ଓଡ଼ିଶା ଦୈନିକ
ଓଡ଼ିଶା ଦୈନିକ
June 3, 2025 at 04:11 AM
ଆମ ସଂକଳ୍ପ - ନିଶା ନୁହେଁ,ଜୀବନ ପାଇଁ ଚାରି ସୁତ୍ରୀ ଅଭିଯାନ ନିମନ୍ତେ ବୈଠକ ଅନୁଷ୍ଠିତ: ବାଲେଶ୍ଵର ବାଲେଶ୍ୱର ତା ୦୨/୦୬-ଅଦ୍ୟ ଦିବା ଘ ୧୧.୩୦ମି.ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ଙ୍କ ଅଧ୍ୟକ୍ଷତାରେ ସ୍ଵକାର୍ଯ୍ୟାଳୟ ପ୍ରକୋଷ୍ଠ ରେ "ଆମ ସଂକଳ୍ପ - ନିଶା ନୁହେଁ,ଜୀବନ "ଏକ ଚାରି ସୂତ୍ରୀ ଅଭିଯାନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆହ୍ଵାନରେ ୩୧ମଇ ୨୦୨୫ଠାରୁ ଓଡ଼ିଶାକୁ ମାଦକ ଦ୍ରବ୍ୟର ବ୍ୟବହାର,ଗଞ୍ଜେଇ,ଅଫିମ, ଚରସ୍,ବ୍ରାଉନ ସୁଗର କୋକେନ୍ ଭଳି ଘାତକ ଦ୍ରବ୍ୟ ଆଦିର ଅପବ୍ୟବହାର କବଳରୁ ମୁକ୍ତି ପାଇଁ ଚାରି ସୁତ୍ରି ବା ପର୍ଯ୍ୟାୟ ବିଶିଷ୍ଟ ବାର୍ଷିକ ଅଭିଯାନ ଆରମ୍ଭ ହୋଇଛି।ଯେଉଁ ଥିରେ ଅବକାରୀ ବିଭାଗ ଚିଠି ସଂଖ୍ୟା ୩୧୬୬ ଅନୁସାରେ ଅନେକ ପଦକ୍ଷେପ ଲାଗି ନିଷ୍ପତ୍ତି ନିଆଯାଇଛି। ବି. କେ. ଏସ. ଏସ, ଜେଡ. କେ. ଏସ ଏସ, ଓ ଏନ. କେ. ଏସ. ଏସ ତାଲିକାଭୁକ୍ତ କଳାକାରଙ୍କ ଦ୍ଵାରା ପାଲା,ଦାସ କାଠିଆ, ଆଦି ଜରିଆରେ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀ,ବିଦ୍ୟାଳୟ,ମହାବିଦ୍ୟାଳୟ ମାନଙ୍କରେ ସଚେତନତା ମୂଳକ କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀ, ଏସ. ଏଚ. ଜି.ଙ୍କୁ ଡି. ଏସ.ଡ ବ୍ଲୁ ଙ୍କୁ ସଚେତନତା ମୂଳକ କାର୍ଯ୍ୟକ୍ରମ, ଏ. ସି. ଏଫ୍ ଙ୍କୁ ବୃକ୍ଷରୋପଣ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ମାରାଥନ ଓ ଯୋଗ ଶିବିର ଆୟୋଜନ ନିମନ୍ତେ ପରାମର୍ଶ ଶ୍ରୀଯୁକ୍ତ ନାୟକ ଦେଇଥିଲେ।ସର୍ବଶେଷରେ ନୋଡାଲ ଅଧିକାରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସେଠୀ ଙ୍କୁ ସର୍ବ ସମନ୍ୱୟରେ କାର୍ଯ୍ୟ ସମ୍ପାଦନ କରିବାକୁ ଅଧକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀଯୁକ୍ତ ସୁଧାକର ନାୟକ ପରାମର୍ଶ ଦେଇଥିଲେ। ସୌଜନ୍ୟ:ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ବାଲେଶ୍ୱର।

Comments