ସକାଳର ଖବର
February 24, 2025 at 12:01 PM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୪/୦୨/୨୦୨୫,ସୋମବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 Srimandira: ଆଜି ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ସଂଚିତ ହୋଇ ରହିଥିବା ବେଲପତ୍ର, ପୁଷ୍ପ,ନୈବେଦ୍ୟ ଆଦି ପଞ୍ଚାମୃତକୁ ପଙ୍କ ହିସାବରେ ପରମ୍ପରା ଅନୁଯାଇ କଢ଼ାଯାଇଛି। ଲୋକନାଥ ଦେବ ଗମ୍ଭୀରାରେ ବର୍ଷ ତମାମ ପୁଷ୍ପ ନୈବେଦ୍ୟରେ ଲୁକାୟିତ ଥିବା ବେଳେ ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।*
*୨- 👉 Matric Exam: ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଆଜି ଇଂରାଜୀ ପରୀକ୍ଷା(English Exam) ଦେବେ ଛାତ୍ରଛାତ୍ରୀ । କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା।*
*୩- 👉 Telengana Rescue: ତେଲେଙ୍ଗାନାର ନାଗରକୁର୍ଣ୍ଣୁଲରେ ଥିବା ଶ୍ରୀ-ଶୈଲମ କେନାଲ (SLBC) ଟନେଲ୍ର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ୮ ଜଣ ଶ୍ରମିକ ଦୁଇ ଦିନ ହେଲା ଫସି ରହିଛନ୍ତି। ଆଜି ସେନା ଇଞ୍ଜିନିୟର ଏବଂ ବିଶେଷଜ୍ଞ ଦଳ ସ୍ଥିତି ଆକଳନ କରିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ସେନା ସାମିଲ ହୋଇଛି।*
*୪- 👉 Kantakabi Laxmikanta Mohapatra: ଆଜି କାନ୍ତକବିଙ୍କ ଶ୍ରାଦ୍ଧ ଦିବସ। ଓଡ଼ିଶାର ରାଜ୍ୟ ସଂଗୀତ ମାନ୍ୟତା ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ )ଆଜି ଶ୍ରାଦ୍ଧ ଦିବସ। ୧୯୫୩ ମସିହାର ଆଜିର ଦିନରେ ୬୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୮୮୮ ମସିହା ଡିସେମ୍ବର ୯ ତାରିଖରେ ସେ କଟକର ବାଖରାବାଦସ୍ଥିତ ଧୂଆଁଳିଆ ଗଳିରେ ଜନ୍ମଗ୍ରହଣ କରିଥିଲେ। ନିଜର ସାହିତ୍ୟ ସାଧନ ଓ ସରଳ ଜୀବନ ଶୈଳୀ ପାଇଁ ସେ ସମସ୍ତଙ୍କ ଗହଣରେ ପରିଚିତ ଥିଲେ। ରାଭେନ୍ସା କଲେଜରୁ ପାଠ ପଢ଼ୁଥିବା ଅବସ୍ଥାରେ ହିଁ ତାଙ୍କର ନାଟକ, ସଂଗୀତ ଓ କବିତା ପ୍ରତି ଅନୁରାଗ ଦେଖିବାକୁ ମିଳିଥିଲା। ୨୫ ବର୍ଷ ବୟସରେ ସେ ବ୍ୟାଧିଗ୍ରସ୍ତ ହୋଇଥିଲେ। କିନ୍ତୁ ନିଜର ସାଧନାରୁ କେବେ ହଟି ନଥିଲେ।*
*୫- 👉 Odisha News: ପାରାଦ୍ଵୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ''କଳିଙ୍ଗ ମହିଳା ଶକ୍ତି'' ସଂଗଠନର ରଣହୁଙ୍କାର। ବନ୍ଦର ନଗରୀ ରେ ଅବହେଳିତ ହେଉଛନ୍ତି ମହିଳା, ଭୁଷୁଡି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା। ଭାରତର ଏକ ନମ୍ବର ମେଜର ପୋର୍ଟ ପାରାଦ୍ଵୀପ ନିଜର ସିଏସଆର ଟଙ୍କା ଦିଲ୍ଲୀ, ବମ୍ବେ ଓ କଲିକତାରେ ଖର୍ଚ୍ଚ କରୁଥିବା ବେଳେ, ପାରାଦ୍ଵୀପ ଓ ଏହାର ଆଖପାଖ ଅଞ୍ଚଳ ଏବେବି ଅନୁନ୍ନତ ଅବସ୍ଥାରେ ପଡ଼ିରହିଛି। ବନ୍ଦରକୁ ଭିତ୍ତିକରି ବିଭିନ୍ନ ଶିଳ୍ପ ଗଢି ଉଠିଥିବା ବେଳେ ସ୍ଥାନୀୟ ଅଞ୍ଚଳର ମହିଳା ଓ ଯୁବକ ଯୁବତୀ ବେକାରୀ ସମସ୍ୟା ଦେଇ ଗତି କରୁଛନ୍ତି। ବନ୍ଦରାଞ୍ଚଳରେ ଟୁରିଜିମ୍ , ଭେଣ୍ଡିଙ୍ଗ ଜୋନ୍ କିମ୍ବା ପାରାଦ୍ଵୀପକୁ ସହରାଞ୍ଚଳ ବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ପଦକ୍ଷେପ ପାରାଦ୍ଵୀପ ବନ୍ଦର ନେଉ ନାହିଁ।*
