ସକାଳର ଖବର
June 8, 2025 at 12:25 PM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୦୮/୦୬/୨୦୨୫,ରବିବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ଶ୍ରୀଜଗନ୍ନାଥ ମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବରେ ଅବସ୍ଥିତ ତଥା ଭବିଷ୍ୟତରେ ନିର୍ମିତ ହେବାକୁ ଥିବା କୋଠାବାଡି ପାଇଁ ସ୍ବତନ୍ତ୍ର ନୀତି ନିର୍ଦ୍ଧାରଣ ନିମନ୍ତେ ପଦକ୍ଷେପ ଗ୍ରହଣ ଲାଗି ରାଜ୍ୟ ନଗନ ଉନ୍ନୟନ ବିଭାଗକୁ ପତ୍ର ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ଲେଖିଥିବା ପତ୍ରରେ ମୁଖ୍ୟ ପ୍ରଶାସକ ଦର୍ଶାଇଛନ୍ତି ଯେ, ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା ତଥା ଏହାର ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ଏହି କୋଠାବାଡିଗୁଡିକର ଉଚ୍ଚତା ଧାର୍ଯ୍ୟ ହେବା ସହ ସାମ୍ମୁଖଭାଗ କଳିଙ୍ଗ ସ୍ଥାପତ୍ୟ ଢାଞ୍ଚାରେ କରାଯିବା ନେଇ ଏକ ନୀତି ପ୍ରସ୍ତୁତି ହେବା ଜରୁରୀ। ସେହିପରି କୋଠାବାଡିଗୁଡିକ ବ୍ୟବହାର କରୁଥିବା ନାମଫଳକ ଏବଂ ବିଜ୍ଞାପନ ଉପରେ ମଧ୍ୟ ଆବଶ୍ୟକ କଟକଣା ପାଇଁ ଏଥିରେ ବ୍ୟବସ୍ଥା କରାଯାଇପାରେ ବୋଲି ସେ ଜଣାଇଛନ୍ତି।*
*୨- 👉 ବିଦ୍ୟୁତ ଆଘାତରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସିମୁଳିଆ ଥାନା ଝିଙ୍କିରିଆ ପଞ୍ଚାୟତ ଗଗନଧୂଳି ଗାଁରେ ଅଘଟଣ ଘଟିଛି। ଘଟଣାସ୍ଥଳରେ ଜଣେ, ଭଦ୍ରକ ମେଡିକାଲ୍ରେ ୨ ମୃତ। ପ୍ଲାଷ୍ଟର କାମ କଲା ବେଳେ ବିଦ୍ୟୁତ ତାର ଛିଣ୍ଡି ପଡ଼ିବାରୁ ଏହି ଅଘଟଣ ଘଟିଛି।*
*୩- 👉 ଇମ୍ଫାଲ ଉପତ୍ୟକାର ପାଞ୍ଚଟି ଜିଲ୍ଲାରେ ପାଞ୍ଚ ଦିନ ପାଇଁ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଡାଟା ସେବା ବନ୍ଦ କରିବା ପରେ, ସେହି ଜିଲ୍ଲାଗୁଡ଼ିକରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ରବିବାର ଦିନ ଅଧିକାରୀମାନେ କହିଛନ୍ତି ଯେ ମଣିପୁରରେ ଆତଙ୍କବାଦୀ ମୈତେଇ ସଂଗଠନ 'ଆରମ୍ବାଇ ତେଙ୍ଗୋଲ'ର ଜଣେ ନେତା ଏବଂ ଚାରି ଜଣ ସଦସ୍ୟଙ୍କ ଗିରଫଦାରୀକୁ ନେଇ ହୋଇଥିବା ହିଂସାତ୍ମକ ପ୍ରତିବାଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଅନୁଯାୟୀ ଇମ୍ଫାଲ ଘାଟିର ପାଞ୍ଚଟି ଜିଲ୍ଲା - ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, ବିଷ୍ଣୁପୁର ଏବଂ କାକଚିଙ୍ଗ୍ ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ଅଧିକାରୀ।*
*୪- 👉 ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶ ସହିତ ରାଜ୍ୟରେ ମଧ୍ୟ କୋଭିଡ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୫ ହଜାର ୭୫୦ ଟପିଥିବା ବେଳେ ଓଡ଼ିଶାରେ ୩୮ରେ ପହଞ୍ଚିଲାଣି। ଏସବୁ ଭିତରେ କୋଭିଡ୍କୁ ନେଇ ରାଜ୍ୟଗୁଡ଼ିକ ଲାଗି କେନ୍ଦ୍ର ଜାରି କରିଛି ଗାଇଡ ଲାଇନ୍ ଓ ପବ୍ଲିକ୍ ଆଡଭାଇଜରି ଜାରି କରାଯାଇଛି।*
*୫- 👉 ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଟେସଲା ମାଲିକ ଏଲୋନ ମସ୍କଙ୍କ ମଧ୍ୟରେ ବନ୍ଧୁତା ଶେଷ ହୋଇଯାଇଛି। ଏବେ ଉଭୟ ପରସ୍ପର ସହିତ ସାଲିସ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଶନିବାର, ଜୁନ୍ 7, 2025ରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ ମସ୍କଙ୍କ ସହିତ ତାଙ୍କର ସମ୍ପର୍କ ଉନ୍ନତ କରିବାରେ ତାଙ୍କର କୌଣସି ଆଗ୍ରହ ନାହିଁ, ଯଦିଓ ସେ ନିଶ୍ଚିତ ଭାବରେ ମସ୍କଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ସେ ଆଗାମୀ ନିର୍ବାଚନରେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କରନ୍ତି, ତେବେ ତାଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ। NBC