
NEWS UPDATE
January 31, 2025 at 05:51 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର କିଛି ମୁଖ୍ଯ ଖବର ତାରିଖ- ୩୧/୦୧/୨୦୨୫,ଶୁକ୍ରବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 Budget session to Begin today: ଆଜିଠାରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ। ରାଷ୍ଟ୍ରପତି ଆଜି ଗୃହକୁ ମିଳିତ ଭାବେ ସମ୍ବୋଧନ କରିବେ। ସରକାରଙ୍କ ନୀତି ଓ ଯୋଜନା ସମ୍ପର୍କରେ ଏହା ପ୍ରାରମ୍ଭିକ ଆଭାସ ଦେବ। ଏହା ସହ ଆଜି ଲୋକସଭାରେ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି।*
*୨- 👉 How the session will be ? Bills and legislations: ଏହି ଅଧିବେଶନକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଭାବେ ଗ୍ରହଣ କରାଯାଇଛି। ସମୁଦାୟ ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ବସିବ। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୩ ତାରିଖରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ମାର୍ଚ୍ଚ ୧୦ ତାରିଖରୁ। ଏହା ଏପ୍ରିଲ୍ ୪ ତାରିଖ ଯାଏ ଚାଲିବ ବୋଲି ପୂର୍ବରୁ ସୂଚୀତ କରାଯାଇଛି। ଏହି ଅଧିବେଶନରେ ସାଧାରଣ ବେଜଟ୍ ସହ ୧୯ଟି ବିଧେୟକ ଉପରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି। ବିଶେଷକରି ଓ୍ୱାକଫ୍ ଆଇନ ସଂଶୋଧନ ବିଧେୟକ ଏହି ଅଧିବେଶନର ଉଷ୍ମତାକୁ ବୃଦ୍ଧି କରିପାରେ।*
*୩- 👉 E -KYC For Ration Card verification extended to February15: ରାଜ୍ୟରେ ରାସନକାର୍ଡ ହିତାଧିକାରୀଙ୍କ ସତ୍ୟାପନ ଯାଞ୍ଚ ଲାଗି ଇ କେଓ୍ୱାଇସି ବ୍ୟବସ୍ଥାକୁ ଆହୁରି ୧୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଜାନୁୟାରୀ ୩୧ ତାରିଖକୁ ଏହାର ଶେଷ ତାରିଖ ଭାବେ ଗ୍ରହଣ କରାଯାଇଥିଲା। ନିକଟସ୍ଥ ଜନସେବା କେନ୍ଦ୍ରରେ ନିଜର ପରିଚୟ ଏବଂ ବାସସ୍ଥାନସମ୍ବନ୍ଧୀୟ ତଥ୍ୟ ଓ ନଥି ଦେଇ ଏହି ଯାଞ୍ଚ ଅନ୍ ଲାଇନରେ କରାଯାଇପାରିବ।*
*୪- 👉 US Plane Accident, Force’s craft collides with civil crafts: ଯୁକ୍ତରାଷ୍ଟ୍ର ଆମେରିକା ସେନାର ଏକ ବିମାନ ସାଧାରଣ ନାଗରିକ ବିମାନ ସହ ଧକ୍କା ହେବା ଫଳରେ ୬୭ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି। ପୂର୍ବ ସରକାର ସମୟରେ କଠୋର ନୀତି ପାଳନରେ ଅବହେଳା ଯୋଗୁ ଏପରି ଦୁର୍ଘଟଣା ଘଟିଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଓ୍ୱାସିଂଟନ ଡିସି ନିକଟରେ ଥିବା ରୋନାଲ୍ଡ ରେଗାନ୍ ବିମାନବନ୍ଦରରେ ଏହିପରି ଦୁର୍ଘଟଣା ଘଟିଥିଲା।*
*୫- 👉 VIP Passes Cancelled: Know what are the changes to Mahakumbh: ମହାକୁମ୍ଭରା ଦଳା ଚକଟା ଏବଂ ଟେଣ୍ଟ ପୋଡ଼ିକୁ ଦେଖି ଭିଡ଼ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ବିଶେଷକରି ପ୍ରୟାଗରାଜ ଉପରେ ଚାରି ଚକିଆ ଯାନ ଏବଂ ଭାରୀଯାନ ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଏଣୁ ଓଡ଼ିଶାରୁ ପ୍ରୟାଗରାଜ ଯିବାକୁ ଥିବା ବସ୍ ସେବାକୁ ଓଏସ୍ଆର୍ଟିସି ପକ୍ଷରୁ ବାତିଲ କରାଯାଇଛି।*
