ସକାଳର ଖବର
June 8, 2025 at 02:48 AM
*ଖବର ଆଜିର* ତାରିଖ:୦୮/୦୬/୨୫, ରବିବାର ୧-କୋଭିଡ ମାଡ଼ିଲା; ଗାଇଡ୍ ଲାଇନ୍ ଫେରିଲା, ଅକ୍ସିଜେନ୍, ଭେଣ୍ଟିଲେଟର ମହଜୁଦ୍ ରଖିବାକୁ କେନ୍ଦ୍ରର ପରାମର୍ଶ।ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ୨-ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଶୁଭ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପାଇଁ ୭୫୦ କୋଟିର ପ୍ରକଳ୍ପ ୩-ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଉଠିଲା ତିନି ରଥର ଚାରିନାହାକା। ୪-ଭୁବନେଶ୍ୱର:ପିଏମ୍‌ ଆବାସ ଯୋଜନା ଘର ତିଆରି ପାଇଁ ମିଳିବ ମାଗଣା ବାଲି- ରାଜସ୍ବ ମନ୍ତ୍ରୀ ୫-୪ ଦିନ ହେଲା ଭଡ଼ାରେ ଥିଲେ ଯୁବତୀ, ଜଣେ ଯୁବକଙ୍କ ସହ ଘରୁ ମିଳିଲା ଝୁଲନ୍ତା ମୃତଦେହ।କଟକ ଜିଲ୍ଲା ମାହାଙ୍ଗା ଥାନା ଖନ୍ଦୋଳ ଗାଁରେ ଏହି ଘଟଣା ଘଟିଛି। ୬-ରାୟଗଡା,ନିୟମଗିରି ପାହାଡ: ହାତୀ ଆତଙ୍କ, ଘର ଭାଙ୍ଗି ଧାନ ଚାଉଳ ମାଣ୍ଡିଆ ସହ ଖାଇଗଲେ ନଗଦ ୮୦ ହଜାର ଟଙ୍କା। ୭-ଅନୁଗୁଳ:ସିଏମିଓ ଅଫିସ୍‍ ନାଁ କହି ଜଣେ ଇଞ୍ଜିନିୟରଙ୍କଠାରୁ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ସୂଚନା। ୮-ବୈଷୟିକ ଶିକ୍ଷାର ଓଡିଆ ପୁସ୍ତକ ସମୀକ୍ଷା,ସବୁ ଇଂଞ୍ଜିନିୟରିଂ କଲେଜରେ ହେବ ସେମିନାର। ୯-ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛି ମାଓନେତା ସିସିଏମ୍‌ ଗୌତମ। ୧୦-ପୁରୀ:ମମତାଙ୍କ ଉପରେ ବର୍ଷିଲେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନି, କହିଲେ- ଦିଦିଙ୍କ ଅହଙ୍କାର ବଢି ଯାଇଛି। ୧୧-ଜୁନ୍‍ ୧୨ ନୁହେଁ ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ସାମିଲ ହେବାକୁ ଓଡ଼ିଶା ଆସିବେ। ୧୨-ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ଆରସିବି ମାର୍କେଟିଂ ମୁଖ୍ୟଙ୍କ ସମେତ ୪ ଗିରଫ। ୧୩-କୋହଲି, ରୋହିତଙ୍କ ପ୍ରଭାବ: ଲଣ୍ଡନରେ ଟିମ୍ ଇଣ୍ଡିଆକୁ କେହି ସ୍ବାଗତ କଲେ ନାହିଁ। ୧୪-ନୂଆ ଦିଲ୍ଲୀ:ଫିଡେ ଲାଇଭ୍ ଚେସ୍ ରେଟିଙ୍ଗ: ଶ୍ରେଷ୍ଠ ଦଶରେ ୪ ଭାରତୀୟ। ୧୫-ମହାରାଷ୍ଟ୍ର ପରେ ଏବେ ବିହାରରେ ହେବ ମ୍ୟାଚ୍ ଫିକ୍ସିଂ, ବିଜେପି ଉପରେ ରାହୁଲଙ୍କ ବଡ ହମଲା। ୧୬-ତାଇୱାନ୍‍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟ ତରଫରୁ ଡ. ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ। ୧୭-ଷୋଡ଼ଶ ଅର୍ଥ ଆୟୋଗର ପାର୍ଟ-ଟାଇମ ସଦସ୍ୟ ହେଲେ RBI ଡେପୁଟି ଗଭର୍ଣ୍ଣର ଟି.ରବି ଶଙ୍କର ୧୮-ଉତ୍ତରପ୍ରଦେଶର, ଦଉରାଲା :ପ୍ରେମିକ ସହ କଥା ହେବାରୁ ଝିଅକୁ ହତ୍ୟା କରି ମୁଣ୍ଡ-ଗଣ୍ଡି ଅଲଗା କଲା ମା’। ୧୯-ନୂଆ ଦିଲ୍ଲୀ:୧୦୦ ଟଙ୍କାରେ ୯୦ ଦିନ ବୈଧତାର ପ୍ଲାନ୍‌ ଆଣିଲା ଜିଓ। ୨୦- ୨୦୧୧-୧୨ରୁ ୨୦୨୨-୨୩ ମଧ୍ୟରେ ୨୬ କୋଟି ୯୦ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି। ୨୧-ଗୋଆ:ବରିଷ୍ଠ ଡାକ୍ତରଙ୍କୁ ମନ୍ତ୍ରୀଙ୍କ ଦୁର୍ବ୍ୟବହାର, କହିଲେ, ମୋ ଆଗରେ ସିଧା ହେଇ ଛିଡ଼ା ହୁଅ, ତୁରନ୍ତ ସସ୍‌ପେଣ୍ଡ କଲେ। ୨୨-ଆସାମ ବନ୍ୟା – ୧୪ ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ। ୨୩-'ଦ ଆମେରିକାନ ପାର୍ଟି' ଆମେରିକାରେ ନୂଆ ଦଳ ଗଢିବେ ଏଲନ ମସ୍କ। *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*
❤️ 👌 2

Comments