Suryalok🌞
Suryalok🌞
February 24, 2025 at 01:27 AM
*ଖବର ଆଜିର* ତାରିଖ:୨୪/୦୨/୨୫, ସୋମବାର ୧-ଓସିଏର ନୂତନ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି।ବବି ଦାସଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ପଦବୀ। ୨-ମହାକୁମ୍ଭରେ ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି ରାମଲାଲାଙ୍କୁ କରିବେ ଦର୍ଶନ। ୩-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଉମରକୋଟ ୨ କୃଷି ଅଧିକାରୀ, ୫ ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ। ୪-୧୨ ଜିଲ୍ଲାକୁ ବର୍ଷା ନେଇ ସତର୍କତା ସୂଚନା ଜାରିକଲା ପାଣିପାଗ ବିଭାଗ। ୫-ନୂଆ ରୂପ ନେବ ବିଜେଡ଼ି ସଂଗଠନ,ପଣା ସଂକ୍ରାନ୍ତି ପୂର୍ବରୁ ହେବ ସାଂଗଠନିକ ନିର୍ବାଚନ। ୬-ଅନୁଗୋଳ: ସାତକୋଶିଆ ନିଷିଦ୍ଧାଞ୍ଚଳରେ ପୁଣି ଉଡ଼ିଲା ହେଲିକପ୍ଟର, ଚିଠିଲେଖିଲା ବନ ବିଭାଗ। ୭-ଚୌଦ୍ଵାର:ଲିଫ୍ଟ ଦେବା ବାହାନାରେ ଲୁଟ୍ କରୁଥିଲେ ଗାଡ଼ିରେ ବସାଉଥିଲେ, ବନ୍ଧୁକ ଦେଖାଇ ଲୁଟ୍‌ କରୁଥିଲେ, ଏବେ ପଡ଼ିଲେ ପୋଲିସ ହାବୁଡ଼ରେ। ୮-ବ୍ରହ୍ମଗିରି: ଜାଗର ପାଇଁ ଚାଲିଛି ପ୍ରସ୍ତୁତି,ଦୀପ ଗଢ଼ିବାରେ ବ୍ୟସ୍ତ କାରିଗର। ୯-ଭୁବନେଶ୍ୱର:ଅସ୍ତ୍ରୋପଚାର ସଫଳ, ସୁସ୍ଥ ହେଉଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ୧୦-ଏମ୍ସ ଭୁବନେଶ୍ୱର ଯକୃତ ପ୍ରତିରୋପଣ କ୍ଲିନିକ୍ ଉଦଘାଟିତ। ୧୧-ଯାଜପୁର ରୋଡ ମିଲିଟାରୀ ଛକ ନିକଟରେ ଜଳିଗଲା ବସ୍‌ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ , କେହି ଆହତ ହୋଇନଥିବା ଜଣାପଡ଼ିଛି। ୧୨-ଇ-କେୱାଇସି ଗୋଲକ ଧନ୍ଦାରେ ବଣ୍ଡାଘାଟିର ଅପାଠୁଆ ମଣିଷ,ଅଣଦେଖା କରୁଛି ପ୍ରଶାସନ। ୧୩-ତାଳଚେର:ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ କଲେ ବାହାଘର, ଚତୁର୍ଥୀ ଦିନ ସ୍ୱାମୀ ବଦଳରେ ପ୍ରେମିକକୁ ଖୋଜିଲେ କନ୍ୟା। ୧୪-ଛତ୍ରପୁର:ଋଷିକୂଲ୍ୟା ବେଳାଭୂମିରେ ଗଣ ଅଣ୍ଡାଦାନ, ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ। ୧୫-ରାଜନଗର, ଗହ୍ମାଶିଖର ଗ୍ରାମ:ରାଜ୍ୟସ୍ତରୀୟ ସନାତନ ଧର୍ମ ସମ୍ମିଳନୀ ଓ ଭକ୍ତ ମିଳନ ଉତ୍ସବ, ମାର୍ଚ୍ଚ ୫ରୁ ୮ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ। ୧୬-ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଢାଞ୍ଚାର ହେବ ପରିବର୍ତନ,୨୦୨୬ରୁ ପାର୍ଟ ଟାଇମ୍ ବିଏଡ୍ ଓ ଏମ୍ ଏଡ୍। ୧୭-ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ କୋତୱାଲି ସହର:ଘର ଅପରିଷ୍କାର ହେବାରୁ ସ୍ବାମୀ ସହ ଝଗଡ଼ା କରି ୨ ଝିଅଙ୍କ ସହିତ ବିଷ ପିଇଲା ମା’। ୧୮-ଶିଳ୍ପପତି ପଙ୍କଜ ଓସୱାଲଙ୍କ ଝିଅ ବସୁନ୍ଧରା ଓସୱାଲଙ୍କୁ ଉଗାଣ୍ଡା ଜେଲରେ ଅକଥନୀୟ ନିର୍ଯାତନା। ୧୯-ଇଂଜିନିୟର ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ;NTPCରେ ଆସିଷ୍ଟାଣ୍ଟ୍ ଏକ୍ଜିକ୍ୟୁଟିଭ୍ ହେବାର ସୁଯୋଗ,ଖାଲି ଅଛି ୪୦୦ ପଦବୀ। ୨୦-ପ୍ରକାଶ ପାଇଲା ଜେଇଇ ମେନ୍ ପେପର ୨ ଫଳ,ସମୁଦାୟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା। ୨୧-ମନ୍ କି ବାତ୍‌ରେ ମୋଦୀଙ୍କ ମୋଟାପଣ ଚର୍ଚ୍ଚା,ଖାଇବା ତେଲର ବ୍ୟବହାର ୧୦% କମ୍‌ କରିବାକୁ ଉପଦେଶ। ୨୨-ଚମ୍ପିୟାନ ଟ୍ରଫି:ବିରାଟଙ୍କ ଦମଦାର ଶତକ, ପାକିସ୍ତାନକୁ ଧୂଳି ଚଟାଇ ସେମିରେ ଟିମ୍ ଇଣ୍ଡିଆ। ୨୩-ଜମ୍ମୁ-କାଶ୍ମୀର କୁପୱାଡାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୮। ୨୪-ବ୍ରାଜିଲ:ଶତାୟୁ ଦମ୍ପତିଙ୍କ ୱାର୍ଲ୍ଡ ରେକର୍ଡ; ୮୫ବର୍ଷର ବିବାହ, ଶତାଧିକ ନାତି ନାତୁଣୀଙ୍କ ସହ ଅଛି ସୁଖୀ ପରିବାର। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Comments