Suryalok🌞
Suryalok🌞
February 25, 2025 at 01:22 AM
*ଖବର ଆଜିର* ତାରିଖ:୨୫/୦୨/୨୫, ମଙ୍ଗଳବାର ୧-ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଭୋପାଳ ଠାରେ ବିଶ୍ୱ ନିବେଶକ ସମ୍ମିଳନୀ ୨୦୨୫ ଉଦଘାଟିତ। ୨-ଶିବରା଼ତ୍ରୀ ପାଇଁ ଧବଳେଶ୍ୱର ପୀଠରେ ପ୍ରସ୍ତୁତି ଶେଷ।ଶିବରାତ୍ର ଦିନ ରାତ୍ର ୧୨ଘଣ୍ଟା ସମୟରେ ମହାଦୀପ ଲାଗିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ୩-ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ଟ୍ରାଫିକ୍ କଟକଣା ଜାରି,ବିଏମ ସ୍କୁଲ୍ ପଡ଼ିଆ ଓ ତରଙ୍ଗ କ୍ଲବ୍ ପଛରେ ଗାଡି ପାର୍କିଂ ପାଇଁ ରହିଛି ବ୍ୟବସ୍ଥା। ୪-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସମ୍ବଲପୁର ଜିଲ୍ଲା ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟ ଉଦଘାଟିତ। ୫-ଭୁବନେଶ୍ୱର:ବଜେଟ୍ ରେ ପୁଞ୍ଜି ଖର୍ଚ୍ଚକୁ ପ୍ରାଧାନ୍ୟ, ପାଞ୍ଚବର୍ଷରେ ୧୭ରୁ ୬୫ ହଜାର କୋଟିକୁ ବୃଦ୍ଧି। ୬-ଦଶପଲ୍ଲା: ଗୋବର୍ଦ୍ଧନ ପୁରରେ ବ୍ୟାପୁଛି କିଡନୀ ରୋଗ,୭ ଆକ୍ରାନ୍ତ। ୭-ରାଜଧାନୀକୁ ଜଗିବ AI କ୍ୟାମେରା, ଟ୍ରାଫିକ ଓ ATM ଥିବା ଅଞ୍ଚଳରେ ଲଗାଯିବ। ୮-ଦେଓଗାଁ:ବରକୁ ବେଦୀରେ ହତ୍ୟା ଉଦ୍ୟମ,୭ ଗିରଫ। ଜମି ବିବାଦକୁ ନେଇ ହତ୍ୟା ଷଡଯନ୍ତ୍ର ଅଭିଯୋଗ। ୯-ନିଳଗିରି: କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଓ ସୁନାଗହଣା ନେଇ ଗୋଷ୍ଠୀ ସଭାପତି ଛୁ, ଥାନାରେ ମହିଳାଙ୍କ ହୋହାଲ୍ଲା। ୧୦-ଯାଜପୁର:ରତ୍ନଗିରି ବୌଦ୍ଧ ପୀଠରେ ଚାଲିଛି ପ୍ରତ୍ନତାତ୍ୱିକ ଉତଖନନ, ମିଳିଛି ୧୩ଶହ ବର୍ଷ ତଳର ଅନେକ ବିରଳ କୀର୍ତ୍ତିରାଜି। ୧୧-ବିଜେଡ଼ିର ଅଭିଯୋଗ: ମିଥ୍ୟା ଜାତିଗତ ପ୍ରମାଣପତ୍ର ଦାଖଲ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ୧୨-ମାଲକାନଗିରି:ଆତ୍ମସମର୍ପଣ କଲେ ୯ ମାଓବାଦୀ,ମାଓ ସଂଗଠନକୁ ଲାଗିଛି ଶକ୍ତ ଧକ୍କା। ୧୩-ଢେଙ୍କାନାଳ,ଧନିଆଁ ନାଳୀ ଗାଁ:ବୀଭତ୍ସ ! ଚିକେନ୍ ତରକାରୀ କରିନଥିବାରୁ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ। ୧୪-ବାଣପୁର ନାଚୁଣୀ ପୁରୁଣା ସାହି:୫ଟି ପରିବାରର ୧୪ ବଖରା ପୋଡି ପାଉଁଶ।୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଅନୁମାନ। ୧୫-ଅନୁଗୋଳ/ ସମ୍ବଲପୁର: ପୃଥକ ପୃଥକ ସ୍ଥାନରେ ଲୁଟ୍‌, ୧୩ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ୧୬-କେନ୍ଦ୍ରାପଡା ତିନିମୁହାଣି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ସ୍କୁଟିକୁ ଧକ୍କା ଦେଲା ଟ୍ରକ ; ସ୍ତ୍ରୀ ମୃତ, ପୁଅ-ସ୍ୱାମୀ ଆହତ। ୧୭-ଋଷିକୁଲ୍ୟାରେ ଅଲିଭ୍‌ ରିଡ୍‌ଲେଙ୍କ ବିଶ୍ୱ ରେକର୍ଡ, ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଲେ ୬ଲକ୍ଷ ୯୮ହଜାର ୭୧୮ କଇଁଛ। ୧୮-ପ୍ରୟାଗରାଜ:ସରୁଛି ମହାକୁମ୍ଭ,ବଢୁଛି ଭିଡ଼; ବୁଡ଼ ପକାଉଛନ୍ତି ନେତା ଓ ଅଭିନେତା। ୧୯-ସେୟାର ବଜାର ପୁଣି ଲାଲ୍ ସଂକେତରେ ବନ୍ଦ, ୮ ମାସର ସର୍ବନିମ୍ନ ସ୍ତରରେ ସେନ୍‌ସେକ୍ସ। ୨୦-ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ: ମୋଟ୍‌ ଚାଷୀଙ୍କ ଖାତାକୁ ଗଲା ୨୨ ହଜାର କୋଟି। ୨୧-ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଉଥିବା ବିଜେପି ନେତ୍ରୀ ନାଜିୟା ଇଲାହୀ ଖାନଙ୍କୁ ଆକ୍ରମଣ ୨୨-ICC ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହାମ୍‌ଲା ନେଇ ସତର୍କତା, ସତର୍କ କରାଇଲା ପାକିସ୍ତାନ ଗୁଇନ୍ଦା ବିଭାଗ। ୨୩-ତିନି ବର୍ଷ ପରେ ବି ଥମୁନି ରୁଷ୍‌-ୟୁକ୍ରେନ ଯୁଦ୍ଧ; ରାତିରେ ୨୦୦ ମିଶାଇଲ ମାଡ଼ କଲା ଋଷ। ୨୪-ରାଓ୍ବଲପିଣ୍ଡି: ନ୍ୟୁଜଲାଣ୍ଡ ଠାରୁ ୫ ଓ୍ବିକେଟ୍ ରେ ବାଂଲାଦେଶ ପରାସ୍ତ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

Comments