Kalki Avatar - The Official Channel
Kalki Avatar - The Official Channel
February 15, 2025 at 12:09 PM
*ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ପୁଣି ଏକ ବିପଦର ସଂକେତ ମିଳିଛି, ପତିତପାବନ ବାନା ବନ୍ଧା ଯାଉଥିବା ଅକ୍ଷୟ ଦଣ୍ଡ ଭାଙ୍ଗି ଯାଇଛି, ଏହା ମାଳିକାକୁ ପୁନଃ ସତ୍ୟ ପ୍ରମାଣିତ କରୁଛି* ପଞ୍ଚସଖା ମାନେ ନିଜ ମାଳିକା ଗ୍ରନ୍ଥରେ ଅନେକ ଜାଗାରେ ଉଲ୍ଲେଖ କରିଛନ୍ତି ଯେ, ପୁରୀ ଜିଲ୍ଲାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରୁ ବାର ବାର ଅଶୁଭ ସଂକେତ ମିଳିଲେ ଭକ୍ତମାନେ ଜାଣିବେ ଯେ କଳିଯୁଗର ଅନ୍ତ ଘଟିଛି। ଭଗବାନ କଳ୍କୀଙ୍କ ଧରାବତରଣ ଏବଂ ଧର୍ମ ସଂସ୍ଥାପନର ସଂକେତ ବୋଲି ତାହାକୁ ବୁଝିପାରି ଭକ୍ତ ମାନେ ସଚେତନ ହେବେ ବୋଲି ଲେଖାଯାଉଛି। ଗତ ୧୦-୧୫ ବର୍ଷ ମଧ୍ୟରେ ମାଳିକାର ଏହି ବାଣୀ ସତ୍ୟ ପ୍ରମାଣିତ ହୋଇଛି। ଗତକାଲି (୧୪ ଫେବୃଆରୀ ୨୦୨୫) ସନ୍ଧ୍ୟାରେ ପୁଣି ଥରେ ଏହା ଘଟିଲା ଯେତେବେଳେ ପତିତପାବନ ବାନା ବନ୍ଧା ଯାଉଥିବା ଅକ୍ଷୟ ଦଣ୍ଡଟି ଭଙ୍ଗା ହୋଇଥିବା ଦେଖାଗଲା। ଫଳସ୍ୱରୂପ, ପ୍ରତିଦିନ ପତାକା ପରିବର୍ତ୍ତନ କରୁଥିବା ସେବକମାନଙ୍କୁ ଅକ୍ଷୟ ଦଣ୍ଡ ପରିବର୍ତ୍ତେ ନୀଳଚକ୍ରରେ ତୁରନ୍ତ ନୂତନ ବାନା ବାନ୍ଧିବାକୁ ପଡିଥିଲା। ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ୬୦୦ ବର୍ଷ ପୂର୍ବେ ନିଜ ମାଳିକା ପୁସ୍ତକ 'ଶିବକଳ୍ପ ନବଖଣ୍ଡ ନିର୍ଘଣ୍ଟ' ରେ ଲେଖିଥିଲେ- (a) *ନୀଳଚକ୍ର ଧ୍ବଜା ଖସିବ ପ୍ରଭୁ ରଙ୍ଗ ଅଧର,* *ଯାଜନଗ୍ରେ ଜନ୍ମ ହୋଇବେ ବିଷ୍ଣୁ ଶର୍ମା ଗୃହର।* (b) *ହର ଉଦ୍ୟାନ ରେ ମାୟା ପ୍ରକାଶିବ ମ୍ଳେଚ୍ଛ କୁ ଗ୍ରାସୁଥିବେ,* *ନୀଳଚକ୍ର ବାନା ଝଡ଼ିବ ନିଶ୍ଚୟ ଭକତଙ୍କୁ ଲୋଡ଼ିଜିବେ।* ଅର୍ଥାତ୍, ମହାପ୍ରଭୁ କଳ୍କୀ ଯାଜପୁରରେ ଜନ୍ମଗ୍ରହଣ କରିବେ ଏବଂ ସେ ଲିଙ୍ଗରାଜ କ୍ଷେତ୍ର, ଏକାମ୍ର କାନନରୁ ତାଙ୍କର ଲୀଳାଗୁଡ଼ିକ ପ୍ରକାଶ କରିବେ। ନୀଳଚକ୍ରରେ ବନ୍ଧାଯାଇଥିବା ପତିତପାବନ ବାନା ସେହି ସ୍ଥାନରୁ ଘୁଞ୍ଚିଯିବ। ଏହା ମ୍ଲେଚ୍ଛ ମାନଙ୍କର ବିନାଶ ଏବଂ ଭକ୍ତମାନଙ୍କ ଉଦ୍ଧାର ପ୍ରାପ୍ତିର ଏକ ସଙ୍କେତ ହେବ।
🙏 ❤️ 3

Comments