
Suryalok🌞
June 5, 2025 at 01:14 AM
*ଖବର ଆଜିର*
ତାରିଖ:୦୫/୦୬/୨୫, ଗୁରୁବାର
୧-ଭୁବନେଶ୍ୱର:ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ।
୨-ଓଡ଼ିଶାରେ ସତ୍ତାର ପଟ୍ଟ ପରିବର୍ତ୍ତନକୁ ପୁରିଲା ବର୍ଷେ; ବିଜେପିକୁ ମିଳିଥିଲା ବହୁମତ, କ୍ଷମତାରୁ ହଟିଥିଲା ବିଜେଡି।
୩-ମୁଖ୍ୟମନ୍ତ୍ରୀ ଦେଖୁଛନ୍ତି ମନ୍ତ୍ରୀଙ୍କ ରିପୋର୍ଟ ; ଜୁନ ୧୨ ପରେ ହୋଇପାରେ ମନ୍ତ୍ରିମଣ୍ଡଳର ଅଦଳବଦଳ!
୪-କୋରାପୁଟ:୪ ଘଣ୍ଟାରେ ଚାଲିଗଲା ୬ ରୋଗୀଙ୍କ ଜୀବନ , କୋରାପୁଟ ବଡ଼ ମେଡ଼ିକାଲରେ ଉତ୍ତେଜନା। ଭୁଲ୍ ଇଞ୍ଜେକସନ ଅଭିଯୋଗ ଆଣିଲେ ସମ୍ପର୍କୀୟ।
୫-ପୁରୀ:୩୫ ଦିନରେ ପହଂଚିଛି ରଥ ନିର୍ମାଣ କାର୍ଯ୍ୟ, ତିନି ରଥ ଅଖରେ ଦଣ୍ଡା ପଡ଼ିଲା।
୬-ପିଜି ନାମଲେଖା ପାଇଁ ୮ ଯାଏଁ ପସନ୍ଦ ଯୋଗ୍ୟ ଶିକ୍ଷାନୁଷ୍ଠାନ ମନୋନୟନ।SEBC ବର୍ଗଙ୍କୁ ମିଳିବ ତଥ୍ୟ ଦାଖଲ ସୁଯୋଗ।
୭-ଭୁବନେଶ୍ୱର:ମଙ୍ଗଳବାର ବନ୍ଦ ରହିବ ପୁରୀ-ରାଉରକେଲା ବନ୍ଦେ ଭାରତ ଚଳାଚଳ।
୮-ଜଗତପୁରରେ ନକଲି ମୋବିଲ କାରଖାନା ଉପରେ ଚଢାଉ; ଅପମିଶ୍ରିତ ମୋବିଲ ପ୍ରସ୍ତୁତ ନେଇ କରାଯାଇଛି ରେଡ୍।
୯-ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି।
୧୦-୬ରୁ ଚାରିଦିନିଆ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ଜୟଦେବ ଭବନରେ ୯ଟି ଭାଷାରେ ପ୍ରଦର୍ଶିତ ହେବ।
୧୧-ଭୁବନେଶ୍ୱର:ଗୁଣାତ୍ମକ ଶିକ୍ଷା ଓ ବିଶ୍ଵସ୍ତରୀୟ ପ୍ରୟୋଗଶାଳା ପାଇଁ କିଟ୍ ପଲିଟେକନିକ୍ କୁ NBAର ୨୦୨୮ ପର୍ଯ୍ୟନ୍ତ ଆକ୍ରିଡିଟେସନ ପ୍ରଦାନ, ଓଡ଼ିଶାରେ ପ୍ରଥମ।
୧୨-ରାୟଗଡା,କୁପାଖାଲ ଗାଁରେ ଅଭାବନୀୟ ଘଟଣା:ଦେଢ ମାସ ତଳେ ପ୍ରେମ ବିବାହ କରିଥିଲେ, ଝୁଲନ୍ତା ମୃତଦେହ ଉଦ୍ଧାର ହେଲା।
୧୩-ବ୍ରହ୍ମପୁର:ଭିଜିଲାନ୍ସ ଜାଲରେ ମହିଳା ଥାନା ASI ବବିତା ସୁନା, ୧୦ ହଜାର ଲାଞ୍ଚ ନେଇ ଧରା ପଡିଲେ।
୧୪-ପାରାଦ୍ଵୀପ ଆଇସ୍ ଫ୍ୟାକ୍ଟ୍ରି ରୁ ଆମୋନିଆ ଗ୍ୟାସ ଲିକ୍, ୪ ଅସୁସ୍ଥ।
୧୫-ଓଡ଼ିଆ ଭାଷାରେ ଇଗ୍ନୋର MBA ଶିକ୍ଷା,ଜୁଲାଇ ସେସନ୍ ରୁ ଲାଗୁ।
୧୬-ଜୁଲାଇ ୨୧ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ।
୧୭-୨୦୨୭ ମାର୍ଚ୍ଚ ୧ରୁ ଦେଶରେ ହେବ ଜନଗଣନା, ୧୬ବର୍ଷ ପରେ ଦେଶରେ ହେବ ଆରମ୍ଭ।
୧୮-ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିଅମ ବାହାରେ ଆଇପିଏଲ ବିଜୟ ଉତ୍ସବ ପାଳନ ସମୟରେ ଦଳାଚକଟା – ୧୧ ମୃତ, ୧୫୦ ଆହତ।
୧୯-ବେଙ୍ଗାଲୁରୁ ଦଳାଚକଟା ମାମଲାର ହେବ ମାଜିଷ୍ଟ୍ରେଟ୍ ସ୍ତରୀୟ ଯାଞ୍ଚ, ମୃତକଙ୍କ ଲାଗି ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ସରକାର।
୨୦-ବଢୁଛି ୟୁକ୍ରେନର ଶକ୍ତି, ବ୍ରିଟେନ ଦେବ ଏକ ଲକ୍ଷ ଡ୍ରୋନ; ମିସାଇଲ ଦେବାକୁ ଜର୍ମାନୀର ଘୋଷଣା।
୨୧-ଆମେରିକାକୁ ବିଷାକ୍ତ ଫଙ୍ଗସ ଆଣିବା ଉଦ୍ୟମ, ଦୁଇ ଚୀନ ବୈଜ୍ଞାନିକ ଗିରଫ।
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*