News ଖବର ଆଜିର
January 24, 2025 at 01:32 AM
*ଖବର ଆଜିର, ୨୪ ଜାନୁଆରୀ, ଶୁକ୍ରବାର*
=======================
ରାଜ୍ୟରେ ଆରମ୍ଭ ହୋଇଗଲା ଗରମ ଦିନ। ଅନେକ ସହରରେ ତାପମାତ୍ରା ୩୫ ଡିଗ୍ରୀ
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଶିକ୍ଷାବିଭାଗର ପରାମର୍ଶ। ୭ ଘଣ୍ଟା ସୁଅ, ୮ରୁ ୧୦ ଘଣ୍ଟା ପଢ଼। ପୂର୍ବ ପାଠକୁ ୩୦ ମିନିଟ ରିଭିଜନ କର।
ଜାନୁଆରୀ ୩୧ରେ ସରୁଛି ଇ-କେଓ୍ବାଇସି ଦାଖଲ, ତା ପୂର୍ବରୁ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ଫେରାନ୍ତୁ ବୋଲି ସରକାରଙ୍କ ନିବେଦନ
ପୁରୀ ଶ୍ରୀମନ୍ଦିର ସୁରକ୍ଷା ବାରମ୍ବାର ଫେଲ। ଏବେ ବାହାରେ ୱାଚ ଟାୱାର ଲଗାଯିବ, ଡ୍ରୋନ ଉପରେ ରଖାଯିବ ନଜର
ଚାଷୀମାନଙ୍କୁ ହଇରାଣ କରନ୍ତୁ ନାହିଁ ବୋଲି ସରକାର ବାରମ୍ବାର ଅନୁରୋଧ କଲେବି ମାନୁନାହାନ୍ତି ମିଲ ମାଲିକ। ଧାର୍ଯ୍ୟରୁ ୫୦% ବି ଧାନ ଉଠିନାହିଁ।
ବିଶୃଙ୍ଖଳିତ ବିଧାୟକଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଧାନସଭା ଗୃହରେ ଶୃଙ୍ଖଳା ବନ୍ଧ ଡେଇଁଲେ ହେବ କଡ଼ା ଆକ୍ସନ
ସୁଭଦ୍ରା ମାଗଣା ଟଙ୍କା ଯୋଜନାରେ ୫ ହଜାର ପୁରୁଷ ଆବେଦନ କରିଛନ୍ତି ବୋଲି ସୂଚନା
ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସ ଅସୁରକ୍ଷିତ। ସନ୍ଧ୍ୟା ହେଲେ ଖୋଲାଖୋଲି ଚାଲିଛି ମଦ, ଗଞ୍ଜେଇ। ଦିନସାରା ଅସାମାଜିକଙ୍କ ପ୍ରବେଶ
କଟକରେ ଜାନୁଆରୀ ୨୬ରୁ ତୃତୀୟ ବାରବାଟି ଶିଶିର ମେଳା, ୧୧ ଦିନ ଧରି ଚାଲିବ।
ଗଞ୍ଜାମ ଜିଲ୍ଲାରେ ୧୧ଜଣ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି, ତୁରନ୍ତ ଧାନ ଉଠାଇବାକୁ ତାଗିଦ
କଟକରୁ ନିଆଳି ମାଧବକୁ ଚଳାଚଳ କଲା ‘ମୋ ବସ୍’, ପ୍ରତିଦିନ ୮୪ ନମ୍ବର ରୁଟ୍ରେ ଚାଲିବ।
ଭୁବନେଶ୍ଵରର ରାଜମହଲ ଓ ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ୨ଟି ମୋ ବସ ଓ ଦୁଇଟି କାର ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ
ବାଲେଶ୍ବର ଜିଲ୍ଲା ବାରମାଇଲ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ, ବ୍ରାଉନସୁଗାର ଜବତ
ଯାଜପୁର ଜିଲ୍ଲା ଷଠିପୁର ନିକଟ ୧୬ ନଂ ଜାତୀୟ ରାଜପଥରେ ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ହାଇୱା, ଜଣେ ମୃତ, ୨ ଗୁରୁତର