*୬- 👉 Know Shubh Shukla: ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ଆକ୍ସିଅମ୍ ମିଶନ୍ ୪ରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭ୍ରାଂଶୁ ଶୁକ୍ଳାଙ୍କୁ ମହାକାଶଯାନ ଚଳାଇବାର ସୁଯୋଗ ମିଳିଛି। ସେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯିବାକୁ ଚୟନ ହୋଇଛନ୍ତି। ଏହା ଏକ ଘରୋଇ ମିଶନ। ଶୁଭ୍ରାଂଶୁ ପୂର୍ବରୁ ଗଗନଯାନ ମିଶନ ପାଇଁ ବଛାଯାଇଛନ୍ତି।*
*୭- 👉 India to Develop own AI Model: ଭାରତ ଏହାର ନିଜସ୍ୱ କୃତ୍ରିମ ବୁଦ୍ଧିମତ୍ତା ସେବା ଆରମ୍ଭ କରିବ।ଆସନ୍ତା ୧୦ ମାସ ଭିତରେ ଏହି କମ୍ପ୍ୟୁଟେସନାଲ୍ ଏଆଇ ସେବା ଉପଲବ୍ଧ ହେବ। ବିଶ୍ୱର ସର୍ବୋତ୍କୃଷ୍ଟ ସେବା ଭିତରେ ଏହା ଆସିବ ବୋଲି କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା କମ୍ପାନୀ। କିଛିଦିନ ତଳେ ଚୀନର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ତିଆରି କରିଥିବା ଡୀପ୍ସିକ୍ ଏବେ ବିଶ୍ୱରେ ଚହଳ ପକାଇଛି। ଏହାଠୁ ବି ଶସ୍ତାରେ ଭାରତ ଏଆଇ ସେବା ନିର୍ମାଣ କରିବାକୁ ଯାଉଛି।*
*୮- 👉 Yamuna Water Row: EC gives time till 11 AM to Kejriwal: ଆଜି ସକାଳ ୧୧ଟା ସୁଦ୍ଧା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ଯମୁନା ପାଣି ସମ୍ବନ୍ଧୀୟ ପ୍ରମାଣ ଉପସ୍ଥାପନ କରିବେ। ଏଥିନେଇ ନିର୍ବାଚନ କମିଶନ ସମୟ ନିର୍ଦ୍ଧାରଣ କରିଛନ୍ତି। ହରିୟାଣା ସରକାର ଯମୁନାକୁ ବିଷାକ୍ତ କରିଛନ୍ତି ବୋଲି କେଜ୍ରିଓ୍ୱାଲ୍ ବୟାନ ଦେଇଥିଲେ। ଏହାକୁ ପ୍ରମାଣିତ କରିବା ପାଇଁ ତଥ୍ୟ ଉପସ୍ଥାପନ କରିବାକୁ କେଜ୍ରିଓ୍ୱାଲ୍ଙ୍କୁ କହିଥିଲେ କମିଶନ। ପ୍ରମାଣ ଉପସ୍ଥାପନ ନ କରିପାରିଲେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।*
*୯- 👉 Retired judge to hear pending cases: ରାଜ୍ୟର ବିଭିନ୍ନ ହାଇକୋର୍ଟରେ ପଡ଼ି ରହିଥିବା ମାମଲାର ବିଚାର ଶେଷ କରିବା ଲାଗି ଅବସରପ୍ରାପ୍ତ ବିଚାରପତିଙ୍କ ସହାୟତା ନେବେ ସୁପ୍ରିମ କୋର୍ଟ। ଏଥିନେଇ ସରକାରଙ୍କ ଅନୁମତିକ୍ରମେ ପ୍ରତି ରାଜ୍ୟର ହାଇକୋର୍ଟରେ ସର୍ବାଧିକ ୫ ଜଣ ପୂର୍ବତନ ବିଚାରପତିଙ୍କୁ ପୁଣିଥରେ ନିଯୁକ୍ତ କରାଯିବ। ସେମାନେ ନୂଆ ମାମଲା ବଦଳରେ ନିୟମିତ ବିଚାରପତିଙ୍କ ତତ୍ତ୍ୱାବଧାନରେ ପଡ଼ି ରହିଥିବା ମାମଲାର ଶୁଣାଣି କରିବେ। ଏହାଦ୍ୱାରା ୬୨ ଲକ୍ଷ ପଡ଼ି ରହିଥିବା ମାମଲାର ଶୁଣାଣି ପାଇଁ ପ୍ରୟାସ କରାଯାଇଛି।*
*୧୦- 👉 CM’s Grievance: ଆଜି ୧୧ଟାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ପାଇଁ ପଞ୍ଜିକରଣ। ସର୍ବାଧିକ ୧ହଜାର ଲୋକଙ୍କୁ ଏହି କ୍ରମରେ ପଞ୍ଜିକରଣ କରାଯିବ। ଅନ୍ ଲାଇନରେ ଜନଶୁଣାଣି ପୋର୍ଟାଲ୍ କିମ୍ବା ଆପ୍ଲିକେସନ୍ରେ ପଞ୍ଜିକରଣ ପାଇଁ ବ୍ୟବସ୍ଥା କରାଯାଇଛି। ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଲାଗି ଏହି ପଞ୍ଜିକରଣ ହେଉଛି।*
