ସକାଳର ଖବର
                                
                            
                            
                    
                                
                                
                                February 14, 2025 at 04:51 AM
                               
                            
                        
                            *╔━━━━🔅━━━━━━━━🔅━━╗*
*║    *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୪/୦୨/୨୦୨୫,ଶୁକ୍ରବାର🌼* ║                           
*╚━━━━🔅━━━━━━━━ 🔅━━╝*       
*୧- 👉 ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ।ମଣିପୁରରେ ଗୁରୁବାର ସନ୍ଧ୍ୟାରୁ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ଏନ୍ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୪ ଦିନ ପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। ଏହା ସହିତ ୧୯୫୧ରୁ ଏପର୍ଯ୍ୟନ୍ତ ମଣିପୁରରେ ଏକାଦଶ ଥର ପାଇଁ ଜାରି ହୋଇଛି ରାଷ୍ଟ୍ରପତି ଶାସନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ରାଜ୍ୟପାଳଙ୍କ ପାଖରୁ ଏକ ରିପୋର୍ଟ ପାଇବା ପରେ ଏବଂ ମୋ ଦ୍ୱାରା ପ୍ରାପ୍ତ ରିପୋର୍ଟ ଓ ଅନ୍ୟାନ୍ୟ ସୂଚନାକୁ ବିଚାର କରିବା ପରେ ମୁଁ ସନ୍ତୁଷ୍ଟ ହେଲି ଯେ ଏପରି ଏକ ସ୍ଥିତି ସୃଷ୍ଟି ହେଇଛି ଯେଉଁଥିରେ ସେହି ରାଜ୍ୟର ସରକାର ଭାରତର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଚାଲିପାରିବ ନାହିଁ।*
*୨- 👉 ପୁଲୱାମା ଆକ୍ରମଣକୁ ପୁରିଲା ୬ ବର୍ଷ।୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ। ସାରା ଦେଶ ‘ଭାଲେଣ୍ଟାଇନ୍ସ ଡେ’ ପାଳନରେ ମସଗୁଲ୍ ଥିବାବେଳେ ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରୁ ଆସିଥିଲା ଏକ ହୃଦୟ ବିଦାରକ ଖବର। ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଯାଇଥିଲେ ଆମ ଦେଶର ୪୪ ଜଣ ସିଆରପିଏଫ୍ ଯବାନ୍ । ଏବେ ୬ ବର୍ଷ ପରେ ମଧ୍ୟ ସେହି ଘଟଣାର କଥା ଉଠିଲେ ମନ ସ୍ତବ୍ଧ ହୋଇଯାଏ। ବୁଧବାର ପୁଲୱାମା ଆକ୍ରମଣକୁ ୬ ବର୍ଷ ପୂରିବା ଅବସରରେ ସାରା ଦେଶବାସୀ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ସେମାନଙ୍କ ସ୍ମୃତିଚାରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନେ ଚିର ସ୍ମରଣୀୟ ରହିବେ ବୋଲି କହିଛନ୍ତି।*
*୩- 👉 ଆଗତ ହେଲା ନୂଆ ଆୟକର ବିଧେୟକ।ସଂସଦ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନରେ ଲୋକସଭାରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ବିରୋଧୀଙ୍କ ହୋହଲ୍ଲା, ବିରୋଧ ସତ୍ତ୍ବେ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରିବା ସହ ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଅନୁରୋଧ କରିଥିଲେ।। ଗତ ଫେବ୍ରୁଆରି ୧ ତାରିଖରେ ବଜେଟ୍ ଅଭିଭାଷଣରେ ଏହି ନୂଆ ବିଲ୍ ନେଇ ସୂଚନା ଦେଇଥିଲେ ସୀତାରମଣ। ଏହାପରେ ଫେବ୍ରୁଆରି ୭ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବିଲକୁ ଅନୁମୋଦନ ଦେଇଥିଲା। ୬ ଦଶନ୍ଧି ପୁରୁଣା ଆୟକର ଆଇନ ୧୯୬୧ର ସ୍ଥାନ ନେଉଥିବା ନୂଆ ଆୟକର ବିଲ୍ ପ୍ରତ୍ୟକ୍ଷ ଟିକସ ଆଇନକୁ ପଢ଼ିବା, ବୁଝିବା, ଅସ୍ପଷ୍ଟତା ଦୂର କରିବା ସହ ମାମଲାକୁ ହ୍ରାସ କରିବାରେ ସହଜ କରିବ। ଏବେ ନଜର ପକାନ୍ତୁ ପୁରୁଣା ବିଲ ଠାରୁ କଣ ଅଲଗା ରହିଛି ନୂଆ ଇନ୍କମ୍ ଟ୍ୟାକ୍ସ ବିଲ୍ରେ।*
