ସକାଳର ଖବର
June 4, 2025 at 12:35 AM
*ଖବର ଆଜିର* ତାରିଖ:୦୪/୦୬/୨୫, ବୁଧବାର ୧-ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା; ଗୁଳୁଗୁଳି ସହ ଝାଞ୍ଜି ପବନରେ ସନ୍ତୁଳି ହେଉଛି ଜନଜୀବନ। ୨-ଓଡ଼ିଶା ସରକାର ଆରମ୍ଭ କରିବେ ମାଗଣା ୟୁପିଏସସି କୋଚିଂ,SAMS ପୋର୍ଟାଲରେ ପ୍ରବେଶ ପରୀକ୍ଷା ପାଇଁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରନ୍ତୁ । ୩-ଢେଙ୍କାନାଳ:ପାରିବାରିକ କଳହର କରୁଣ ପରିଣତି; ୭ ମାସର ଶିଶୁକୁ କଚାଡ଼ି ମାରିଲା ପିଶାଚ ବାପା। ୪-ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ଜୁନ୍ ୭ ତାରିଖ ଆବେଦନର ଶେଷ ତାରିଖ। ୫-ପିଜି ପାଠକୁ ନା,B.Ed କରିବାକୁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ଚଳିତ ବର୍ଷ ୨ହଜାର ୭୫୦ ସିଟ୍ ପାଇଁ ଲକ୍ଷେ ୨୬ ହଜାର ଆବେଦନ ଡେଇଁଲାଣି। ୬-ଭୁବନେଶ୍ୱରରେ ଡ୍ରେନେଜ୍ ସମସ୍ୟାର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ। ୭-ଜେଇଇ ଆଡଭାନସଡ ପରୀକ୍ଷା ଫଳ, କିଟ ଇଣ୍ଟରନ୍ୟାସନାଲ ସ୍କୁଲର ୧୩ ଜଣ ଆଇଆଇଟିରେ ପ୍ରବେଶ ପାଇଁ ମନୋନୀତ। ୮-ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୧୨୪୦ ନିଯୁକ୍ତି ପତ୍ର, ଗଣଶିକ୍ଷା ବିଭାଗରେ ନିଯୁକ୍ତ ହେବେ ୮୨୬ ପିଜିଟି, ୮୧ ଜଣ ସରକାରୀ ପଲିଟେକନିକ୍ ଶିକ୍ଷକ ପାଇବେ ନିଯୁକ୍ତି। ୯-ନବରଙ୍ଗପୁରରେ ଅଭାବନୀୟ ଘଟଣା, ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ। ୧୦-ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ଏବେ ବୁଲିବାକୁ ଯାଇପାରିବେ ପର୍ଯ୍ୟଟକ। ୧୧-କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ଅଧିକାରୀ ଆଶିଷ ଠାକରେ, ୫ ବର୍ଷ ରହିବେ କେନ୍ଦ୍ରୀୟ ଡେପୁଟେସନରେ। ୧୨-ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ୧୩-ଓଡ଼ିଶାରେ ହୋଇପାରେ ସୀମା ପୁନଃ ନିର୍ଦ୍ଧାରଣ, ବଢ଼ିବ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା। ୧୪-ଭୁବନେଶ୍ୱର:ପୋଖରୀପୁଟ ଲିଙ୍ଗରାଜ ବିହାରରେ ଅଘଟଣ, ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ। ୧୫-ନୂଆ ଦିଲ୍ଲୀ:ଜୁଲାଇରେ ହେବ ଭାରତ ଆମେରିକା ବାଣିଜ୍ୟ ଚୁକ୍ତି। ୧୬-ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ ଏକ ବଡ଼ ନିଷ୍ପତ୍ତି ,JNUରେ ‘କୁଳପତି’ ସ୍ଥାନରେ ଏଣିକି ବ୍ୟବହାର ହେବ ‘କୁଳଗୁରୁ’। ୧୭-ଦେଶରେ ୪ ହଜାର ମୁହାଁ କରୋନା କେସ, ରଥଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ବଢ଼ିଲା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା। ୧୮-IAS ନିଖିଲ ପବନ କଲ୍ୟାଣ ହେଲେ ଓଡ଼ିଶା ଜନଗଣନା ଡିସିଓ, କେନ୍ଦ୍ର ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି। ୧୯-୧୮ ବର୍ଷ ଅପେକ୍ଷାର ଅନ୍ତ ଘଟିଲା, ଆଇପିଏଲ୍ ୨୦୨୫ ଟ୍ରଫି ଜିତିଲା ଆରସିବି। ୨୦-ପାକିସ୍ତାନର ପଞ୍ଜାବ ଜିଲାରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର କମାଣ୍ଡର ଅବଦୁଲ ଅଜିଜ ଏସାରକୁ ହତ୍ୟା, ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ମୃତଦେହ। ୨୧-ବିଦେଶରେ ଭାରତର ଅପରେସନ ସିନ୍ଦୂର ପଦକ୍ଷେପକୁ ମିଳୁଛି ଦୃଢ ସମର୍ଥନ। ୨୨-ପାଣି ତଳେ ୧୧୦୦ କେଜି ବିସ୍ଫୋରକରେ ଉଡ଼ାଇଲା ପୋଲ, ତିନି ଦିନରେ ରୁଷ ଉପରେ ୟୁକ୍ରେନର ବଡ଼ ହମଲା। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
👍 ❤️ 7

Comments