News ଖବର ଆଜିର

2.6K subscribers

About News ଖବର ଆଜିର

*Morning News, 7 AM Everyday*

Similar Channels

Swipe to see more

Posts

News ଖବର ଆଜିର
6/15/2025, 4:02:06 AM

*English News* https://whatsapp.com/channel/0029VaAwohkDeOMx7FbXbM2C

News ଖବର ଆଜିର
6/15/2025, 1:29:59 AM

*ଖବର ଆଜିର,୧୫ ଜୁନ, ରବିବାର* ======================= ରାଜ୍ୟରେ ୧୮ ତାରିଖ ଯାଏଁ ପ୍ରବଳ ବର୍ଷିବ। ଗଜପତି, ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟରେ ଘଡ଼ଘଡ଼ି ସହ କିଛି ସ୍ଥାନରେ ପ୍ରବଳ ବର୍ଷା ନିଟ୍‍-ୟୁଜି ୨୦୨୫ ପରୀକ୍ଷା ଫଳ ପ୍ରକାଶ ପାଇଲା। ଓଡ଼ିଶାରେ ୫୦ହଜାର ହିତାଧିକାରୀଙ୍କୁ ଆସନ୍ତା ୨୦ ତାରିଖରେ ଘର ବାଣ୍ଟିବେ ମୋଦୀ। odiaxpress ପୁରୀ ଶ୍ରୀ ଅଲାରନାଥଙ୍କ ଅଣସର ଉତ୍ସବର ତୃତୀୟ ଦିନରେ ୪୦ ହଜାର ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ନବରଙ୍ଗପୁରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି କହିଲେ ମନ୍ତ୍ରୀ। odiaxpress କଟକ ଜିଲ୍ଲାରେ ଝାଡାବାନ୍ତି ଆତଙ୍କ। ଆଗରୁ ସଢ଼ୁଛନ୍ତି ଯାଜପୁର, ଭଦ୍ରକ, କେନ୍ଦୁଝର ଜିଲ୍ଲା। ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଅସହାୟ ବରଗଡ଼ ଜିଲ୍ଲା କୁଆପାଲିରେ ବ୍ୟାପୁଛି ଝାଡ଼ାବାନ୍ତି, ୭୦ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି ମନ୍ତ୍ରୀ ରବି ନାୟକଙ୍କ ବିବାଦୀୟ ମନ୍ତବ୍ୟ। ଡିହାଇଡ୍ରେସନ ପାଇଁ ହେଉଛି ଝାଡ଼ାବାନ୍ତି। ପାଣିର ଭୂମିକା ନାହିଁ। odiaxpress ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଖଣି ପାଖ ଗାଁରେ ଜଳସଙ୍କଟ, ଲାଲ ପାଣି ପିଉଛନ୍ତି, ମଇଳା ପାଣିରେ ଗାଧୋଉଛନ୍ତି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଶୀଘ୍ର ସାରିବାକୁ ଏଏସଆଇଙ୍କୁ ଚିଠି ଲେଖିଲା ମନ୍ଦିର ପ୍ରଶାସନ। odiaxpress ଅଶାନ୍ତ ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଲିଙ୍ଗିପୁର ଛକରେ ବାଇକ୍ ପାର୍କିଂକୁ ନେଇ ହେଲା ହଣାକଟା। ପୁରୀ ବଳଙ୍ଗାରେ ପୁଣି ଲଜ୍ଜ୍ୟା।