NEWS UPDATE
NEWS UPDATE
February 5, 2025 at 05:18 AM
*╔━━━━🔅━━━━━━━━🔅━━╗* *║ *🌼ବର୍ତ୍ତମାନର ୧୦ଟି ମୁଖ୍ଯ ଖବର ତାରିଖ- ୦୫/୦୨/୨୦୨୫,ବୁଧବାର🌼* ║ *╚━━━━🔅━━━━━━━━ 🔅━━╝* *୧-👉ଆଜି ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅନୁଷ୍ଠିତ ହେବ। ଅପରାହ୍ନ ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।* *୨- 👉 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ୬ଟା ଯାଏଁ ଚାଲିବ। ୭୦ ଆସନ ପାଇଁ ମୈଦାନରେ ୬୯୯ ପ୍ରାର୍ଥୀ। ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଦେଢ଼ କୋଟି ଭୋଟର।* *୩- 👉 ଭୋଟ୍ ଦେଉଛି ଦିଲ୍ଲୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶାସକ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ। ଆସନ୍ତା ୮ ତାରିଖରେ ଘୋଷଣା ହେବ ଫଳାଫଳ।* *୪- 👉 ବାରବାଟୀ ଦିନିକିଆ ପାଇଁ ଆଜି ଅଫଲାଇନ୍ ଟିକେଟ ବିକ୍ରି। ସକାଳ ୯ଟାରୁ ଆରମ୍ଭ ହେବ ଅଫଲାଇନ୍ ଟିକେଟ ବିକ୍ରି। ଟିକେଟ ପାଇଁ କାଉଣ୍ଟର ଆଗରେ ରାତିରୁ ଲାଗିଛି ଲମ୍ବା ଲାଇନ୍। ଆସନ୍ତା ୯ ତାରିଖରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ଦିନିକିଆ ମ୍ୟାଚ୍।* *୫- 👉 ରାଉରକେଲାରେ ମାଲ୍‌ବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା। ମାଲଗୋଦାମ ବସ୍ତିର ପାର୍କିଂରେ ଟ୍ରାକରୁ ଲାଇନଚ୍ୟୁତ। ମାଲଗୋଦାମ ଫାଟକରୁ ବାସନ୍ତୀ କଲୋନୀ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି।* *୬- 👉 ପ୍ରବାସୀଙ୍କ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ କଡା ପାହାର। ବେଆଇନ ଭାବେ ରହୁଥିବା ୨୦୫ ପ୍ରବାସୀ ଭାରତୀୟଙ୍କୁ ସ୍ବଦେଶ ପଠାଇଛି ଟ୍ରଂପ ପ୍ରଶାସନ ।* *୭- 👉 ଆଜି ବିକଶିତ ଗାଁ, ବିକଶିତ ଓଡି଼ଶା ଯୋଜନା ଶୁଭାରମ୍ଭ ହେବ। ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝି ଏହାକୁ ଶୁଭାରମ୍ଭ କରିବେ। ପ୍ରତି ଜିଲ୍ଲା ଓ ବ୍ଲକ୍ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ହେବ।* *୮- 👉 ଲୋକସଭାରେ ବିରୋଧୀ କଂଗ୍ରେସ ଓ ଆପ୍ କୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ସମ୍ବୋଧନରେ ଗାନ୍ଧି ପରିବାରକୁ ଜୋରଦାର ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ।* *୯- 👉 ଆଉ ମାତ୍ର ୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା ହେବାକୁ ହେବ। ଏହାକୁ ସୁଚାରୁ ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ବୈଠକ କରିଥିବା ବେଳେ, ୪୫ ଦିନରେ ରେଜଲଟ୍ ପ୍ରକାଶ ଓ ପେପର ଲିକ୍ ରୋକିବାକୁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି।* *୧୦- 👉 ଆଜି ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ପ୍ରୟାଗରାଜ ଗସ୍ତ କରି ଦିନ ପ୍ରାୟ ୧୧ଟା ବେଳେ ତ୍ରିବେଣୀ ସଂଗମରେ ମୋଦି ବୁଡ଼ ପକାଇବେ । ଏ-ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।* * *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏* *╚━━━━━🔅━━━━━━━━ 🔅━━━╝*
❤️ 👍 8

Comments