📖 ମୋ ଓଡିଶା ଖବର 🎥
February 22, 2025 at 05:47 AM
*ଖବର ଆଜିର, ୨୨ ଫେବ୍ରୁଆରୀ, ଶନିବାର* ======================= ରାଜ୍ୟର ଅର୍ଥନୀତି ତଳମୁହାଁ। ଶିଳ୍ପ ଓ କୃଷି କ୍ଷେତ୍ରରେ ଯୋଗଦାନ କମିଛି। ଅଭିବୃଦ୍ଧି ହାର ୮.୭% ରୁ ୭.୨%କୁ ହ୍ରାସ ପାଇଲା। ବର୍ଷାରେ ମଣ୍ଡି ଧାନ ଭିଜିଗଲା ପରେ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଣ ପାଇଁ ମିଲର ମାନଙ୍କୁ ଅନୁରୋଧ କଲେ ସରକାର ମାଣ୍ଡିଆରୁ ମଦ ତିଆରି ପାଇଁ ଶିଳ୍ପପତିଙ୍କୁ ସବ୍‌ସିଡି ଦେବେ ରାଜ୍ୟ ସରକାର। ବାଜରା ଓ ଯଅ ରୁ ମଦ ତିଆରି କଲେ ବି ସବସିଡି ମିକିବ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ କହିଲେ, ଲୋକଙ୍କୁ ଭିକ ମାଗିବୁ, ଲୋକଙ୍କ ଟଙ୍କାରେ କଂଗ୍ରେସ ତିଆରି କରିବୁ ଆଜିଠାରୁ ଆରମ୍ଭ ସୁଭଦ୍ରା ଶକ୍ତି ମେଳା, ମାର୍ଚ୍ଚ ୨ ଯାଏଁ ନଅ ଦିନ ଧରି ଚାଲିବ ରାଜ୍ୟରେ ବୃହତ ଶିଳ୍ପ ଦୁରବସ୍ଥା। ୪ଟି କମ୍ପାନି ଏମ୍‌ଓୟୁ ପ୍ରତ୍ୟାହାର କରିଛନ୍ତି, ପାଞ୍ଚଟି କାରଖାନା ଅଚଳ, ୧୧ଟି କାରଖାନା ଆରମ୍ଭ ହୋଇପାରୁନି ରାଜ୍ୟର ୮୦ଟି କର୍ମ ନିୟୋଜନ କାର୍ଯ୍ୟାଳୟରେ ୧୧.୯୭ଲକ୍ଷ ପଞ୍ଜିକୃତ, ନିଯୁକ୍ତି ମିଳିଛି ୨୨୯୪ ଜଣକୁ। ବସିବସି ଦରମା ନେଉଛନ୍ତି କର୍ମଚାରୀ ପୁରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେଲା ଅର୍ଗାନିକ ରାଇସ ପ୍ରସ୍ତୁତ ‘ଅମୃତ ଅନ୍ନ’, ସେବନ କଲେ ସେବକ ଓ ଅଧିକାରୀ। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ମୀରା ପରିଡ଼ା ଏବଂ ଅଶୋକ ଚମ୍ପତିଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ହେଲା ହାଇଡ୍ରାମା। ଭୁବନେଶ୍ୱର ନୟାପଲ୍ଲୀ ଥାନା ଏଏସଆଇ ଗିରଫ। ବିଧବା ପୀଡିତାଙ୍କ ସହ ସମ୍ପର୍କ ଓ ଅଭିଯୋଗ ପରେ ଜାଲରେ ପଡିଲେ ବ୍ରହ୍ମପୁର ଇଣ୍ଡିଆନ ଅଏଲ କାରଗିଲ ପେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ପାଣି ଅଭିଯୋଗ। ଗ୍ରାହକଙ୍କ ଭିଡିଓ ଭାଇରାଲ ତିନି ମାସ ଦରମା ନପାଇ ଛୁଟିନେଇ ମୂଲ ଲାଗିଲେ ବଲାଙ୍ଗୀର ବାନ୍ଧନବାହାଲ ବିଦ୍ୟାଳୟ ଶିକ୍ଷକ ପ୍ରଭୁଦତ୍ତ ସାହୁ। ସହାନୁଭୂତି ବଦଳରେ କାର୍ଯ୍ୟାନୁଷ୍ଠାନ କରିବେ ଶିକ୍ଷା ବିଭାଗ ପାଲଲହଡ଼ାରେ ଗଣ ନିର୍ଯ୍ୟାତନା ପରେ ମହିଳାଙ୍କୁ ନିର୍ମମ ହତ୍ୟା ଓଡ଼ିଆ ଦାଦନଙ୍କୁ ବନ୍ଧୁକ ଦେଖାଇ ତାମିଲନାଡୁ ତିରୁପୁର ଷ୍ଟେସନ ପାଖରେ ୨୭ ବର୍ଷୀୟ ସ୍ତ୍ରୀଙ୍କୁ ନିର୍ଯ୍ୟାତନା ଦେଲେ ତିନି ମୁସଲିମ ଯୁବକ। ଗିରଫ ହେଲେ ଓଡ଼ିଶାରୁ ମାସକୁ ୨୦୦ କୋଟିର