Suryalok🌞
                                
                            
                            
                    
                                
                                
                                June 20, 2025 at 12:49 AM
                               
                            
                        
                            *ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ରଥର ନାମ ତାଳଧ୍ଵଜ କାହିଁକି ?*
      ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ । ଏ  ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି  ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ ତାଙ୍କ ରଥର ଆଉ ଗୋଟିଏ ନାମ ‘ଲାଙ୍ଗଳଧ୍ୱଜ’ । ତାଙ୍କର ଦୁଇ ଆୟୁଧ ହେଉଛି- ‘ହଳ’ ଓ ‘ମୂଷଳ’ । 
       ଏଥିରୁ ହଳ ବା ‘ଲଙ୍ଗଳ’ ଅନୁସାରେ ତାଙ୍କ ରଥର ନାମ ‘ଲାଙ୍ଗଳଧ୍ୱଜ’ ହୋଇଛି । କିନ୍ତୁ ତାଙ୍କ ରଥର ନାମ କାହିଁକି ‘ତାଳଧ୍ୱଜ’ ତା ପଛରେ ଅନେକ ରହସ୍ୟ ରହିଛି । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ‘ତାଳଧ୍ୱଜ’ର ଉଲ୍ଲେଖ ଅଛି । ଏହା ଅନୁସାରେ, ‘ତାଳଧ୍ୱଜ’ ଥିଲା ଶ୍ରୀକୃଷ୍ଣଙ୍କ ବଡ଼ଭାଇ ବଳରାମଙ୍କ ରଥ । ସେ ଦୃଷ୍ଟିରୁ ପୁରୀ ରଥଯାତ୍ରାରେ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ହୋଇଛି । ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି-
ଏବେ ହେ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ।।
ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ।।
  ତେବେ, ଏହାର ନାମ କାହିଁକି ତାଳଧ୍ୱଜ, ତା’ ପଛରେ ଗୋଟିଏ ଉପାଖ୍ୟାନ ଅଛି । ସେହି ଉପାଖ୍ୟାନ ଅନୁସାରେ, ବଳରାମଙ୍କର ପ୍ରିୟ ପାନୀୟ ହେଉଛି ‘କାଦମ୍ବରୀ’ । ଏହା ‘ତାଳ’ ଜାତୀୟ ଏକ ବୃକ୍ଷର ପୁଷ୍ପକେଶର ପାଖରୁ ଝରୁଥିବା ରସ । ଏହି କାଦମ୍ବରୀ ପାଇଁ ବଳରାମ ‘ତାଳକେତୁ’ ନାମକ ଏକ ରାକ୍ଷସକୁ ବଧ କରିଥିଲେ । ସେହି ରାକ୍ଷସ ତାହାର ଶେଷଇଚ୍ଛା ରୂପେ ତାଙ୍କ ରଥର ଧ୍ୱଜରେ ଅବସ୍ଥାନ କରିବାପାଇଁ ଅନୁରୋଧ କରିଥିଲା । ବଳରାମ ତାହାର ଇଚ୍ଛା ପୂରଣ କରିଥିଲେ । ତେଣୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ହେଲା । କିନ୍ତୁ ‘ସ୍କନ୍ଦପୁରାଣ’ରେ ଏ ସଂପର୍କରେ ଏକ ତାତ୍ତ୍ୱିକ ପ୍ରସଙ୍ଗ ଅଛି । ସେଥିରେ ‘ତାଳଧ୍ୱଜ’ର ‘ତାଳ’କୁ ‘ଆଦର୍ଶ’ ବା ଦର୍ପଣ ସହ ଯୋଡ଼ା ଯାଇଛି । ତାହା ଅନୁସାରେ- ବଳଭଦ୍ର ସୁନିର୍ମଳ ଜ୍ଞାନ ରୂପକ ଦର୍ପଣଦ୍ୱାରା ଏ ସଂସାରର ସମସ୍ତ ଜୀବ ଓ ଜଡ଼ଙ୍କୁ ଦର୍ଶନ କରନ୍ତି । ତାଙ୍କ କରତଳ ବା ହାତ ପାପୁଲିରେ ଏହି ନିର୍ମଳ ଦର୍ପଣ ରହିଥାଏ । ଏଥରୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ।
