News ଖବର ଆଜିର
January 19, 2025 at 01:07 AM
*ଖବର ଆଜିର, ୧୯ ଜାନୁଆରୀ, ରବିବାର* ======================= ଆଉ ଚାରିଦିନ ପାଇଁ ଶୀତରେ ଥରିବ ଭୁବନେଶ୍ୱର ଓ କଟକ, ତାପମାତ୍ରା ୧୧ରୁ ୧୩ ଡିଗ୍ରି ହେବ ପ୍ରାଥମିକ ଓ ହାଇସ୍କୁଲ୍‌ ସ୍ତରରେ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଆବେଦନ ଶେଷ ତାରିଖ ଜାନୁଆରୀ ୨୨କୁ ଘୁଞ୍ଚିଲା ଓଡ଼ିଶା ପୋଲିସ ବିଭାଗ ପକ୍ଷରୁ ୯୩୩ ସବ ଇନିସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଚିଲିକାରେ କମିଛି ପକ୍ଷୀଙ୍କ ସଂଖ୍ୟା, ଏଥର ଆସିଛନ୍ତି ୧୯୬ ପ୍ରଜାତିର ପକ୍ଷୀ ଜାନୁଆରୀ ୨୨ରୁ ପିଏମ୍‌ ଆବାସ ଘରପାଇଁ ସର୍ଭେ, ମାର୍ଚ୍ଚ ୩୧ ଯାଏ ଚାଲିବ ଅଷ୍ଟମ ବେତନ କମିଶନ:ଦରମା ବଢ଼ିବ ୧୮୬% ,ଫିଟମେଣ୍ଟ ଫ୍ୟାକ୍ଟର ୨.୨୮ରୁ ୨.୮୬ ମଧ୍ୟରେ ରହିପାରେ ରାଜ୍ୟର ୬୭୯ ଥାନାକୁ ମିଳିବ ନୂଆ ସ୍କର୍ପିଓ ଗାଡି ଆକି ଭୁବନେଶ୍ୱର ୱାର୍ଡ ନମ୍ବର 6 ରେ ଇନଫୋସିଟି ରୋଡ଼ରେ ପଥ ଉତ୍ସବ। ନିମନ୍ତ୍ରଣ କଲେ କର୍ପୋରେଟର ପ୍ରୀତିନନ୍ଦା ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯିବ ରାସନ୍ କାର୍ଡ ଗାଡ଼ି ବୀମା ନଥିଲେ ଧରିବ ଟୋଲ୍‌ଗେଟ, ଜରିମାନା ସହିତ ହେବ ଜେଲ ଦଣ୍ଡ କନ୍ଧମାଳ ଜି.ଉଦୟଗିରିରେ ତିନି ଦିନ ଧରି ତୁଷାରପାତ ଜାରି, ତାପମାତ୍ରା ୫ ଡିଗ୍ରିକୁ ଖସିଲା ଭୁବନେଶ୍ୱର ବିମାନ ବନ୍ଦରରୁ ୭ କୋଟିର ମାରିଜୁଆନା ଜବତ କଟକ ଓ କେନ୍ଦ୍ରାପଡା ଜିଲ୍ଲାର ଚାରିଜଣ ଯୁବତୀ ଦାଦନ ଖଟିବାକୁ ଯାଇ ବିହାରରେ ପଣ ବନ୍ଦୀ ହୋଇ ରହିଛନ୍ତି, ଉଦ୍ଧାର ପାଇଁ ଗୁହାରୀ ମୟୁରଭଞ୍ଜ ଜିଲ୍ଲାର ୧୮ ବର୍ଷୀୟ ଅଭିଜିତ୍ ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଲା ରାଜସ୍ଥାନ କୋଟା ସହରରେ ନବ ଦାସଙ୍କ ହତ୍ୟା ସର୍ବ ସମ୍ମୁଖରେ ହୋଇଥିଲେ ବି ହତ୍ୟାକାରୀ ଗୋପାଳ ବିରୁଦ୍ଧରେ ପ୍ରମାଣ ମିଳୁନି। ଗୁଳି ଆଉ କିଏ କରିଛି ବୋଲି ସନ୍ଦେହ। ଗୋପାଳକୁ ଖସେଇବା ପାଇଁ ଚେଷ୍ଟା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ପ୍ଲାଣ୍ଟ ଦୁର୍ଘଟଣା ପାଇଁ ରୁଜୁ ହେଲା ତିନୋଟି ମାମଲା। ମୃତକଙ୍କ ପରିବାରକୁ ୨୫ ଲକ୍ଷ ସହାୟତା, ସ୍ତ୍ରୀଙ୍କୁ ଚାକିରି ଓ ପିଲାଙ୍କ ପଢା ଖର୍ଚ୍ଚ ଦେବ କମ୍ପାନୀ ଭୁବନେଶ୍ୱର ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା, ୨ ବାଇକ୍‌କୁ ଘୋଷାଡ଼ି ନେଲା ମଦ୍ୟପଙ୍କ ହ୍ୟୁଣ୍ଡାଇ କାର୍, ଜଣେ ମୃତ ଦୁଇ ଗୁରୁତର ଭଦ୍ରକ ବନ୍ତ ଥାନାରେ ଗୁଜୁରାଟୀ ମହିଳା ନିରଲ ମୋଦୀଙ୍କ ଆତ୍ମହତ୍ୟା ଉଦ୍ୟମ। ହଜିଲା ସ୍ୱାମୀଙ୍କୁ ନପାଇ ହତାଶ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଜଣେ ହେଲେ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି। ରାସ୍ତାରୋକ କଲେ କନ୍ଧମାଳ ଡେରାକୁମ୍ପାରେ ବାଇକ ଦୁର୍ଘଟଣାରେ ଜଣେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ, ଆଉ ଦୁଇ ଜଣ ଗୁରୁତର ଭୁବନେଶ୍ୱର ମୈତ୍ରୀବିହାର ଯୁବତୀ ଅପହରଣରେ ବ୍ୟବହାର ଗାଡ଼ି ସହ ୪ ଅଭିଯୁକ୍ତ ଗିରଫ ଶିମିଳିପାଳ ଦକ୍ଷିଣ ରେଞ୍ଜ ଅନ୍ତର୍ଗତ ପିଠାବଟା ଅଞ୍ଚଳରେ ବଣୁଆ ଘୁଷୁରୀ ମାଂସ ରାନ୍ଧିବା ବେଳେ ତିନିଜଣ ଗିରଫ ମୟୁରଭଞ୍ଜ ଉଦଳାରେ ତାଲା ଭାଙ୍ଗି ଘରେ ପଶିଲେ ଚୋର, ଅରିଜିନାଲ୍ ନେଇ ଡୁପ୍ଲିକେଟ୍ ଛାଡିଗଲେ କେନ୍ଦୁଝର ରେ ଏସାର ମୀନମେଟ କାରଖାନାର ଜନଶୁଣାଣି ସଫଳ, କମ୍ପାନୀକୁ ଲୋକେ ସ୍ଵାଗତ କରିବାରୁ ପ୍ରକ୍ରିୟା ତିଆରି ହେଲା ଜେଇଇ ମେନ ୨୦୨୫ ପାଇଁ ଆଜି ଆଡମିଟ କାର୍ଡ ଜାରି କରାଯିବ ସମ୍ପର୍କ ଛିନ୍ନ ପରେ ବାନ୍ଧବୀ ଜୀବନ ହାରିଲେ ଦାୟୀ ହେବେନି ପୁରୁଷ ବନ୍ଧୁ, ବମ୍ବେ ହାଇକୋର୍ଟଙ୍କ ରାୟ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବିଜେପି କର୍ମୀଙ୍କ ପଥରମାଡ଼, ଅଭିଯୋଗ ଆଣିଲା ଆପ୍ କଲିକତା ଆରଜି କର ହସପିଟାଲ ମହିଳା ଡ଼ାକ୍ତରଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ସଞ୍ଜୟ ରୟ ଖୋ ଖୋ ବିଶ୍ୱକପରେ ସେମି ଫାଇନାଲରେ ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍ ଫେବୃଆରୀ ୧୯ରୁ ଚମ୍ପିଆନ୍ସ ଟ୍ରଫି, ଘୋଷଣା ହେଲା ଟିମ୍‌ ଇଣ୍ଡିଆ। ରୋହିତ ଶର୍ମା ଅଧିନାୟକ ଓ ଶୁଭମନ ଗିଲ୍‌ ଉପ-ଅଧିନାୟକ ଅନୁପ୍ରବେଶକୁ ନେଇ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ======================= ଆଜି ଜନ୍ମଦିନ: ମଧୁସୂଦନ ରାଓ, ପାର୍ବତୀ ଗିରି ଆଜି ତିରୋଧାନ: ମହାରାଣା ପ୍ରତାପ, ଓଶୋ ରାଜନୀଶ ଇତିହାସରେ ଆଜି: (୧୯୪୨) ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ବର୍ମା ଅକ୍ତିଆର କଲା ଜାପାନ/ (୧୯୬୬) ଇନ୍ଦିରା ଗାନ୍ଧୀ ଦେଶର ତୃତୀୟ ପ୍ରଧାନମନ୍ତ୍ରୀ ହେଲେ/ (୧୯୭୭) ମିଆମି ସହରରେ ପ୍ରଥମ ବରଫପାତ ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻 #odiaxpress
👍 ❤️ 🙏 14

Comments