ସକାଳର ଖବର
June 4, 2025 at 03:07 AM
*ଖବର ଆଜିର, ୪ ଜୁନ, ବୁଧବାର*
=======================
ଦିନରେ ପ୍ରବଳ ଗରମ, ସନ୍ଧ୍ୟାରେ ସମ୍ଭାବିତ କାଳବୈଶାଖୀ ଲାଗିରହିବ ଆଉ ଚାରିଦିନ
ଓଡ଼ିଶାରେ ହୋଇପାରେ ସୀମା ପୁନଃ ନିର୍ଦ୍ଧାରଣ, ବଢ଼ିବ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା।
ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ପୁଣି ବଦଳିଗଲା, ଆବେଦନର ଶେଷ ତାରିଖ ଜୁନ୍ ୭
ପିଜି ପଢିବାକୁ ପିଲାଙ୍କର ଇଛା ନାହିଁ। ବି.ଏଡ଼. କରିବାକୁ ୨୭୫୦ ସିଟ୍ ପାଇଁ ଏକ ଲକ୍ଷ ୨୬ ହଜାର ଆବେଦନ କଲେଣି।
ହାଇକୋର୍ଟଙ୍କ ରାୟ, ଏଏସ୍ଓଙ୍କ ଗ୍ରେଡେସନ୍ ତାଲିକା ସଂଶୋଧନ ହେବ
ଗଣଶିକ୍ଷା ବିଭାଗରେ ନିଯୁକ୍ତ ହେବେ ୮୨୬ ପିଜିଟି, ୮୧ ଜଣ ସରକାରୀ ପଲିଟେକନିକ୍ ଶିକ୍ଷକ ନିଯୁକ୍ତି ପାଇବେ।
ନିଶାଦ୍ରବ୍ୟ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ରଥ ବୁଲିବ। ଦୋକାନ ସଂଖ୍ୟା କିନ୍ତୁ ବଢ଼ାଯିବ।
ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା, ଏବେ ପର୍ଯ୍ୟଟକ ବୁଲିବାକୁ ଯାଇପାରିବେ।
ଦେବଗଡ଼ ଜିଲ୍ଲାରେ ୨୦୫ କୋଟି ଟଙ୍କାର ୧୧ଟି ସ୍ବାସ୍ଥ୍ୟ ପ୍ରକଳ୍ପ ଓ ୪ ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ।
ବିଜେପି ସଭାପତି କିଏ ହେବ? ଚର୍ଚ୍ଚାରେ ମନମୋହନ, ଗୋଲକ, ସମୀର।
ଟ୍ରାଫିକ୍ ପୋଷ୍ଟ ନିକଟ ଡିଭାଇଡରରେ ତୁଳସୀ ଗଛ ଲଗାଇବେ ମନ୍ତ୍ରୀ କୃଷ୍ଣ ପାତ୍ର।
କନ୍ଧମାଳ ଦାରିଙ୍ଗିବାଡ଼ି ରେ ଭୁଲ ଚିକିତ୍ସାରୁ ଗର୍ଭବତୀଙ୍କ ମୃତ୍ୟୁ। ମିଳିଲାନି ମହାପ୍ରୟାଣ, ୮କିମି କାନ୍ଧରେ ବୋହିଲେ ମୃତଦେହ।
ଚନ୍ଦାହାଣ୍ଡିରୁ ବ୍ରହ୍ମପୁର ଯାଉଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଭଲଭୋ ବସ୍ ଟାୟାର ବିସ୍ଫୋରଣ।