*୪- 👉 ଦରମା ପାଇଁ ଗାନ୍ଧୀ ମାର୍ଗରେ ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ।ସାରାରାତି ଗାନ୍ଧୀ ମାର୍ଗରେ ମିଶନ ଶକ୍ତି ମହିଳାଙ୍କ ଧାରଣା । ବିଭିନ୍ନ ଦାବି ନେଇ କୁହୁଡି କାକରରେ ଗାନ୍ଧୀ ମାର୍ଗରେ ରାତି ବିତାଇଲେ । ସ୍ଥାୟୀ ନିଯୁକ୍ତି ଦାବିରେ ଗୁରୁବାର ଏକାଠି ହୋଇଥିଲେ ହଜାର ହଜାର ମହିଳା । ସରକାର ଏକ୍ସକ୍ୟୁଟିଭ କମିଟି ଗଠନ ପାଇଁ ଚିନ୍ତା କରିଥିବା ବେଳେ ନୂଆ କମିଟି ଗଠନ ବିରୁଦ୍ଧରେ ମହିଳାମାନେ ଲୋୟର ପିଏମଜିରେ ପ୍ରତିବାଦ କରିଛନ୍ତି । ଏହି ମହିଳାମାନେ ଇସି କମିଟି ସଦସ୍ୟା ରହିଛନ୍ତି ଓ ଦୀର୍ଘ ବର୍ଷ ହେଲା ଗ୍ରାମାଞ୍ଚଳର ଏସଏଚଜି ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛନ୍ତି । ତେବେ ଏହି ଇସି କମିଟି ରିଷ୍ଟ୍ରକ୍ଚରିଂ ହେଲେ, ସେମାନେ ଏହି କମିଟିରୁ ବାଦ ପଡିବେ । ଏପରିକି ଛ ମାସ ହେଲା ବକେୟା ଦରମା ପାଇନାହାନ୍ତି । ତେବେ ଥଣ୍ଡା କାକରକୁ ଖାତିର ନକରି ସାରାରାତି ଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛନ୍ତି ମହିଳା।*
*୫- 👉 ହିମନ୍ତ ବିଶ୍ୱଶର୍ମା ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ।ସଦ୍ୟତମ ମୁଡ୍ ଅଫ୍ ଦି ନେସନ୍ (MOTN) ସର୍ଭେ ୨୦୨୫ ଅନୁଯାୟୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ୫୫.୪ ପ୍ରତିଶତ ରେଟିଂ ମିଳିଛି। ସେ ନିଜର ଅନେକ ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କର ଲୋକପ୍ରିୟତା ନିରନ୍ତର ବୃଦ୍ଧି ପାଇଛି। ତାଙ୍କ ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଏବଂ କର୍ଣ୍ଣାଟକର ସିଦ୍ଧରମୈୟା ଅଛନ୍ତି।*
*୬- 👉  ୧୦ ହଜାର ଟଙ୍କାରେ ମିଳିବ କ୍ୟାନ୍ସର ଟିକା !ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନ୍ସର ଟିକା ପ୍ରସ୍ତୁତ କରାଯାଉଛି । ଦୀର୍ଘ ୨୭ ବର୍ଷର ଗବେଷଣା ପରେ ସଫଳ ହେବାକୁ ଯାଉଛି । ଯଦି ଟିକା ପ୍ରସ୍ତୁତି ସମ୍ପୂର୍ଣ ସଫଳ ହୁଏ, ତେବେ ଏହାର ମୂଲ୍ୟ ୧୦ ହଜାର ଟଙ୍କା ରହିବ। ଜୟପୁରସ୍ଥିତ ମହାତ୍ମା ଗାନ୍ଧୀ ମେଡିକାଲ କଲେଜକୁ ‘ଡେଣ୍ଡ୍ରିଟିକ୍ ସେଲ୍' ଟିକା ପ୍ରସ୍ତୁତି ତି ପାଇଁ ଡିସିଳିଆଇର ଅନୁମତି ମିଳିଛି । ଏହି ଟିକା ଦ୍ଵାରା ୫ ପ୍ରକାର କ୍ୟାନ୍ସରର ଚିକିତ୍ସା ସମ୍ଭବ ହେବ। ଏହା ଦେଶର ପ୍ରଥମ ସ୍ବଦେଶୀ କ୍ୟାନ୍ସର ଟିକା ବୋଲି ଦାବି କରାଯାଉଛି । ବଡ଼ କଥା ହେଉଛି ଆମେରିକାରେ ଅ କ୍ୟାନ୍ସର ଟିକାର ଦାମ ୨୫ରୁ ୫୦ ଲକ୍ଷ ଟଙ୍କା ରହିଥିବା କର୍କଟ ଟିକ।*
*୭- 👉  ବିହାରରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ।ତୀର୍ଥରାଜ ‘ପ୍ରୟାଗରାଜ’ରେ ଆୟୋଜିତ ମହାକୁମ୍ଭ-୨୦୨୫ ପ୍ରାୟତଃ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପବିତ୍ର ଗଙ୍ଗାନଦୀରେ ବୁଡ଼ ପକାଇବା ପାଇଁ ଦେଶବିଦେଶରୁ ଭକ୍ତଙ୍କ ସୁଅ ଛୁଟୁଛି। ଏହାରି ମଧ୍ୟରେ ଅନେକ ତୀର୍ଥଯାତ୍ରୀ ଦୁର୍ଘଟଣାର ସାମ୍ନା କରୁଥିବା ଖବର ମଧ୍ୟ ଆସୁଛି, ଯେଉଁଥିରେ ଓଡ଼ିଶାର ତୀର୍ଥଯାତ୍ରୀମାନେ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ବାହାରିଥିବା ଏକ ଘରୋଇ ତୀର୍ଥଯାତ୍ରୀ ବସ୍ ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ଦୁର୍ଘଟଣାର ସାମ୍ନା କରିବାରୁ ୩୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତମାନଙ୍କର ମଧ୍ୟରେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି। ସମସ୍ତଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଯାତ୍ରୀମାନେ ହେଲେ ନଗୁଆଁର ରାଜକିଶୋର ସାହୁ, କୁକୁଡ଼ିଆର ସୁବାସ ବେହେରା ଏବଂ ଫୁଲବାଣୀର ବାପି ସାମଲ।*
