THE ଓଡିଶା NEWS(OFFICIAL)
THE ଓଡିଶା NEWS(OFFICIAL)
February 26, 2025 at 08:49 AM
*ଶବରର ମୃତ୍ୟୁ ଓ ଶିବାଲୋକକୁ ଯାତ୍ରା* ଏହିପରି ଅନେକ ଦିନ ବିତିଯିବା ପରେ ସେହି ଶବରଟି ବୁଢା ହୋଇ ମରିଗଲା। ତା'ର ମୃତ୍ୟୁ ପରେ ଶବରକୁ ନେବା ପାଇଁ ଶିବଙ୍କ ଅନୁଚରମାନେ ଆସିଲେ ଏବଂ ଯମଦୂତମାନେ ମଧ୍ୟ ଆସି ସେଠାରେ ଉପସ୍ଥିତ ହେଲେ। ଶିବ-ଦୂତମାନେ କହିଲେ, "ମହାଦେବଙ୍କ ଆଦେଶରେ ଏହି ପୂଣ୍ୟବାନ୍ ଶବରକୁ ନେବା ପାଇଁ ଆମେମାନେ ଆସିଛୁ! ଏହି ବ୍ୟକ୍ତି ଜାଗର-ବ୍ରତ ପାଳନ କରି, ଉପଦାସ ଓ ଅନିଦ୍ରା ରହି, ରାତିସରା ଆଲୋକ ଜାଳି ଶିବଙ୍କ ମସ୍ତକରେ ଜାଗର ରାତିଟି ସାରା ବେଲପାତ୍ର ଓ ଜଳ ଲାଗି କରି ଶିବଙ୍କୁ ବହୁତ ସନ୍ତୁଷ୍ଟ କରିଛି ! ତେଣୁ ସେ ଶିବଲୋକରେ ବାସ କରିବ । ତୁମେମାନେ ଏହାକୁ ଛୁଇଁ ପାରିବ ନାହିଁ I" *ଶିବଦୂତ ଓ ଯମଦୂତଙ୍କ ମଧ୍ୟରେ କଳି* ଶିବ- ଦୂତମାନଙ୍କଠାରୁ ଏ କଥା ଶୁଣି ଯମଦୂତମାନେ ରାଗିଗଲେ ଏବଂ କହିଲେ, "ଏହି ଶବର ମହାପାପୀ। ସେ ଜୀବନସାରା ଅସଂଖ୍ୟ ଜୀବ ବଧକରି ମହାପାପ ଅର୍ଜନ କରିଛି। ତେଣୁ ସମରାଜାଙ୍କ ଦରବାରରେ ଏହାର ଉଚିତ ଦଣ୍ଡବିଧାନ କରାଯାଇଛି ଏବଂ ଯମରାଜାଙ୍କ ଆଦେଶରେ ଆମେମାନେ ଏହାକୁ ବାନ୍ଧି ଯମପୁରକୁ ନେଇଯିବୁ।" ଶିବଦୂତ ଓ ଯମଦୂତଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାକୁ ଲାଗିଲା। ଝଗଡା କୌଣସି ପ୍ରକାରର ନିଷ୍ପତ୍ତି ହୋଇ ପାରିଲା ନାହିଁ। ଏହା ଜାଣି ସ୍ଵୟଂ ଧର୍ମରାଜ ଯମ ଆସି ଉପସ୍ଥିତ ହେଲେ । ସମସ୍ତ କଥା ବୁଝିପାରି ଦୂତମାନଙ୍କୁ ଆଦେଶ ଦେଲେ "ଶିବଙ୍କ ଆଦେଶ ଅନ୍ୟଥା ହୋଇ ପାରିବ ନାହିଁ I ସେ ମୃତ୍ୟୁଞ୍ଜୟୀ ଦେବତା
Image from THE ଓଡିଶା NEWS(OFFICIAL): *ଶବରର ମୃତ୍ୟୁ ଓ ଶିବାଲୋକକୁ ଯାତ୍ରା*  ଏହିପରି ଅନେକ ଦିନ ବିତିଯିବା ପରେ ସେହି ଶବ...
🙏 ❤️ 👍 4

Comments