
NEWS UPDATE
February 12, 2025 at 03:39 AM
*╔━━━━🔅━━━━━━━━🔅━━╗*
*║ *🌼ବର୍ତ୍ତମାନର ୧୧ଟି ମୁଖ୍ଯ ଖବର ତାରିଖ- ୧୨/୦୨/୨୦୨୫,ବୁଧବାର🌼* ║
*╚━━━━🔅━━━━━━━━ 🔅━━╝*
*୧- 👉 ଆଜି ଗଜ ଉଦ୍ଧାରଣ ବେଶ ବୁଧବାର କୁମ୍ଭ ସଂକ୍ରାନ୍ତି। ଶ୍ରୀମନ୍ଦିର ରତ୍ନସିଂହାସନରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ (ଗଜୋଦ୍ଧାରଣ) ବେଶ। ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରି ଥିବେ। ପ୍ରତିମାଙ୍କୁ ବ। ଗରୁଡ଼ ଉପରେ ବସି ଲକ୍ଷ୍ମୀ ମାଙ୍କୁ କୋଳରେ ଧାରଣ କରିଥିବେ ଠାକୁରେ। । ଦିଅଁଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ଼ି ଧରି ଦଣ୍ଡାୟମାନ ଥିବେ। ସିଂହାସନ ତଳକୁ ଥିବେ ହାତୀ ଓ କୁମ୍ଭୀର। କୁମ୍ଭୀର ହାତୀକୁ ଆକ୍ରମଣ ଗଣ କରୁଥିବା ସମୟରେ ଗଜରାଜ ଉଦ୍ଧାର ପାଇଁ ଭଗବାନଙ୍କ ଶରଣ ପଶିବେ । ଏପଟେ ଶ୍ରୀବଳଭଦ୍ର ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ ହୋଇଥିବେ। ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦଛନ୍ଦି ଏକ ପଦ୍ମ କଢ଼ି ଧରି ଦଣ୍ଡାୟମାନ ଥିବେ । ମଙ୍ଗଳବାର ଶ୍ରୀମନ୍ଦିର ନୀଳା ନୀଳାଦ୍ରି ମ୍ୟୁଜିୟମ୍ରେ ବେଶ ପ୍ରସ୍ତୁତି ଶେଷ ହୋଇଛି।*
*୨- 👉 ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼ ।ଆଜି ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼ । ପଞ୍ଚମ ଅମୃତ ସ୍ନାନ ପାଇଁ ମେଳା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳୁ ସକାଳୁ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ମହାକୁମ୍ଭରେ ଆଜିକୁ ମିଶାଇ ଦୁଇଟି ପ୍ରମୁଖ ବୁଡ଼ ରହିଛି । ଆଜି ମାଘ ପୂର୍ଣ୍ଣିମା ବୁଡ଼ ଥିବା ବେଳେ ମହା ଶିବରାତ୍ରୀରେ ଆଉ ଏକ ପ୍ରମୁଖ ବୁଡ଼ ରହିଛି । ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୩୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିର ପବିତ୍ର ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ମେଳା ଅଞ୍ଚଳରେ ଯାନବାହନ ଚଳାଚଳ ନିଷେଧ ରହିବ । ସମସ୍ତ ଭିଭିଆଇପି ପାସକୁ ମଧ୍ୟ ବାଲିତ କରାଯାଇଛି।*
*୩- 👉 ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ।ଏଣିକି ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା। ଡ୍ରପ ଆଉଟ ବନ୍ଦ କରାଯିବ କହିଲେ ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟ ସରକାର କ୍ୟାବିନେଟରେ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ କରିବେ । ପୂର୍ବରୁ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମଧ୍ୟାହ୍ନ ଭୋଜନ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଦଶମ ଯାଏଁ ଛାତ୍ରଛାତ୍ରୀ ସ୍କୁଲରେ ଖାଇବାର ବ୍ୟବସ୍ଥା କରିବା ନେଇ କଟକରେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।*
