Odisha Dainika.com
Odisha Dainika.com
February 28, 2025 at 02:30 PM
*ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ପୂର୍ବାଭ୍ୟାସ -୨୦୨୫ ଅନୁଷ୍ଠିତ*। *ବାଲେଶ୍ୱର, ତା: ୨୮/୨:* ଦ୍ରୁତ ଶିଳ୍ପାୟନ ଯୁଗରେ ଆକସ୍ମିକ ଭାବେ ଘଟୁଥିବା ରାସାୟନିକ ଦୁର୍ଘଟଣା ସମୟରେ ଭୟଭୀତ ନ ହୋଇ ଏହାକୁ ମୁକାବିଲା କରିବା ନିମନ୍ତେ ପ୍ରସ୍ତୁତ ହେବା ଲକ୍ଷରେ ଆଜି ବାଲେଶ୍ଵର ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଓସଡ଼ମା ଏବଂ ଏନଡିମଏ ସହାୟତାରେ ବାଲେଶ୍ୱର ଜିଲ୍ଲାର ଇଣ୍ଡିଆନ ବଟଲିଂ ପ୍ଲାଣ୍ଟଠାରେ ମକ ଏକ୍ସରସାଇଜ-୨୦୨୫ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ କୁମାର ସିଂହ ଓ ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେ ସିର୍କେ ଉପସ୍ଥିତ ରହି ଏହି ରାସାୟନିକ ମକ ଡ୍ରିଲକୁ ସୂଚାରୁ ରୂପେ ସମ୍ପାଦନା କରିବା ପାଇଁ ଦିଗ୍ଦର୍ଶନ ଦେଇଥିଲେ I ସର୍ବପ୍ରଥମେ ଉକ୍ତ ଅନୁଷ୍ଠାନରେ ଏଲପିଜି ଗ୍ୟାସ ଲିକ ହେବାର କୃତ୍ରିମ ବିପର୍ଯ୍ୟୟ ନେଇ ସାଇରନ ବାଜିଥିଲା I ସମ୍ଭାବ୍ୟ ବିପର୍ଯ୍ୟୟ ବିଷୟରେ ପ୍ଲାଣ୍ଟ ଭିତରେ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକରେ ସତର୍କ ସୂଚନା ଦିଆଯିବା ସହ ପ୍ରଭଵିତ ହୋଇଥିବା ଲୋକଙ୍କୁ ପୂର୍ବ ନିର୍ଦ୍ଧାରିତ ନିକଟସ୍ଥ ଚିକିତ୍ସା ରିଲିଫ୍ ଶିବିରକୁ ନିଆଯାଇଥିଲା I ଗ୍ୟାସ ଲିକ ସ୍ଥାନ ଗୁଡ଼ିକରେ ଲିକ ମରାମତି, ଫୋମ ସ୍ପ୍ରେ ଦ୍ୱାରା ଅଗ୍ନି ନିର୍ବାପନର କଳା କୌଶଳ ପ୍ରଦର୍ଶନ ହୋଇଥିଲା I ଉକ୍ତ କାର୍ଯ୍ୟକ୍ରମରେ ପୋଲିସ, ଓଡ୍ରାଫ, ଅଗ୍ନିଶମ, ସ୍ୱାସ୍ଥ୍ୟ, ଆଶାକର୍ମୀ ପ୍ରମୁଖ ଭାଗ ନେଇଥିଲେ I ଶେଷରେ ଓସଡ଼ମା ଏବଂ ଏନଡିମଏ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମକ ଏକ୍ସରସାଇଜର ସମୀକ୍ଷା କରାଯାଇ ଏହା କିପରି ଆଗାମୀ ଦିନରେ ଅଧିକରୁ ଅଧିକ ଶିଳ୍ପରେ କରାଯାଇ ସଚେତନତା ସୃଷ୍ଟି କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା I ଉକ୍ତ ଏକ୍ସରସାଇଜରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇକୃଷ୍ଣ ଜେନା, ବିଡ଼ିଓ ରେମୁଣା ଶ୍ରୀ ସନ୍ତୋଷ ବାରିକ, ଅତିରିକ୍ତ ତହସିଲଦାର ରେମୁଣା ଶ୍ରୀ ମନୋଜ କୁମାର ସାହୁ, କାରଖାନା ଓ ବାଷ୍ପ୍ରିତ ବିଭାଗର ବାଲେଶ୍ୱର ଜୋନର ସହକାରୀ ନିର୍ଦ୍ଦେଶକ ସୁଶ୍ରୀ ଶୁଭଶ୍ରୀ ଦୀପାଳି ମୁଦୁଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ, ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ବାସୁଦେବ ପଣ୍ଡା, ଅତିରିକ୍ତ ଅଗ୍ନିଶମ ଅଧିକାରୀ ଶ୍ରୀ ସମୀର କୁମାର ବିଶ୍ୱାଳଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ I
Image from Odisha Dainika.com: *ରାସାୟନିକ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ପୂର୍ବାଭ୍ୟାସ -୨୦୨୫ ଅନୁଷ୍ଠିତ*।  *ବାଲେ...

Comments