*୬- 👉 Turtle: ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନ ସ୍ଥଳୀର ମାନ୍ୟତା ପାଇଥିବା ଋଷିକୁଲ୍ୟା(Rushikulya River) ମୁହାଣ ସଂଲଗ୍ନ ବାଲୁକାଶଯ୍ୟାରେ ଅଲିଭ୍ ରିଡ୍ଲେଙ୍କ ଗଣ ଅଣ୍ଡାଦାନ ସରିଛି। ଚଳିତବର୍ଷ ଅଲିଭ୍ ରିଡ୍ଲେ ସର୍ବକାଳୀନ ରେକର୍ଡ କରିଛନ୍ତି। ଏବର୍ଷ ମୋଟ ୬ଲକ୍ଷ ୯୮ହଜାର ୭୧୮ କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।*
*୭- 👉 Petrol Diesel Price: ନୂଆଦିଲ୍ଲୀ: ଆଜି ସୋମବାର ଫେବୃଆରୀ ୨୪ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି।*
*୮- 👉 Odisha News: ବଲାଙ୍ଗିରରେ BSKY କାର୍ଡ କେଳେଙ୍କାରୀ ଘଟଣାରେ ୨ ଜଣ ଗିରଫ । ଅଭିଯୁକ୍ତ ମହିଳା ଦଲାଲ ରଶ୍ମିତା ବାରିକ ଏବଂ ତାଙ୍କ ଡ୍ରାଇଭର କରନ ଦାସ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ କରିଛି ପୁଇଁତଳା ଥାନା ପୋଲିସ ।*
*୯- 👉 IND Vs Pak Virat Kohli Records: ଦୁବାଇରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପଞ୍ଚମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଛି ଭାରତ। ଏହା ସହିତ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତାର ବିଜୟ ଧାରା ବଜାୟ ରଖିଛି। ବିରାଟ ୧୧୧ ବଲ୍ରେ ସାତଟି ଚୌକା ସହାୟତାରେ ତାଙ୍କର ଶତକ ପୂରଣ କରିଥିଲେ। ଏହା ସହିତ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫିରେ ଏହା କୋହଲିଙ୍କ ପ୍ରଥମ ଶତକ। ବିରାଟ ୨୦୧୩ରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ କିନ୍ତୁ ୧୨ ବର୍ଷ ପରେ ଶତକ ହାସଲ କରିଥିଲେ। ଏହା ବ୍ୟତୀତ, ସେ ଏକମାତ୍ର ଭାରତୀୟ ବ୍ୟାଟସମ୍ୟାନ ଯିଏକି ODI ବିଶ୍ୱକପ୍, ଏସିଆ କପ୍ ଏବଂ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଶତକ ମାରିଛନ୍ତି।*
*୧୦- 👉 Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଲାଗି ରହିଛି। ଆହୁରି ଗୋଟେ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଜି ୧୨ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭଦ୍ରକ, ମୟୂରଭଂଜ,କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡି଼ ସହ ବର୍ଷା ହୋଇପାରେ। ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିପାଇଁ ୪ ଜିଲ୍ଲାକୁ ଅରେଜଂ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👈
👍
3