
NEWS UPDATE
5.8K subscribers
About NEWS UPDATE
You Can Get News Headlines with All Anuchinta and Rashiphala
Similar Channels
Swipe to see more
Posts

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୧୩/୦୬/୨୦୨୫,ଶୁକ୍ରବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଅଣସର ନୀତିର ଦ୍ୱିତୀୟ ଦିନ।ପୁରୀ ଶ୍ରୀମନ୍ଦିରରେ ଅନବସର ନୀତିର ଆଜି ଦ୍ୱିତୀୟ ଦିନ। ଏହିସମୟରେ ଶ୍ରୀଜିଉଙ୍କ ମୂର୍ତ୍ତିକୁ ଅଣସର ପିଣ୍ଡିରେ ପୂଜା କରାଯାଇଥାଏ। ତୁଳସୀ ଲାଗି ହୁଏ ନାହିଁ। ସେମାନଙ୍କୁ ଶୁଭ୍ର ବସ୍ତ୍ର ଓ ପୁଷ୍ପ ଅର୍ପଣ କରାଯାଇଥାଏ। ସୁଆର ଓ ଦଇତା-ପତିଙ୍କ ସେବା ଏହିସମୟରେ ରହେ। ସାଧାରଣଭକ୍ତଙ୍କ ଲାଗି ପଟିଦିଅଁଙ୍କୁ ପୂଜା କରିବା ଆରମ୍ଭ ହୋଇଛି।* *୨- 👉 ରାତି ପାହିଲେ ରଜ।ଆସନ୍ତାକାଲି ରଜ ଉତ୍ସବର ପ୍ରଥମ ଦିନ। ମହିଳାତ୍ୱକୁ ନେଇ ଉତ୍ସବ ପାଳନ କରିବାରେ ଏହା ଏକ ଅନନ୍ୟ ଭୂମିକା ଗ୍ରହଣ କରେ। ଏହି ସମ୍ପୂର୍ଣ୍ଣ ଓଡ଼ିଆ ପର୍ବକୁ ଅଧିକ ଉତ୍ସବମୁଖରିତ କରିବା ପାଇଁ ସହର ଏବଂ ଗାଁର ବିଭିନ୍ନ ସ୍ଥାନରେ ଉତ୍ସବ, ମେଳା ଆୟୋଜନ କରାଯାଇଛି। ଏହି ସମୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ଉତ୍ସବ ଆୟୋଜନ କରାଯାଇଛି।* *୩- 👉 ତିନି ଦଶନ୍ଧିରେ ବଡ଼ ବିମାନ ଦୁର୍ଘଟଣା ।ଗତ ତିନି ଦଶନ୍ଧିର ସବୁଠାରୁ ବଡ଼ ଭାରତୀୟ ବିମାନ ଦୁର୍ଘଟଣା ଗୁଜରାଟର ଅହମ୍ମଦାବାଦରେ ଘଟିଛି। ଏୟାର ଇଣ୍ଡିଆର ଡ୍ରିମଲାଇନର କୁହାଯାଉଥିବା ବୋଇଙ୍ଗ ୭୮୭-୮ ଉଡ଼ାଣର ୩୩ ସେକେଣ୍ଡ ପରେ ଭାରସାମ୍ୟ ହରାଇ ତଳେ ଖସିପଡ଼ିଥିଲା ଫଳରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ମାତ୍ର ଜଣେ ଯାତ୍ରୀ ଡେଇଁ ପଡ଼ିବାରୁ ବଞ୍ଚିଯାଇଛନ୍ତି। ଏହି ଘଟଣାରେ ଅତିକମ୍ରରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସରକାରଙ୍କ ପକ୍ଷରୁ ମୃତକଙ୍କ ତାଲିକା ଘୋଷଣା କରାଯାଇନାହିଁ।* *୪- 👉 ଦୁର୍ଘଟଣାରେ ୫୦ରୁ ଅଧିକ ହଷ୍ଟେଲବାସୀଙ୍କର ଆହାତ ଆଶଙ୍କା।ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ୩ କିଲୋମିଟର ପରେ ଏୟାର ଇଣ୍ଡିଆର ଏଆଇ ୧୭୧ ବିମାନଟି ଏକ ମେଡିକାଲ୍ କଲେଜର ଷ୍ଟାଫ ହଷ୍ଟେଲ୍ ଉପରେ ଖସିପଡ଼ିଥିଲା। ଏହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ଅର୍ଥାତ୍ ଏକ ଅଗ୍ନି ପିଣ୍ଡୁଳା ହୋଇ ଏହି ବିମାନ ଖସିବାରୁ ହଷ୍ଟେଲବାସୀ ବା ଅନେକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ୫୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।* *୫- 👉 ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ।ବିମାନଟି ଆକାଶମାର୍ଗରେ ସର୍ବାଧିକ ସମୟ ଉଡ଼ାଣ ଲାଗି ପୂରା ଇନ୍ଧନ ଭର୍ତ୍ତି କରାଯାଇଥିଲା। ଅର୍ଥାତ୍ ଦୁର୍ଘଟଣା ସମୟରେ ବିମାନରେ ୧୨୫ ହଜାର ଲିଟର ଇନ୍ଧନ ରହିଥିଲା। ଏଥିରେ ସମୁଦାୟ ୨୩୦ ଜଣ ଯାତ୍ରୀ ୧୨ ଜଣ କ୍ରିୟୁ ସଦସ୍ୟ ଥିଲେ। ପୁଲିସ କମିଶନର ବିଧି ଚୌଧୁରୀଙ୍କ ତଥ୍ୟ ଅନୁସାରେ ସମୁଦାୟ ୨୬୦ ଲୋକଙ୍କ ମୃତ୍ୟୁ ଘଟିଛି। ମୃତଯାତ୍ରୀଙ୍କ ଭିତରେ ରହିଛନ୍ତି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ସେ ନିଜ ପରିବାରବର୍ଗଙ୍କ ସହ ଦେଖା କରିବାକୁ ଲଣ୍ଡନ ଯାଉଥିଲେ।* *୬- 👉 ୧୯୯୬ରେ ବିଶ୍ୱ ଦେଖିଥିଲା ସର୍ବବୃହତ ବିମାନ ଦୁର୍ଘଟଣା ।ଭାରତୀୟ ବିମାନ ଦୁର୍ଘଟଣା ଇତିହାସରେ ଏହା ତୃତୀୟ ସର୍ବବୃହତ ବିମାନ ଦୁର୍ଘଟଣା। ପ୍ରଥମ ଦୁର୍ଘଟଣା ୧୯୯୬ ମସିହାରେ ଘଟିଥିଲା। ଯେତେବେଳେ ଭାରତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଏକ ସାଉଦି ବୋଇଙ୍ଗ ୭୪୭ ଆକାଶରେ କାଜକସ୍ତାନ ଏୟାରଲାଇନ୍ର ଏକ ବିମାନ ସହ ଧକ୍କା ହୋଇଥିଲା। ଏଥିରେ ଦୁଇ ବିମାନରେ ଥିବା ୩୪୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ୨୦୨୦ରେ ଏୟାର ଇଣ୍ଡିଆର ବିମାନ ବୋଇଂ ୭୩୭ କୋଝିକୋଡ୍ ବିମାନ ବନ୍ଦରର ରନ୍ଓ୍ୱେ ରୁ ଖସି ଏକ ଉପତ୍ୟକାରେ ଖସିପଡ଼ିଥିଲା।* *୭- 👉 ଥମୁନି ଡାଇରିଆ।ଯାଜପୁରରେ ଡାଇରିଆ ଥମିବାର ନାଁ ଥରୁନି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଛି। ଏ ଭିତରେ ୧୧ ଜଣଙ୍କ ଜୀବନ ଯାଇଥିବା ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ୬୨୨ ରହିଛି। ଧର୍ମଶାଳା, ଯାଜପୁର ରୋଡ, ଦାନଗଦୀ, ସୁକିନ୍ଦା କୋରେଇ ଏବଂ ରସୁଲପୁରକୁ ବ୍ୟାପିଛି ଏହି ଡାଇରିଆ। ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସଂକ୍ରମଣ ଆୟତ୍ତ ପାଇଁ ଅନେ ପଦକ୍ଷେପ ନିଆଯାଇଛି।* *୮- 👉 ଆତ୍ମସମର୍ପଣ କଲେ ଜିଲ୍ଲାପାଳ।ନିଜ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ମନୀଶ ଅଗ୍ରଓ୍ୱାଲ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଆଇଏଏସ୍ ଅଧିକାରୀ ଆତ୍ମ ସମର୍ପଣ କରିଥିଲେ। ଏହାପରେ ସେ ଜାମିନ ଆବେଦନ କରିଥିଲେ। କୋର୍ଟ ତାଙ୍କ ଜାମିନ ମଞ୍ଜର କରିବା ସହ ତାଙ୍କୁ ଆବଶ୍ୟକ ପଡ଼ିଲେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୯ ମେ୨୭ ତାରିଖରେ ଦେବନାରାୟଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ପରେ ତାଙ୍କ ମୃତ ଦେହକୁ ମାଲକାନଗିରିର ସତୀଗୁଡ଼ା ଡ୍ୟାମ ନିକଟରୁ ଉଦ୍ଧାର କରାଯାଇଥିଲା ସେତେବେଳେ ଦେବନାରାୟଣ ମନୀଷଙ୍କ ଷ୍ଟେନୋ ଭାବେ ନିଯୁକ୍ତ ଥିଲେ।* *୯- 👉 ବିଚ୍ଛେଦକୁ ନେଇ ହାଇକୋର୍ଟଙ୍କ ବଡ଼ ମନ୍ତବ୍ୟ।ପତି-ପତ୍ନୀଙ୍କ ଭିତରେ ବିବାହ ବିଚ୍ଛେଦର ଆଧାରକୁ ନେଇ ହାଇକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଦି ପତ୍ନୀ ସ୍ୱାମୀଙ୍କ ଶାରିରୀକ ଦୁର୍ବଳତା ତଥା ଅକ୍ଷମତା ସମ୍ପର୍କରେ ଆକ୍ଷେପ କରି ମନ୍ତବ୍ୟ ଦିଏ ଏବଂ ଅପମାନଜନକ ଶବ୍ଦ ବ୍ୟବହାର କରେ ତେବେ ତାହା ବିଚ୍ଛେଦର କାରଣ ହୋଇପାରିବ। ଏହାକୁ ଏକ ମାନସିକ ନୃଶଂସତା ବୋଲି କହିଛନ୍ତି ହାଇକୋର୍ଟ।* *୧୦- 👉🥀 ଆଜି ବିଶ୍ୱ ଆଲବାନିଜିମ ଦିବସ। ଆଜି ବିଶ୍ୱ ଆଲବାନିଜିମ ଦିବସ। ଆମର ଆଖି ହେଉ କି ଚର୍ମ ଅବା ଚୂଟିର ରଙ୍ଗ ନିର୍ଦ୍ଧାରଣ କରୁଥିବା ମେଲାନିନ୍ ଉତ୍ପାଦନରେ ଏହି ଆଲବାନିଜିମ୍ ଅତ୍ୟନ୍ତ ସହାୟକ ହୋଇଥାଏ। ଏହା ଏକ ଜିନ୍ ଅବସ୍ଥା ବୋଲି ଡାକ୍ତରୀ ଭାଷାରେ ଗ୍ରହଣ କରାଯାଏ। ଏ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ଆଜିର ଦିନଟିକୁ ଉତ୍ସର୍ଗ କରାଯାଇଛି।🥀* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