ଦଶପଲ୍ଲା ପାହାଡ଼ ଉପରେ ଦେଶୀ ବନ୍ଧୁକ କାରଖାନା: ୩ ଗିରଫ, ବିପୁଳ ପରିମାଣରେ ସାମଗ୍ରୀ ଜବତ।
ନବରଙ୍ଗପୁରରେ ପାଇଖାନା ଟାଙ୍କିରେ କାମ କରିବା ବେଳେ ୪ ଜଣଙ୍କ ମୃତ୍ୟୁ।
ଢେଙ୍କାନାଳରେ ୭ ମାସର ଶିଶୁକୁ କଚାଡ଼ି ମାରିଦେଲା ପିଶାଚ ବାପା।
ବ୍ରହ୍ମପୁରରେ ଯୁବକଙ୍କୁ ଉଠାଇ ନେଇ ସଂଘବଦ୍ଧ ହୋଇ ହାଣିଦେଲେ। ମୃତକ ବିଦ୍ୟାଧର ପାଣିଗ୍ରାହୀ
ଭୁବନେଶ୍ୱର ପୋଖରୀପୁଟ ଲିଙ୍ଗରାଜ ବିହାରରେ ଛାତ ଭୁଶୁଡ଼ି ୩ ଶ୍ରମିକ ମୃତ।
ଦିଲ୍ଲୀ ଜେଏନୟୁ ବିଶ୍ୱବିଦ୍ୟାଳୟରେ ଭାଇସ ଚାନ୍ସେଲର ନାମ ବଦଳିହେବ ‘କୁଳଗୁରୁ’
ପଞ୍ଜାବରୁ ଆଇଏସ୍ଆଇ ଗୁପ୍ତଚର ଗଗନଦୀପ ସିଂ ଗିରଫ।
ଦେଶରେ କରୋନା ସଂକ୍ରମଣ ୪ ହଜାର ଟପିଲା।
କ୍ରିକେଟ ଆଇପିଏଲ୍ ୨୦୨୫ ଟ୍ରଫି ଜିତିଲା ଆରସିବି।
ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈଶ-ଇ -ମହମ୍ମଦ କମାଣ୍ଡର ଅବଦୁଲ ଅଜିଜ ଇସାର ମୃତଦେହ ମିଳିଲା
ରୁଷ ଉପରେ ୟୁକ୍ରେନର ବଡ଼ ଆକ୍ରମଣ। ପାଣି ତଳେ ୧୧୦୦ କିଲୋ ବିସ୍ଫୋରକ ରେ ଉଡ଼ାଇଲା ପୋଲ
ଆଗାମୀ ବର୍ଷ ଗୁଡିକରେ ଗ୍ରୀଷ୍ମ ପ୍ରବାହ ସାଂଘାତିକ ହେବ। ପ୍ରତି ୫ ଜଣରେ ଜଣେ ବନ୍ୟା ଦ୍ବାରା ପ୍ରଭାବିତ ହେବେ।
ପାକିସ୍ତାନ ଭୂମିକମ୍ପ ପରେ କରାଚୀ ଜେଲ୍ରୁ ୨୧୬ କଏଦୀ ଫେରାର୍।
=======================
ଆଜି ହିଂସାର ଶିକାର ନିରୀହ ଶିଶୁଙ୍କ ଦିବସ
ଆଜି ଜନ୍ମଦିନ: ବୀନା ରାୟ, ନୂତନ, ଅନୀଲ ଅମ୍ବାନୀ, ଏସପି ବାଲସୁବ୍ରମନ୍ୟମ, ନମିତା ଟପ୍ପୋ (ହକି, ସୁନ୍ଦରଗଡ଼)
ଇତିହାସରେ ଆଜି ଦିନ: (୧୦୩୯) ହେନେରୀ-III ହେଲେ ରୋମ ସମ୍ରାଟ/ (୧୭୮୩) ଫ୍ରାନସରେ ପ୍ରଥମ ଉଦନ୍ତା ବେଲୁନ ଯାତ୍ରା/ (୨୦୦୧) ନେପାଳର ଶାସନ ସମ୍ଭାଳିଲେ ଜ୍ଞାନେନ୍ଦ୍ର ସାହା/ (୨୦୦୮) ଆମେରିକାରେ ନିର୍ବାଚନ ଜିତିଳେ ବାରାକ ଓବାମା
=======================
*ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ*
*ବନ୍ଦେ ଉତ୍କଳ ଜନନୀ*
👍
❤️
😢
6