
Kalki Avatar - The Official Channel
February 27, 2025 at 12:01 PM
*ଦୁଷ୍ଟ ଅସୁର ପ୍ରକୃତି ଯେତେକ ଯବନ ହସ୍ତରେ ଯିବେ,*
*ପର ଘର ବୁଡ଼ା କପଟୀ ଖଛୁଆ ମିଛୁଆ ଯେ ସବୁ ଥିବେ।*
*ବେଶୀ ପାପ ଯେତେବେଳେ ହେବ କଳ୍କୀ ରୂପେ ମୁଁ ଉଦୟ ହେବି,*
*ଓଡିଶା ମଧ୍ୟରେ ସ୍ଥାନେ ସ୍ଥାନେ ମନ ପରୀକ୍ଷା ଯାଇ କରିବି।*
महापुरुष अच्युतानंद दास ने अपने 'चउषठि पटल' नामक मालिका ग्रंथ में द्वापर युग में भगवान श्रीकृष्ण और अर्जुन के बीच हुए संवाद को उद्धृत किया। श्रीकृष्ण ने अपने भक्त अर्जुन को समझाया कि जो लोग झूठ बोलते हैं, पाखंडी हैं, बुरे कर्म करते हैं और दुष्ट अथवा राक्षस प्रकृति के हैं, वे सभी विदेशी सैन्यों द्वारा मारे जाएंगे। कलियुग का अत्यधिक पापभार सहन न कर पाने के कारण कलियुग-अंत में भगवान श्रीहरि अपना कल्कि रूप धारण करेंगे। वे ओडिशा के विभिन्न स्थानों पर भक्तों की परीक्षा करेंगे, सही और गलत का निर्णय कर तदनुसार फल देंगे।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକା ପୁସ୍ତକ 'ଚଉଷଠି ପଟଳ' ରେ ଅତି ସୁନ୍ଦର ଭାବେ ଶ୍ରୀକୃଷ୍ଣ ଏବଂ ସଖା ଅର୍ଜୁନଙ୍କ କଥୋପକଥନକୁ ବର୍ଣ୍ଣନା କରିଅଛନ୍ତି। ମହାପ୍ରଭୁ ଶ୍ରୀକୃଷ୍ଣ ଭକ୍ତ ଅର୍ଜୁନଙ୍କୁ ବୁଝାଇଛନ୍ତି ଯେ, ଯେଉଁ ଲୋକମାନେ ମିଛୁଆ, କପଟି, ପର-ଅମଙ୍ଗଳକାରି, ଦୁଷ୍ଟ ଅସୁର ପ୍ରକୃତିର ଥିବେ, ସେମାନେ ସମସ୍ତେ ବିଦେଶୀ ଯବନମାନଙ୍କ ଦ୍ୱାରା ନିହତ ହେବେ। କଳିଯୁଗର ଅନ୍ତ ସମୟରେ କଳିର ଅତ୍ୟଧିକ ପାପ ଭାର ଯୋଗୁଁ ମହାପ୍ରଭୁ ସହନ ନ କରି ପାରି କଳ୍କୀ ରୂପ ଧାରଣ କରିବେ। ଓଡିଶାର ସ୍ଥାନ ସ୍ଥାନରେ ଭକ୍ତମାନଙ୍କର ମନକୁ ପରୀକ୍ଷା କରି ଠିକ ଭୁଲ ବାଛି ତଦନୁସାରେ ଫଳ ପ୍ରଦାନ କରିବେ।
🙏
❤️
👍
23