𝐒𝐑𝐇 🧡𝒗𝒔 💜 𝐊𝐊𝐑 Willow Hd https://livecrichdxtv.pages.dev/?id=deng Ios/android working - Fox https://livecrichdtv.pages.dev/c2?id=m1 Ios/android working https://livecrichdxtv.pages.dev/ios Astro Cricket Hd [Use Singapore Vpn] https://livecrichdxtv.pages.dev/?id=Astro Ios & Android Working https://insiderlive.pages.dev/Hindi1 Ios & Android Worldwide https://mhb.livecricket.is/#video *All Channel👇(20-30 seconds wait)* https://waptv.wapka.site/

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୩/୦୫/୨୦୨୫,ଶୁକ୍ରବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଜାମିନରେ ଯିବା ପାଇଁ ଜଣେ ଅଭିଯୁକ୍ତଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏକ ନିଆରା ସର୍ତ୍ତ ସ୍ଥାପନ କରିଛନ୍ତି। ଜାମିନ ପରେ ସମ୍ପୃକ୍ତ ମହିଳା ଅଭିଯୁକ୍ତଙ୍କୁ ଦୁଇମାସ ମାଗଣାରେ ବ୍ୟାଙ୍କ ସଫେଇ କରିବାକୁ ପଡ଼ିବ। ଏଥିଲାଗି ସେ ସକାଳ ୮ଟାରୁ ୧୦ଟା ଭିତରେ କଟକର ଏକ ଘରୋଇ ବ୍ୟାଙ୍କରେ ହାଜିରା ପକାଇବେ। ବ୍ୟାଙ୍କ ଜାଲିଆତି ଏବଂ ବନ୍ଧକ ସମ୍ପତ୍ତି ବିକ୍ରି ଅଭିଯୋଗରେ ସମ୍ପୃକ୍ତ ଅଭିଯୁକ୍ତ ଗିରଫ ହୋଇଛନ୍ତି।* *୨- 👉 ଆଦିବାସୀଙ୍କ ଜମି କିଣିବେ ରାଜ୍ୟ ସରକାର। ଯଦି କୌଣସି ଆଦିବାସୀ ପରିବାର ନିଜର ଜରୁରୀ ଆବଶ୍ୟକତାକୁ ପୂରଣ କରିବା ପାଇଁ ଜମି ବିକ୍ରି କରିବାକୁ ଚାହିଁବେ ତେବେ ତାହାକୁ ସରକାର କିଣିବେ ବୋଲି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ କେବଳ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି ସେହି ଜାତିର ଲୋକଙ୍କୁ ବିକ୍ରି କରିବା ପାଇଁ ଆଇନ ରହିଛି।* *୩- 👉 ଆନ୍ଧ୍ର ସୀମାନ୍ତ କୋଟିଆ ଗ୍ରାମପୁଞ୍ଜରେ ଓଡ଼ିଆ ଭାବନା ଜାଗ୍ରତ କରିବା ଲାଗି ରାଜ୍ୟ ସରକାର ଏକ ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ରାଜ୍ୟର ପର୍ବପର୍ବାଣୀ, ଭାଷା ସଂସ୍କୃତିର ପ୍ରସାର ପାଇଁ କାର୍ଯ୍ୟ କରିବେ। ଗତ ୨୦ ତାରିଖରେ କୋଟିଆ ଅଞ୍ଚଳର ବିକାଶ ତଥା ଓଡ଼ିଆର ପ୍ରସାର ଲାଗି ହୋଇଥିବା ବୈଠକର ନିଷ୍କର୍ଷ ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି।* *୪- 👉 ପଛୁଆବର୍ଗଙ୍କ ପାଇଁ ୨୭ ପ୍ରତିଶତ ଆରକ୍ଷଣ ଦାବି କରି କଂଗ୍ରେସର ଅହୋରାତ୍ରୀ ଧାରଣା ଜାରି ରହିଛି। ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନରୁ ଓହରି ନାହାନ୍ତି କର୍ମୀ ଓ ନେତା। ରାଜ୍ୟ ସରକାର ଓବିସି ବର୍ଗଙ୍କ ଲାଗି ବ୍ୟବହାରିକ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ଆରକ୍ଷଣ ଘୋଷଣା କରିଛନ୍ତି।* *୫- 👉 ଫୋର୍ବସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏସିଆର ୩୦ ଜଣ ଯୁବ ଉଦ୍ୟୋଗୀଙ୍କ ତାଲିକାରେ ଓଡ଼ିଶାରୁ ୫ ଜଣ ସାମିଲ ରହିଛନ୍ତି। ୩୦ ବର୍ଷରୁ କମ୍ ବୟସର ଉଦ୍ୟୋଗୀଙ୍କୁ ଚିହ୍ନ କରିବା ଲାଗି ଏହି ତାଲିକା ପ୍ରସ୍ତୁତ କରାଯାଇଛି। ସେମାନେ ହେଲେ ଆଇଜି ଡ୍ରୋନ୍ସର ଦୁଇ ପ୍ରତିଷ୍ଠାତା ବୋଧିସତ୍ତ୍ୱ ଏବଂ ଓମ୍ ପ୍ରକାଶ, ସ୍ପେସ୍ ଫିଲ୍ଡ୍ସର ସହପ୍ରତିଷ୍ଠାତା ଅପୂର୍ବ ମାସୁକ, ୟଙ୍ଗ ଟିଙ୍କରର ଦୁଇ ସହ ପ୍ରତିଷ୍ଠାତା ବୈଶାଳୀ ଶର୍ମା ଓ ଅନୀଲ ପ୍ରଧାନ।* *୬- 👉 ଆସନ୍ତା ୨୭ରେ ବଙ୍ଗୋପସାଗରରେ ଲଘୁଚାପର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ ଲାଗି ପାଗ ଅନୁକୂଳ ହେବାର ସମ୍ଭାବନା ରହିଛି।* *୭- 👉 ଓଡ଼ିଶା ସରକାରଙ୍କ ଦ୍ୱାରା ସହରାଞ୍ଚଳ ପରିବହନକୁ ସୁବିଧାଜନକୁ କରିବା ଲାଗି ନିର୍ମିତ ମୋବାଇଲ୍ ଆପ୍ଲିକେସନ୍ ‘ଓଡ଼ିଶା ଯାତ୍ରୀ’ ଅଧିକ ଲୋକାଭିମୁଖୀ ହେବାକୁ ଯାଉଛି। ଏହି ସେବାରେ ଘରୋଇ ଆମ୍ବୁଲାନ୍ସ ସେବା ଅନ୍ତର୍ଭୁକ୍ତ କରାଯିବ। ଫଳରେ ଜରୁର ସମୟରେ ଲୋକେ ଏହି ଆପ୍ ବ୍ୟବହାର କରି ଆମ୍ବୁଲାନ୍ସ ସେବା ମଧ୍ୟ ନେଇପାରିବେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।* *୮- 👉 କେନ୍ଦ୍ର ସରକାରଙ୍କ ନୂଆ ୱାକଫ୍ ସଂଶୋଧନ ଆଇନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣୀ ଶେଷ ହୋଇଛି। ତିନିଦିନ ଧରି ବିଭିନ୍ନ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସୁପ୍ରିମକୋର୍ଟ ସବୁ ପକ୍ଷକୁ ଶୁଣି ରାୟ ସଂରକ୍ଷିତ ରଖିଛନ୍ତି।* *୯- 👉 ଆତଙ୍କବାଦୀ ହାଫିଜ୍ ସଇଦର ଭାଷା କହୁଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ଅହମ୍ମଦ ସରୀଫ୍। ପାକିସ୍ତାନ ବିଶ୍ୱବିଦ୍ୟାଳୟର ଏକ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି, ଯଦି ଭାରତ ପାକିସ୍ତାନ ହକ୍ର ପାଣି ବନ୍ଦ କରେ ତେବେ ଭାରତର ନିଃଶ୍ୱାସ ନେବା ବି କଷ୍ଟକର କରିଦେବ ପାକିସ୍ତାନ। ଏହି ଶବ୍ଦକୁ ପୂର୍ବରୁ ହାଫିଜ୍ ବ୍ୟବହାର କରିଥିବା ନେଇ ସୋଶାଲ୍ ମିଡିଆରେ ଚର୍ଚ୍ଚା ହେଉଛି।* *୧୦- 👉 ହାବାର୍ଡ ବିଶ୍ୱବିଦ୍ୟାଳୟ ଉପରେ ପୁଣି ଏକ କଟକଣା ଜାରି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ବିବଶ୍ୱବିଦ୍ୟାଳୟ ପ୍ରତି ବର୍ଷ ନିଜ ତରଫରୁ ବିଶ୍ୱର ବିଭିନ୍ନ କୋଣରୁ ଛାତ୍ରଙ୍କୁ ଗ୍ରହଣ କରୁଥିଲା। ଏଥିଲାଗି ଭିସା ଆବା୍ୟକତା ନଥିଲା। କିନ୍ତୁ ହାର୍ବାର୍ଡର ଏହି କ୍ଷମତାକୁ ପ୍ରତ୍ୟାହାର କରାଯାଇଥିବା ନେଇ ଆମେରିକାର ଗୃହ ସଚିବ କ୍ରିଷ୍ଟି ନୋଇମ କହିଛନ୍ତି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୨/୦୫/୨୦୨୫,ଗୁରୁବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଓଡିଶାକୁ ଫେରିଲା କୋରୋନା; ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ।ପୁଣି ଭାରତରେ ନିଜର କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଥିବାବେଳେ ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କୋରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି। ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ତେବେ ଓଡିଶାରେ କୋରୋନାର ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି।* *୨- 👉 ଯୁକ୍ତ ୨ରେ ୮୨.୭୭ ପ୍ରତିଶତ ପାସ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ପରୀକ୍ଷା ଫଳ ଗୋଟିଏ ସମୟରେ ପ୍ରକାଶ ପାଇଛି। ଏହାର ପାସ୍ ହାର ୮୨.