📖 ମୋ ଓଡିଶା ଖବର 🎥
February 25, 2025 at 04:28 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୫/୦୨/୨୦୨୫,ମଙ୍ଗଳବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ରାତି ୧୦ଟାରେ ଉଠିବ ମହାଦୀପ।ମହା ଶିବରାତ୍ରୀରେ ଶୈବପୀଠ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । ରାତି ସାଢ଼େ ୩ଟାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ଆରମ୍ଭ ହେବ। ଏଥି ନିମନ୍ତେ ସମସ୍ତେ ସହଯୋଗ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟ ଓ ରାଜ୍ୟ ବାହାରର ବହୁ କଳାକାର ଲିଙ୍ଗରାଜ ମନ୍ଦିର ନିକଟରେ ଭଜନ ଗାଇବାର କାର୍ଯ୍ୟକ୍ରମ ରହିଛି।* *୨- 👉 ଭୁବନେଶ୍ୱରରେ ଭୂକମ୍ପର ଝଟକା, ଆଜି ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ପଶ୍ଚିମବଙ୍ଗରେ ମଧ୍ୟ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ରେକର୍ଡ ହୋଇଥିବା ତଥ୍ୟ ଅନୁସାରେ ଏହି ଭୂକମ୍ପର ତୀବ୍ରଦା ରିକ୍ଟର ସ୍କେଲରେ ୫.୧ ଥିଲା। କିନ୍ତୁ ଭୂକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର ମଧ୍ୟରେ ଥିବାରୁ ସ୍ଥଳ ଭାଗରେ ଏହାର ପ୍ରଭାବ କମ୍‍ ରହିଥିଲା। ଅନ୍ୟ ଏକ ଭୂକମ୍ପ ଆଜି ରାତି ୧୨ଟା ୨୩ ମିନିଟ ସମୟରେ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ତୀବ୍ରତା ୩.୨ ଥିବା ବେଳେ ମଣିପୁରର ଉଖ୍ରୁଲଠାରେ ଏହାର କେନ୍ଦ୍ରସ୍ଥଳ ରହିଥିବା କୁହାଯାଇଛି। ଏହା ଭୂ ପୃଷ୍ଠଠାରୁ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ପ୍ରଭାବରେ ନାଗାଲାଣ୍ଡ, ମଣିପୁରର ବିଭିନ୍ନ ଅଞ୍ଚଳରେ ମୃଦ୍ୟୁ ଭୂକମ୍ପ ଅନୁଭୂତ ହୋଇଛି।* *୩- 👉 କାଲିଠୁ ବଢିବ ତାତି।ରାଜ୍ୟରେ ଜାରି ରହିଛି ଖରା ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ତରଫରୁ ମିଳିଥିବା ତାଜା ସୂଚାନ ଅନୁସାରେ, ଆଗକୁ ତାତି ବଢିବ। ବିଶେଷକରି, ୧ ତାରିଖରୁ ତାତି ବଢିବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଘଡଘଡି଼ ସହ ବର୍ଷା ଜାରି ରହିଛି। ଏନେଇ ଆଜି ୮ ଜିଲ୍ଲାକୁ ଘଡଘଡି଼ ସହ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି ହୋଇଛି। ସେହିପରି, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ।* *୪- 👉 ମା’ ହେଲା ଅଙ୍କିତା:ବାଘ ସଂଖ୍ୟା ୨୮କୁ ବୃଦ୍ଧି।ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି। ପ୍ରାଣୀ ଉଦ୍ୟାନର ୩୧ନଂ ଫିଡିଂ ଚାମ୍ବରରେ ରହୁଥ‌ିବା ୧୩ ବର୍ଷୀୟା ବାଘୁଣୀ ‘ଅଙ୍କିତା’ ସୋମବାର ସକାଳେ ତୃତୀୟ ଥର ମା’ ହୋଇଛି। ତୃତୀୟ ଗର୍ଭରେ ସେ ଗୋଟିଏ ଶାବକ ଜନ୍ମଦେଇଛି। ତେବେ ଆହୁରି ଶାବକ ସେ ଜନ୍ମ ଦେବ ବୋଲି ଆଶା କରାଯାଉଛି। ଏହି କାରଣରୁ ସିସିଟିଭିରେ ଅଙ୍କିତା ଉପରେ ନଜର ରଖାଯାଇଛି। ଆଜକୁ ପ୍ରାୟ ୧୦୩ ଦିନ ପୂର୍ବରୁ ମହାବଳ ବାଘ ‘ସେଫ' ସହିତ ବାଘୁଣୀ ‘ଅଙ୍କିତା’ର ମିଳନ କରାଯାଇଥିଲା । ଆଜି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୬ଟି ଅଣ୍ଡିରା ଓ ୧୧ ଟି ମାଈ। ଆଜି ଜନ୍ମିତ ଶାବକର ଲିଙ୍ଗ ଜଣାପଡ଼ିନାହିଁ। ୨୦୧୨ ଜାନୁଆରୀ ୧୩ରେ ପ୍ରାଣୀ ଉଦ୍ୟାନରେ ବାଘୁଣୀ ଅଙ୍କିତାର ଜନ୍ମ ହୋଇଥିଲା।* *୫- 👉 ବଲାଙ୍ଗିର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା।ଚର୍ଚ୍ଚିତ ବଲାଙ୍ଗିର ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲର ପାଟଣାଗଡ଼ ଏଡିଜେ କୋର୍ଟରେ ଆବେଦନ। ବୟାନ ରେକର୍ଡ ତାରିଖ ଘୁଞ୍ଚାଇବାକୁ ପୁଞ୍ଜିଲାଲର ଆବେଦନ। ଅସୁସ୍ଥତା ଦର୍ଶାଇ ଆବେଦନ, କାଲି ହେବାର ଅଛି ବୟାନ ରେକର୍ଡ। ମାମଲାରେ ମୋଟ୍ ୬୨ ଜଣ ସାକ୍ଷ୍ୟପ୍ରଦାନ କରି ସାରିଛନ୍ତି।* *୬- 👉 ଟ୍ବିନ୍‌ସିଟିରେ ଅପରାଧୀ ଏବଂ ଟ୍ରାଫିକ ଖିଲାଫକାରୀଙ୍କୁ ଧରିବ ଉଚ୍ଚମାନର AI କ୍ୟାମେରା।ମାନିଆ ଓ ଅପରାଧୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସର ବଡ଼ ନିଷ୍ପତ୍ତି । ଟ୍ବିନସିଟିକୁ ଜଗିବ ଏଆଇ କ୍ୟାମେରା । ଭୁବନେଶ୍ବର ଓ କଟକରେ ଲାଗିବ ହାଇ ରିଜୋଲ୍ୟୁସନ ଏଆଇ କ୍ୟାମେରା । ଏହି ଉଚ୍ଚମାନର ଏଆଇ କ୍ୟାମେରା ଟ୍ରାଫିକ୍ ଖିଲାପକାରୀଙ୍କ ସହ ଅପରାଧୀଙ୍କୁ ମଧ୍ୟ ଧରିବ । ଏହାସହ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରିବା ସହ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି, ସିକ୍ୟୁରିଟି ଗାର୍ଡ ମୁତୟନ ନେଇ ଗୁରୁତ୍ୱାରୋପ କରାଯାଇଛି । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ଗୁରୁତ୍ୱ ଦେଇଛନ୍ତି ପୋଲିସ କମିଶନର। ପ୍ରଥମକରି ଟ୍ବିନସିଟିରେ ଲାଗିବ ଏଆଇ କ୍ୟାମେରା । ଏହା ଆଡଭାନ୍ସ ଟେକ୍ନୋଲୋଜି ଜରିଆରେ ଟ୍ରାଫିକ୍ ଖିଲାପକାରୀ ଓ ଅପରାଧୀଙ୍କ ଉପରେ ନଜର ରଖିବ।* *୭- 👉 ମହାକୁମ୍ଭରେ ବୁଡ଼ ପକାଇଲେ ଉପମୁଖ୍ୟମନ୍ତ୍ରୀ ।ଉତ୍ତରପ୍ରଦେଶର ପ୍ରୟାଗ ରାଜରେ ଚାଲିଛି ମହାକୁମ୍ଭ। ଏହି ସମୟରେ ବୁଡ ପକାଇବାକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି। ଏହି ଅବସରରେ ପବିତ୍ର ତ୍ରିବେଣୀ ସଙ୍ଗମରେ ସୋମବାର ବୁଡପକାଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକାଇଛନ୍ତି। ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ। ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି ବୋଲି କହିଛନ୍ତି।* *୮- 👉 ଉଦ୍ଧାର କାର୍ଯ୍ୟରେ ବାଧା।ତେଲେଙ୍ଗାନା ଟନେଲ୍ ଟ୍ରାଜେଡିରେ ଉଦ୍ଧାର କାର୍ଯ୍ୟରେ ବାଧକ ସାଜିଛି ଶେଷ ୪୦ ମିଟର । ସମୟ ଗଡ଼ି ଗଡ଼ି ଯାଉଥିବା ସମୟରେ ଆଶା ମଧ୍ୟ ମଉଳି ଆସୁଛି । ଦୀର୍ଘ ୬୦ ଘଣ୍ଟା ହେବ ଅନ୍ଧାରୀ ସୁଡ଼ଙ୍ଗ ଭିତରେ ରହିଛି ୮ ଜୀବନ । ଆଶା ଆଶଙ୍କାରେ ରହିଛି ତେଲେଙ୍ଗାନା ଟନେଲ୍ ଟ୍ରାଜେଡି । ଉଦ୍ଧାରକାରୀ ଟିମ୍ ଭରପୁର ପ୍ରୟାସ ଚଳାଇଛନ୍ତି।* *୯- 👉 ଆସିଲା ପିଏମ କିସାନ ସମ୍ମାନ ଟଙ୍କା।ପିଏମ କିଷାନକୁ ୬ ବର୍ଷ ପୁରିଛି। ବିହାରରୁ ପିଏମ କିଷାନ ଜରିଆରେ ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି ୨୦୦୦ ଟଙ୍କା। କିନ୍ତୁ ଫସଲ କ୍ଷତି ସହାୟତା ଭଳି ପିଏମ କିଷାନରୁ ବାଦ୍ ପଡିଛନ୍ତି ଭୂମିହୀନ ଚାଷୀ। ପ୍ରଶ୍ନ ଉଠୁଛି, ଭୂମିହୀନ ଚାଷୀଙ୍କୁ କେବେ ସ୍ବୀକୃତି ସହ ସହାୟତା ଦେବେ କେନ୍ଦ୍ର ସରକାର। ପିଏମ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ ଆସିଲା ଟଙ୍କା। ବିହାରର ଭାଗଲପୁରରୁ ପିଏମ କିଷାନର ୧୯ ତମ କିସ୍ତି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଡିବିଟି ଜରିଆରେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିଛି।* *୧୦- 👉 ସେମିରେ ନ୍ୟୁଜିଲାଣ୍ଡ।ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଦ୍ବିତୀୟ ଦଳ ଭାବେ ନ୍ୟୁଜିଲାଣ୍ଡ ସେମି ଫାଇ ଫାଇନାଲରେ ପ୍ରବେଶ କରିଛି। ଖେଳାଯାଇଥିବା ଗ୍ରୁପ୍-ଏ'ର ଏକ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫ ୱିକେଟ୍‌ରେ ବାଂଲାଦେଶକୁ ହରାଇଥିଲା। ଏହି ମ୍ୟାଟ୍‌ରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯ ୱିକେଟ୍ ବିନିମୟରେ ୨୩୬ ରନ ସଂଗ୍ରହ କରିଥିଲା। ଏହା ଏହାର ଜବାବରେ ନ୍ୟୁଜିଲାଣ୍ଡ ୪୬.୧ ଓଭର ଭରରେ ୫ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା। ରବିନ୍ଦ୍ର ଫିଟ୍ ହୋଇ ଏକାଦଶକୁ ଫେରିଥିଲେ ଓ ଶତକ ମାରି ଦଳକୁ ବିଜୟୀ କରାଇଥିଲେ। ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ମାଇକେଲ ବ୍ରେସୱେଲ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ କରାଯାଇଥିଲା। ଗ୍ରୁପ୍-ଏ’ରୁ ଭାରତ ଓ ନ୍ୟୁଜିଲାଣ୍ଡ ୨ଟି ଲେଖାଏଁ ମ୍ୟାଚ୍ ଜିତି ସେମିରେ ପ୍ରବେଶ କରିବା ଫଳରେ ପାକିସ୍ତାନର ସବୁ ଆଶା ମଉଳି ଯାଇଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
👍 🙏 ❤️ 5

Comments