ତାଳଧ୍ବଜ ରଥ 
ଅନ୍ୟ ନାମ : ହଳଧ୍ୱଜ / ଲଙ୍ଗଳଧ୍ୱଜ
ରଥ ପ୍ରଦାନ କର୍ତ୍ତା : ତାଳ ବନରେ ଦେବତା ଙ୍କ ଦ୍ଵାରା ପ୍ରଦତ୍ତ 
ରଥ ନିର୍ମାଣ : ମୟ
ବ୍ୟବହୃତ କାଠ ସଂଖ୍ୟା : ୭୩୧ - ୬୩୧
ଉଚ୍ଚତା : ୩୯ ଫୁଟ ୪ଇଞ୍ଚ  ( ୩୨ ହାତ ୧୦ ଆଙ୍ଗୁଳି ) 
ଚକ ସଂଖ୍ୟା : ୧୪ (୧୪ ଭୁବନ ଅନୁପାତ) 
ଚକ ଅର : ୧୪
ଚକ ବ୍ୟାସ : ୬.୫ ଫୁଟ 
ଆବରଣ : ନୀଳଲୋହିତ
ଅଧୀଶ୍ଵର : ବଡ଼ଠାକୁର ବଳଭଦ୍ର , ରାମ ଓ କୃଷ୍ଣ 
ଭଦ୍ର ପୀଠ ର ଆକାର : ଅଷ୍ଟାଦଳ ପଦ୍ମକୃତି
ଆୟୁଧ : ହଳ ଓ ମୁଷଳ
ସାରଥୀ : ମାତଳୀ
ରଥ ରକ୍ଷକ : ବାସୁଦେବ ଓ ଭାସ୍କର
ରଥ ଦେବତା : ଶେଷ ଶାୟୀ
ରଥ ଦେବୀ : କେତୁ ଭଦ୍ରା 
ରଥ ଶକ୍ତି : ଜୟ ଦୁର୍ଗା ଓ ଶୂଳୀ ଦୁର୍ଗା
ରଥ ଭୈରବ : କ୍ଷେତ୍ରପାଳ 
ରଥ ଶିରରେ : ଅନନ୍ତ ନାଗ 
ରଥ ପାଳକ : ଆଦିଶେଷ
ରଥ ଯକ୍ଷ : ପ୍ରଚଣ୍ଡ
ଦଉଡ଼ି ନାମ : ବସୁକୀ 
୪ ଅଶ୍ୱ : ଶଙ୍ଖ , ସୁଚିତ୍ର , ଅଙ୍ଗଦ , ମେଘନାଦ
ଗନ୍ଧର୍ବ : ହୁ-ହୁ 
ନେତର ନାମ : ଉନ୍ମନି 
ଦ୍ୱାରପାଳ : ନନ୍ଦ ଓ ସୁନନ୍ଦ
ରଥ ପ୍ରତିହାର : ସୁଶୀଳ ଓ ଅତିଶୀଳ 
ଋଷି ପଟାରେ ଋଷି : ଅଙ୍ଗିରା , ପୌଲସ୍ତ୍ୟ , ପୁଲହ , ଅଗସ୍ତି , ଆତ୍ରେୟ , କାଶ୍ୟପ , ମୁଦ୍ଗଲ 
ଦଧିନଉତି : ଭୁବନ କୋଷ 
ରଥର କୁମ୍ଭ  : ଭୁବନ , ପୃଥିବୀ , ବିଶ୍ୱ , ଚକ୍ରାୟୁଧ   ହ୍ରୁଁ  ବୀଜ 
ମୂର୍ଦ୍ଧାରେ : କେତୁ ଭଦ୍ରା
ଚର ଦେବତା : ବ୍ରହ୍ମା ଓ ଶିବ 
ଚାରଣ : ମହା ସିଦ୍ଧ ଓ ଉଲେମୀ
ଗର୍ଭଧୀଶ୍ଵର ଅଷ୍ଟ ଶକ୍ତି: ତୁଙ୍ଗୀ , ତୁଙ୍ଗ ଭଦ୍ରା , ପ୍ରଭା , ସୁପ୍ରଭା , ଧାତ୍ରୀ , ବିଧାତ୍ରୀ , ନନ୍ଦା , ସୁନନ୍ଦା
ଧ୍ବଜାରେ ବିରାଜିତ ସଂକେତ  : ଅଷ୍ଟଦଳ ପଦ୍ମ , ତାଳ / ଦର୍ପଣ 
ରଥ ର ଶୂନ୍ୟ ଚକ୍ର ନାମ : କାଳ ସଂହାର / ପିନାକ
ଦଧିନଉତି ଉପ ରିସ୍ଥ କଳସତ୍ରୟ : ଚନ୍ଦ୍ର , ସୂର୍ଯ୍ୟ , ବିଦ୍ୟୁତ 
ରଥ ରତ୍ନ : ମାର୍କତ
ବ୍ରହ୍ମ ସଦନର ଉଭୟ ପାର୍ଶ୍ୱସ୍ଥ ଉପାସକ : ଶିବ ଓ ନାରଦ 
ଓଲଟ ଶୁଆ : ଶ୍ରଦ୍ଧା ଓ ବିଶ୍ୱାସ 
ରଥ ପୀଠ : ମେରୁ କୈଳାଶ
ପୀଠର କ୍ଷେତ୍ର ଫଳ : ୩୪ ବର୍ଗ ଫୁଟ 
ଚନ୍ଦ୍ର ତାପ : କନକ ମେଖଳା 
ରଥାଧିପ : ବୃହତ ନାସ
ରଥା ସୀନ ଅପସରା : ସମ୍ମୁଖ - ଜୟା ଓ ବିଜୟା
                              ପୃଷ୍ଠ ଭାଗ - ଚଣ୍ଡା ଓ ଚଣ୍ଡ ରୂପା
                               ବାମ ଭାଗ - ନନ୍ଦା  ଓ ଅନନ୍ଦା
                               ଦକ୍ଷିଣ ଭାଗ - ସନନ୍ଦା ଓ ତିଲୋତ୍ତମା
ସମ୍ମୁଖ ଦ୍ୱାରର ଚିତ୍ର : ପଞ୍ଚ ପତ୍ର ବିଶିଷ୍ଟ ତାଳ ପତ୍ର 
ପାର୍ଶ୍ୱ ଦେବା/ଦେବୀଗଣ : କାର୍ତ୍ତୀକେୟ, ସର୍ବମଙ୍ଗଳା, ମୃତ୍ୟୁଞ୍ଜୟ, ପ୍ରଳମ୍ବରୀ, ହଳଯୁଦ୍ଧା, ନଟମ୍ବର, ମୁକ୍ତେଶ୍ୱର ଓ ଶେଷଦେବ ଇତ୍ୟାଦି
ଶିଳ୍ପଶାସ୍ତ୍ର ଅନୁଯାୟୀ ଗଠିତ ଏହି ରଥ ଦର୍ଶନ ରେ ସର୍ବ ବିଘ୍ନ ବିନାଶ ହୋଇଥାଏ ।
*🙏 ଜୟ ଜଗନ୍ନାଥ🙏*