*୪- 👉 ବେଶ ପ୍ରସ୍ତୁତକାରୀ ଠାକୁରଙ୍କ ଦୟଣା ମାଳି ମାଳି ସେବକ ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଦର୍ଜୀ ଓ ଚିତ୍ରକର ସେବକଙ୍କ ସମେତ କାରିଗରମାନେ ଠାକୁରଙ୍କ ବେଶ ପ୍ରସ୍ତୁତ କରିସାରିଛନ୍ତି। ଭିତରଛ, ତଳିଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକମାନଙ୍କ ସହଯୋଗରେ ବେଶ ସମ୍ପନ୍ନ ହେବ । ମଧ୍ୟାହ୍ନ ଧୂପ ପରେ ଠାକୁରଙ୍କ ବେଶ ଆରମ୍ଭ ହେବ। ବେଶରେ ଥାଇ ଠାକୁରଙ୍କୁ ସନ୍ଧ୍ୟା ଧୂପରେ କ୍ଷୀରି ଓ ଅମାଲୁ ଭୋଗ ଅର୍ପଣ କରାଯିବ। ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରରେ ଠାକୁରଙ୍କ ଏହି ବେଶ ଅନୁଷ୍ଠିତ ହୋଇ ଆସୁଛି।।*
*୫- 👉 ଅନୁଗୁଳରେ ନାବାଳକକୁ ଗୁଳିମାଡ। ଅନଗୁଳ ସାନକେରେଜାଙ୍ଗ ଗୋଛାୟତ ସାହିରେ ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼ ହୋଇଥିବା ଅଭିଯୋଗ ହେଇଛି। ଗୁଳି ମାଡ଼ରେ ଗୁରୁତର ନାବାଳକଙ୍କୁ ପ୍ରଥମେ ଅନଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ନାବାଳଙ୍କ ଜଙ୍ଘରେ ଗୁଳି ବାଜିଛି। ଗୁରୁତର ହେଉଛନ୍ତି ଶ୍ରୀକାନ୍ତ ଗୋଛାୟତ। ଘଟଣାସ୍ଥଳରେ ନିଶା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। କୌଣସି କାମରେ ଶ୍ରୀକାନ୍ତ ଘରୁ ବାହାରକୁ ଯାଇଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଛି।*
*୬- 👉 ଏକ ସଙ୍ଗେ କାର୍ଯ୍ୟ କରିବ ମମତା ଓ ମାତୃବନ୍ଦନା ଯୋଜନା।ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା, ଝିଅ ଜନ୍ମ ହେଲେ ମିଳିବ ୨ ହଜାର ଅଧିକ ଅର୍ଥାତ ୧୨ ହଜାର ଟଙ୍କା । ମିଳିତ ଭାବେ କାର୍ଯ୍ୟକାରୀ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ତଥା କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସର୍ବାଧିକ ଦୁଇଟି ସନ୍ତାନ ଜନ୍ମ କ୍ଷେତ୍ରରେ ଏହି ସହାୟତା ମିଳିବ । ତେବେ ପିଭିଟିଜି ମାନଙ୍କ କ୍ଷେତ୍ରରେ ଦୁଇଟି ସନ୍ତାନ ସୀମା ଲାଗୁ ହେବ ନାହିଁ।*
*୭- 👉 ଇଭିଏମ୍ ଡାଟା ନଷ୍ଟ କରିପାରିବେ ନାହିଁ: ସୁପ୍ରିମ କୋର୍ଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ସଂରକ୍ଷିତ ନିର୍ବାଚନୀ ତଥ୍ୟକୁ ନଷ୍ଟ ନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପରେ ଇଭିଏମ୍ ଯାଞ୍ଚ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ବର୍ତ୍ତମାନ ପାଇଁ ଇଭିଏମ୍ରୁ କୌଣସି ଡାଟା ନଷ୍ଟ କରନ୍ତୁ ନାହିଁ କିମ୍ବା ଏଥିରେ କୌଣସି ନୂଆ ଡାଟା ପୁନଃ ଲୋଡ୍ କରନ୍ତୁ ନାହିଁ। ପୁନଃ ଯାଞ୍ଚ ପ୍ରକ୍ରିୟା ପାଇଁ ଇଭିଏମ୍ ମେମୋରି ସୁରକ୍ଷିତ ରଖିବାକୁ ପଡ଼ିବ ଏ ବାବଦ ସ୍ଥିତି ସ୍ପଷ୍ଟ ହେବାପରେ ଡାଟା ସୁରକ୍ଷା ନେଇ ପରବର୍ତ୍ତୀ ନିର୍ଦ୍ଦେଶ ଦିଆଯିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି।*
