Suryalok🌞
Suryalok🌞
February 11, 2025 at 01:13 AM
*ଖବର ଆଜିର* ତାରିଖ:୧୧/୦୨/୨୫, ମଙ୍ଗଳବାର ୧-ଆସିଲା ଦଶମ ଶ୍ରେଣୀ ଆଡମିଟ୍‌ କାର୍ଡ,ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ୨-ବ୍ରହ୍ମପୁର: ଗୋଟିଏ ପରିବାରକୁ ୩ଥର ଇନ୍ଦିରା ଆବାସ,ପିଇଓଙ୍କୁ ଦୁଇ ବର୍ଷ ଜେଲ ଓ ୧୫ ହଜାର ଜୋରିମାନା। ୩-ପରିବର୍ତ୍ତିତ ପାଣିପାଗ:ଘରେ ଘରେ ଥଣ୍ଡା,କାଶ,୫ ଜଣରେ ଜଣେ ସଂକ୍ରମିତ, ଶ୍ବାସନଳୀ ସଂକ୍ରମଣରୁ ହେଉଛି ସମସ୍ୟା। ୪-ବାରବାଟୀରେ ବିଜୁଳି ବିଭ୍ରାଟ, ଓସିଏକୁ କାରଣ ଦର୍ଶାଅ ନୋଟିସ ମାଗିଲେ ରାଜ୍ୟ ସରକାର। ୫-ଭୁବନେଶ୍ୱର: ରାତିରେ ଶୀତ;ଦିନରେ ହେଉଛି ଟାଣ ଖରା।ଜି ଉଦୟଗିରିରେ ସର୍ବ ନିମ୍ନ ତାପମାତ୍ରା ୯ ଡିଗ୍ରୀ। ୬-ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଇନ ଶୃଂଖଳା ବିଗୁଡିଛି, ଆଡ଼କାଠ ସାମ୍ନାରେ ସେବାୟତ -ଶ୍ରଦ୍ଧାଳୁ ପିଟାପିଟି। ୭-ଏଥର ବିଧାନସଭାରେ ଆସିବ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍। ୮-ଭୁବନେଶ୍ୱର:ଗାଡି ଚେକିଂ ଜୋରଦାର, ପ୍ରଥମ ଦିନରେ ୯୫ ହଜାର ଟଙ୍କା ଜୋରିମାନା ଦେଲେ ଅମାନିଆ। ୯-ଫୁଲବାଣୀ ଜଗନ୍ନାଥଙ୍କ ମନ୍ଦିରରୁ ପ୍ରାୟ ପନ୍ଦର ଲକ୍ଷରୁ ଊର୍ଦ୍ଧ୍ବ ଅଳଙ୍କାର ଓ ଟଙ୍କା ଚୋରି, ତଦନ୍ତ କରୁଛି ପୋଲିସ। ୧୦-ସ୍ଥିର ରହିଛି ଅଭିନେତା ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା, ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚାଲିଛି ଚିକିତ୍ସା। ୧୧-ବିଧାନସଭାରେ ଉଠିବ ବାରବାଟୀ ପାସ୍ ପ୍ରସଙ୍ଗ । ଶ୍ୱେତପତ୍ର ଜାରି କରିବାକୁ କଂଗ୍ରେସର ଦାବି । କଳାବଜାରୀ ହୋଇଥିବା ବିଜେଡିର ଅଭିଯୋଗ। ୧୨-ବୋଲଗଡ଼ ଗୋପବନ୍ଧୁ ଛକରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ, ଅନେକ ଆହତ, ୩ ଗୁରୁତର। ୧୩-ରାଜ୍ୟରେ ବଢିବ ପଞ୍ଚାୟତ ଓ ବ୍ଲକ ସଂଖ୍ୟା । ଖୁବଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ୧୪-ସୋର : କୃମି ଔଷଧ ଖାଇ ସ୍କୁଲର ୬ ଛାତ୍ରଛାତ୍ରୀ ଅସୁସ୍ଥ, କେଦାରପୁର ପଞ୍ଚାୟତ ଥାନେଶ୍ବର ସ୍ଥିତ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ୧୫-କେନ୍ଦୁଝର:ତାତି ଆସୁ ଆସୁ ଜଳିଲା ପାଟଣା ରେଞ୍ଜ କଣ୍ଟିଆପଡା ଗ୍ରାମ୍ୟ ଜଙ୍ଗଲ। ୧୬-ଆଜି ରାଜଧାନୀରେ ହେବ ମହିଳା ଜନ ଶୁଣାଣୀ କାର୍ଯ୍ୟକ୍ରମ; ଉପସ୍ଥିତ ରହିବେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର। ୧୭-ଭୁବନେଶ୍ବର ଛାଡ଼ିଲେ ଭାରତ-ଇଂଲଣ୍ଡ ଟିମ୍‌; ୧୨ରେ ଅହମ୍ମଦାବାଦରେ ଖେଳିବେ ଶେଷ ମ୍ୟାଚ୍‌। ୧୮-ମହାକୁମ୍ଭରେ ଟ୍ରାଫିକ ଅସମ୍ଭାଳ,ପ୍ରୟାଗରାଜ ସଙ୍ଗମ ଷ୍ଟେସନ ୧୪ ଯାଏଁ ବନ୍ଦ। ୧୯-ପ୍ରଧାନମନ୍ତ୍ରୀଙ୍କ ପାଠଶାଳା । ପରୀକ୍ଷାର୍ଥୀଙ୍କୁ ମୋଦୀଙ୍କ ଟିପ୍ସ । ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦେଲେ ପରାମର୍ଶ। ୨୦-କିନ୍ନର ଆଖଡ଼ା ମହାମଣ୍ଡଳେଶ୍ଵର ପଦବୀରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି। ୨୧-ଲଗାତାର ଚତୁର୍ଥ ଦିନ ସେୟାର ବଜାରରେ ହ୍ରାସ ଜାରି, ୫୪୮ ପଏଣ୍ଟ ଖସିଲା ସେନସେକ୍ସ। ୨୨-ଯଦି ଜାରି ରୁହେ ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧ, ଦୀପାବଳିକୁ ଲକ୍ଷେ ଛୁଇଁବ ସୁନା ଦର। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Comments