ସକାଳର ଖବର
February 24, 2025 at 12:00 PM
*ଖବର ଆଜିର, ୨୪ ଫେବ୍ରୁଆରୀ, ସୋମବାର*
=======================
ରାଜ୍ୟର ୧୨ ଜିଲ୍ଲାକୁ ବର୍ଷା ନେଇ ସତର୍କତା ସୂଚନା ଜାରିକଲା ପାଣିପାଗ ବିଭାଗ।
ପ୍ରକାଶ ପାଇଲା ଜେଇଇ ମେନ୍ ପେପର ୨ ଫଳ, ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା
ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାର ହେବ ପରିବର୍ତନ,୨୦୨୬ରୁ ପାର୍ଟ ଟାଇମ୍ ବିଏଡ୍ ଓ ଏମ୍ ଏଡ୍।
ଏମ୍ସ ଭୁବନେଶ୍ୱର ରେ ଯକୃତ ପ୍ରତିରୋପଣ ୟୁନିଟ ଉଦଘାଟିତ।
ପୁରୀ ବ୍ରହ୍ମଗିରିରେ ଜାଗର ପାଇଁ ଚାଲିଛି ପ୍ରସ୍ତୁତି, ଦୀପ ଗଢ଼ିବାରେ ବ୍ୟସ୍ତ କାରିଗର।
ପିସିସି ସଭାପତି ଭକ୍ତ ଚରଣ ଦାସ ସୁସ୍ଥ ହେଉଛନ୍ତି, ଅସ୍ତ୍ରୋପଚାର ସଫଳ
ନୂଆ ରୂପ ନେବ ବିଜେଡ଼ି ସଂଗଠନ,ପଣା ସଂକ୍ରାନ୍ତି ପୂର୍ବରୁ ହେବ ସାଂଗଠନିକ ନିର୍ବାଚନ।
ଗଂଜାମ ଛତ୍ରପୁର ଋଷିକୂଲ୍ୟା ବେଳାଭୂମିରେ କଇଁଛ ଅଣ୍ଡାଦାନ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ।
କେନ୍ଦ୍ରାପଡା ରାଜନଗର, ଗହ୍ମାଶିଖର ଗ୍ରାମରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ।
ଓସିଏର ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ।
ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ରାମଲାଲାଙ୍କୁ କରିବେ ଦର୍ଶନ।
ନବରଙ୍ଗପୁର ଜିଲ୍ଲା ଉମରକୋଟରେ ୨ କୃଷି ଅଧିକାରୀ ଭିଜିଲାନ୍ସ ଜାଲରେ, ୫ ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ।
ଅନୁଗୋଳ ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର, ଚିଠିଲେଖିଲା ବନ ବିଭାଗ।
କଟକ ଚୌଦ୍ଵାରରେ ଲିଫ୍ଟ ଦେବା ବାହାନାରେ ଲୁଟ୍ କରୁଥିଲେ ଗାଡ଼ିରେ ବସାଉଥିଲେ, ବନ୍ଧୁକ ଦେଖାଇ ଲୁଟ୍ କରୁଥିଲେ, ଏବେ ପଡ଼ିଲେ ପୋଲିସ ହାବୁଡ଼ରେ।
ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ବସ୍ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ , କେହି ଆହତ ହୋଇନଥିବା ଜଣାପଡ଼ିଛି।
ଇ-କେୱାଇସି ଗୋଲକ ଧନ୍ଦାରେ ବଣ୍ଡାଘାଟିର ଅପାଠୁଆ ମଣିଷ, ସାହାଯ୍ୟ କରୁନାହାନ୍ତି ପ୍ରଶାସନ।
ଅନୁଗୁଳ ଜିଲ୍ଲା ତାଳଚେରରେ ବାହାଘର ପୁର୍ବରୁ ଝିଅ ଫେରାର, ସନଭଉଣୀ ସହ ବାହାଘର। ଚାରିଦିନ ପରେ ସେ ବି ଧରିଲା ଅନ୍ୟହାତ
ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ କୋତୱାଲି ସହର:ଘର ଅପରିଷ୍କାର ହେବାରୁ ସ୍ବାମୀ ସହ ଝଗଡ଼ା କରି ୨ ଝିଅଙ୍କ ସହିତ ବିଷ ପିଇଲା ମା’।
ଇଂଜିନିୟର ପ୍ରାର୍ଥୀଙ୍କ ପାଇଁ ସୁଯୋଗ, NTPCରେ ଆସିଷ୍ଟାଣ୍ଟ୍ ଏକ୍ଜିକ୍ୟୁଟିଭ୍ ହେବାର ସୁଯୋଗ, ଖାଲି ଅଛି ୪୦୦ ପଦବୀ।
ମନ୍ କି ବାତ୍ରେ ମୋଦୀଙ୍କ ମୋଟାପଣ ଚର୍ଚ୍ଚା, ଖାଇବା ତେଲର ବ୍ୟବହାର ୧୦% କମ୍ କରିବାକୁ ଉପଦେଶ।
ଚମ୍ପିୟାନ ଟ୍ରଫି କ୍ରିକେଟରେ ବିରାଟଙ୍କ ଦମଦାର ଶତକ, ପାକିସ୍ତାନକୁ ହରାଇ ସେମିରେ ଟିମ୍ ଇଣ୍ଡିଆ।
ହିମାଚଳ ମଣ୍ଡି ଓ ଜମ୍ମୁ-କାଶ୍ମୀର କୁପୱାଡାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮
ବ୍ରାଜିଲରେ ଶତାୟୁ ଦମ୍ପତିଙ୍କ ୱାର୍ଲ୍ଡ ରେକର୍ଡ; ୮୫ ବର୍ଷର ବିବାହ, ଶତାଧିକ ନାତି ନାତୁଣୀଙ୍କ ସହ ଅଛି ସୁଖୀ ପରିବାର।
ଶିଳ୍ପପତି ପଙ୍କଜ ଓସୱାଲଙ୍କ ଝିଅ ବସୁନ୍ଧରା ଓସୱାଲଙ୍କୁ ଉଗାଣ୍ଡା ଜେଲରେ ଅକଥନୀୟ ନିର୍ଯାତନା।
=======================
ଆଜି କେନ୍ଦ୍ର ଅବକାରୀ ଦିବସ
ଆଜି ଜନ୍ମଦିନ: ତଲତ ମେହେମୁଦ, ଜୟଲଳିଥା, ସଞ୍ଜୟ ଲୀଲା ଭନସଲି, ପୂଜା ଭଟ୍ଟ, ରଞ୍ଜନ ଦାଶ (ସମ୍ବଲପୁର)
ଆଜି ତିରୋଧାନ: ଲଳିତା ପାୱାର, ଭୀମସେନ ଯୋଶୀ, ଶ୍ରୀଦେବୀ
ଇତିହାସରେ ଆଜି: (୧୫୮୨) ନୂଆ ଗ୍ରେଗୋରୀ କ୍ୟାଲେଣ୍ଡର ଆରମ୍ଭ/ (୧୭୩୯) ନାଦିର ଶାହାର ଭାରତ ବିଜୟ, ଦିଲ୍ଲୀରେ ନରସଂହାର/ (୧୯୧୮) ଏଷ୍ଟୋନିଆ ସ୍ୱାଧୀନ ହେଲା/ (୧୯୨୦) ହିଟଲର ଦ୍ୱାରା ନାଜି ପାର୍ଟି ଗଠନ
=======================
*ବନ୍ଦେ ଉତ୍କଳ ଜନନୀ*
❤️
1