ବାଲି ଚୋରାରେ ପଶ୍ଚିମବଙ୍ଗ ଯାଉଛି, ଅଭିଯୋଗ ପରେ ପୋଲିସ ପ୍ରଶାସନ ନିଦରୁ ଉଠିଲେ ଗୋଟିଏ ବର୍ଷାରେ ମାଲକାନଗିରି ଖଇରପୁଟ, କୁଡୁମୁଳୁଗୁମ୍ମା, ମାଥିଲି, ଗୋବିନ୍ଦପାଲ୍ଲୀ ଆଦିର ମୁଖ୍ୟ ରାସ୍ତା ପାଲଟିଲା ମରଣଯନ୍ତା। ଗଂଜାମ ଖଲିକୋଟ ପଥରା ପଞ୍ଚାୟତରେ ବ୍ଯାପିଲା ଜଣ୍ଡିସ ରୋଗ, ୧୫ ପିଲାଙ୍କ ରକ୍ତ ନମୁନା ପରୀକ୍ଷା ଆରମ୍ଭ। ଢେଙ୍କାନାଳ କାମାକ୍ଷାନଗରରେ ସମ୍ପର୍କ ସମସ୍ୟାକୁ ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଥିଲା କଳା ଶିକ୍ଷକ ଝାରସୁଗୁଡାରେ ନବ ଦାସଙ୍କ ରୋଷେୟା ମାମଲାର ଫାଇଲ ଖୋଲିଲା, ଆରମ୍ଭ ହେଲା ଖୋଳତାଡ଼। କେନ୍ଦ୍ରାପଡ଼ା ରାଜନଗରରେ ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣା, ସାଇକେଲ ଆରୋହୀ ମୃତ, ୧୧ ଆହତ। କଟକ ଆଠଗଡ଼ରେ ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣାରେ ୩ ଜଣକୁ ଗିରଫ କଲା ପୋଲିସ। ମୟୁରଭଞ୍ଜ ବହଳଦାରେ ରାସ୍ତାରୁ ତଳକୁ ଖସିଲା 'ଆପୁ' ବସ। ୧୭ ଯାତ୍ରୀ ଆହତ, ୫ ଜଣ ଗୁରୁତର ନିଜକୁ ଭଗବାନଙ୍କ ସହ ଯୋଡ଼ି ସମାଲୋଚିତ ହେଲା ଓୟୋ ରେଳବାଇ ଦୁଃଖ। ଟିଟିଲାଗଡ଼଼ରେ କୋଇଲା ବୋଝେଇ ଟ୍ରେନ୍‌‌ର ୩ଟି ବଗି ଲାଇନଚ୍ୟୁତ ହେଲା ଟ୍ୱିଟର ଏକ୍ସରୁ ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟାର ୨୫୮ ଭିଡିଓ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଲା ରେଳ ମନ୍ତ୍ରାଳୟ। ବିଭାଗୀୟ ଦୁର୍ବଳତା ଘୋଡାଇବାକୁ ଉଦ୍ୟମ ବିଦେଶୀ ଫଣ୍ଡିଂ ନିୟମ ଉଲ୍ଲଂଘନ କରିଥିବାରୁ ବିବିସି ଇଣ୍ଡିଆ ଉପରେ ୩.୪୪ କୋଟି ଟଙ୍କା ଜରିମାନା ଲଗାଇଲା ଇଡି, ନିର୍ଦ୍ଦେଶକଙ୍କ ଉପରେ ବି ଆକ୍ସନ। ବାଇଡେନ ପ୍ରଶାସନ ଭାରତକୁ ୧୮୨କୋଟି ଲାଞ୍ଚ ଦେଇ ନିର୍ବାଚନକୁ ପ୍ରଭାବିତ କରାଯାଇଥିବା ଟ୍ରମ୍ପଙ୍କ ଅଭିଯୋଗ। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ସେନ୍‌ସେକ୍ସ ୨୦୩ ପଏଣ୍ଟ ଖସି ୭୫,୭୩୫ରେ ବନ୍ଦ। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୨୨୯୧୩ ପଏଣ୍ଟକୁ ଖସିଲା ======================= ଆଜି ବିଶ୍ୱ ଚିନ୍ତନ ଦିବସ ଆଜି ଜନ୍ମଦିନ: ଜର୍ଜ ୱାଶିଂଟନ, ଇଫତେକାର, ସୁରଜ ବଡ଼ଜାତ୍ୟା, ଜନ ମୁଲର ହିଲ (ଗଣିତଜ୍ଞ), ନିରଞ୍ଜନ ପଟନାୟକ https://youtu.be/mI_0LKCRAxw?si=qeRH1PHbX86p4Hsd ଆଜି ତିରୋଧାନ: କସ୍ତୁରବା ଗାନ୍ଧୀ, ଆବୁଲ କାଲାମ ଆଜାଦ ======================= *ବନ୍ଦେ ଉତ୍କଳ ଜନନୀ*
🙏 👍 6

Comments