THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
February 26, 2025 at 08:47 AM
*ଶିବରାତ୍ରିର ମହତ୍ତ୍ଵ ଓ ଜଣେ ଶବରର କଥା* ଗୋଟିଏ ଶବର ଥିଲା। ସେ ଜୀବହତ୍ୟା କରି ପେଟ ପୋଷେ। ସାରା ଜୀବନ ଅଗଣିତ ପଶୁ, ପକ୍ଷୀ ବଧ କରିବା ତା'ର ଥିଲା ଜୀବିକା। ଅଜ୍ଞାନରେ ସେ ଏପରି ମହାପାପ ଅର୍ଜନ କରିବାରେ ଲାଗିଥାଏ। ସବୁ ଦିନ ପରି ଶିବଚତୁର୍ଦଶୀ ଦିନ ମଧ୍ୟ ଶବର ତା'ର ଧନୁଶର ଧରି ଶିକାର କରିବାକୁ ଗଲା। ସାରାଦିନ ଜଙ୍ଗଲରେ ବୁଲି ବୁଲି କୌଣସି ଶିକାର ପାଇଲା ନାହିଁ। ସେ ଦିନଟି ତା'ର ଉପବାସରେ କଟିବ, ସେପାଇଁ ଶବର ମନରେ ବହୁତ କଷ୍ଟ ହେଲା। ସେତେବେଳକୁ ସନ୍ଧ୍ୟା ହୋଇଯାଇଥାଏ। କିଛିକ୍ଷଣ ପରେ ରାସ୍ତାଘାଟ ଆଉ ଦେଖାଗଲା ନାହିଁ, ତେଣୁ ଶବର ତା' ଘରକୁ ଫେରିଯାଇ ପାରିଲା ନାହିଁI ଶୀତ ଦିନ, ଶବର ଗୋଟିଏ ଗଛ ଉପରେ ବସି ରାତି କଟାଇବାକୁ ସ୍ଥିର କଲା। *ନିଜ ଅଜାଣତରେ ଜାଗର ପାଳିଲା ଶବର* ଶୀତ କଷ୍ଟରୁ ରକ୍ଷା ପାଇବା ପାଇଁ ଶୁଖିଲା କାଠ ଗୁଡ଼ିଏ ଗୋଟାଇ ଆଣି ଗୋଟିଏ ଝଙ୍କାଳିଆ ଗଛ ତଳେ ଜଳାଇ ଦେଲା ଓ ସେହି ଗଛ ଉପରେ ବସି ରହିଲା। କାଠ ଗୁଡ଼ିକ ଅନବରତ ଜଳୁଥିବାରୁ ଗଛ ତଳ ଆଲୋକିତ ହେଲା ଓ ଶବରକୁ ଉଷୁମ ଲାଗିଲା ।ଶବରଟି ଯେଉଁ ଗଛରେ ଚଢି ଥିଲା ତାହା ଗୋଟିଏ ବେଲଗଛ।ସେହି ଗଛମୂଳେ ଗୋଟିଏ ଶିବଲିଙ୍ଗ ଥିଲା। ଉପରେ ମଣିଷ ଚଢିବାରୁ ଗଛଟି ହଲିଲା । ସଙ୍ଗେ ସଙ୍ଗେ ବେଲ ପତ୍ର ଗୁଡ଼ିକ ସେହି ଶିବଲିଙ୍ଗ ଉପରେ ଗଦା ହେଲା। ବେଲ ପତ୍ରଗୁଡ଼ିକରେ ଡାକର ବିନ୍ଦୁ ପଡି ପାଣି ପଡିଲା। ଶିବଲିଙ୍ଗ ମସ୍ତକ ଉପରେ ବେଲପତ୍ର ଓ ଜଳ ଲାଗି ରହିଲା ।ଶବରଟି ଦିନସାରା ଉପବାସ ରହିଥିଲା। ରାତିସାରା ଅନିଦ୍ରା ରହି ଶୀତ କଷ୍ଟରେ ଆଲୁଅ ଜାଳିଲା। ଶବର ଅଜ୍ଞାତରେ ମହାଶିବରାତ୍ରି ବ୍ରତ ପାଳନ କଲାI ଶବରର ମହାଶିବରାତ୍ରି ବ୍ରତ ପାଳନ ଦେଖି ମହାଦେବ ବହୁତ ସନ୍ତୁଷ୍ଟ ହେଲେ । କିନ୍ତୁ ଶବରକୁ ଏସବୁ କଥା ଜଣା ନଥିଲା।ରାତିପାହି ସକାଳ ହେଲା। ସେ ଗଛରୁ ଓହ୍ଲାଇ ତା' ଘରକୁ ଗଲା। ପୂଣି ପରଦିନଠାରୁ ଶିକାର କରି ଜୀବବଧ କରିବାରେ ଲାଗିଲା।
Image from THE ଓଡିଶା NEWS(OFFICIAL): *ଶିବରାତ୍ରିର ମହତ୍ତ୍ଵ ଓ ଜଣେ ଶବରର କଥା*  ଗୋଟିଏ ଶବର ଥିଲା। ସେ ଜୀବହତ୍ୟା କରି ପ...
❤️ 😮 🙏 3

Comments