜିତ ସିଂହ, ଟି ସତ୍ୟବ୍ରତ ସିଂହଙ୍କ ନାଁ ଚର୍ଚ୍ଚାକୁ ଆସୁଛି।*
*୨- 👉 ଆମଦାନୀ ଶୁଳ୍କ ବଢାଇବ ଆମେରିକା।ଇସ୍ପାତ ଓ ଆଲୁମିନିୟମ୍ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ବଢ଼ାଇବ ଆମେରିକା। ଏ ନେଇ ଟ୍ରମ୍ପଙ୍କ ପ୍ରଶାସନ ଘୋଷଣା କରିଛି। ଭାରତ ମଧ୍ଯ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଅପରପକ୍ଷେ ଭାରତକୁ ଆମେରିକାରୁ ଆମଦାନୀ ହେଉଥିବା ୩0ଟି ସାମଗ୍ରୀ ଉପରେ ୦ରୁ ୭.୫ ପ୍ରତିଶତ ଟିକସ ଲଗାଉଛି। ଏଥିରେ ଅଶୋଧିତ ତୈଳ, ଗ୍ୟାସ, ହୀରା, ଉଡ଼ାଜାହାଜ ପ୍ରଭୃତି ରହିଛି।*
*୩- 👉 ବାରବାଟୀରେ ଭାରତର ବଡ଼ ବିଜୟ।ବାରବାଟୀରେ ଭାରତର ବିଜୟ: କଟକ ବାରବାଟୀ ଷ୍ଟାଡିୟମରେ ଭାରତର ବିପୁଳ ବିଜୟ ହୋଇଛି। ରୋହିତ ଶର୍ମାଙ୍କ ଯାଦୁକରୀ ଶତକ ଏହି ବିଜୟ ଆଣିପାରେ ସକ୍ଷମ ହୋଇଛି। ଏହାଦ୍ୱାରା ଇଂଲଣ୍ଡ-ଭାରତ ଏକଦିବସୀୟ ଶୃଙ୍ଖଳାର ୩ଟି ମ୍ୟାଚରୁ ୨ଟି ମ୍ୟାଚ୍ ଭାରତ ଜିତିପାରିଛି।*
*୪- 👉 କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କିଏ ହେବେ? କୌଣସି ନିର୍ବାଚିତ ବିଧାୟକ ହେବେ ନା ବାହାର ନେତାଙ୍କୁ ଦାୟିତ୍ୱ ମିଳିବ? ପୁଣି କେଉଁ ଜାତି ତଥା ସମ୍ପ୍ରଦାୟକୁ ବିଜେପି ଏଠାରେ ନେତା ଭାବେ ଉପସ୍ଥାପନ କରିବ। ଏହି ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି। ତେବେ ପୂର୍ବରୁ ଓଡ଼ିଶାରେ ବିଧାୟକଙ୍କ ଭିତରୁ ଜଣେ ସାଧାରଣ ଚେହେରାକୁ ମୁଖ୍ୟମନ୍ତ୍ରୀ କରାଯାଇଥିବାର ଉଦାହରଣ ରହିଛି। ଏଣୁ ଏଠାରେ ମଧ୍ୟ ସମାନ ଧାରା ରହିପାରେ।*
*୫- 👉୩୧ ମାଓବାଦୀ ନିପାତ ।ରବିବାର ଦିନ ପୁଲିସ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟରେ ୩୧ ମାଓବାଦୀ ନିହତ ହୋଇଛନ୍ତି ।ତା ସହିତ ୨ ପୁଲିସ କର୍ମୀ ସହିଦ ହୋଇଛନ୍ତି। ଏହାଦ୍ୱାରା ଚଳିତ ବର୍ଷ ସମୁଦାୟ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୮୧ ହୋଇଛି। ୨୦୨୬ ସୁଦ୍ଧା ନକ୍ସଲ ନିପାତ କରିବା ପାଇଁ ଗୃହମନ୍ତ୍ରୀଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଯାଇ ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ଗୁଳି ବିନିମୟ କରିଛନ୍ତି। ରବିବାରଦିନ ବସ୍ତର ଅଞ୍ଚଳର ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ନିକଟରେ ଏହିପରି ଗୁଳି ବିନିମୟ ହୋଇଥିଲା।*
