ସକାଳର ଖବର
February 13, 2025 at 01:23 AM
*ଖବର ଆଜିର* ତାରିଖ:୧୩/୦୨/୨୫, ଗୁରୁବାର ୧-ଫେବୃଆରୀ ୧୬ରେ ବାରବାଟୀରେ କ୍ରିକେଟ ଖେଳିବେ ନାମୀଦାମୀ ଭାରତୀୟ ଫିଲ୍ମ ଷ୍ଟାର। ୨-ଏପ୍ରିଲରୁ ବଢିପାରେ ବିଜୁଳି ଦର,୧୭ରୁ ହେବ ଓଇଆରସିରେ ଶୁଣାଣି। ୩-ଜାନୁଆରୀରେ ୪.୩୧%କୁ ଖସିଲା ଖୁଚୁରା ମୁଦ୍ରାସ୍ପୀତି, ମହଙ୍ଗା ରାଜ୍ୟ:କେରଳ ପରେ ଓଡ଼ିଶା। ୪-କମ୍ପୁଛି ଯୋରନ୍ଦା ମହିମା ଗାଦି, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହୋଇଛି ସମାଗମ। ୫-ଚାକିରି କ୍ଷମତା ଥିବା ପତ୍ନୀ ଭରଣପୋଷଣ ଦାବି କରିପାରିବେ ନାହିଁ: ହାଇକୋର୍ଟ ୬-୧୪ରେ ବରମୁଣ୍ଡାରେ ହେବ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ,ଯୋଗଦେବେ ୮୧୬୪ ମତ୍ସ୍ୟ ଚାଷୀ ଓ ୨୩୨ ପ୍ରାଣୀପାଳକ। ୭-ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ୮-କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା ହବ୍‌କୁ ପଠାଗଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର, ରାଜ୍ୟର ୨୦୫ଟି ପରୀକ୍ଷା ହବ୍‌ରେ ଯୁକ୍ତ ଦୁଇ ପ୍ରଶ୍ନପତ୍ର ରଖାଯିବ। ୯-ଭୁବନେଶ୍ୱର:ବର୍ତ୍ତମାନ ସ୍ମାର୍ଟ ହେବେ ବିଧାୟକ, ଏଣିକି ପେପର ନୁହେଁ ଟ୍ୟାବରେ ପଢିବେ ପ୍ରଶ୍ନୋତ୍ତର। ୧୦-ନୋଡାଲ ସେଣ୍ଟରକୁ ପଠାଗଲା ମ୍ୟାଟ୍ରିକ୍ ପ୍ରଶ୍ନପତ୍ର, ଏଥର ପରୀକ୍ଷା ଦେବେ ୫ ଲକ୍ଷ ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ। ୧୧-କଟକ:ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବିଜ୍ଞପ୍ତି ଉପରେ ରୋକ, ରହିତାଦେଶ ଜାରି କଲେ ହାଇକୋର୍ଟ। ୧୨-ଶ୍ରୀମନ୍ଦିର ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ,‘ଅମୃତ ଅନ୍ନ’ ନାମରେ ସ୍ବତନ୍ତ୍ର ପ୍ରକଳ୍ପ ପାଇଁ ଆସିଲା ପ୍ରସ୍ତାବ। ୧୩-କଟକ:ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା, ସ୍ତ୍ରୀ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକଙ୍କ ଅଭିଯୋଗ। ୧୪-ବାରିପଦା:ଜନ୍ମମାଟିରେ ମା’ଅମ୍ବିକାଙ୍କ ନିକଟରେ ଉତ୍ତମ ମହାନ୍ତିଙ୍କ ପାଇଁ ଜଳିଲା ୧୦୮ ଦୀପ। ୧୫-ରାଜ୍ୟର କନିଷ୍ଠ ଶିକ୍ଷକ(ସ୍କେମାଟିକ)ଙ୍କ ଦରମା ବଢିଲା,୧୧ ହଜାରରୁ ୧୬ ହଜାର ହେଲା ଦରମା। ୧୬-ଭୀମ୍‌ସାରେ ପୁଣି ରାଗିଂ, ଛାତ୍ରଙ୍କୁ ମାଡ଼ ମାରିବା ସହ ଗାଳି କରିଥିବାର ଅଭିଯୋଗ। ୧୭-ମାଗଣା ଯୋଜନା ନେଇ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ମାଗଣା ସୁବିଧା ପାଇଁ କାମ କରିବାକୁ ଚାହୁଁ ନାହାନ୍ତି ଲୋକେ। ୧୮-୧୯୮୪ ଶିଖ୍ ବିରୋଧୀ ଦଙ୍ଗା, କଂଗ୍ରେସର ପୂର୍ବତନ ସାଂସଦ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ତ ୧୯-ନୂଆ ଦିଲ୍ଲୀ:ଖୁବଶୀଘ୍ର ଆସିବ ନୂଆ ଗଭର୍ଣ୍ଣରଙ୍କ ଦସ୍ତଖତ ଥିବା ୫୦ ଟଙ୍କିଆ ନୋଟ୍। ୨୦-ଅହମ୍ମଦାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ଜିତି ୩-୦ରେ ସିରିଜ କ୍ଲିନ ସୁଇପ କରିଛି ଟିମ ଇଣ୍ଡିଆ। ୨୧-ଅଭିଯୋଗ ପରେ ଅନଲାଇନ ଆବେଦନ ପ୍ରକ୍ରିୟାରେ ପରିବର୍ତ୍ତନ କଲା କେନ୍ଦ୍ର ଲୋକସେବା ଆୟୋଗ,ଶେଷ ତାରିଖ ୧୮କୁ ବୃଦ୍ଧି। ୨୨-ଫ୍ରାନ୍ସ:ମାର୍ସିଲେରେ ଭାରତର ମହାବାଣିଜ୍ୟ ଦୂତାବାସ ଉଦଘାଟିତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 🎉 😂 5

Comments