*୧୧- 👉 Ration card e-KYC deadline in Odisha extended: ରାସନ କାର୍ଡ E-KYC କରିନଥିବା ଲୋକଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ରାସନ କାର୍ଡ E-KYC ଅପଡେଟ୍ ଅବଧି ପୁଣି ଥରେ ଫେବୃଆରୀ ୧୫କୁ ବୃଦ୍ଧି କରାଯାଇଛି । କହି ରଖୁଛୁ ଯେ ଆହୁରି ୪୧ ଲକ୍ଷ ହିତାଧିକାରୀ E-KYC ଅପଡେଟ୍ କରୁ ନଥିବାରୁ ସରକାର ଏପରି ପଦକ୍ଷେପ ନେଇଛନ୍ତି।*
*୧୨- 👉 CM Majhi To Hear Public Grievances On Feb 3: ଆସନ୍ତା ସୋମବାର ଫେବୃୟାରୀ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ। ପୂର୍ବ ନିର୍ଦ୍ଧାରଣ ଅନୁସାରେ ୧୦୦୦ ଜଣଙ୍କ ଅଭିଯୋଗ ଓ ଦୁଃଖକୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅଧିକାରୀମାନେ ଶୁଣି ସିଧାସଳଖ ସମାଧାନ ଲାଗି ଚେଷ୍ଟା କରିବେ। କ୍ଷମତାକୁ ଆସିବା ପରେ ଜୁଲାଇ ୧ ରୁ ପ୍ରତି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀଙ୍କର ଏହା ହେବ ସପ୍ତମ ଅଭିଯୋଗ ଶୁଣାଣୀ।*
*୧୩- 👉 IndiaAI mission: ଆମେରିକା ଏବଂ ଚୀନ୍ ପରେ ଭାରତ ମଧ୍ୟ ନିଜର ଜେନେରେଟିଭ୍ ଏଆଇ ମଡେଲ୍ ତିଆରି କରିବାକୁ ପ୍ରସ୍ତୁତ ହେଉଛି। ChatGPT ଏବଂ DeepSeek ପରି ଭାରତ ମଧ୍ୟ ନିଜର AI ମଡେଲ୍ ତିଆରି କରିବ। ଯଦିଓ ଏହାକୁ ପ୍ରସ୍ତୁତ ହେବାକୁ ପ୍ରାୟ ୬ରୁ ୮ ମାସ ସମୟ ଲାଗିପାରେ। ରାଜ୍ୟରେ ଚାଲୁଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।*
*୧୪- 👉 All party meeting held ahead of Budget Session 2025: ବଜେଟ ଅଧିବେଶନ ହେଉଛି ବର୍ଷର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନ ପରେ, ମୌସୁମୀ ଅଧିବେଶନ ଓ ଶେଷରେ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହୁଏ। ଏହି ବଜେଟ ଅଧିବେଶନରେ ସରକାର ଅନେକ ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବଜେଟ ଅଧିବେଶନ ପାଇଁ ମୋଟ ୧୬ଟି ବିଲ୍ ତାଲିକାଭୁକ୍ତ ହୋଇସାରିଛି।*
*୧୫- 👉 Mahakumbh Mela Fire: ଗୁରୁବାର ଦିନ ଅପରାହ୍ନରେ ମହାକୁମ୍ଭରେ ପୁଣି ଥରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି କାରଣରୁ ଏକ ଡର୍ଜନରୁ ଅଧିକ ତମ୍ବୁ ଜଳି ଯାଇଛି। ଏଥର ଛଟନାଗ ଘାଟ ନାଗେଶ୍ୱର ଘାଟ ସେକ୍ଟର ୨୨ ନିକଟସ୍ଥ ତମ୍ବୁ ନଗରୀରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘାଟ ଝୁସି ଆଡ଼କୁ ଛଟନାଗ ନିକଟରେ ମେଳା କୂଳରେ ଅଛି। ଏକ ଘରୋଇ କମ୍ପାନୀ ଦ୍ୱାରା ପ୍ରତିଷ୍ଠିତ ବୈଦିକ ଟେଣ୍ଟ ସିଟିରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି।*