୭୭% ହୋଇଛି। ୪ଟି ଯାକ ବିଭାଗକୁ ମିଶାଇ ମୋଟ ୩ଲକ୍ଷ ୮୨ହଜାର ୭୨୯ଜଣ ପରୀକ୍ଷା ଦେଇଥିବା ବେଳେ ୩ଲକ୍ଷ ୧୬ହଜାର ୭୮୭ଜଣ ପାସ୍ କରିଛନ୍ତି। ୧ଲକ୍ଷ ୪୨ହଜାର ୫୧୨ ଛାତ୍ର ଓ ୧ଲକ୍ଷ ୭୪ହଜାର ୨୫୧ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧ଲକ୍ଷ ୧ହଜାର ୯୧୪, ଦ୍ବିତୀୟ ଶ୍ରେଣୀରେ ୬୭ହଜାର ୮୧୫ ଓ ତୃତୀୟ ଶ୍ରେଣୀରେ ୧ଲକ୍ଷ ୪୩ହଜାର ୩୩୯ ଜଣ ପାସ୍ କରିଛନ୍ତି। ଆଂଶିକ ବର୍ଗ ବା କମ୍ପାର୍ଟମେଣ୍ଟାଲରେ ୩,୭୧୯ ଜଣ ରହିଛନ୍ତି।* *୩- 👉 ବିଜ୍ଞାନରେ ପାସ ହାର ସର୍ବାଧିକ।ବିଜ୍ଞାନ ବିଭାଗରେ ପାସ୍ହାର ସର୍ବାଧିକ ୮୭.୫୦% ହୋଇଥିବା ବେଳେ ବାଣିଜ୍ୟରେ ୮୩.୨୦%, କଳାରେ ୮୦.୫୧% ଓ ଧନ୍ଦାମୂଳକ ଶିକ୍ଷାରେ ୫୫.୭୧% ହୋଇଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ୍ ହାର ୭୭.୮୮% ଥିବା ବେଳେ ୮୭.୨୪% ସହ ଛାତ୍ରୀ ଆଗୁଆ ରହିଛନ୍ତି। ପରୀକ୍ଷା ଢାଞ୍ଚା ପରିବର୍ତ୍ତନ ତଥା ଇଣ୍ଟରନାଲ୍ ମାର୍କ ସାମିଲ କରାଯିବାରୁ ଏଥର ୯୦% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।* *୪- 👉 ମାତୃତ୍ୱ ଛୁଟି ଦ୍ୱନ୍ଦ୍ୱ ଦୂର।ସରକାରୀ ମହିଳା କର୍ମଚାରୀଙ୍କ ମାତୃତ୍ବ ଛୁଟିକୁ ନେଇ ଲାଗି ରହିଥିବା ଦ୍ବନ୍ଦ୍ବର ଅବସାନ ଘଟିଛି। ମାତୃତ୍ବ ଛୁଟି ସମ୍ପର୍କିତ ସମସ୍ତ ନିୟମକୁ ସରକାର ସ୍ପଷ୍ଟ କରିଛନ୍ତି। ଜଣେ ସରକାରୀ ମହିଳା କର୍ମଚାରୀ ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି। କିନ୍ତୁ ମାତୃତ୍ୱ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ନେଇ କିଛିଟା ଦ୍ୱନ୍ଦ୍ବ ଥିଲା। ମହିଳା ସରକାରୀ କର୍ମଚାରୀମାନେ ମାତୃତ୍ୱ ସମୟରେ ୧୮୦ ଦିନର ଛୁଟି କେଉଁ ପରିସ୍ଥିତିରେ କିପରି ନେବେ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା ଦ୍ୱାରା ମହିଳା ସରକାରୀ କର୍ମଚାରୀ ମାତୃତ୍ୱ ଛୁଟି ପାଇବାରେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଥିଲେ ତାହା ଦୂର ହୋଇଛି।* *୫- 👉 ଛତିଶା ନିଯୋଗ ବୈଠକ: ପହଣ୍ଡି ବେଳେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ।ରଥଯାତ୍ରାରେ ପହଣ୍ଡି ଅଘଟଣ ରୋକିବାକୁ ଛତିଶା ନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଶ୍ରୀଜୀଉଙ୍କ ପହଣ୍ଡିବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ ବୋଲି ସୂଚନା ମିଳିଛି। ପହଣ୍ଡିର ଉତ୍ତମ ତଦାରଖ ପାଇଁ ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିବେ । ଶ୍ରୀମନ୍ଦିର ପୋଲିସ ମଧ୍ୟ ସହଯୋଗ କରିବେ । ସ୍ନାନଯାତ୍ରାଠାରୁ ନିଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ରଥଯାତ୍ରାବେଳେ ପହଣ୍ଡି ବିଜେ ବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ। ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି।* *୬- 👉 ଦିଲ୍ଲୀ ଘୂର୍ଣ୍ଣିଝଡ଼, କୁଆପଥର ବର୍ଷା।ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀ-ଏନସିଆରରେ ହଠାତ୍ ପାଗ ପରିବର୍ତ୍ତନ ହୋଇଥିଲା। ପ୍ରବଳ କାଳବୈଶାଖି ସହିତ ପ୍ରବଳ ବର୍ଷା ଆରମ୍ଭ ହେଲା। ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଛି। ପ୍ରବଳ ପବନ ଯୋଗୁଁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ପାଣି ଜମି ରହିବା ସହିତ ଅନେକ ସ୍ଥାନରେ ଗଛ ପଡ଼ିଯିବାରୁ ଟ୍ରାଫିକ୍ ପରିସ୍ଥିତି ମଧ୍ୟ ଗୁରୁତର ହୋଇପଡ଼ିଛି। ହଠାତ୍ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସ୍ତବ୍ୟସ୍ତ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ, ବର୍ଷାଜନିତ ପୃଥକ ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକ ଏବଂ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ହୋଇଛି।* *୭- 👉 ଆଫଗାନିସ୍ତାନ ପର୍ଯ୍ୟନ୍ତ ବ୍ୟାପ୍ତ ହେବ ଚୀନର ସିପିଇସି ପ୍ରକଳ୍ପ।ଭାରତ ବିରୁଦ୍ଧରେ ଖୋଲାଖୋଲି ଭାବରେ ପାକିସ୍ତାନ ସହିତ ଛିଡା ହେବା ପରେ, ଚୀନ୍ ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ଚୀନ୍ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ ସମ୍ପର୍କକୁ ଉନ୍ନତ କରିବାରେ ଲାଗି ପଡିଛି । ଚୀନର ମହତ୍ୱାକାଂକ୍ଷୀ ପ୍ରକଳ୍ପ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ପ୍ରକଳ୍ପ ଏବେ ଆଫଗାନିସ୍ତାନ ପର୍ଯ୍ୟନ୍ତ ପହଞ୍ଚିବ। ପାକିସ୍ତାନ ଏବଂ ଆଫଗାନିସ୍ତାନ ସହିତ ଚୀନ ତ୍ରିପାକ୍ଷିକ ଆଲୋଚନା କରିଛି। ଏହି ବୈଠକରେ ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀଙ୍କ ସହିତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଦାର ଉପସ୍ଥିତ ଥିଲେ।* *୮- 👉 ମୌସୂମୀ ପାଇଁ ଉପନିର୍ବାଚନ ସ୍ଥଗିତ।ସ୍ଥଗିତ ରହିଲା ପଞ୍ଚାୟତ ଉପ ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ ରାଜ୍ୟ କମିଶନ ନିଷ୍ପତ୍ତି ନେଇଛନ୍ତି । ୧ହଜାର ୧୩୧ଟି ଖାଲି ପଦ ପୂରଣ ପାଇଁ ବାହାରି ଥିବା ବିଜ୍ଞପ୍ତି ରଦ୍ଦ ହୋଇଛି । ଜିଲ୍ଲା ଅଧିକାରୀ ଏବଂ ଆଶାୟୀ ପ୍ରାର୍ଥୀମାନେ ମୌସୁମୀ ପାଇଁ ଉପ-ନିର୍ବାଚନକୁ ଘୁଞ୍ଚାଇବାକୁ କହିଥିଲେ । ଏଥର ମୌସୁମୀ ସଅଳ ଆସିବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପରବର୍ତ୍ତୀ ସମୟରେ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ।* *୯- 👉 ୭ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ।ଯୁକ୍ତ ତିନି ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁଲାଇ ୧୫ରୁ ପାଠପଢା ପାଇଁ ରହିଛି ଲକ୍ଷ୍ୟ । ସବୁକିଛି ଠିକ୍ଠାକ୍ ଚାଲିଲେ ଦଶହରା ପୂର୍ବରୁ ଛାତ୍ର ସଂସଦ ନିର୍ବାଚନ ସରିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଛାତ୍ର ସଂସଦ ନିର୍ବାଚନ ନେଇ କରାଯାଇଥିଲା ଘୋଷଣା । ଗତ ସରକାରରେ ୭ବର୍ଷ ହେବ ଲଗାତର ଭାବେ ସ୍ଥଗିତ ରହିଆସୁଥିଲା କଲେଜ ନିର୍ବାଚନ । ପ୍ରଥମେ ବିୃଶଙ୍ଖଳା ଓ ପରେ କରୋନାକୁ ଆଳ କରି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ ରଖାଯାଇଥିଲା।* *୧୦- 👉 ଆଇପିଏଲ୍ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କଲା ମୁମ୍ବାଇ।ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୫ର ୬୩ତମ ମୁକାବିଲାରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ। ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ୫୯ ରନ୍ରେ ପରାସ୍ତ କରିବା ସହିତ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିଛି। ଦିଲ୍ଲୀ ପାଇଁ ମୁମ୍ବାଇ ୧୮୧ ରନର ଟାର୍ଗେଟ ଦେଇଥିଲା। ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ୪୩ଟି ବଲ୍ ଖେଳି ସର୍ବାଧିକ ୭୩ ରନ୍ କରିଥିଲେ। ମୁମ୍ବାଇର ବୋଲରମାନେ ଦିଲ୍ଲୀକୁ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରିବାକୁ ଦେଇ ନଥିଲେ ଏବଂ ୧୨୧ ରନ୍ରେ ଅଲଆଉଟ୍ କରିଥିଲେ। ଆଇପିଏଲର ୧୮ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସର ଯାତ୍ରା ଶେଷ ହୋଇଛି।* *୧୧-👉ରାଜ୍ୟ ସରକାର ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ଭତ୍ତା ବୃଦ୍ଧିକୁ ବିଜ୍ଞପିତ କରିଛନ୍ତି। ଏହି ବିଜ୍ଞପ୍ତି ଅନୁସାରେ ଜୁନ ମାସରୁ ସେମାନଙ୍କ ଭତ୍ତା ପରିମାଣକୁ ୩୫୦୦ ଟଙ୍କା କରାଯାଇଛି। ଯେଉଁମାନଙ୍କ ବୟସ ୮୦ ବର୍ଷରୁ ଅଧିକ ହୋଇଛି ସେମାନଙ୍କୁ ଏହି ବରଦ୍ଧିତ ଭତ୍ତା ଜୁନ୍ ମାସରୁ ମିଳିବ। ଏହାସହ ୮୦ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ନିଜର ବର୍ଦ୍ଧିତ ଭତ୍ତା ମାସିକ ୩୫୦୦ ଟଙ୍କା ପାଇବେ ବୋଲି ରାଜ୍ୟ ଭିନ୍ନକ୍ଷମ ଓ ସାମାଜିକ କଲ୍ୟାଣ ବିଭାଗ ପ୍ରକାଶ କରିଛି।* *୧୨-👉ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହେଉଥିବା ପି. ଏମ୍. ଜନମନ୍ ଯୋଜନାର ପ୍ରଗତି ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଉପସ୍ଥିତ ସମସ୍ତ ସଚିବ ମାନଙ୍କୁ, ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ପ୍ରତ୍ୟେକ ଦୁର୍ଗମ ଅଂଚଳକୁ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ପରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।* *୧୩-👉କଟକ-ଭୁବନେଶ୍ୱରର ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ନିମନ୍ତେ ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ସମସ୍ୟା ଦୂର କରିବା ଇତ୍ୟାଦିରେ ଆମ କମିଶନରେଟ ପୋଲିସ ଦକ୍ଷତାର ସହ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର କଟକ କମିଶନରେଟ ପୋଲିସର ୧୭ତମ ସ୍ଥାପନା ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ।* *୧୪-👉ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି ଯେ ନାମଲେଖା ପ୍ରକ୍ରିୟା ସମାପ୍ତ ହେବା ପରେ ଜୁଲାଇ ୧୫ ରୁ ଯୁକ୍ତ ୩ କ୍ଲାସ୍ ଆରମ୍ଭ ହେବ। ସେ ଆଶ୍ୱାସନା ଦେଇଛନ୍ତି ଯେ କର୍ତ୍ତୃପକ୍ଷ ଗତ ବର୍ଷର ବିଳମ୍ବକୁ ଏଡାଇବା ପାଇଁ ପଦକ୍ଷେପ ନେଇଛନ୍ତି।* *୧୫-👉ଭାରତ ସରକାର ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ଦେଶ ଛାଡିବାକୁ କହିଛନ୍ତି। ଦିଲ୍ଲୀରେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଭାରତ 'ଅବାଞ୍ଚିତ ବ୍ୟକ୍ତି' (persona non grata) ଘୋଷଣା କରିଛି। ଏହା ପୂର୍ବରୁ ମଧ୍ୟ ଭାରତ ସରକାର ଦାନିଶ ନାମକ ଜଣେ ଅଧିକାରୀଙ୍କୁ 'ଅବାଞ୍ଛିତ ବ୍ୟକ୍ତି' ଘୋଷଣା କରିଥିଲେ ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୪/୦୫/୨୦୨୫,ଶନିବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 Odisha cm Delhi visit: ମୁଖ୍ୟମମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେବେ। ଓଡି଼ଶାର ସ୍ବାର୍ଥ ସମ୍ବଳିକ ବିଭିନ୍ନ ପ୍ରସଙ୍ଗରେ ସେ ବୌଠକରେ ଦାବି ଉପସ୍ଥାପନ କରିବେ। ୨୫ ତାରିଖରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକ ରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦାନ କରିବେ। ଏହାଛଡା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡି଼ଶା ସରକାରଙ୍କ ପ୍ରଥନ ବର୍ଷ ପୂର୍ତ୍ତୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେବେ।* *୨- 👉 India–Pakistan conflict: ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବାକୁ ବିଦେଶ ଗସ୍ତରେ ଆଉ ୪ସଂସଦୀୟ ପ୍ରତିନିଧି ଦଳ। ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ପ୍ରତିନିଧି ମଣ୍ଡଳୀ ଆଜିଠୁ ଗସ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍ ପ୍ରଥମେ ବାହାରିନ୍ ଯାଇଛି। ପରେ କୁଏତ, ସାଉଦି ଆରବ ଓ ଆଲଜେରିଆ ଯିବ।* *୩- 👉 Plus Two Admission: ଆଜିଠୁ ଯୁକ୍ତ ୨ ନାମଲେଖା ଆବେଦନ । ଜୁନ୍ ୩୦ ଯାଏଁ ଅନଲାଇନ୍ ଆବେଦନ । SAMS ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। www.samsodisha.gov.in ରେ କରିବେ ଆବେଦନ। ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଜୁଲାଇ ୮ରୁ ୧୪ ଯାଏଁ ହେବ ଆଡମିଶନ୍। ଏହାପରେ ଜୁଲାଇ ୨୪ ତାରିଖରୁ ହେବ ପାଠପଢ଼ା।* *୪- 👉 Mining corruption: ବହୁଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତିର ହେବ ଭିଜିଲାନ୍ସ ତଦନ୍ତ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ ଖଣି ଉତ୍ତୋଳନ ଓ କାରବାରର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।* *୫- 👉 BJD : ନେତାଙ୍କ ମୁହଁରେ ତୁଣ୍ଡି ବାନ୍ଧିବାକୁ ନବୀନଙ୍କ ପ୍ଲାନ୍ । ବିଜେଡିକୁ ନାକେଦମ କଲେଣି ଅମାନିଆ ନେତା। ଦୀର୍ଘ ଦୁଇ ଦଶନ୍ଧି ପରେ ବିଜେଡ଼ି ଗଢିଲା ଶୃଙ୍ଖଳା କମିଟି। ବିଦ୍ରୋହୀଙ୍କୁ ସାବାଡ କରିବାକୁ ଶୃଙ୍ଖଳା କମିଟିର ନାଲି ଆଖି।* *୬- 👉 Indian-Pakistan: ଭାରତ ଶୁକ୍ରବାର ଦିନ ଜୁନ୍ ୨୩ ପର୍ଯ୍ୟନ୍ତ ପାକିସ୍ତାନରୁ ସମସ୍ତ ବିମାନ ପାଇଁ ତାର ଆକାଶ ସୀମା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରତିବନ୍ଧକ ପାକିସ୍ତାନୀ ବିମାନ ଏବଂ ସାମରିକ ବିମାନ ପାଇଁ ଲାଗୁ କରାଯାଇଛି। ଭାରତ ଏପ୍ରିଲ ୩୦ ତାରିଖରେ ପାକିସ୍ତାନୀ ବିମାନ ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ଅନ୍ୟପକ୍ଷରେ,ପାକିସ୍ତାନ ମଧ୍ୟ ଶୁକ୍ରବାର ଦିନ ଜୁନ୍ ୨୪ ପର୍ଯ୍ୟନ୍ତ ଭାରତୀୟ ବିମାନ ସେବା ପାଇଁ ତାର ଏୟାରସ୍ପେସ୍ ବନ୍ଦ କରିଦେଇଥିଲା। ଏପ୍ରିଲ ୨୪ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନ ଭାରତ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି।* *୭- 👉 Flight Service: ଅଳ୍ପକେ ବର୍ତ୍ତିଲା କାନିମୋଝିଙ୍କ ବିମାନ। ଆକାଶରେ ବୁଲିଲା ମସ୍କୋ ଗସ୍ତରେ ଥିବା ସର୍ବଦଳୀୟ ଟିମ୍ର ବିମାନ। ୟୁକ୍ରେନର ଡ୍ରୋନ୍ ଆଟାକ୍ ପାଇଁ ସାମୟିକ ବନ୍ଦ ରହିଲା ମସ୍କୋ ବିମାନବନ୍ଦର। ବିମାନବନ୍ଦର ବନ୍ଦ ଯୋଗୁଁ ଆକାଶରେ ଚକର କାଟିଲା ବିମାନ। ଦୀର୍ଘ ସମୟ ପରେ ପାଇଲଟ ବିମାନକୁ ଅବତରଣ କରାଇଲେ। ଡିଏମ୍କେ ସାଂସଦ କାନିମୋଝୀଙ୍କ ନେତୃତ୍ବରେ ମସ୍କୋ ଗସ୍ତରେ ରହିଛି ଟିମ୍। ଅପରେସନ ସିନ୍ଦୂରକୁ ନେଇ ବିଦେଶ ଗସ୍ତରେ ରହିଛି ସର୍ବଦଳୀୟ ଟିମ୍।* *୮- 👉 Corona: ଦେଶରେ କରୋନା ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହା ମୁମ୍ବାଇରୁ ପ୍ରଥମେ ଆରମ୍ଭ ହୋଇଥିଲା,ବର୍ଷ ଆରମ୍ଭରୁ ହିଁ କୋରୋନା ରୋଗୀଙ୍କ ଚିହ୍ନଟ ହେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ମାମଲା ମେ ୨୪ ସକାଳ ୬ଟା ସୁଦ୍ଧା, ୩୧୨ ଜଣ କରୋନା ମାମଲା ପଞ୍ଜିକୃତ ହୋଇଛି। ତଥାପି, ବିଶ୍ୱର ଅନ୍ୟାନ୍ୟ ଦେଶ ତୁଳନାରେ ଏହି ସଂଖ୍ୟା ବହୁତ କମ୍ ରହିଛି। କିନ୍ତୁ ସଂକ୍ରମଣକୁ ଏଡାଇବା ପାଇଁ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକତା ରହିଛି। କରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି।* *୯- 👉 IPL 2025: ଚଳିତ ଆଇପିଏଲ୍ର ୬୬ ତମ ଲିଗ୍ ମ୍ୟାଚରେ ଆଜି ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ ପରପ୍ପରକୁ ଭେଟିବେ। ଶ୍ରଷ୍ଠ ୨ ମଧ୍ୟରେ ସ୍ଥାନ ବଜାୟୀ ରଖିବାକୁ ପଞ୍ଜାବର ମୂଳ ଲକ୍ଷ। ପିବିକେଏସ୍ ସବୁ ଶକ୍ତି ଖଟାଇ ମ୍ୟାଚ୍ ଜିତିବାକୁ ଗୁରୁତ୍ବ ଦେବ। ଦିଲ୍ଲୀ କ୍ୟାପିଟାଲ୍ ପ୍ଲେ ଅପ୍ ରେସରୁ ବାଦ ପଡିସାରିଛି। ଏହି ମ୍ୟାଚ୍ ଦଳ ଲାଗି ସେଭଳି ଗୁରୁତ୍ବ ରଖୁ ନାହିଁ।* *୧୦- 👉 Odisha Weather Report: ରାଜ୍ୟରେ ଜାରି ରହିଛି କାଳବୈଶାଖି ଜନିତ ବର୍ଷା। ଆସନ୍ତା ୨୯ ତାରିଖ ଯାଏ ରାଜ୍ୟରେ କାଳବୈଶାଖି ବର୍ଷା ହୋଇପାରେ। ଆଜି ମୟୂରଭଞ୍ଜ, କେନ୍ଦୁଝର , ରାୟଗଡା, କୋରାପୁଟ୍ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରିଛି। ଆସନ୍ତାକାଲି ଗଜପତି,ଗଞ୍ଜାମ, ରାୟଗଡା, କୋରାପୁଟ୍, ମାଲକାନଗିରି, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଝାରସୁଗୁଡା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ ରୁ ୪୦ କିମି ବେଗରେ ପବନ ବହିବ।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ମୁଖ୍ଯ ଖବର ତାରିଖ- ୨୫/୦୫/୨୦୨୫,ରବିବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ମହଙ୍ଗା ପଡିଲା ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା, ଭିଡିଓ ଭାଇରାଲ କରି ୨ ଓଡ଼ିଆ ଯୁବକ ଗିରଫ।‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୌରଭ କୁମାର ସାହୁ (୨୭) ଓ ଗୌତମ ଲେଙ୍କା (୨୮)। ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଭଳି ଏକ ଘଡ଼ିସନ୍ଧି ସମୟରେ ଦୁଇ ଜଣ ଓଡ଼ିଆ ଯୁବକ ପାକିସ୍ତାନର ଗୁଣଗାଡ଼ କରିଛନ୍ତି, ଯାହାକି ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି।* *୨- 👉 ଜାତିସଂଘରେ ସ୍ପଷ୍ଟୀକରଣ ରଖିଲା ଭାରତ: ସିନ୍ଧୁ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ଏକ ସୁଚିନ୍ତିତ ପ୍ରକ୍ରିୟାର ପରିଣାମ ବୋଲି ଶୁକ୍ରବାର ଭାରତ ଜାତିସଂଘରେ କହିଛି। ୧୯୬୦ ଜଳ ବଣ୍ଟନ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବଥାନେନୀ ହରିଶ ସିନ୍ଧୁ ଜଳ ଚୁକ୍ତି ସମ୍ପର୍କରେ ପାକିସ୍ତାନୀ ପ୍ରତିନିଧି ଦଳ ଦ୍ୱାରା ପ୍ରସାରିତ ଭୁଲ ସୂଚନାକୁ ପ୍ରତ୍ୟାଖ୍ୟାନ କରି ଏହି ଚୁକ୍ତିକୁ ସ୍ଥଗିତ ରଖିବାର ପ୍ରମୁଖ କାରଣ ଉପରେ ଆଲୋକପାତ କରିଛନ୍ତି। ଏଥିରେ ପହଲଗାମ ଆକ୍ରମଣ ସମେତ ବାରମ୍ବାର ସୀମାପାର ଆତଙ୍କବାଦର ଉଦାହରଣ ମଧ୍ୟ ରଖିଛନ୍ତି।* *୩- 👉 ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ଭେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।* *୪- 👉 ଶିକାରୀଙ୍କ ଗୁଳିରେ ଫରେଷ୍ଟର୍ ମୃତ: ୪ ଶିକାରୀ ଗିରଫ।ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଧୀନସ୍ଥ ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ରାତିରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟର୍ଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଫରେଷ୍ଟର୍ ପ୍ରହଲ୍ଲାଦ ପ୍ରଧାନ ଓ ତାଙ୍କ ନିଜ ଘର କାମାକ୍ଷାନଗର ବ୍ଲକ୍ ଜିରିଡ଼ାମାଳି ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିସିସିଏଫ୍ଙ୍କୁ ନିର୍ଦ୍ଦେଶ ଦେବା ସହ ୩୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାରେ ୪ ଜଣ ଶିକାରୀ ଗିରଫ ହୋଇଥିବା ନେଇ ସୂଚନା ରହିଛି।* *୫- 👉 ଦିଲ୍ଲୀରେ ବସିଲା ନିତି ଆୟୋଗ ୧୦ମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ।ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନ୍ସିଲ୍ ବୈଠକ ଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିକଶିତ ଭାରତ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଦେଶର ବିକାଶ ପାଇଁ ଆମକୁ ଟିମ୍ ଇଣ୍ଡିଆ ଭଳି କାମ କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରିବେ । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ବୋଲି ମୋଦୀ କହିଛନ୍ତି । ଆଜିର ବୈଠକରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାଁନ୍ତି ।* *୬- 👉 X ଅଚଳ, ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ।ଶନିବାର ସନ୍ଧ୍ୟାରେ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ କୋଟିପତି ଶିଳ୍ପପତି ଏଲୋନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ହଠାତ୍ କାମ କରିବା ବନ୍ଦ କରିଦେଇଛି। X ର ଏହି ବିଭ୍ରାଟ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥିଲା, ଯେଉଁମାନେ ନା ସେମାନଙ୍କର ଫିଡ୍ ଦେଖିପାରିଲେ ନା କିଛି ନୂଆ ପୋଷ୍ଟ କରିପାରିଲେ। X ରେ କଣ୍ଟେଣ୍ଟ ଲୋଡ୍ ହେଉନଥିଲା ଏବଂ ଲଗଇନ୍ ପରେ ଉପଭୋକ୍ତାମାନେ ଏକ ଖାଲି ସ୍କ୍ରିନ୍ ଦେଖୁଥିଲେ।* *୭- 👉 ଶୁବମନ ଗିଲ ଅଧିନାୟକ।ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ବିସିସିଆଇ ଚୟନ କମିଟି ଘୋଷଣା କରିଛି। ଏହା ସମେତ ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି ଏବଂ ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।* *୮- 👉 ଦିଲ୍ଲୀ-ଏନ୍ସିଆର୍ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା।ଦିଲ୍ଲୀ-ଏନ୍ସିଆର୍ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା। ରାଜଧାନୀ ବାସୀଙ୍କ ଜନଜୀବନ ବର୍ଷାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୧ନଂ ଟର୍ମିନାଲରେ ପାଣି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ । ଲଗାଣ ବର୍ଷା କାରଣରୁ ମୋଟ ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।* *୯- 👉 ଓଡ଼ିଶାରେ ବଡ଼ ବର୍ଷା।ପ୍ରାକ ମୌସୂମୀ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବର୍ଷାର ବିସ୍ତୃତି ବଢ଼ିବା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରପଡ଼ା ଓ ଜଗତ୍ସିଂହପୁର ଆଦି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।* *୧୦- 👉 କେରଳ ଛୁଇଁଲା ମୌସୁମୀ: ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା।ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ଫଳରେ ଦକ୍ଷିଣ ଭାରତରେ ମୌସୂମୀ ବର୍ଷା ଆରମ୍ଭ ହୋଇଛି। ସେହିପରି ଓଡ଼ିଶାରେ ମଧ୍ୟ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବାଦଲ ସମୂହର ଗତି ପଶ୍ଚିମ/ଉତ୍ତରପଶ୍ଚିମ ନୁହେଁ, ବରଂ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୩.୧ କିମି ଉଚ୍ଚରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି।* *୧୧-👉ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଶନିବାର ଦିନ ନୂଆପଡା ଆର୍ ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଖରିଆରର ରାସ୍ତା ଏବଂ କୋଠାବାଡି (ଆର୍ ଆଣ୍ଡ ବି) ବିଭାଗର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠିଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଭିଜିଲାନ୍ସ ସେଲ୍ ପିଏସ୍ କେସ୍ ନମ୍ବର ୦୫/୨୦୨୫ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।* *୧୨-👉ଦେଶର ସରକାରୀ ବିଭାଗ, ପ୍ରତିଷ୍ଠାନ ଏବଂ ଘରୋଇ କମ୍ପାନୀଗୁଡ଼ିକରେ କାମ କରୁଥିବା ୭ କୋଟିରୁ ଅଧିକ କର୍ମଚାରୀଙ୍କୁ ସରକାର ଏକ ବଡ଼ ଝଟକା ଦେଇଛନ୍ତି। ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ସୁଧ ହାର ୮.୨୫%ରେ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ୭ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଏକ ଝଟକା ପରି, ଯେଉଁମାନେ ସୁଧ ହାର ବୃଦ୍ଧି ଆଶା କରୁଥିଲେ।* *୧୩-👉ଅଭିନେତା ମୁକୁଲ ଦେବଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ମର୍ମାହତ କରିଛି। ମୁକୁଲ ଦେବଙ୍କ ମୃତ୍ୟୁ ଖବରକୁ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଏବଂ ପ୍ରଶଂସକମାନେ ବିଶ୍ୱାସ କରିପାରୁନାହାଁନ୍ତି। କୁହାଯାଉଛି ଯେ ମୁକୁଲ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା (ମୁକୁଲ ଦେବ ରୋଗ) ଖରାପ ହୋଇଯାଇଥିଲା ଏବଂ ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ତାଙ୍କୁ ICU ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ଅଭିନେତା ମୁକୁଲ ଦେବଙ୍କ ମୃତ୍ୟୁ ହୋଇଛି।* *୧୪-👉ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ନୀତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହାର ବିଷୟବସ୍ତୁ ଥିଲା 'ବିକଶିତ ଭାରତ @୨୦୪୭'। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ରାଜ୍ୟକୁ 'ଟିମ୍ ଇଣ୍ଡିଆ' ଭାବନାରେ କେନ୍ଦ୍ର ସରକାରଙ୍କ ସହିତ ମିଶି କାମ କରିବାକୁ ନିବେଦନ କରିଥିଲେ। ଯାହା ଦ୍ଵାରା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ର କରାଯାଇପାରିବ।* *୧୫-👉ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ଅପରାଧ ବଢୁଛି ଏବଂ 'ବସ୍ତିରୁ ବାର୍ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ । ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି । ଚେକ୍ ଦେବାକୁ ନଗର ଉନ୍ନୟନ ଓ ଅବକାରୀ ବିଭାଗର ଆକ୍ସନ୍ ପ୍ଲାନ୍ କରୁଛନ୍ତି । ସହରକୁ ସୁରକ୍ଷିତ ରଖିବାକୁ ଅନୁପ୍ରବେଶକାରୀ ମୁକ୍ତ କରାଯିବ ଏବଂ ବସ୍ତିରେ ରହୁଥିବା ଅପରାଧିଙ୍କ ଘରକୁ ଭଙ୍ଗା ଯାଉଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୧/୦୫/୨୦୨୫,ବୁଧବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଆଜି ବାହାରିବ ଯୁକ୍ତ ପରୀକ୍ଷା ଫଳ।ଆଜି ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ । ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ CHSE ପକ୍ଷରୁ ସୂଚନା ଦିଆଯାଇଛି । ଏକସଙ୍ଗେ କଳା, ବାଣିଜ୍ୟ, ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ରେଜଲ୍ଟ ଘୋଷଣାର ଏକ ଘଣ୍ଟା ପରେ ୱେବସାଇଟ୍ results.odisha.gov.in ଏବଂ results.digilocker.gov.inରେ ପରୀକ୍ଷା ଫଳ ଦେଖିପାରିବେ । ଏନେଇ ସୂଚନା ଦେଇଛନ୍ତି ସିଏସଏସଇର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ। ସେ କହିଛନ୍ତି, ଏକାସାଙ୍ଗରେ କଳା, ବିଜ୍ଞାନ, ବାଣିଜ୍ୟ , ଧନ୍ଦାମୂଳକ ଶିକ୍ଷାର ଫଳ ଆଜି ଅପରାହ୍ନ ୪ଟାରେ ଭୁବନେଶ୍ବର ସ୍ଥିତ ସିଏସଏସିଇ କାର୍ଯ୍ୟାଳୟରେ ପ୍ରକାଶ ପାଇବ।* *୨- 👉 ବଢିଲା ଯୁକ୍ତ ୩ ନାମଲେଖା ଅବଧି।ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ବଢ଼ିବା ପରେ ନାମଲେଖା ଆବେଦନ ତାରିଖକୁ ବୃଦ୍ଧି କରିଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ, ଜୁନ ୧ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇ ଦେଇଛନ୍ତି ସରକାର । ତେବେ ଆଜି ଥିଲା +୩ରେ ନାମ ଲେଖାଇବା ପାଇଁ ଆବେଦନର ଶେଷ ତାରିଖ । କିନ୍ତୁ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇନଥିବାରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆବେଦନ କରିନାହାନ୍ତି । ତେବେ ସରକାରଙ୍କ ଏହି ବିଚିତ୍ର ବ୍ୟବସ୍ଥାକୁ ନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ ।* *୩- 👉 ଆଜି ଛତିଶା ନିଯୋଗ ବୈଠକ।ଆଜି ଅପରାହ୍ନ ରେ ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିବ।ଏଥିରେ ଆଗାମୀ ରାଜେନ୍ଦ୍ରଭିଷେକ ଠାରୁ ନୀଳିଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ନେଇ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯିବ। ତେବେ କୌଣସି ଭି ଦିନରେ ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ମଧ୍ୟ ବୈଠକରେ କରାଯିବ ଆଲୋଚନା।ଛତିଶାନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମାରେ ଜଳଲାଗି ସହ ହାତୀ ବେଶକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ନିଆଯିବ ନିଷ୍ପତ୍ତି । ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ଶୃଙ୍ଖଳିତ ଭାବେ ଶେଷ ନେଇ ମଧ୍ୟ ହେବ ଆଲୋଚନା। ତେବେ ଏହି ବୈଠକରେ ଛତିଶାନିଯୋଗ ର ମହାନାୟକ ଙ୍କ ସମେତ ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ନିଯୋଗ ର କର୍ମକର୍ତା ମାନେ ଯୋଗଦାନ କରିବେ।* *୪- 👉 ହ୍ରାସ ପାଇଲା ସଚିବଙ୍କ କ୍ଷମତା।କମିଲା ସଚିବଙ୍କ କ୍ଷମତା । ଏଣିକି କ୍ୟାବିନେଟ୍ ବୈଠକରେ ରହିବେନି ସଚିବ । ନିଜ ବିଭାଗର ପ୍ରସ୍ତାବ ନିଜେ ଉପସ୍ଥାପନ କରିବେ ମନ୍ତ୍ରୀ । କ୍ୟାବିନେଟର ଢାଞ୍ଚା ପରିବର୍ତ୍ତନ ସହ ରାଜ୍ୟ ସରକାର ନେଇଛନ୍ତି କିଛି ଏଭଳି ନିଷ୍ପତ୍ତି । ୩ ଦିନ ପୂର୍ବରୁ କ୍ୟାବିନେଟ୍ ଏଜେଣ୍ଡା ଫାଇନାଲ୍ ସହ ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖରେ ପହଞ୍ଚିବ ଫାଇଲ୍ । ପୂର୍ବ ବିଜେଡି ସରକାର ଅମଳରେ କିନ୍ତୁ ମନ୍ତ୍ରୀ ଜାଣି ପାରୁନଥିଲେ କ୍ୟାବିନେଟ୍ ଏଜେଣ୍ଡା ଆଉ ପ୍ରସ୍ତାବ । ସବୁ କରୁଥିଲେ ସଚିବ।* *୫- 👉 ଦୁଇ ପୋଲିସ ଅଧିକାରୀ ନିଲମ୍ବିତ।ଜଣେ ବିଲଡରଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଆଜି ଓଡ଼ିଶା ଡିଜିପି ୱାଇବି ଖୁରାନିଆ ଦୁଇ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଦୁଇ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ପାଇବା ପରେ ଡିଜିପି ଇନ୍ସପେକ୍ଟର ରଞ୍ଜନ ବିଶ୍ୱାଳ ଏବଂ ସବ-ଇନ୍ସପେକ୍ଟର ଅଭିଷେକ ପ୍ରଧାନଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରିଛନ୍ତି।* *୬- 👉 ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେନି ସଦ୍ୟ ଉତ୍ତୀର୍ଣ୍ଣ ଆଇନ ସ୍ନାତକ: ସୁପ୍ରିମ୍କୋର୍ଟ।ନୂଆ ଆଇନ ସ୍ନାତକମାନେ ନ୍ୟାୟିକ ସେବା ପରୀକ୍ଷା ଦେଇପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ମଙ୍ଗଳବାର କହିଛନ୍ତି। ପ୍ରବେଶସ୍ତରୀୟ ପଦବି ଲାଗି ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଇଁ ଏଣିକି ସର୍ବନିମ୍ନ ତିନିବର୍ଷର ଆଇନଗତ ଅଭ୍ୟାସକୁ ବାଧ୍ୟତାମୂଳକ କରାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ନ୍ୟାୟିକ ସେବା ଆଶାୟୀଙ୍କ ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବ। ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗୱାଇ ଓ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ଭାବ୍ୟ ବିଚାରପତିମାନଙ୍କ ପାଇଁ କୋର୍ଟ ରୁମ୍ ଅଭିଜ୍ଞତାର ଗୁରୁତ୍ୱକୁ ଦୋହରାଇଛନ୍ତି।* *୭- 👉 ବାଙ୍ଗାଲୋର-ହାଇଦ୍ରାବାଦ ମ୍ୟାଚ ସ୍ଥାନାନ୍ତର।ଖରାପ ପାଗ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ IPL 2025 ର ୬୫ତମ ମ୍ୟାଚ୍ ବେଙ୍ଗାଲୁରୁରୁ ଲକ୍ଷ୍ନୌକୁ ସ୍ଥାନାନ୍ତରିତ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଥିବାରୁ ମଙ୍ଗଳବାର ଦିନ ବିସିସିଆଇ ଏବଂ ଆଇପିଏଲ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।* *୮- 👉 ଡରାଉଛି କୋରୋନା, ମୁମ୍ବାଇରେ ୨ ଜଣଙ୍କ ମୃତ୍ୟୁ।ପୁଣି କଡ଼ ଲେଉଟାଇଲାଣି କରୋନା । ମୁମ୍ବାଇର ଏକ ହସ୍ପିଟାଲରେ ୨ ଜଣ କୋଭିଡ୍ ସଂକ୍ରମିତଙ୍କ ମୃତ୍ୟୁ ପରେ ଚିନ୍ତା ବଢ଼ିଛି । ଯଦିଓ ଓଡ଼ିଶାରେ ଏପର୍ଯ୍ୟନ୍ତ ଜଣେ ବି କେହି ଆକ୍ରାନ୍ତ ହୋଇନାହାନ୍ତି, ତେବେ କେରଳ, ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ଜଣେ ପରେ ଜଣେ କୋଭିଡରେ ଆକ୍ରାନ୍ତ ହେଉଛନ୍ତି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହା କୋଭିଡ୍ର ନୂଆ ଭାରିଆଣ୍ଟ ନୁହେଁ । ତେଣୁ ନଡରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।* *୯- 👉 ଦକ୍ଷିଣ ଓଡ଼ିଶାରେ କାଳବୈଶାଖି।କାଳବୈଶାଖି ପ୍ରଭାବରେ ଉତ୍ତର ଓ ଦକ୍ଷିଣ ଓଡିଶାରେ ଅଧିକ ବର୍ଷା ହୋଇପାରେ। ଆଜି ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ରାଜ୍ୟର ଆଉ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ୫୦ କିମି ବେଗରେ ପବନ ବହିବ। ତେବେ, ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡି଼ଶାରେ ଗରମ ଓ ଗୁଳୁଗୁଳି ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସମ୍ବଲପୁରର ଦିନ ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଛୁଇଁବ। ବଲାଙ୍ଗୀରରେ ୪୦ ଡିଗ୍ରୀ ତାପମାତ୍ରା ଛୁଇଁବ। ବୌଦ୍ଧ, ବରଗଡ ଓ ଟିଟିଲାଗଡରେ ୩୯ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତାକାଲି ସମ୍ବଲପୁର ଓ ବଲାଙ୍ଗୀରର ଅଧିକାଂଶ ସ୍ଥାନରେ ତାତି ୩୮ ରୁ ୪୦ ଡିଗ୍ରୀ ରହିପାରେ।* *୧୦- 👉 ୪ରୁ ୫ ଦିନ ମଧ୍ୟରେ କେରଳ ଛୁଇଁବ ମୌସୂମୀ।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪-୫ ଦିନ ମଧ୍ୟରେ କେରଳ ଉପକୂଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ମୌସୂମୀ ଆଗମନ ପାଇଁ ପାଣିପାଗ ମଧ୍ୟ ଅନୁକୂଳ ରହିଛି। ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସଙ୍କ ଅନୁଯାୟୀ ମୌସୁମୀ ମେ' ୧୩ତାରିଖରେ ଆଣ୍ଡାମାନ ସାଗରରେ ପ୍ରବେଶ କରିସାରିଛି ଏବଂ ବଙ୍ଗୋପସାଗର ଓ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଆଡକୁ ଅଗ୍ରସର ହେଉଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

PBKS Vs MI - TATA IPL 2025🏏🏏🏏 🏏Willow Amazon - FHD https://sports.mafiatv.live/player.php?id=l3n0CMvHBs9ZDhjLyw0TmZq2lNbOCa 🏏हिंदी - HD https://sports.mafiatv.live/player.php?id=l3n0CMvHBs9ZDhjLyw0TntK4lNbOCa 🏏ALL Sports - HD https://sports.mafiatv.live