ଦିବ୍ୟାଙ୍ଗ ଯୁବତୀଙ୍କୁ ନିର୍ଯ୍ୟାତନା ଅଭିଯୋଗ। ବୟସ୍କ ଗିରଫ ମୟୁରଭଞ୍ଜ ବାଙ୍ଗିରିପୋଷିରେ ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ। ଯାଜପୁରରେ କଲେରା ଚିହ୍ନଟ ପରେ ସାମୁହିକ ସମାବେଶରେ ଭୋଜିଭାତ ଆୟୋଜନ ମନା। odiaxpress ଅନୁଗୁଳ କଣିହାଁରେ ଅଙ୍ଗନୱାଡି ଦିଦି ଖାଇଗଲେ ଛୁଆଙ୍କ ପୁଷ୍ଟିକର ଖାଦ୍ୟ। ମୟୁରଭଞ୍ଜ ଜିଲ୍ଲାରେ ବନ୍ଧୁକ ଲାଇସେନ୍ସ ଯାଞ୍ଚ ଢିଲା। ମୃତ ବ୍ୟକ୍ତିଙ୍କ ନାଁରେ ୧୬ ଲାଇସେନ୍ସ ନୟାଗଡ଼ ଗଣିଆରେ ସାଙ୍ଗର ଛାତିରେ ଛୁରି ଭୁସି ହତ୍ୟା କଲା ସାଙ୍ଗ। odiaxpress ଢେଙ୍କାନାଳ ସାରଙ୍ଗଧର ସେତୁ ବ୍ରିଜ ମରାମତି ବେଳେ ନଦୀରେ ଖସି ପଡ଼ି ଚାଲିଗଲା ଶ୍ରମିକଙ୍କ ଜୀବନ ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ୍ ଉପରେ ସିରିଜ୍ ଦୁର୍ଘଟଣା, କାର୍ ଧକ୍କାରେ ଏକାଧିକ ଆହତ। ସିଏସଆଇଆର ରେ ନିର୍ଦ୍ଦେଶକ ହେଲେ ଓଡିଆ ବୈଜ୍ଞାନିକ ଗୋପାଳକୃଷ୍ଣ ପାତ୍ର। ଆସନ୍ତା ୨୦ ତାରିଖରେ ମୋଦୀ ଆସିବେ ଓଡ଼ିଶା, ରୋଡ୍‌ ଶୋ କରିବେ। ପ୍ରମୁଖ ରାସ୍ତା ଗୁଡିକ ବନ୍ଦ ରହିବ। odiaxpress ଅକ୍ଟୋବର ୧୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି। ଅଗଷ୍ଟ ୨୮ରୁ ଦୁଲୀପ ଟ୍ରଫି ଆରମ୍ଭ ଭାରତୀୟ ରେଳବାଇରେ ଏବେ ସାଧାରଣ ବଗିରେ ମିଳିବ ଏସି କୋଚ୍‌ ଭଳି ସୁବିଧା। ବିଶ୍ଵ ଟେଷ୍ଟ ଚମ୍ପିଆନ ହୋଇଛି ଦକ୍ଷିଣ ଆଫ୍ରିକା। ଦୀର୍ଘ ୨୭ ବର୍ଷ ପରେ ଦଳ ଡବ୍ଲ୍ୟୁଟିସି ଜିତିଲା ଅଶୋଧିତ ତେଲ ବଢ଼ିଲା, ତେଲ କମ୍ପାନିଙ୍କ ବୋଝ ବଢ଼ିବ‌, ପେଟ୍ରୋଲ, ଡିଜେଲ ସହ ଖାଦ୍ୟ ଦାମ ବଢ଼ିବ ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁ ଆକାଶରେ ‘ଟ୍ରାଫିକ ଜାମ୍’, ଦୈନିକ ବଦଳୁଛି ଶହଶହ ବିମାନଙ୍କ ରୁଟ୍। ଇରାନର ପରମାଣୁ ମିସାଇଲ ଲଞ୍ଚ ପ୍ୟାଡ଼ ନଷ୍ଟ, ପ୍ରମୁଖ ସେନା ଅଧିକାରୀ ମୃତ, ୯ ବୈଜ୍ଞାନିକ ମୃତ, ଡ୍ରୋନ ତିଆରି କାରଖାନା ଧ୍ୱଂସ। ଇରାନକୁ ସମର୍ଥନ କରୁଛି ଚୀନ। ଇସ୍ରାଏଲ କୁ ସମର୍ଥନ କରୁଛି ଆମେରିକା ======================= ଆଜି ବିଶ୍ୱ ବୟସ୍କ ନିର୍ଯ୍ୟାତନା ସଚେତନତା ଦିବସ ବିଶ୍ୱ ବାୟୁ ଦିବସ ଆଜି ଜନ୍ମଦିନ: ସୁରେୟା, ଲକ୍ଷ୍ମୀ ମିତ୍ତଲ, ଆନ୍ନା ହଜାରେ, ହରିବାବୁ କମ୍ଭମପତି, ରାମଚନ୍ଦ୍ର ପଣ୍ଡା (ନେତା, ଗଞ୍ଜାମ), ଅଶୋକ ଷଡଙ୍ଗୀ (ବରିଷ୍ଠ ବ୍ୟାଙ୍କ ଅଧିକାରୀ, ସମ୍ବଲପୁର) ଇତିହାସରେ ଆଜି ଦିନ: (୧୯୦୮) କଲିକତା ଷ୍ଟକ ଏକ୍ସଚେଞ୍ଜ ଖୋଲିଲା/ (୧୮୪୬) ଆମେରିକା ଓ କାନାଡ଼ା ସୀମାରେଖା ଚିହ୍ନଟ ହେଲା/ (୧୮୭୮) ପ୍ରଥମ ଚଳନ୍ତି ଛବି କ୍ୟାମେରାରେ ରେକର୍ଡ ହେଲା ======================= *ଗଛ ବଞ୍ଚାନ୍ତୁ। କାଗଜ ନଷ୍ଟ କରନ୍ତୁ ନାହିଁ* *ବନ୍ଦେ ଉତ୍କଳ ଜନନୀ* 🪻🌻🪻