*୧୬- 👉 Shubhanshu Shukla to pilot Axiom-4 mission: ନାସା ଆକ୍ସିୟମ୍-୪ ମିଶନକୁ ଅନୁମୋଦନ କରିଛି। ଯେଉଁଥିରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଜଣେ ପାଇଲଟ୍ ଭାବରେ ମହାକାଶ ଯାତ୍ରା କରିବେ। ଏହି ମିଶନ ୧୪ ଦିନ ପର୍ଯ୍ୟନ୍ତ ରହିବ ଏବଂ ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ISS) ଉପରେ ଗବେଷଣା କାର୍ଯ୍ୟ କରିବ। ଏହି ମିଶନର ନେତୃତ୍ୱ ନେବେ ପୂର୍ବତନ ନାସା ମହାକାଶଚାରୀ ଏବଂ ଆକ୍ସିୟମ୍ ସ୍ପେସ୍ ମାନବ ମହାକାଶ ଉଡ଼ାଣ ନିର୍ଦ୍ଦେଶକ ପେଗି ହ୍ୱିଟସନ୍।*
*୧୭- 👉 World Book Fair 2025: ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା ୨୦୨୫ ଫେବୃଆରୀ ୧ ରୁ ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ପୁସ୍ତକ ମେଳାର ବିଷୟବସ୍ତୁ 75ତମ ଗଣତନ୍ତ୍ର ଦିବସ ଉପରେ କେନ୍ଦ୍ରିତ ହେବ ଏବଂ ୫୦ଟି ଦେଶ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ନ୍ୟାସନାଲ ବୁକ୍ ଟ୍ରଷ୍ଟ (NBT) ଗୁରୁବାର ଏହି ଘୋଷଣା କରିଛି। ଭାରତର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧ ଫେବୃଆରୀ ୨୦୨୫ ଦିନ ପୂର୍ବାହ୍ନ ୧୧:୩୦ ସମୟରେ ଭାରତ ମଣ୍ଡପମରେ ଏହାକୁ ଉଦଘାଟନ କରିବେ।*
*୧୮- 👉 Viral Girl Monalisa To Make Bollywood Debut: ମହାକୁମ୍ଭର ଭାଇରାଲ୍ ଗାର୍ଲ ମୋନାଲିସା ପ୍ରୟାଗରାଜ ଆସିବା ସହିତ ତାଙ୍କ ଭାଗ୍ୟ ଚମକି ଉଠିଛି। ମାଳା ବିକ୍ରି କରିବା ସମୟରେ ମୋନାଲିସା ନିଜର ନୀଳ ଏବଂ ମାଟିଆ ଆଖି ଯୋଗୁଁ ଭାଇରାଲ ହୋଇଥିଲେ। ଏବେ ମୋନାଲିସା ବଲିଉଡରେ ପ୍ରବେଶ କରିଛନ୍ତି। ପ୍ରସିଦ୍ଧ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କର ପରବର୍ତ୍ତୀ ଫିଲ୍ମ ପାଇଁ ମୋନାଲିସାଙ୍କୁ ସାଇନ୍ କରିଛନ୍ତି।*
*୧୯- 👉 Washington DC Plane Crash: ଆମେରିକାର ରାଜଧାନୀ ୱାଶିଂଟନ ଡିସିରେ ଘଟିଥିବା ମର୍ମନ୍ତୁଦ ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ଆମେରିକୀୟ ଏୟାରଲାଇନ୍ସର ଏକ ଆଞ୍ଚଳିକ ଯାତ୍ରୀବାହୀ ଜେଟ୍ ଏବଂ ଏକ ଆମେରିକୀୟ ସେନାର ବ୍ଲାକ୍ ହକ୍ ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଦୁଇଟି ବିମାନ ପୋଟୋମାକ୍ ନଦୀରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ ୨୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେତେବେଳେ ବିମାନରେ ୬୪ ଜଣ ଥିଲେ। ଏବେ ଆଶଙ୍କା କରାଯାଉଛି ଯେ ବିମାନରେ ଥିବା ସମସ୍ତ ୬୪ ଜଣଙ୍କର ମୃତ୍ୟୁ ହୋଇଥାଇପାରେ।*
*୨୦- 👉 champions trophy 3 opening ceremony: ପାକିସ୍ତାନର ଜିଓ ନ୍ୟୁଜ୍ ଅନୁଯାୟୀ ଚାମ୍ଫିଆନ୍ସ ଟ୍ରଫିର ମୁଖ୍ୟ ଉଦଘାଟନୀ ଉତ୍ସବ ଫେବ୍ରୁଆରୀ ୧୬ ତାରିଖରେ ହଜୁରୀ ବାଗରେ ଅନୁଷ୍ଠିତ ହେବ। ଫେବ୍ରୁଆରି ୭ ତାରିଖରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏକ ପୃଥକ ସମାରୋହ ଅନୁଷ୍ଠିତ ହେବ। ଆଉ ଏକ ଉଦଘାଟନୀ ଉତ୍ସବ ୧୧ ଫେବ୍ରୁଆରୀରେ କରାଚୀର ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👍
6