ଓଡ଼ିଶା ଦୈନିକ
ଓଡ଼ିଶା ଦୈନିକ
June 18, 2025 at 02:32 PM
ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ନିମନ୍ତେ ପରାମର୍ଶ କର୍ମଶାଳା ଅନୁଷ୍ଠିତ *************************************** ବାଲେଶ୍ୱର ତା: ୧୮/୦୬: ଆଜି ପୂର୍ବାହ୍ନ ଘ:୧୧ଟିକା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ (ଭା.ପ୍ର. ସେ)ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ନିମନ୍ତେ ଏକ ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରୀଯୁକ୍ତ ମୟୁର ବିକାଶ ବାଲେଶ୍ୱରର ଶିକ୍ଷା ଶିଳ୍ପ, କଳା, ଇତିହାସ ବର୍ଣ୍ଣନା କରିବା ସହିତ ସାମଗ୍ରିକ ଉନ୍ନତି ନିମନ୍ତେ ବାଲେଶ୍ୱରବାସୀଙ୍କୁ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ, ବାଲେଶ୍ୱର (ସଦର) ଶ୍ରୀ ମାନସ କୁମାର ଦତ୍ତ ଓ ମାନ୍ୟବର ବିଧାୟକ, ନୀଳଗିରି, ଶ୍ରୀ ସନ୍ତୋଷ ଖଟୁଆ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ ସିଂ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଡ଼. ମଧୁସ୍ମିତା ସାମନ୍ତରାୟ, ବାଲେଶ୍ୱର ଚେମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ, ନୋସିର ଅଧ୍ୟକ୍ଷ ଶ୍ରୀ ପି କେ ଦାବେ ଓ ଫକିର ମୋହନ ମେଡିକାଲ କଲେଜ୍ ବାଲେଶ୍ୱରର ଡିନ୍ ଶ୍ରୀ ଯେ ଏନ ବେହେରା ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଡ଼. ମଧୁସ୍ମିତା ସାମନ୍ତରାୟ ପରିଚାଳନା କରିବା ସଙ୍ଗେ ସଙ୍ଗେ ଜିଲ୍ଲାର ଦୃଷ୍ଟିପତ୍ର (Vision Document) ପ୍ରସ୍ତୁତି ଏକ ବିସ୍ତୃତ ପାୱାରପଏଣ୍ଟ୍ ଉପସ୍ଥାପନ କରିଥିଲେ । ମାନ୍ୟବର ବିଧାୟକ, ନୀଳଗିରି, ଶ୍ରୀ ସନ୍ତୋଷ ଖଟୁଆ, କ୍ରିୟାନ୍ବୟନ ଗତିଶୀଳତା ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ଆଲୋଚିତ ଧାରଣାମାନଙ୍କୁ ପ୍ରୟୋଗରେ ଆଣିବା ପାଇଁ ପ୍ରଶାସନିକ କାର୍ଯ୍ୟନିର୍ବାହୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ ବୋଲିବୋଲି ମତବ୍ୟକ୍ତ କରିଥିଲେ । ମାନ୍ୟବର ବିଧାୟକ,ବାଲେଶ୍ୱର (ସଦର) ଶ୍ରୀ ମାନସ କୁମାର ଦତ୍ତ ଏହି କର୍ମଶାଳାରେ ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଦୃଢ଼ ଉଦ୍ଜୀବିତ ଧାରଣା ଦୃଢ଼ୀକରଣ ଉପରେ ଗୁରୁତ୍ୱାରୋପ କରିବା ସଙ୍ଗେ ସଙ୍ଗେ ଇଡ୍କୋର ବାଲେଶ୍ୱର ଜିଲ୍ଲାର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ଅବିହିତ କରିଥିଲେ। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପରିଷଦର ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେକି ବାଲେଶ୍ୱର ଧାନ, ମୀନ,ପାନର ଗନ୍ତ ଘର. ଏଥିରେ ସାମୁହିକ ବିକାଶ ପାଇଁ ଅର୍ଥନୀତିର ବିକାଶ ନିମନ୍ତେ କୃଷି ସମେତ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ସାମଗ୍ରିକ ଉନ୍ନତି ନିମନ୍ତେ ସାମୁହିକ ପ୍ରଚେଷ୍ଟା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ ସିଂ, ବିକଶିତ ଓଡ଼ିଶାରେ ବିକଶିତ ବାଲେଶ୍ୱର ଜିଲ୍ଲା ନିମନ୍ତେ ବିଭିନ୍ନ ବିଭାଗରେ ବିଭାଗୀୟ ପଦାଧିକାରୀ ମାନଙ୍କର ସାମଗ୍ରିକ ଉନ୍ନତି ନିମନ୍ତେ ଦୃଢ଼ ପରିକର ଭାବରେ କାର୍ଯ୍ୟ ତୁଲାଇବା ନିମନ୍ତେ ଆହ୍ୱାନ ଦେଇ ଥିଲେ। କାର୍ଯ୍ୟକ୍ରମରେ ଉଦ୍ୟୋଗ ଜଗତ, ଷ୍ଟାର୍ଟ-ଅପ୍, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥା, ଏନଜିଓ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଏକ ସୁସ୍ଥ ଓ ଗଭୀର ଆଲୋଚନା ହେଲା, ଯେଉଁଥିରେ ଅନେକ ମୂଲ୍ୟବାନ ମତ ଓ ପ୍ରତିବୋଧନ ଦିଆଯାଇଥିଲା। ସୌଜନ୍ୟ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ବାଲେଶ୍ୱର
Image from ଓଡ଼ିଶା ଦୈନିକ: ଜିଲ୍ଲାସ୍ତରୀୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ନିମନ୍ତେ ପରାମର୍ଶ କର୍ମଶାଳା ଅନୁଷ୍ଠିତ...

Comments