❤️ 👍 🙏 😮 13
News ଖବର ଆଜିର
6/15/2025, 4:36:14 PM

*ଓଡିଶା ରାଜ୍ୟକୁ ଶନି ଗ୍ରାସିଛି।ମୟୁରଭଞ୍ଜ, କୋରାପୁଟ ଓ ସୁନ୍ଦରଗଡ ଜିଲ୍ଲାରେ ବିଭିନ୍ନ ସ୍ଥାନର ଜଳାଶୟରେ ଅଘଟଣ ଘଟି ୫ ଜଣ ଯୁବକ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୟୂରଭଂଜ ଜିଲ୍ଲାରେ ୨ ଜଣ ଯୁବକ, କୋରାପୁଟ ଜିଲ୍ଲାରେ ଦୁଇ ଜଣ ଯୁବକ ଯୁବତୀ ଓ ରାଉରକେଲାରେ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି*

Post image
😢 6
Image
News ଖବର ଆଜିର
6/15/2025, 4:03:12 AM

*କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ସାତ ମୃତ। କେଦାରନାଥରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଗୌରୀକୁଣ୍ଡରେ ହେଲିକପ୍ଟର ଦୁର୍ଘଟଣା ଘଟିଛି* odiaxpress

Post image
😢 🙏 11
Image
News ଖବର ଆଜିର
6/14/2025, 12:33:26 PM

*ଇରାନ ଉପରେ ଇସ୍ରାଏଲ ଆକ୍ରମଣ ଲାଇଭ*

😮 👍 ❤️ 😢 7
Video
News ଖବର ଆଜିର
6/15/2025, 11:03:40 AM

*ଇସ୍ରାଏଲ ଆକ୍ରମଣରେ ଇରାନ ଲହୁଲୁହାଣ। କରୁଛି ପାଲଟା ଆକ୍ରମଣ*

👍 😮 🙏 5
Video
News ଖବର ଆଜିର
6/15/2025, 11:40:50 PM

*ଦେଶରେ ପୁଣି ଏକ ଦୁଃଖଦ ଦୁର୍ଘଟଣାରେ 30 ଜଣ ମରିଥିବା ସମ୍ଭାବନା। ସରକାରଙ୍କ ଉଦାସୀନତା ଓ ସରକାରୀ ଇଂଜିନିୟରଙ୍କ ମୂର୍ଖାମୀ ଯୋଗୁଁ ମହାରାଷ୍ଟ୍ରର ପୁନେର ଇନ୍ଦ୍ରାୟଣୀ ନଦୀ ଉପରେ ନିର୍ମିତ ପୋଲର ଅଧା ଭାଙ୍ଗି ପଡ଼ିବାରୁ ୩୦ ଜଣ ଲୋକ ନଦୀରେ ପଡ଼ି ନିଖୋଜ ହୋଇଛନ୍ତି । ଏଯାଏଁ କିଛିଟା ମୃତଦେହ ଉଦ୍ଧାର ହୋଇଛି*

