
THE ଓଡିଶା NEWS(OFFICIAL)
February 26, 2025 at 08:46 AM
*ବସନ୍ତ ଋତୁର ଆରମ୍ଭରେ ପାଳନ କରାଯାଏ ମହା ଶିବରାତ୍ରି ବା ଜାଗର। ବସନ୍ତ ଋତୁ, ବସନ୍ତ ମଳୟ ବସନ୍ତ ପୁଷ୍ପର ସୁରଭି ମଣିଷ ମନରେ ଉନ୍ମାଦନା ସୃଷ୍ଟି କରେ। ଉନ୍ମତ୍ତ ମଣିଷ ହୁଏ ଉତ୍ସୃଙ୍ଖଳ। ସେହି ଉତ୍ସୃଙ୍ଖଳ ମଣିଷକୁ ସଞ୍ଜତ କରିବା ପାଇଁ ଏହି ବ୍ରତ ପାଳନର ବ୍ୟବସ୍ଥା। ପବିତ୍ରତା ଓ ସଞ୍ଜତ ଭାବରେ ଏହି ପୂଜା କରାଯାଏ। ମାଘ କୃଷ୍ଣ ଚତୁର୍ଦ୍ଦଶୀକୁ ଶିବରାତ୍ରି ବା ଜାଗର ନାମରେ ପାଳନ କରାଯାଏ। ଶିବଙ୍କ ପ୍ରିୟ ଚଉଦଟି ଯାତ୍ରା ମଧ୍ୟରୁ ଶିବ ଚତୁର୍ଦ୍ଦଶୀ ଲୋକପ୍ରିୟ। ଏହି ଦିନଠାରୁ ଯୋଗେଶ୍ୱର ଶିବ ସମସ୍ତ କାମନାକୁ ପରିତ୍ୟାଗ କରି ସଞ୍ଜମ ବ୍ରତ ପାଳନ କରନ୍ତି ଏବଂ ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷରେ ପାର୍ବତୀଙ୍କ ସହ ବିବାହରେ ତାହାର ପରିସମାପ୍ତି ହୁଏ। ତେଣୁ ତାହା ଶୀତଳ ଷଷ୍ଠୀ ନାମରେ ନାମିତ।*

👍
🙏
2