ଯାଜପୁର ବରୀ ବାଲିଆ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରୀ ଅସଦାଚରଣ ମାମଲାରେ ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ।
ଓଡିଶା-ଛତିଶଗଡ଼ ସୀମା ବିଜାପୁରରେ ରେ ମାଓ କ୍ୟାମ୍ପ ଠାବ, ପଥର ଖୋଲରେ ଚାଲିଥିଲା ବନ୍ଧୁକ ତିଆରି।
ଲାଉଡସ୍ପିକର ବ୍ୟବହାର କୌଣସି ଧର୍ମର ଆବଶ୍ୟକ ଅଂଶବିଶେଷ ନୁହେଁ : ବମ୍ବେ ହାଇକୋର୍ଟ।
୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ 'ସିନେମା ଅନୁଜା’ ଏବେ ଓସ୍କାର ଦୌଡ଼ରେ।
ମହାକୁମ୍ଭର ଏକାଦଶ ଦିନରେ ସଙ୍ଗମରେ ବୁଡ଼ ପକେଇଲେଣି ୧୦ କୋଟି ଶ୍ରଦ୍ଧାଳୁ।
ମହାରାଷ୍ଟ୍ର ଟ୍ରେନ୍ ଦୁର୍ଘଟଣାରେ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି
ଅଷ୍ଟମ ବେତନ ଆୟୋଗ ଦ୍ୱାରା ସର୍ବନିମ୍ନ ପେନ୍ସନ୍ ୯ ହଜାରରୁ ବଢି ହେବ ୨୫,୭୪୦ ଟଙ୍କା !
ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରୁଛି ନକଲି କାହାଣୀ – କହିଲେ ୧୩ ଦେଶର ନିର୍ବାଚନ ପରିଚାଳନା ଅଧିକାରୀ।
ଡି ଗୁକେଶ ଭାରତର ନମ୍ୱର ୧ ଚେସ୍ ଖେଳାଳି, ଲାଇଭ୍ ରେଟିଂରେ ଅର୍ଜୁନ୍ ଏରିଗାଇସିଙ୍କୁ ପକାଇଲେ ପଛରେ।
ଫେବ୍ରୁଆରୀ ୨୦ ପରେ ଜନ୍ମିତ ଭାରତୀୟ ପିଲାଙ୍କୁ ମିଳିବିନି ଆମେରିକା ନାଗରିକତା। ଆଗତୁରା ଛୁଆ ଜନ୍ମ କରିବାକୁ ଆମେରିକା ହସପିଟାଲରେ ଭିଡ଼
ଭାରତ ସୀମାରେ ବଙ୍କର ତିଆରି କରୁଛି ବାଂଲାଦେଶର ବର୍ଡର ଗାର୍ଡ୍ସ
=======================
ଆଜି ଜାତୀୟ ଶିଶୁକନ୍ୟା ଦିବସ
ଅନ୍ତର୍ଜାତୀୟ ଶିକ୍ଷା ଦିବସ
ଆଜି ଜନ୍ମଦିନ: କର୍ପୂରୀ ଠାକୁର, ସୁଭାଷ ଘାଇ, ରିୟା ସେନ
ଆଜି ତିରୋଧାନ: ହୋମି ଜାହାଙ୍ଗୀର ଭାବା, ପଣ୍ଡିତ ଭୀମସେନ ଯୋଶୀ
ଇତିହାସରେ ଆଜି: (୧୮୫୭) କଲିକତା ବିଶ୍ୱବିଦ୍ୟାଳୟ ସ୍ଥାପନ/ (୧୯୩୯) ଚିଲି ଭୁକମ୍ପରେ ୫୦,୦୦୦ ମୃତ/ (୧୯୫୦) ଜାତୀୟ ସଙ୍ଗୀତର ମାନ୍ୟତା ପାଇଲା ଜନଗଣ ମନ/ (୧୯୫୧) ପ୍ରେମ ମାଥୁର ହେଲେ ପ୍ରଥମ ମହିଳା ପାଇଲଟ/ (୧୯୫୨) ବମ୍ବେରେ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ/ (୨୦୦୦) ଦଳିତଙ୍କ ପାଇଁ ରାଜନୀତିରେ ଆରକ୍ଷଣ ଦଶବର୍ଷ ପାଇଁ ବଢିଲା
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
#odiaxpress
👍
❤️
🙏
13