📖 ମୋ ଓଡିଶା ଖବର 🎥
                                
                            
                            
                    
                                
                                
                                February 19, 2025 at 04:56 AM
                               
                            
                        
                            *ଖବର ଆଜିର, ୧୯ ଫେବ୍ରୁଆରୀ, ବୁଧବାର*
=======================
ଆସନ୍ତା ୨୦ରୁ ୨୩ ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାରେ ବିଜୁଳି ସହ ବର୍ଷା ହେବ। ଉପକୂଳ ଜିଲ୍ଲାରେ ଅଳ୍ପ ହେବ
ଆରମ୍ଭ ହେଲା ‘ନକ୍ସା’ ଯୋଜନା, ଖୋର୍ଦ୍ଧା ଓ ଅନ୍ୟ ୪ ସହର ସାମିଲ। ଡ୍ରୋନ୍ ସର୍ଭେ ଦ୍ୱାରା ଜାଣିହେବ ଜବରଦଖଲ
ରାଜ୍ୟରେ ୧୦୮ ଭଳି ଆରମ୍ଭ ହେବାକୁ ଯାଉଛି ୧୦୯ ସେବା, ମୃତ ବ୍ୟକ୍ତିଙ୍କୁ ହସ୍ପିଟାଲରୁ ନେବ ଘରକୁ କିମ୍ବା ଶ୍ମଶାନକୁ
‘ମୋ ପୋଖରୀ' ଯୋଜନାରେ ୩୮୫ ଗୋଟି ପ୍ରକଳ୍ପର ପୁନରୁଦ୍ଧାର ଚାଲୁ ରହିଛି
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ  ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ
ଭୁବନେଶ୍ବର ସୈନିକ ସ୍କୁଲ୍ ଉଠିଯିବ। ସରକାରୀ ବାବୁଙ୍କ କଳିରେ ବଳି ପଡ଼ିବ ସମ୍ମାନଜନକ ଶିକ୍ଷାନୁଷ୍ଠାନ
+୨ କଳା ଓ ବାଣିଜ୍ୟ ପରୀକ୍ଷା ଆଜିଠାରୁ ଆରମ୍ଭ, ବିଜ୍ଞାନରେ କପି କରି ଧରାପଡିଲେ ଜଣେ।
ଖରା ପାଇଁ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ। ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ନିଷ୍ପତ୍ତି
୩ ବର୍ଷ ମଧ୍ୟରେ ବାହାର ରାଜ୍ୟରେ ମୃତ୍ୟୁବରଣ କରିଛନ୍ତି ୨୬୨ ଜଣ ଶ୍ରମିକ।
ନୟାଗଡ଼ ଦଶପଲ୍ଲାରେ ୨ ଟ୍ରକ୍ ମୁହାଁ ମୁହିଁ ଧକ୍କା,ଜଣେ ମୃତ,୨ ଗୁରୁତର।
ବ୍ରହ୍ମପୁର ଗୋଶାଣୀ ନୂଆଗାଁରେ ସୁଧ ଲୋଭ ଦେଖାଇ ୩ଜଣଙ୍କ ଠାରୁ ୪୫.୫ ଲକ୍ଷ ଜମା, ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ଗିରଫ
କୋରାପୁଟରେ ୪୬ ଜଣ ପିଇଓ ଅବସର ନେବା ପରେ ମିଳୁନି ପେନସେନ୍, ଜିପିଏଫ୍
ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ଉ। ବିନା ଏଫଆଇଆର ଓ ଚାର୍ଜସିଟରେ ଆକ୍ରୋଶମୂଳକ ପଦକ୍ଷେପ ବୋଲି ଅଭିଯୋଗ
ସୁନ୍ଦରଗଡ଼ ଜିଲ୍ଲା ଉଡ଼ୁଷୁ  ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୩୨ ଛାତ୍ରଛାତ୍ରୀ ଅସୁସ୍ଥ
ଭୁବନେଶ୍ୱରରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା,ଘଟଣାର ତଥ୍ୟ ଅନୁସନ୍ଧାନ କମିଟି ଗଠନ କଲେ ରାଜ୍ୟ ସରକାର।
