📖 ମୋ ଓଡିଶା ଖବର 🎥
February 20, 2025 at 07:47 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୦/୦୨/୨୦୨୫,ଗୁରୁବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଆଜିଠୁ ଦିଲ୍ଲୀରେ ଚାଲିବ ରେଖା ସରକାର। ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା ଗୁପ୍ତା। ଦିଲ୍ଲୀ ରାମଲୀଲା ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ।* *୨- 👉 ଦିଲ୍ଲୀ ସରକାର ଗଠନରେ ଓଡ଼ିଶା ଥିଓରୀକୁ ଦିଲ୍ଲୀରେ ପୁନଃସ୍ଥାପନ କରାଯାଇଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ବି ଶପଥ ଗ୍ରହଣ କରିବେ। ସେମାନଙ୍କ ସହ ୬ କ୍ୟାବିନେଟ୍‍ ମନ୍ତ୍ରୀ ଶପଥ ଗ୍ରହଣ କରିପାରନ୍ତି।ଶପଥ ଗ୍ରହଣ ପୂର୍ବରୁ ପ୍ରତିକ୍ରିୟା ରଖିଲେ ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଦିଲ୍ଲୀର ଦାୟିତ୍ୱ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ। ଏଥିସହ ସବୁ ପ୍ରତିଶ୍ରୁତି ପୂରା କରିବେ ବୋଲି କହିଲେ।* *୩- 👉 SBI Recruitment 2025: ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବାଙ୍କ ପାଇଁ ବିଶେଷକରି ବ୍ୟାଙ୍କିଂ କ୍ଷେତ୍ରରେ ଯୋଗଦେବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) କନକରେଣ୍ଟ ଅଡିଟର (Concurrent Auditor) ପଦବୀ ପାଇଁ ବମ୍ପର ନିଯୁକ୍ତି ଦେଉଛି। ଯାହା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। କହି ରଖୁଛୁ ଯେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଆବେଦନ କରିପାରିବେ।* *୪- 👉 ଭୁବନେଶ୍ବରରେ ପହଞ୍ଚିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। କଂଗ୍ରେସ ପଦଯାତ୍ରାରେ ସାମିଲ ହେବେ ଅଜୟ କୁମାର ଲଲୁ ।ଦାୟିତ୍ବ ଗ୍ରହଣ ପରେ ଅଜୟ ଲଲୁଙ୍କ ପ୍ରଥମ ଓଡ଼ିଶା ଗସ୍ତ।* *୫- 👉 ୟୁକ୍ରେନ- ଋଷ ଯୁଦ୍ଧ କେବେ ଜିତା ଯାଇପାରିବ ନାହିଁ। ୟୁକ୍ରେନର ଏକଛତ୍ରବାଦୀ ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନ୍‍ସ୍କିଙ୍କ ଯୋଗୁ ଏ ଯୁଦ୍ଧ ଚାଲିଛି। ତାଙ୍କରି ଇଙ୍ଗିତରେ ଆମେରିକା ପ୍ରଶାସନ ୩୫୦ ବିଲିୟନ ଡଲାର ଅର୍ଥାତ୍‍ ପ୍ରାୟ ୩୫ ହଜାର କୋଟି ଡଲାର ଖର୍ଚ୍ଚ କରିଛି। ଜେଲେନ୍‍ସ୍କିଙ୍କ ଏହି ଅହଙ୍କାର ଏବଂ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ନିଦ୍ରା ଯୋଗୁ ୟୁକ୍ରେନ ଭଳି ଦେଶ ଛାରଖାର ହୋଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।* *୬- 👉 ସମ୍ବଲପୁର ବୁର୍ଲାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିଶ୍ବବିଦ୍ୟାଳୟ ଛାତ୍ରୀ ଉଦ୍ଧାର। ମେଟାକାନି ଅଞ୍ଚଳରୁ ଉଦ୍ଧାର କଲା ପୋଲିସ ୧୦ରୁ ୧୨ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ।* *୭- 👉 ଉତ୍ତର ପ୍ରଦେଶର ଜୌନପୁରୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ପ୍ରୟାଗରାଜ ମହାକୁମ୍ଭ ଯାଉଥିବା ଏକ ଡବଲ୍ ଡେକର ବସ୍ ଦୁର୍ଘଟଣାର ଶିକାର ହୋଇଥିଲା । ଆଜି ଭୋର ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ତୀର୍ଥଯାତ୍ରୀ ବସ୍ ଚାଉଳ ବୋଝେଇ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା।* *୮- 👉 KIIT Student Suicide Case: ଭୁବନେଶ୍ୱର ସ୍ଥିତ KIIT ଡିମ୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳର ଛାତ୍ରଛାତ୍ରୀମାନଙ୍କ ସହ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ଅଟେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୯୦୪୫/HE, ତା ୧୮/୦୨/୨୦୨୫ରିଖ ଅନୁଯାୟୀ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଉକ୍ତ କମିଟି ତା ୧୯/୦୨/୨୦୨୫ ରିଖରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିଥିଲା ଏବଂ ହଷ୍ଟେଲରେ ଥିବା ନେପାଳର ଛାତ୍ରଛାତ୍ରୀମାନଙ୍କ ସହିତ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲା ।* *୯- 👉 ଚାମ୍ପିଅନ ଟ୍ରଫିରେ ଆଜିଠାରୁ ଭାରତର ଅଭିଯାନ ଆରମ୍ଭ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ ଟିମ ଇଣ୍ଡିଆ। ଅପରାହ୍ନ ଦୁଇଟା ୩୦ରୁ ଆରମ୍ଭ ହେବ ମ୍ୟାଚ।* *୧୦- 👉 ରାଜ୍ୟରେ ବଦଳିବ ପାଣିପାଗର ମିଜାଜ୍ । ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ବିଶେଷକରି, ଉତ୍ତର ଓଡିଶା ଓ ଏହାର ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସମ୍ଭାବନା ଅଧିକ ଅଛି। ଆଜି ରାଜ୍ୟର ୨୨ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।* *୧୧-👉 କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏଥି ନିମନ୍ତେ ନିମ୍ନ ପ୍ରଦତ୍ତ ଚାରିଗୋଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।* ହେଲ୍ପଲାଇନ ନମ୍ବର: 0674-2396550 0674-2323401 0674-2323402 0674-2323403 ହ୍ଵାଟ୍ସଆପ ନମ୍ବର : 9124620605 *୧୨-👉Aska- 40 liquor production: ଭୁବନେଶ୍ୱର: ଚିନି ନୁହେଁ, ଦେଶୀ ମଦ ପାଇଁ ବଞ୍ଚି ରହିଛି ଆସ୍କା ଚିନି କଳ। ଏକଥା ସରକାର ସ୍ୱୀକାର କରିଛନ୍ତି ବିଧାନସଭାରେ। ପୁଣି ଦିନକୁ ଦିନ ମଦ ଉତ୍ପାଦନ ବଢ଼ାଇ ରାଜ୍ୟରେ ଆସ୍କା-୪୦ର ଚାହିଦା ପୂରଣ କରୁଛନ୍ତି ସରକାର। ପୂର୍ବତନ ଅବକାରୀ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବର୍ତ୍ତମାନର ସମବାୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ସମବାୟ ଆନ୍ଦୋଳନରେ ଗଢ଼ା ହୋଇଥିବା ୪ଟି ଚିନିକଳରୁ ମାତ୍ର ଗୋଟିଏ ଚିନିକଳ ଏବେ କାର୍ଯ୍ୟକ୍ଷମ ରହିଛି। ରାଜ୍ୟ ସରକାରଙ୍କଠାରୁ ଦୁଇଟି ଚିନିକଳ କିଣିଥିବା ସଂସ୍ଥା ବ୍ୟାଙ୍କରୁ ମୋଟା ଅଙ୍କର ଋଣ ନେଇ ଆଉ କାରଖାନା ଚଳାଉନାହାନ୍ତି। ଏବାବଦରେ ମାମଲା ଲଢ଼ୁଛନ୍ତି ସରକାର। ପୁଣି ଆଉ ଗୋଟିଏ ସଂସ୍ଥାକୁ ବିକ୍ରି କରିବା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅର୍ଥାତ୍‍ ବାସ୍ତବରେ ଗୋଟିଏ ମାତ୍ର ସଂସ୍ଥା ଏବେ ଚାଲିଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
🙏 👍 6

Comments