Suryalok🌞
Suryalok🌞
February 26, 2025 at 01:10 AM
*ଖବର ଆଜିର* ତାରିଖ:୨୬/୦୨/୨୫, ବୁଧବାର ୧-ଭୁବନେଶ୍ୱର:ରାଜ୍ୟ ଟିକା ଭଣ୍ଡାର ଦେଶରେ ପ୍ରଥମ, ମିଳିଲା ISO ପ୍ରମାଣପତ୍ର। ୨-ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ, ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର। ୩-ନୂଆ ଦିଲ୍ଲୀ: ସ୍ବେଚ୍ଛାକୃତ ସାର୍ବଜନୀନ ପେନସନ ଯୋଜନା -ଦେଶର ସମସ୍ତ ନାଗରିକଙ୍କୁ ମିଳିବ ମାସିକ ତିନି ହଜାର। ୪-ଭଣ୍ଡାରିପୋଖରୀ:ଘରେ ପଶି ଦୁବୃର୍ତ୍ତ ହାଣିଲା,ବଡ ବୋହୁ ମୃତ,ଶାଶୁ ଓ ସାନ ବୋହୂ ଗୁରୁତର। ୫-ମାଲକାନଗିରି:ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା,ମାଟ୍ରନ ବହିଷ୍କୃତ,ଏଏନଏମ ଓ ପ୍ରଧାନଶିକ୍ଷକ ନିଲମ୍ବିତ। ୬-ରାଜି ହେଲେ ସେବାୟତ : ଲିଙ୍ଗରାଜ ମନ୍ଦିରରେ ଆଜି ରାତି ୧୦ଟାରେ ଉଠିବ ମହାଦୀପ। ୭-ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ସାଇବର ଠକେଇର ଶିକାର : ସାଇବର ଅପରାଧୀ ୧୪ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ। ୮-ଭୋରୁ ଭୋରୁ ଭୂମିକମ୍ପ, ଶୋଇଥିଲେ ଲୋକ, ଥରିଲା ଅଧା ଓଡ଼ିଶା।ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୧। ୯-ଓଡ଼ିଶା ପୋଲିସ ନିଯୁକ୍ତି: ମାର୍ଚ୍ଚ ୮ ଏବଂ ୯ ତାରିଖରେ ଲିଖିତ ପରୀକ୍ଷା, ଅନଲାଇନରେ ମିଳିବ ଆଡମିଟ୍ କାର୍ଡ। ୧୦-ପ୍ରସିଦ୍ଧ ଶୈବପୀଠ କପିଳାସରେ ମହାଶିବରାତ୍ରି ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ବାବାଙ୍କୁ ଏଠି ଲାଗି ହୁଏ ୬୦ ମାଣ ଭୋଗ। ୧୧-ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା, ଜାତୀୟ ସ୍ଵାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଦେବେ ଯୋଗ। ୧୨-ଜଗତସିଂହପୁର ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା।ପୀଡିତା ହୋମଗାର୍ଡ ଜଣଙ୍କ ଅଭିଯୋଗ ପରେ ବନ୍ଧା ହେଲେ ରସିକିଆ ଆଇଆଇସି। ୧୩-ମାଷ୍ଟର କ୍ୟାଣ୍ଟିନ ଛକ :ପୁଣି ମୋ ବସ ଧକ୍କା, ୨ ଯୁବକ ଗୁରୁତର। ୧୪-କିଟ୍‍ ଓ କିସ୍‍ ପରିଦର୍ଶନରେ ଇଣ୍ଡିଆ ଟ୍ରେକ୍‍ର ୨୧ ଜଣିଆ ପ୍ରତିନିଧିମଣ୍ଡଳ, ଛାତ୍ରଛାତ୍ରୀଙ୍କ ସହ କଲେ ଭାବବିନିମୟ। ୧୫-ଭୁବନେଶ୍ୱର:ତିନି ଦିନ ପରେ ତାପମାତ୍ରା ୪ ଡିଗ୍ରୀ ବଢିବା ସମ୍ଭାବନା। ୧୬-ଖୋର୍ଦ୍ଧାରୋଡ୍-ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପ: ଖୁବ୍‌ଶୀଘ୍ର ଦଶପଲ୍ଲାରୁ ବାଣୀଗୋଛାକୁ ଗଡିବ ଟ୍ରେନ୍। ୧୭-ଭୁବନେଶ୍ୱର:ଚନ୍ଦ୍ରଶେଖର ହୋତା ହେଲେ ସାହିତ୍ୟ ଏକାଡେମୀର ନୂଆ ସଚିବ। ୧୮-ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷତା ପାଇଁ ବିହାରକୁ ପ୍ରଶଂସା କଲେ ରାଷ୍ଟ୍ରପତି। ୧୯-ଭୁବନେଶ୍ୱର:୨୦୨୬ରୁ ଦୁଇଟି ପର୍ଯ୍ୟାୟରେ ହେବ CBSE ଦଶମ ପରୀକ୍ଷା। ୨୦-ମହାକୁମ୍ଭ ଶେଷରେ ଘଟିବ ଚମତ୍କାର; ଆକାଶରେ ଦିଶିବ ବିରଳ ଘଟଣା, ସୌରମଣ୍ଡଳର ୭ଟି ଗ୍ରହ ଏକାସାଥିରେ ହେବେ ଦୃଶ୍ୟମାନ। ୨୧-ମହାକୁମ୍ଭରେ ଆସ୍ଥା ଓ ଆର୍ଥିକ କାରବାରର ମହାସଙ୍ଗମ, ୩.୨୫ ଲକ୍ଷ କୋଟି ଟପିବ ବ୍ୟବସାୟ। ୨୨-ପ୍ରୟାଗ ‘ମହାକୁମ୍ଭ’ରେ ଆଜି ଶେଷ ସ୍ନାନ ଯୋଗ, ଅନ୍ତିମ ଦିନରେ ବୁଡ଼ ପକାଇବେ ୧ କୋଟି ଶ୍ରଦ୍ଧାଳୁ।ବୁଡ଼ ପକାଇ ଦିବ୍ୟ ଅନୁଭବ ଲଭିଲେଣି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ। ୨୩-୧୯୮୪ ଶିଖ ବିରୋଧୀ ଦଙ୍ଗା: ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ। 🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏 ମହାଶିବରାତ୍ରୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 💐❤️

Comments