*୬- 👉 ଆଜି ମୋଦୀଙ୍କ ବିଦେଶ ଗସ୍ତ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି। ଦୁଇଦେଶ ମଧ୍ୟରେ ବେସାମରିକ ଆଣବିକ ସହାୟତା ଚୁକ୍ତି ଏହି ଅବସରରେ ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇଦିନିଆ ଗସ୍ତ ସମୟରେ ଏଆଇ ଆକ୍ସନ ସମ୍ମିଳନୀରେ ଉପାଧ୍ୟକ୍ଷ ଭାବେ ଯୋଗ ଦେବେ। ଆସନ୍ତା କାଲି ଏହି ବୈଠକ ଆୟୋଜିତ ହେବ। ଏହା ପରେ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତ କରିପାରନ୍ତି। ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାର ଗଠନ କରିବା ପରେ ଏହା ଭାରତ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସୌଜନ୍ୟମୂଳକ ଗସ୍ତ ରହିବ।*
*୭- 👉 ମହାକୁମ୍ଭରେ ବୁଡ ପକାଇବେ ରାଷ୍ଟ୍ରପତି।ମହାକୁମ୍ଭରେ ବୁଡ଼ ପକାଇବେ ରାଷ୍ଟ୍ରପତି। ଏଥିଲାଗି ଆଜି ସକାଳୁ ରାଷ୍ଟ୍ରପତି ପ୍ରୟାଗରାଜ ଗସ୍ତରେ ରହିଛନ୍ତି। ତ୍ରିବେଣୀ ସଙ୍ଗମଠାରେ ବୁଡ଼ ପକାଇବା ସହ ରାଷ୍ଟ୍ରପତି ଅକ୍ଷୟବଟ ଓ ବଡ଼େ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ।*
*୮- 👉 ପ୍ରୟାଗରାଜରେ ୧୧ ଶିଶୁଙ୍କ ଜନ୍ମ।ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିତରୁ ୧୧ଜଣ ମହିଳା ପ୍ରସବ କରିଛନ୍ତି। ତମ୍ବୁ ମଧ୍ଯରେ ଥିବା କେନ୍ଦ୍ରୀୟ ହସ୍ପିଟାଲରେ ଏହି ଶିଶୁମାନେ ଜନ୍ମ ହୋଇଛନ୍ତି। ୧୦୫ ଜଣ ଡାକ୍ତର ଓ କର୍ମଚାରୀ ସେମାନଙ୍କ ଧ୍ୟାନ ରଖୁଛନ୍ତି।*
*୯- 👉 ଆଜିଠାରୁ ଏରୋ ଇଣ୍ଡିଆ ଶୋ ଆରମ୍ଭ।ଆଜିଠାରୁ ୫ ଦିନିଆ ଏରୋ ଇଣ୍ଡିଆ ଶୋ ଆରମ୍ଭ ହେବ। ବାଙ୍ଗାଲୋରଠାରେ ଏହି ଉତ୍ସବ ଆୟୋଜନ କରାଯିବ ଯେଉଁଠାରେ ଭାରତୀୟ ବାୟୁସେନା ଏହାର ଶକ୍ତି ପ୍ରଦର୍ଶନ କରିବ। ତେଜସ୍, ରାଫେଲ୍, ସୁଖୋଇ, ମାର୍ଟିନ୍ ଏଫ ୩୫ ଭଳି ଯୁଦ୍ଧ ବିମାନ ଏହି ଅବସରରେ ଶୋ’ ପ୍ରଦର୍ଶନ କରିବେ।*
*୧୦- 👉 ଆଜି ପରୀକ୍ଷା ପେ ଚର୍ଚ୍ଚା।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ମାନସିକ ପ୍ରସ୍ତୁତି ପାଇଁ ମନ୍ତ୍ର ଦେବେ। ଚାପମୁକ୍ତ ହୋଇ କିପରି ପରୀକ୍ଷା ଦିଆଯାଇପାରେ ତଥା ପରୀକ୍ଷା ଯେ ଜୀବନର ସବୁକିଛି ନୁହେଁ ତାହା ବୁଝାଇବାକୁ ଚାହିଁବେ। ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ଏହି କାର୍ଯ୍ୟକ୍ରମ ଆଜି ସକାଳ ୧୧ଟାରେ ପ୍ରସାରଣ ହେବ।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👍
2