*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୨୬/୦୫/୨୦୨୫,ସୋମବାର🌼* ║ *╚━━━━🔅━━━━━━━━ 🔅━━╝* *୧- 👉 ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା।ଆଜି ରାଜ୍ୟରେ ପବିତ୍ର ସାବିତ୍ରୀ ଅମାବାସ୍ୟା ପାଳନ କରାଯାଉଛି। ପତି-ପତ୍ନୀଙ୍କ ସମ୍ପର୍କର ଏହା ଏକ ପବିତ୍ର ଦିଗକୁ ଉନ୍ମୋଚନ କରୁଛି। ମା’ ସାବିତ୍ରୀ ଏହିଦିନ ତାଙ୍କ ସାଧନା ବଳରେ ପତିଙ୍କ ପ୍ରାଣ ଫେରିପାଇଥିଲେ। କୁହାଯାଏ ଏହିଦିନର ଉପାସନା ପତିଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି କରାଯାଇଥାଏ। ଏଥିଲାଗି ବିଭିନ୍ନ ମନ୍ଦିରରେ ସାବିତ୍ରୀ ପୂଜା ନିମନ୍ତେ ଗହଳି ଦେଖିବାକୁ ମିଳୁଛି।* *୨- 👉 ଇପିଏଫଓ ଉଠାଣ ହେବ ସହଜ।ଏଣିକି ଇପିଏଫ୍ଓରେ ଡିପୋଜିଟ ଥିବା ଟଙ୍କାକୁ ଉଠାଣ ବା ବନ୍ଦୋବସ୍ତ ଲାଗି ନିଯୁକ୍ତିଦାତାଙ୍କ ପତ୍ରର ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଇପିଏଫ୍ଓ ପକ୍ଷରୁ ନୂଆ ସର୍କୁଲାର ଜାରି କରାଯାଇଛି। ଏଣୁ ପୂର୍ବରୁ ନିଯୁକ୍ତିଦାତାଙ୍କ ପତ୍ର ନଥିବା କାରଣରୁ ପ୍ରତ୍ୟାଖ୍ୟାତ ହେଉଥିବା ମାମଲାରେ ଜମାକାରୀ ଏବେ ଟଙ୍କା ଉଠାଣ କରିପାରିବେ।* *୩- 👉 ଭାରତର ସୁରକ୍ଷାକୁ ନେଇ ଆମେରିକାର ରିପୋର୍ଟ।ଭାରତ-ପାକିସ୍ତାନ- ଚୀନର ସାମରିକ ଶକ୍ତି ଓ ସମ୍ପର୍କକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ପାକିସ୍ତାନ, ଭାରତକୁ ପରିଚିତ ବିପଦ ଭାବେ ଗ୍ରହଣ କରିଛି। ଏଥିଲାଗି ପାକିସ୍ତାନ ନିଜର ସାମରିକ ଘାଟି ଓ ସମର ସଜ୍ଜାକୁ ଅତ୍ୟାଧୁନିକ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଭାରତ ସହ ଲଢ଼ିବା ପାଇଁ ଏହି ଶକ୍ତିର ଆଧୁନିକୀକରଣ ଉଦ୍ଦିଷ୍ଟ ବୋଲି କୁହାଯାଇଛି। ଠିକ୍ ସେହିପରି ଭାରତ କିନ୍ତୁ ଚୀନକୁ ପ୍ରାଥମିକ ଶତ୍ରୁ ଭାବେ ଗ୍ରହଣ କରିଛି। ପାକିସ୍ତାନ ସହ ବାରମ୍ବାର ଯୁଦ୍ଧ ସତ୍ତ୍ୱେ ଚୀନ ହିଁ ପ୍ରଧାନ ଶତ୍ରୁ ଭାବେ ବିବେଚନା କରୁଛି ଭାରତ।* *୪- 👉 ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଭୂତଳ ହେବ।ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ନେଇ ନୂଆ ଅପ୍ଡେଟ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ। ଏହି ସୂଚନା ଅନୁସାରେ ଭୁବନେଶ୍ୱରରେ ଏଲିଭେଟେଡ୍ ମେଟ୍ରୋ ଚାଲିବ ନାହିଁ। ଏହା ଅଣ୍ଡରଗ୍ରାଉଣ୍ଡ ହେବ। ଗତ ସରକାର ସମୟରେ ଏହି ପ୍ରକଳ୍ପ ଘୋଷଣା କରାଯାଇଥିଲା। ଯେଉଁଥିରେ ୨୬ କିଲୋମିଟର ଏଲିଭେଟେଡ୍ ମେଟ୍ରୋ ଲାଗି ୬୨୫୫ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ।* *୫- 👉 କାର୍ଯ୍ୟାଳୟ ସମୟକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ।ରାଜ୍ୟ ଗ୍ରାମଉନ୍ନୟନ ବିଭାଗର କର୍ମଚାରୀଙ୍କୁ କଡ଼ାକଡ଼ି ଭାବେ ଅଫିସ ସମୟକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶନାମାରେ କର୍ମଚାରୀଙ୍କ ସର୍ବନିମ୍ନ ଦୈନିକ କାର୍ଯ୍ୟସମୟକୁ ୭ଘଣ୍ଟା ୩୦ ମିନିଟ େବାଲି ଉଲ୍ଲେଖ କରାଯାଇଛି। ଏହାସହ ବିଳମ୍ବରେ ଅଫିସରେ ପହଞ୍ଚିଲେ ସେ ଦିନକୁ ଛୁଟିଦିନ ଭାବେ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏଣୁ ସମସ୍ତ କର୍ମଚାରୀଙ୍କୁ ସକାଳ ୧୦ଟା ସୁଦ୍ଧ ପହଞ୍ଚି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛି ଗ୍ରାମ ଉନ୍ନୟନ ବିଭାଗ।* *୬- 👉 ସରିଲା ଏନଡିଏ ଶାସିତ ମୁଖ୍ୟମନ୍ତ୍ରୀଙ୍କ ବୈଠକ।ନୂଆଦିଲ୍ଲୀଠାରେ ଆୟୋଜିତ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନଙ୍କୁ ସାର୍ବଜନୀନ ମନ୍ତବ୍ୟ ଉପରେ ସଂଜମ ରକ୍ଷା ଲାଗି ପରାମର୍ଶ ଦେଇଛନ୍ତି। ସୁଶାସନ ଓ ଜନ କଲ୍ୟାଣ ଉପରେ ଫୋକସ୍ ରକ୍ଷା କରିବାକୁ ବି କହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି।* *୭- 👉 ପୁଟିନଙ୍କୁ ହତ୍ୟା ଉଦ୍ୟମ।ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ହତ୍ୟା କରିବାକୁ ଯୋଜନା କରି ବିଫଳ ହୋଇଛି ୟୁକ୍ରେନ। ଏପରି ଏକ ତଥ୍ୟ ଦେଇଛନ୍ତି ଜଣେ ଋଷୀୟ ସାମରିକ କମାଣ୍ଡର। ମେ’୨୦ ତାରିଖ ଦିନ ପୁଟିନ୍ଙ୍କ ହେଲିକପ୍ଟରକୁ ଆକ୍ରମଣ କରିବା ଲାଗି ୟୁକ୍ରେନ ଡ୍ରୋନ ପଠାଇଥିବା ନେଇ ସେ ସୂଚନା ଦେଇଛନ୍ତି। ଋଷର କୁର୍ସ୍କ ଓବ୍ଲାଷ୍ଟଠାରେ ଏହି ଆକ୍ରମଣ ଉଦ୍ୟମ ହୋଇଥିଲା।* *୮- 👉 ଭାରତ-କାନାଡା ସମ୍ପର୍କ ସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ।ଭାରତ-କାନାଡ଼ା ଭିତରେ ସମ୍ପର୍କ ପୁଣିଥରେ ଯୋଡ଼ିହେବାର ଉଦ୍ୟମ ଆରମ୍ଭ ହୋଇଛି। କାନାଡ଼ାରେ ନୂଆ ସରକାର ଗଠନ ପରେ ଏହି ଉଦ୍ୟମ ହୋଇଛି। ଏହିକ୍ରମରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଟେଲିଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ଜଷ୍ଟିନ୍ ଟ୍ରୁଡ୍ୟଙ୍କ ସମୟରୁ ଦୁଇ ଦେଶ ଭିତରେ ସମ୍ପର୍କ ଛିନ୍ନ ହୋଇଥିଲା।* *୯- 👉 ଜୁନ ୩୦ରେ ବାଂଲାଦେଶରେ ନିର୍ବାଚନ।ଜୁନ୍ ୩୦ ସୁଦ୍ଧା ହେବ ବାଂଲାଦେଶରେ ନିର୍ବାଚନ। ଅଗଷ୍ଟ ୫, ୨୦୨୪ରେ ଛାତ୍ର ଆନ୍ଦୋଳନ ହେତୁ ଶେଖ ହାସିନା ପ୍ରଧାନମନ୍ତ୍ରୀ ଥାଇ ଦେଶରୁ ପଳାୟନ କରିଥିଲେ। ସେ ଏବେ ଭାରତରେ ଆଶ୍ରୟ ନେଉଛନ୍ତି। ଏହାପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ପରାମର୍ଶରେ ସରକାର ଚାଲୁଛି। ଏହି ମଧ୍ୟବର୍ତ୍ତୀ କାଳୀନ ସରକାର ଏକ ବର୍ଷ ଭିତରେ ନିର୍ବାଚନ କରିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ଆଗକୁ ବଢ଼ୁ ନଥିବାରୁ ବାଂଲାଦେଶରେ ରାଜନୀତିକ ଅସ୍ଥିରତା ପୁଣିଥରେ ଆରମ୍ଭ ହୋଇଛି। ଏ ବିଷୟରେ ସମସ୍ତ ରାଜନୀତିକ ଦଳ ସହ ଆଲୋଚନା କରି ଜୁନ୍ ୩୦ ଭିତରେ ନିର୍ବାଚନ ଶେଷ ହେବ ବୋଲି କହିଛନ୍ତି ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ।* *୧୦- 👉 ଲଘୁଚାପ ଆଶଙ୍କା, ରାଜ୍ୟରେ ବର୍ଷା ଜାରି।ଆଜିବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଆରବ ସାଗରରୁ ଓଡ଼ିଶାଯାଏ ରହିଥିବା ଟ୍ରଫ୍ ଲାଇନ୍ ପ୍ରଭାବରେ ପାଣିପାଗରେ ଏହି ପରିବର୍ତ୍ତନ ଘଟୁଛି। ଠିସ ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ୩୦ ତାରିଖ ଯାଏ ବର୍ଷା ଜୋର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*

https://results.digilocker.gov.in/OdishaBoard12th2025znjafkawetwowp.html