କଟକରେ ବିଭିନ୍ନ ଦାବି ନେଇ ନେତାଜୀ ବସ ଟର୍ମିନାଲ କର୍ମଚାରୀଙ୍କ ଆନ୍ଦୋଳନ, ସୁରକ୍ଷାକର୍ମୀ ସାମିଲ।
ବାଙ୍କୀ ବୈଦେଶ୍ୱର ପାଟଣା ସାହିରେ ବାହାଘର ଭୋଜି ଖାଇ ଶତାଧିକ ଗ୍ରାମବାସୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି।
କଟକ ରାଣୀହାଟ କେନାଲ ରୋଡରେ ମାନସିକ ରୋଗୀଙ୍କ ଉନ୍ମତ୍ତ କାଣ୍ଡ, ନାକେଦମ୍ ହେଲେ ପୋଲିସ ଓ ଅଗ୍ନିଶମ ବାହିନୀ।
ଢେଙ୍କାନାଳ ବାଲିସାହିରେ ଚାଞ୍ଚଲ୍ୟକର ଘଟଣା, ମଦ ପାଇଁ ଟଙ୍କା ଦେଲାନି ବୋଲି ଜେଜେ ମାଆକୁ ହତ୍ୟା କଲା ନାତି।
ବେଙ୍ଗାଲୁରୁବାସୀଙ୍କ ପାଇଁ ନୂଆ କଟକଣା, ପାନୀୟ ଜଳ ଅପବ୍ୟବହାର କଲେ ୫୦୦୦ ଟଙ୍କା ଜୋରିମାନା।
ଆସନ୍ତା କାଲି ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ। ମହିଳା ପ୍ରାର୍ଥୀ କିଏ, ତାହା ସସ୍ପେନ୍ସ
ମୁମ୍ବାଇ ଓ ଦିଲ୍ଲୀରେ ସୋରୁମ୍ ଖୋଲିବ ଟେସଲା କାର
ଚମ୍ପିୟାନସ ଟ୍ରଫି କ୍ରିକେଟ ରେ ଆଜି ପାକିସ୍ତାନ -ନ୍ଯୁଜିଲାଣ୍ଡ ଉଦଘାଟନ ମ୍ୟାଚ୍।
ଟିମ୍ ଇଣ୍ଡିଆର କ୍ରିକେଟ ଜର୍ସିରେ ପାକିସ୍ତାନ ନାମ, ଶିବସେନା ପକ୍ଷରୁ ବିରୋଧ
=======================
ଆଜି ଅନ୍ତର୍ଜାତୀୟ ଟଗ ଅଫ ୱାର ଦିବସ
ଆଜି ଜନ୍ମଦିନ: କୋପରନିକସ, ଛତ୍ରପତି ଶିବାଜୀ, ସୋନୁ ୱାଲିଆ, ବସନ୍ତ ସାହୁ (ଭୁବିଜ୍ଞାନୀ, ୧୯୩୭)
ଆଜି ତିରୋଧାନ: ଗୋପାଳକୃଷ୍ଣ ଗୋଖଲେ
ଇତିହାସରେ ଆଜି: (୧୮୭୮) ଥୋମାସ ଏଡିସନ ଫୋଟୋଗ୍ରାଫି କୁ ପେଟେଣ୍ଟ କଲେ/ (୧୯୮୬) ରେଳବାଇରେ କମ୍ପ୍ୟୁଟର କୃତ ଆରକ୍ଷଣ ଆରମ୍ଭ/ (୨୦୦୩) ଦାଉଦ ର ଭାଇ ଇକବାଲ କୁ ଭାରତକୁ ଦେଲା ୟୁଏଇ
=======================
*ବନ୍ଦେ ଉତ୍କଳ ଜନନୀ*
                        
                    
                    
                    
                    
                    
                                    
                                        
                                            🙏
                                        
                                    
                                        
                                            👍
                                        
                                    
                                        
                                            ❤️
                                        
                                    
                                    
                                        7