*୮- 👉  ଅଧିନାୟକ ହେବେ ରୋହିତ ଶର୍ମା।ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳର କମାଣ୍ଡ ରୋହିତ ଶର୍ମାଙ୍କ ହାତରେ ରହିଛି। ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପୂର୍ବର ଭାରତୀୟ ଦଳ କୌଣସି ଅଭ୍ୟାସ ମ୍ୟାଚ୍ ଖେଳିବ ନାହିଁ ଏବଂ ଫେବୃଆରୀ ୨୦ ରେ ସିଧାସଳଖ ବାଂଲାଦେଶ ବିପକ୍ଷରେ ଖେଳିବାର ଦେଖିବାକୁ ମିଳିବ। କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ଖବର ଆସିଛି ଯେ ଭାରତୀୟ ଖେଳାଳିମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ।*
*୯- 👉  ୱାଶିଂଟନରେ ଗୁଞ୍ଜରିତ ହେଲା ମୋଦି ମୋଦି ସ୍ଲୋଗାନ୍।ଫ୍ରାନ୍ସର ସଫଳ ଗସ୍ତ ପରେ ଏବେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ଭାରତୀୟ ସମୟ ଭୋର ପ୍ରାୟ ସାଢେ ୪ଟାରେ ୱାଶିଂଟନ ଡିସିରେ କିଛି ଏଭଳି ଅନ୍ଦାଜରେ ବିମାନରୁ ଓହ୍ଲାଇଥିଲେ ପ୍ରଧାନମନ୍ତ୍ରୀ। ପ୍ରବଳ ତୁଷାରପାତ ସତ୍ତ୍ବେ ବିମାନ ବନ୍ଦରରେ ମୋଦିଙ୍କୁ ଆମେରିକା ସରକାରଙ୍କ ପକ୍ଷରୁ କରାଯାଇଥିଲା ଭବ୍ୟ ସ୍ବାଗତ। ତେବେ ସବୁଠୁ ଭବ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା ବେୟାର ହାଉସରେ। ବେୟାର ହାଉସ ହେଉଛି ସେହି ସ୍ଥାନ ଯେଉଁଠାରେ ଆମେରିକା ଗସ୍ତ ଅବସରରରେ ଅବସ୍ଥାନ କରିବେ ପିଏମ୍ ମୋଦି।*
*୧୦- 👉 ୩୫ ଡିଗ୍ରୀ ଟପିଲା ୮ ସହରର ତାପମାତ୍ରା।ରାଜ୍ୟରେ ଜାରି ରହିଛି ଶୀତ -ଖରାର ଲୁଚକାଳି ଖେଳ। ସଂନ୍ଧ୍ୟା ଓ ସକାଳ ସମୟରେ ରାତିରେ ହାଲୁକା ଶୀତ ଅନୁଭବ ହେଉଥିବା ବେଳେ ଦିନ ବେଳେ ପ୍ରଚଣ୍ତ ଖରା ହେଉଛି। ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ, ରାତି ତାପମାତ୍ରା ଆଜିଠାରୁ କମିବ। ଏବଂ ଦିନ ତାପମାତ୍ରା ବି ଅଳ୍ପ ଖସିବ। ସାମୟିକ ଭାବେ ଗରମ ପ୍ରକୋପରୁ ସାମାନ୍ୟ ଆଶ୍ବସ୍ତି ମିଳିବ।ରାତିରେ ହାଲୁକା ଥଣ୍ତା ଲାଗିପାରେ। ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ଆସନ୍ତା ୧୪ ଓ ୧୫ ତାରିଖରେ ରାଜ୍ୟର ତାପମାତ୍ରା ସାମାନ୍ୟ କମିବ।  ଗରମ ପ୍ରକୋପ ବି କମିବ।  ହେଲେ ୧୬ରୁ  ପୁଣି ତାପମାତ୍ରା ବଢିବ। ୩୬-୩୭ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ ବିଭିନ୍ନ ସ୍ଥାନର ଦିନ ତାପମାତ୍ରା।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
                        
                    
                    
                    
                    
                    
                                    
                                        
                                            👍
                                        
                                    
                                        
                                            ❤️
                                        
                                    
                                        
                                            😮
                                        
                                    
                                        
                                            🙂
                                        
                                    
                                    
                                        5