ସକାଳର ଖବର
June 7, 2025 at 12:54 PM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୦୭/୦୬/୨୦୨୫,ଶନିବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 Rath Yatra 2025: ପାଖେଇ ଆସୁଛି ରଥଯାତ୍ରା। ଚଳିତ ବର୍ଷ ହେବ ହେବାକୁ ଥିବା ରଥଯାତ୍ରାର ଶୃଙ୍ଖଳିତ ପରିଚାଳନା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ମନ୍ତ୍ରିସ୍ତରୀୟ କମିଟି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମନ୍ତ୍ରିସ୍ତରୀୟ କମିଟି। ଏନେଇ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି କମିଟିରେ ୪ ମନ୍ତ୍ରୀଙ୍କ ସହିତ ଆଇନ ବିଭାଗ ପ୍ରମୁଖ ସଚିବ ରହିଛନ୍ତି । ଏଥିରେ ଆଇନ, ସ୍ୱାସ୍ଥ୍ୟ, ଗୃହ ନିର୍ମାଣ ଏବଂ ପରିବହନ ବିଭାଗର ମନ୍ତ୍ରୀ ସଦସ୍ୟ ରହିଛନ୍ତି । କମିଟିର କନଭେରର ଭାବେ ଆଇନ ବିଭାଗ ପ୍ରମୁଖ ସଚିବ ରହିଛନ୍ତି । ବେଙ୍ଗାଳୁରୁ ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି କମିଟି ସୁରୁଖୁରୁରେ ରଥଯାତ୍ରା ପରିଚାଳନା ପାଇଁ ସମସ୍ତ ପଦକ୍ଷେପ ନେବ।* *୨- 👉 Five Police Personnel Suspended: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ପୋଲିସ ଅଧୀକ୍ଷକ (SP) ଜଣେ ହାବିଲଦାର ଏବଂ ଚାରି ଜଣ କନଷ୍ଟେବଳଙ୍କ ସମେତ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ଏକ ଆଭ୍ୟନ୍ତରୀଣ ସମୀକ୍ଷା ପରେ ଏହି ନିଲମ୍ବନ କରାଯାଇଛି। ଖବର ଅନୁସାରେ ଅଧିକାରୀମାନେ ସେମାନଙ୍କ ଭୂମିକାରେ ଆଶାନୁରୂପ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଛନ୍ତି।* *୩- 👉 Shanghai: ଭାରତୀୟ ଦୂତାବାସ, ଶାଂଘାଇ ତରଫରୁ ଆୟୋଜିତ ଏହି ଯୁବ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ଭାରତ ଓ ଚୀନ ଦେଶର ଯୁବ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସାମ୍ପ୍ରତିକ ଓ ସାଂସ୍କୃତିକ ବନ୍ଧନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅନୁଭୂତି ବାଣ୍ଟିଲେ। କାର୍ଯ୍ୟକ୍ରମରେ ଐତିହାସିକ ନୃତ୍ୟ ପ୍ରଦର୍ଶନ, କଳା କର୍ମଶାଳା, ଓ ଭୋଜନ ସାଂସ୍କୃତି ବିନିମୟ ସହ ବହୁତ ରୁଚିକର ଅନୁଷ୍ଠାନ ରହିଥିଲା, ଯେଉଁଥିରେ ଦୁଇ ଦେଶର ଯୁବମାନେ ଏକାପେକ୍ଷା ଅନ୍ୟର ସାଂସ୍କୃତିକ ଐତିହ୍ୟକୁ ଅନୁଭବ କରିପାରିଲେ।* *୪- 👉 3.Pm Modi Visit: ଜୁନ୍ ୧୨ରେ ନୁହେଁ ୨୦ ତାରିଖରେ ଆସିବେ ଓଡି଼ଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ସେ ସାମିଲ ହେବେ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟସ୍ତରୀୟ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ ପିଏମ୍ । ଓଡ଼ିଶାବାସୀଙ୍କ ଆଗରେ ରଖିବେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି।* *୫- 👉 Odisha News: ଘର ଭିତରେ ବିସ୍ଫୋରଣ ଘଟି ମହିଳା ମୃତ, ଶିଶୁ ଆହତ ହୋଇଛନ୍ତି। ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର ଗାଁରେ ଏପରି ଅଘଟଣ ଘଟିଛି। ଆହତ ଶିଶୁ ବୋଲଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର କାରଣ ଏଯାଏଁ ଜଣାପଡ଼ି ନାହିଁ, ସେପଟେ ଘଟଣାସ୍ଥଳରେ ପୋଲିସର ତନାଘନା ଜାରି ଥିବା ଜଣାପଡ଼ିଛି।* *୬- 👉 Odisha News: ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ମାଗଣାରେ ମିଳିବ ବାଲି । ମାଗଣାରେ ଦୁଇ ଟ୍ରାକ୍ଟର୍ ବାଲି ଦେବେ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ(Suresh Pujari)। ହିତାଧିକାରୀମାନେ ଯେଭଳି ଘର ତିଆରି କରିବାକୁ ଶସ୍ତାରେ ବାଲି ପାଇବେ ସେଥିପାଇଁ ସରକାର ଯୋଜନା କରୁଛନ୍ତି। ଏନେଇ ପରମିଟ୍ ଇସ୍ୟୁ କରାଯିବ, ଡ୍ରାଫ୍ଟ ପ୍ରସ୍ତୁତ ହୋଇଛି।* *୭- 👉 Sambalpur News: ସମ୍ବଲପୁର ଚାରମାଳ ଜଙ୍ଗଲରେ ମାଓବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ୍ । ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଚାରମାଳ ଜଙ୍ଗଲରେ ଲୁଚିଥିବା ସନ୍ଦେହ କରାଯାଉଛି ।* *୮- 👉 RCB: ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ଦଳାଚକଟା ଘଟଣା; KSCA ସମ୍ପାଦକଙ୍କ ଇସ୍ତଫା ଦେଇଛନ୍ତି। KSCA ସମ୍ପାଦକ ଏ. ଶଙ୍କର, କୋଷାଧ୍ୟକ୍ଷ ଏଇ ଜୟରାମ ପଦ ଛାଡ଼ିଛନ୍ତି। ଦଳାଚକଟାରେ ୧୧ ମୃତ୍ୟୁ ଓ ୭୫ ଆହତ ଘଟଣା ପାଇଁ ପଦ ଛାଡ଼ିଛନ୍ତି। RCBର ଆଇପିଏଲ୍‌ ଟ୍ରଫି ସେଲିବ୍ରେସନରୁ ଦଳାଚକଟା ହୋଇଥିବା ଘଟଣା ପାଇଁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି।* *୯- 👉 Emergency Landing On Highway: ଶନିବାର ଦିନ ଉତ୍ତରାଖଣ୍ଡରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। କେଦାରନାଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକ ହେଲିକପ୍ଟରକୁ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହା ଆଶ୍ୱସ୍ତିର ବିଷୟ ଯେ ଜରୁରୀକାଳୀନ ଅବତରଣ ସମୟରେ ହେଲିକପ୍ଟରରେ ଥିବା ସମସ୍ତ ପାଞ୍ଚ ଜଣ ଯାତ୍ରୀ ଏବଂ ପାଇଲଟ ସୁରକ୍ଷିତ ଥିଲେ।* *୧୦- 👉 Odisha News: ବେଆଇନ ମାଟି ଚୋରା ଚାଲାଣ କୁ ବିରୋଧ କରିବା ରୁ ଅବସରପ୍ରାପ୍ତ ଯବାନଙ୍କୁ ହତ୍ୟା ଧମକ। ଯବାନ ସରୋଜ ଦେଓ ଗତ ୨୫ ତାରିଖ ତିନି ଟା ସମୟରେ ନିଜ ଘର ବୁର୍ଲା ଥାନା ଅନ୍ତର୍ଗତ ପୋତା ପାଲି କୁ ଯାଉଥିଲେ,ସେହି ସମୟରେ କିଛି ଗାଡି ଲାଗି ଥିବା ସ୍ଥାନୀୟ ପିଲା ମଧ୍ୟ ଏହି ଘଟଣା ରେ ସମ୍ପୃକ୍ତ ଥିଲେ| ସେମାନଙ୍କୁ ଏଭଳି ମାଟି ଚୋରି କରୁଥିବା ବେଆଇନ ବୋଲି କହିବା ସହ ବିରୋଧ କରିବାରୁ ତାଙ୍କୁ ଜୀବନ ରୁ ମାରିଦେବାକୁ ଧମକ ଦେଇଥିବା ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ଏ ଅଭିଯୋଗ ପରେ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏସ ପିଙ୍କ ଦ୍ୱାରସ୍ତ ମଧ୍ୟ ହୋଇଥିଲେ ଯବାନ| ତା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଜି ସେ ସାମ୍ବାଦିକ ସମ୍ମିଳନୀ ରେ ଉପଯୁକ୍ତ ନ୍ୟାୟ ପାଇଁ ଦାବୀ କରିଛନ୍ତି।* * *🙏 ଶୁଭ ସଂନ୍ଧ୍ଯା,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 👍 2

Comments