*୮- 👉 ଭକ୍ତ କଂଗ୍ରେସ ମୁଖିଆ: ୭ ମାସ ପରେ ପିସିସି ସଭାପତି ନିଯୁକ୍ତ।୭ମାସର ବ୍ୟବଧାନ ପରେ ଓଡ଼ିଶା କଂଗ୍ରେସକୁ ମିଳିଛନ୍ତି ନୂଆ ମୁଖିଆ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି ଦେଇଛି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପରେ କଂଗ୍ରେସ ହାଇକମାଣ୍ଡ ଜୁଲାଇ ୨୧ ତାରିଖରେ ଓଡ଼ିଶାର ସବୁ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଥିଲେ।*
*୯- 👉 ଜାଗରରେ ରାତି ୧୦ଟାରେ ଉଠିବ ମହାଦୀପ।ପାଖେଇ ଆସୁଛି ପବିତ୍ର ଶିବରାତ୍ରୀ ତଥା ଜାଗର। ଚଳିତବର୍ଷ ଫେବୃଆରୀ ୨୬ ତାରିଖରେ ପଡୁଛି ଜାଗର। ମହା ଆଡମ୍ବରରେ ପାଳନ କରିବା ନେଇ ଏବେ ଠାରୁ ପ୍ରାୟ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ମହାଶିବରାତ୍ରୀ ନେଇ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି।*
*୧୦- 👉 ରାଜ୍ୟରେ ବଢୁଛି ତାତି।ରାଜ୍ୟରେ ଏବେ ଦେଖିବାକୁ ମିଳୁଛି ଶୀତ-ଖରାର ଲୁଚକାଳି ଖେଳ। ଦିନର ଟାଣ ଖରା ଅନୁଭବ ହେଉଥିବା ବେଳେ ରାତିରେ ଶୀତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଏବେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ରାତି ତାପମାତ୍ରା ବୃଦ୍ଧି ହେବା ସହ ଶୀତର ପ୍ରକୋପ କମିବା ନେଇ ସମ୍ଭାବନା ରହିଛି। ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା କେତେକ ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଛି । ରାଜ୍ୟରେ ଦିନ ତାପମାତ୍ରା ସବୁଠୁ କମ୍ ।ଜି.ଉଦୟଗିରିରେ ୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ଼ ହୋଇଛି। ସେହିପରି, ବଲାଙ୍ଗୀର ଏବଂ ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ ଓ ସୁନ୍ଦରଗଡ଼ରେ ୩୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେପଟେ, ଆସନ୍ତା ୨ ଦିନରେ ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।*
*୧୧-👉 ଜମ୍ମୁ ରେ ଆଇଡି ବିସ୍ଫୋରଣ, ଦୁଇ ଯବାନ ଶହୀଦ ଜମ୍ମୁ-କାଶ୍ମୀରର ଅଖନୁର ସେକ୍ଟରରେ ଏଲ.ଓ.ସି ନିକଟରେ ଏକ IED ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣ ଏତେ ବିପଜ୍ଜନକ ଥିଲା ଯେ ଏହି ବିସ୍ଫୋରଣରେ ଦୁଇ ଜଣ ସୈନିକ ସହିଦ ହୋଇଛନ୍ତି। ଯେତେବେଳେ ଅନ୍ୟ ଜଣେ ସୈନିକ ଗୁରୁତର ଆହତ ହୋଇଛନ୍ତି। LOC ନିକଟରେ ସୈନିକମାନେ ପାଟ୍ରୋଲିଂ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହାକୁ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଭାବରେ ଦେଖା ଯାଉଛି।*
* *🙏 ଶୁଭ ସକାଳ,ଜୟ ଶ୍ରୀଜଗନ୍ନାଥ🙏*
*╚━━━━━🔅━━━━━━━━ 🔅━━━╝*
❤️
👍
4