ସହିତ ଏକ ସାକ୍ଷାତକାରରେ, ଟ୍ରମ୍ପଙ୍କୁ ପଚରାଯାଇଥିଲା ଯେ ତାଙ୍କ ଏବଂ ମସ୍କଙ୍କ ମଧ୍ୟରେ ସମ୍ପର୍କ ଶେଷ ହୋଇଯାଇଛି କି, ଯାହାର ଉତ୍ତରରେ ଟ୍ରମ୍ପ କହିଥିଲେ, 'ହଁ, ମୁଁ ଭାବୁଛି।' ଟ୍ରମ୍ପ କହିଥିଲେ ଯେ ସେ ବର୍ତ୍ତମାନ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି। ସେ ଆହୁରି କହିଥିଲେ, 'ଆପଣ ଜାଣନ୍ତି ଯେ ମୁଁ ବିପୁଳ ଭୋଟରେ ନିର୍ବାଚନ ଜିତିଥିଲି। ଏହା ଘଟିବା ପୂର୍ବରୁ ମୁଁ ତାଙ୍କୁ ଅନେକ ସୁଯୋଗ ଦେଇଥିଲି। ମୁଁ ତାଙ୍କୁ ମୋର ପ୍ରଥମ ପ୍ରଶାସନରେ ସୁଯୋଗ ଦେଇଥିଲି।*
*୬- 👉 ନୂଆଦିଲ୍ଲୀ: ରଜତ ପାଟିଦାରଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ୧୮ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଚଳିତ ବର୍ଷ IPL ଟ୍ରଫି ଜିତିଛି। ଏହା ପରେ ଦଳ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଏକ ବିଜୟ ପରେଡ ଏବଂ ମହାଉତ୍ସବ ପାଇଁ ପ୍ରସ୍ତୁତ ହୋଇଥିଲା। କିନ୍ତୁ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବିଜୟ ଉତ୍ସବ ସମୟରେ ଦଳାଚକଟାରେ ୧୧ ଜଣଙ୍କ ମୃତ୍ୟୁ ହେବା ପରେ ଦଳର ଐତିହାସିକ ବିଜୟ ବାଧାପ୍ରାପ୍ତ ହୋଇଥିଲା। ଏହା ପରେ, RCB ବିରୁଦ୍ଧରେ ଏକ FIR ଦାୟର କରାଯାଇଛି, ଏବଂ କିଛି ଲୋକଙ୍କୁ ଗିରଫ ମଧ୍ୟ କରାଯାଇଛି।*
*୭- 👉 ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ସମୟରେ କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କ ଉପରେ ଗୁଳି ଚାଳନା କରାଯାଇଛି। ଘଟଣା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଯେତେବେଳେ ଉରିବେଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା, ସେତେବେଳେ ସେ ବୋଗୋଟାରେ ଏକ ରାଲିକୁ ସମ୍ବୋଧିତ କରୁଥିଲେ। ଆପଣଙ୍କୁ କହି ରଖୁଛୁ ଯେ ଆସନ୍ତା ବର୍ଷ କଲମ୍ବିଆରେ ନିର୍ବାଚନ ହେବାକୁ ଯାଉଛି, ତେଣୁ ଉରିବେଙ୍କୁ ବିଜୟର ପ୍ରମୁଖ ଦାବିଦାର ଭାବରେ ବିବେଚନା କରାଯାଉଥିଲା। ଉରିବେ ବିରୋଧୀ ଦଳ ସେଣ୍ଟ୍ରୋ ଡେମୋକ୍ରାଟିକୋ କଞ୍ଜରଭେଟିଭ ପାର୍ଟିର ସଦସ୍ୟ। ପୋଲିସ ଏହି ମାମଲାରେ ଅଭିଯୁକ୍ତ ଆକ୍ରମଣକାରୀଙ୍କୁ ଗିରଫ କରିଛି।*
*୮- 👉 ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା। ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ। ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ହେଁ ପାୱାର ବୋଟ୍ କାମ ନ କରିବା ନେଇ ତାତିଲେ ଗ୍ରାମବାସୀ। ଡଙ୍ଗା ସାହାଯ୍ୟରେ ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରି।*
*୯- 👉 ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲେ ୨ ବାଘ ଶାବକ। ଧଳା ବାଘୁଣୀ ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି। ମାଆ ଛୁଆଙ୍କୁ ମନିଟରିଂରେ ରଖାଯାଇଛି । ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।*
*୧୦- 👉 ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୦୯ ଜୁନ୍ ପାଇଁ ୨୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୯ ତାରିଖ ପାଇଁ ୪ଟି ଜିଲ୍ଲା (ବରଗଡ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧକୁ ଛାଡି ବାକି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ରାଯାଇଛି। ୧୦ ତାରିଖ ଦିନ କେନ୍ଦୁଝର, ମୟୁରଭଞ୍ଜ. କୋରାପୁଟ, ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଚେତାବନୀ ଦିଆଯାଇଛି ।*
* *🙏 ଶୁଭ ସଂନ୍ଧ୍ଯା,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👍
2