Post image
😢 3
Image
News ଖବର ଆଜିର
6/15/2025, 4:39:21 PM

*ଢେଙ୍କାନାଳ ଜିଲ୍ଲା ଭୁବନରେ ମାଡ଼ିଲା ଡାଇରିଆ। ଜଣେ ମୃତ, ୪୧ ଆକ୍ରାନ୍ତ। ଡାଇରିଆରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ୪୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ସୂଚନା। ମୃତ ବ୍ୟକ୍ତି ଜଣଙ୍କ ଭୁବନ ଏନ୍ ଏ ସି ୱାର୍ଡ ନମ୍ବର ୧୨ ଦଳିତ ବସ୍ତିର କୃପାସିନ୍ଧୁ ମଳିକ। ସ୍ୱାସ୍ଥ୍ୟ ବିଭାଗ ଏହାକୁ ଖଣ୍ଡନ କରିଛନ୍ତି*

Post image
😢 3
Image
News ଖବର ଆଜିର
6/15/2025, 12:43:41 AM

*ଆଜିର ରାଶିଫଳ, 15 ଜୁନ 2025, ରବିବାର* ମେଷ ରାଶି: ଆଜି ଅଳ୍ପ ବ୍ୟସ୍ତ ରହିପାରନ୍ତି। ଏହା ପଛରେ ଧନ ଖର୍ଚ୍ଚ ମଧ୍ୟ ହେବ। ସରକାରୀ କାମରେ ସଫଳତା ମିଳିବ। ଦୂରରେ ରହୁଥିବା ପରିଜନମାନଙ୍କ ଶୁଭ ସମାଚାର ମିଳିପାରେ। ପର୍ଯ୍ୟଟନର ସମ୍ଭାବନା ଅଛି। ଅବିବାହିତମାନଙ୍କ ପାଇଁ ବିବାହର ଯୋଗ ଅଛି। ଆଜି ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିବ। ଜୀବନରେ ପ୍ରେମ ଏବଂ ଆନନ୍ଦ ବଢ଼ିବ। ସାମାଜରେ ଆପଣଙ୍କୁ ଯଶ-କୀର୍ତ୍ତି ମିଳିବ। ବ୍ୟାପାରରେ ଲାଭ ହେବ। ପର୍ଯ୍ୟଟନର ଆୟୋଜନ ଆପଣ କରିବେ। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ବୃଷ ରାଶି: ଜଗନ୍ନାଥଙ୍କର ଆଶୀର୍ବାଦ ସହିତ ଆପଣ ନୂଆ କାର୍ଯ୍ୟଗୁଡ଼ିକର ପ୍ରାରମ୍ଭ କରି ପାରିବେ। ଚାକିରିରେ ଥିବା ଲୋକମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ। ଆୟ ବୃଦ୍ଧି କିମ୍ବା ପଦୋନ୍ନତିର ଯୋଗ ଅଛି। ସରକାରୀ ଲାଭର ଆଶା ରଖିପାରନ୍ତି। ଗୃହସ୍ଥ ଜୀବନରେ ସୁଖ- ଶାନ୍ତି ରହିବ। ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ଆପଣଙ୍କ ଉତ୍ସାହ ବଢ଼ାଇବ। ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ରହିବ। ସରକାରଙ୍କର ତରଫରୁ ଲାଭ ପ୍ରାପ୍ତ କରି ପାରିବେ। ଆଜି ଆପଣଙ୍କ ମନ ଶାନ୍ତ ରହିବ ଏବଂ ସ୍ଵାସ୍ଥ୍ୟ ଉତ୍ତମ ରହିବ। ପାରିବାରିକ ଜୀବନରେ ସୁଖ-ଶାନ୍ତି ଅନୁଭବ କରିବେ। ବ୍ୟାବସାୟରେ ଆପଣଙ୍କୁ ଯଶ ମିଳିବ। ଆପଣଙ୍କ କାର୍ଯ୍ୟ ପ୍ରତ୍ୟେକଙ୍କ ତରଫରୁ ପ୍ରଶଂସା ହେବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠାରେ ବୃଦ୍ଧି ହେବ। ====================== *ମାଗଣାରେ ଟିଭି ଦେଖନ୍ତୁ* https://play.google.com/store/apps/details?id=com.app.tvzone ====================== ମିଥୁନ ରାଶି: ଦିନ ସମୟରେ ଆପଣଙ୍କୁ ଟିକେ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ଶରୀରରେ ଫୂର୍ତ୍ତିର ଅଭାବ ରହିପାରେ। ପରିଣାମସ୍ଵରୂପ ନିର୍ଦ୍ଧାରିତ କାମ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହୋଇପାରେ। ମାନସିକ ବ୍ୟଗ୍ରତା ଅନୁଭବ କରିପାରନ୍ତି। ଉଚ୍ଚ ପଦାଧିକାରିମାନଙ୍କ ସହିତ ବାଦ-ବିବାଦରେ ନ ପଡ଼ିବାକୁ ଉପଦେଶ। ପ୍ରତିଦ୍ୱନ୍ଦ୍ୱୀ ମାନଙ୍କଠାରୁ ସଚେତନ ରୁହନ୍ତୁ। ଆଜିର ଦିନ ମିଶ୍ରିତ ଫଳଦାୟୀ ରହିବ। ସ୍ଵାସ୍ଥ୍ୟରେ କିଛି ପରିବର୍ତ୍ତନନ ଆସିପାରେ। ଧନର ଅଧିକ ବ୍ୟୟ ହୋଇପାରେ। ସନ୍ତାନର ଭବିଷ୍ୟତର ଚିନ୍ତା ରହିବ। ଆପଣଙ୍କ କାର୍ଯ୍ୟରେ ସଫଳତା ଦୃଷ୍ଟିଗୋଚର ହେବାରରୁ ଆପଣଙ୍କ ମନ ପ୍ରସନ୍ନ ରହିବ। କର୍କଟ ରାଶି: କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଆଜି ନିୟନ୍ତ୍ରଣ ରଖିବାକୁ ବହୁତ ଆବଶ୍ୟକ ଅଟେ। ଖାଇବା ପିଇବାର ଧ୍ୟାନ ଯଦି ନ ରଖିବେ ତେବେ ସ୍ଵାସ୍ଥ୍ୟ ଖରାପ ହେବାର ପୂରା ସମ୍ଭାବନା ଅଛି। ପରିଜନମାନଙ୍କସହିତ ବିବାଦର ସ୍ଥିତି ହୋଇପାରେ, ସଚେତ ରୁହନ୍ତୁ। ଆଜି ନୂଆ କାମର ପ୍ରାରମ୍ଭ ନ କରିବା ପାଇଁ ଉପଦେଶ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ଆଜିର ଦିନ ମନକୁ ଶାନ୍ତ ଏବଂ ପ୍ରଫୁଲ୍ଲିତ ରଖିବା ପାଇଁ ଈଶ୍ଵରଙ୍କର ନାମ ସ୍ମରଣ ଏକମାତ୍ର ଉପାୟଅଟେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅନୈତିକ କୃତ୍ୟ ଏବଂ ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। ଆର୍ଥିକ ଅସୁବିଧା ହୋଇପାରେ। ସିଂହ ରାଶି: ଜୀବନ ସହିତ ସୌମ୍ୟତା ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟାପାରରେ ଭାଗିଦାରୀ ସହିତ ସମ୍ବନ୍ଧ ଖରାପ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଏବଂ ବ୍ୟବହାରକୁ ଆଜି ସଂତୁଲିତ ରଖିବାର ଆବଶ୍ୟକତା ଅଛି। କିଛି ଲୋକମାନଙ୍କର ସହିତ ସାକ୍ଷାତକରି ଦିନ ଆନନ୍ଦଦାୟକ ରହିବ। ଆଜି ଆପଣଙ୍କୁ ମନୋରଞ୍ଜନର ଭରପୂର ସାଧନ ଉପଲବ୍ଧ ହେବ। ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କ ସହିତ ଆନନ୍ଦର ସମୟ ବିତାଇବେ। ପର୍ଯ୍ୟଟନର ମଧ୍ୟ ସମ୍ଭାବନା ଅଛି। ମଧ୍ୟାହ୍ନ ପରେ ଅଧିକ ବିଚାର କାରଣରୁ ମାନସିକ ରୂପରେ ଆପଣ ଅସୁବିଧା ଭୋଗି ପାରନ୍ତି। କନ୍ୟା ରାଶି: ଆଜି ଆପଣଙ୍କୁ ହରେକ ମାମଲାରେ ଅନୁକୂଳତାର ଅନୁଭବ ହେବ। ଘରେ ସୁଖ-ଶାନ୍ତି ସ୍ଥାପିତ ହେବ, ଏହାଦ୍ୱାରା ମନ ପ୍ରସନ୍ନ ରହିବ। ସୁଖପ୍ରଦ ଘଟଣା ଘଟିବ। ସ୍ଵାସ୍ଥ୍ୟ ଭଲ ରହିବ। ରୋଗୀ ବ୍ୟକ୍ତିମାନଙ୍କର ସ୍ଵାସ୍ଥ୍ୟରେ ସୁଧାର ହେବ। ଆର୍ଥିକ ଲାଭ ପ୍ରାପ୍ତିର ଆଶା ଅଛି। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସମସ୍ତଙ୍କର ସହଯୋଗ ମିଳିବ। ପ୍ରତିଦ୍ୱନ୍ଦିମାନଙ୍କଠାରୁ ସଫଳତା ମିଳିବ। ଆଜି ଜଗନ୍ନାଥଙ୍କର ବିଶେଷ କୃପା ପ୍ରାପ୍ତି ହେବ। ଆଜିର ଦିନ ଆପଣଙ୍କପାଇଁ ଶୁଭ ଅଟେ। କାର୍ଯ୍ୟରେ ସଫଳତା ମିଳିବାରରୁ ଆଜି ଆପଣ ଆନନ୍ଦିତ ରହିବେ। ଆପଣଙ୍କ ଯଶ କୀର୍ତ୍ତିରେ ବୃଦ୍ଧି ହେବ। ପରିବାରର ବାତାବରଣ ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ପ୍ରଫୁଲ୍ଲିତ ଅନୁଭବ କରିବେ। ତୁଳା ରାଶି : ଆଜି ଆପଣ ନିଜର ପସନ୍ଦର ବିଷୟ ଉପରେ ଏବଂ ଅଧିକ ସୂଚନା ଏକାଠି କରିବାକୁ ପ୍ରୟାସ କରିବେ। ଆପଣଙ୍କ କଳ୍ପନା ଏବଂ ସୃଜନଶକ୍ତିର ପ୍ରଗତିରେ ସନ୍ତୋଷ ଅନୁଭବ କରିବେ। ବ୍ୟର୍ଥ ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ନ ପଡ଼ିବାପାଇଁ ଉପଦେଶ। ସ୍ଵାସ୍ଥ୍ୟ ର ମାମଲାରେ ପାଚନତନ୍ତ୍ର ସମ୍ବନ୍ଧିତ ସମସ୍ୟା ହୋଇପାରେ। ପ୍ରିୟ ବ୍ୟକ୍ତିଙ୍କ ସହିତ ମିଳନ-ସାକ୍ଷାତ ସୁଖଦ ରହିବ। ଲେଖନୀକାର୍ଯ୍ୟ ଏବଂ ସୃଜନାତ୍ମକ ପ୍ରବୃତ୍ତି ପାଇଁ ଆଜିର ଦିନ ଶୁଭଅଟେ। ବୌଦ୍ଧିକ ଚର୍ଚ୍ଚାରେ ଲାଭ ନେବା ପାଇଁ ମଧ୍ୟ ଆଜି ଆପଣ ଭାବି ପାରନ୍ତି। ବୌଦ୍ଧିକ ଚର୍ଚ୍ଚାରେ ଭାଗ ନେବାରେ ଆପଣଙ୍କୁ ସଫଳତା ମିଳିବ। ବିଚ୍ଛା ରାଶି : ମାନସିକ ଏବଂ ଶାରୀରିକ ଆଳସ୍ୟ ହୋଇପାରେ। ପରିବାରରେ ବଡ଼ ମନମାଳିନ୍ୟ ନ ହେଉ, ଏହାର ଧ୍ୟାନ ରଖିବେ। ମାତାଙ୍କର ସ୍ଵାସ୍ଥ୍ୟ ଖରାପ ହୋଇପାରେ। ଆର୍ଥିକ କ୍ଷତିଗ୍ରସ୍ତ ଏବଂ ସାର୍ବଜନିକ ଜୀବନରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ। ଜମି, ବାହନ ଆଦିର ସଉଦା କରିବା କିମ୍ବା ତାହାର କାଗଜପତ୍ର ବନାଇବାରୁ ଆଜି ଦୂରରେ ରହିବାକୁ ଉପଦେଶ। ମହିଳାବର୍ଗଙ୍କଠାରୁ ତଥା ପାଣିରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ସାବଧାନ ରୁହନ୍ତୁ, ଲାଭ ହେବ। ଆଜି ଆପଣଙ୍କ ଦିନ ଶୁଭଫଳଦାୟୀ ଅଟେ। ଆର୍ଥିକ ମାମଲାର ଆୟୋଜନ ହେବ। ବସ୍ତ୍ରାଭୂଷଣ ଏବଂ ସୌନ୍ଧର୍ଯ୍ୟ ଦ୍ରବ୍ୟ ପଛରେ ଅର୍ଥ ଖର୍ଚ୍ଚ ହେବ। ମାତାଙ୍କଠାରୁ ଲାଭ ହେବ। ମଧ୍ୟାହ୍ନ ପରେ ବିଚାରରେ ଶୀଘ୍ର ପରିବର୍ତ୍ତନ ଆସିବ। ଧନୁ ରାଶି : ଆଜି ଆପଣ ନିଜର ପସନ୍ଦ ବିଷୟ ଗୁଡ଼ିକ ଅଧିକ ଖୋଜିବେ। ଆପଣଙ୍କ ମନ ଶାନ୍ତ ଏବଂ ପ୍ରସନ୍ନ ରହିବ। ଭାଇ- ଭଉଣୀମାନଙ୍କ ସହିତ ଅଧିକ ମିଳାମିଶା ରହିବ। ନୂଆ କାମର ପ୍ରାରମ୍ଭ ଆଜି କରିପାରନ୍ତି। ବନ୍ଧୁମାନଙ୍କ ତଥା ମିତ୍ରମାନଙ୍କ ଆପଣଙ୍କ ପାଖକୁ ଆଗମନ ହେବାରେ ଆନନ୍ଦ ଅନୁଭବ ହେବ। ଭାଗ୍ୟ ବୃଦ୍ଧିର ସୁଯୋଗ ମିଳିବ। ଆପଣ ଆନନ୍ଦିତ ଅନୁଭବ କରିବେ। ପରିଜନମାନଙ୍କ ସହିତ ପାରିବାରିକ ପ୍ରଶ୍ନର ଚର୍ଚ୍ଚାର ଆୟୋଜନ ହୋଇପାରେ। ଆଜି ଭାଗ୍ୟବୃଦ୍ଧିର ଯୋଗ ଅଛି। ମହିଳାମାନଙ୍କ ପଛରେ ଧନ ବ୍ୟୟ ହୋଇପାରେ। ମକର ରାଶି : ନିୟନ୍ତ୍ରିତ ବାଣୀ ଆପଣଙ୍କୁ ବହୁତ ଅସୁବିଧାରୁ ବଞ୍ଚାଇବ। ଏଥିପାଇଁ ବିଚାରକରି କଥାହେବେ। କୁଟୁମ୍ବମାନଙ୍କ ସହିତ ଭୁଲ ବୁଝାବଣା ସୃଷ୍ଟି ନହେଉ ଏହାର ଧ୍ୟାନ ରଖିବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ଶେୟାର-ସଟ୍ଟା ପ୍ରବୃତ୍ତି ଗୁଡ଼ିକରେ ପୁଞ୍ଜି ନିବେଶ ପାଇଁ ଆୟୋଜନ ହେବ। ଗୃହଣୀଙ୍କର ମାନସିକ ଅସନ୍ତୋଷର ଭାବନା ଅନୁଭବ କରିପାରନ୍ତି। ବିଦ୍ୟାର୍ଥିମାନଙ୍କ ପାଇଁ ଅଧ୍ୟୟନରେ ମନ କମ ଲାଗିବ। ଆଜି ଧାର୍ମିକ ବିଚାର ସହିତ ଧାର୍ମିକ କାର୍ଯ୍ୟ ଉପରେ ମଧ୍ୟ ଖର୍ଚ୍ଚ ହେବ। ଅଧିକ ବାଦ-ବିବାଦରେ ପରିବାରର ବାତାବରଣ ଖରାପ ହୋଇପାରେ। ପରିଜନମାନଙ୍କ ତରଫରୁ ଆପଣଙ୍କୁ ଅସୁବିଧା ହୋଇପାରେ। ମଧ୍ୟାହ୍ନ ପରେ ଆପଣଙ୍କ ମନ ଚିନ୍ତାମୁକ୍ତ ହେବ। କୁମ୍ଭ ରାଶି : ଶାରୀରିକ ଏବଂ ମାନସିକ ରୂପରେ ସ୍ଵସ୍ଥତା ଏବଂ ସତେଜ ରହିବ। ଆର୍ଥିକ ଦୃଷ୍ଟିରୁ ଆପଣଙ୍କ ଦିନ ଲାଭଦାୟୀ ରହିବ। ବନ୍ଧୁମାନଙ୍କ ତଥା ମିତ୍ରମାନଙ୍କ ସହିତ ସୁରୂଚିପୂର୍ଣ୍ଣ ଭୋଜନର ଆନନ୍ଦ ନେବେ। ପର୍ଯ୍ୟଟନର ମଧ୍ୟ ଆୟୋଜନ ହେବ। ଆଜି ଆପଣ ଚିନ୍ତନ ଶକ୍ତି ଏବଂ ଆଧ୍ୟାତ୍ମିକ ଶକ୍ତିର ପ୍ରଭାବକୁ ବୁଝି ପାରିବେ। ନକାରାତ୍ମକ, ବିଚାରକୁ ଦୂରରେ ରଖିବାରେ ଲାଭ ହେବ। ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବ। ଗଭୀର ଚିନ୍ତନଶକ୍ତି ଏବଂ ଆଧ୍ୟାତ୍ମିକତା ଦୁଇଟିରେ ଆପଣଙ୍କ ମନ ବୁଡ଼ି ରହିବ। ନକାରାତ୍ମକ ବିଚାରକୁ ମନରୁ ବାହାର କରନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମୀନ ରାଶି : ଆଜି ଆପଣ ଏକାଗ୍ରତା ଅନୁଭବ କରିବେ। ନିଜର କାମକୁ ଭଲ ଭାବରେ କରିବାର ପ୍ଲାନିଂଗ କରିପାରନ୍ତି। ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଖର୍ଚ୍ଚ ହେବ। କଚେରୀର କାମରେ ଅତ୍ୟଧିକ ସାବଧାନ ରହିବାର ଆବଶ୍ୟକତା ଅଛି। ବାଣୀ ଉପରେ ନିୟନ୍ତ୍ରଣ ରଖି ଫାଲତୁ ଝଗଡ଼ାରୁ ବଞ୍ଚନ୍ତୁ। ଅଳ୍ପକାଳୀନ ଲାଭରୁ ଲୋଭ ଭାରୀ ପଡ଼ିପାରେ। କାହା ସହିତ ଧନ ସମ୍ବନ୍ଧିତ ବ୍ୟବହାର ନ କରିବା ତଥା କୌଣସି ବିବାଦରେ ନ ପଡ଼ିବା ପାଇଁ ଉପଦେଶ। ମନ ଏକାଗ୍ର କରିବାର ପ୍ରୟାସ କରନ୍ତୁ। ଆଜି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ।

👍 ❤️ 🙏 😢 8
News ଖବର ଆଜିର
6/14/2025, 7:21:37 AM

*English News* https://whatsapp.com/channel/0029VaAwohkDeOMx7FbXbM2C

Link copied to clipboard!