News ଖବର ଆଜିର
January 25, 2025 at 01:25 AM
*ଖବର ଆଜିର, ୨୫ ଜାନୁଆରୀ, ଶନିବାର* ======================= ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନ ସମୟର ଥଣ୍ଡା ଆଉ ନାହିଁ। ବିଭିନ୍ନ ଜିଲ୍ଲାକୁ ରାତ୍ରିକାଳୀନ ଘନ କୁହୁଡି ସତର୍କ ସୂଚନା। କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ .୨ଡିଗ୍ରୀ। ବଜେଟ୍‌ ପୂର୍ବ ସମୀକ୍ଷା ପରେ ସରକାରଙ୍କ ସୂଚନା, ଚଳିତ ବର୍ଷ ଦିଆଯିବ ୪୦ ହଜାର ଚାକିରୀ ରାଜ୍ୟରେ ଆବାସ ସର୍ଭେ ଆରମ୍ଭ। ସବୁ ହିତାଧିକାରୀଙ୍କୁ ଘର ଦେବୁ ବୋଲି କହିଲେ ମନ୍ତ୍ରୀ ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଫେବ୍ରୁଆରି ୨ରୁ ଅନ୍‌ଲାଇନ୍‌ ଟିକେଟ, ୫-୬ ତାରିଖରେ କାଉଣ୍ଟର ଟିକେଟ୍‌ ଫେବ୍ରୁଆରୀ ୧ ରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ନୂଆ ନିୟମ, କେବଳ ଅନ୍‌ଲାଇନ ଆବେଦନକାରୀଙ୍କୁ ମିଳିବ ଅନୁମତି ପୁରୀ ଶ୍ରୀମନ୍ଦିରକୁ ସୁପ୍ରିମକୋର୍ଟ ନୋଟିସ। ୫ବର୍ଷ ପୂର୍ବେ ଭିନ୍ନକ୍ଷମଙ୍କ ପାଇଁ ହ୍ବିଲ୍‌ ଚେୟାର କରିବାକୁ କହିଥିଲେ। ମଣ୍ଡିରେ ଧାନବିକ୍ରି ଯନ୍ତ୍ରଣା । କଟକ ନିଆଳିରେ ରାସ୍ତା ଉପରେ ଧାନ ପୋଡ଼ିଲେ ଚାଷୀ ରାଜଧାନୀରେ ପରିବା ଶସ୍ତା। ୟୁନିଟ ୧ ମାର୍କେଟରେ ଟମାଟୋ କିଲୋ ୧୫, ବାଇଗଣ ୨୦, ଗାଜର ୨୦, କାକୁଡି ୩୦, ବିନସ ୪୦, କୋବି ଗୋଟା ୨୦, ଶିମ୍ବ ୩୦, ମଟର କିଲୋ ୩୦ ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଜବାହର ନବୋଦୟ ବିଦ୍ୟାଳୟରେ ଝାଡାବାନ୍ତି, ଶତାଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ଭାରସାମ୍ୟ ହରାଇ ଓଲଟିଲା ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ କାର। ନିଜେ ଓ ପରିବାର ସଦସ୍ୟ ଆହତ ବଲାଙ୍ଗିରର ଆଡେନ ଡୁଙ୍ଗରୀ ପାହାଡ଼କୁ ବିସ୍ଫୋରକ ଲଗାଇ ଫଟା ଯାଉଛି, କ୍ରସର ଲାଗିଛି। କୌଣସି ଅନୁମତି ନାହିଁ, ମାଟିରେ ମିଶିଵ ପାହାଡ଼ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଓ ପରିବାର ସଦସ୍ୟଙ୍କ ନାମରେ ଢେଙ୍କାନାଳରେ ପଚାଶ ଏକର ଜମି ଫଇସଲା କଲେ ସ୍ଥାନୀୟ ତହସିଲଦାର, ସାଧାରଣରେ ଚର୍ଚ୍ଚା ଭୁବନେଶ୍ବର-ପୁରୀ ବାଇପାସ୍ ଲିଙ୍ଗିପୁର ଟ୍ରାଫିକ୍‌ ପାଖରେ ମଧ୍ୟରାତ୍ରୀ ଦୁର୍ଘଟଣାରେ ଜଣେ ମୃତ, ଚାରି ଗୁରୁତର କ୍ୟାପିଟାଲ ହସ୍ପିଟାଲରେ ଭୁବନେଶ୍ବର ଶ୍ରୀରାମପୁର ସ୍ଥିତ ଏସବିଆଇ ଏଟିଏମକୁ ଦୁର୍ବୃତ୍ତ ତାଡି ନେଇଛନ୍ତି। ରାଉରକେଲା ବନ୍ଧମୁଣ୍ଡା ତିଲକନଗର ଆଚାର୍ଯ୍ୟ ହରିହର ସ୍କୁଲରେ ଝାଡୁ ପାଇଁ ଟଙ୍କା ନାହିଁ, ବିଧାୟକଙ୍କୁ କହିଲେ ଶିକ୍ଷୟତ୍ରୀ ରାୟଗଡା ଲକ୍ଷ୍ମୀପୁର ନାରାୟଣ ପାଟଣାସ୍ଥିତ ଲେମନ ଗ୍ରାସ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା କେନ୍ଦୁଝର ହରିଚନ୍ଦନପୁର ରେଳଲାଇନ୍‌ରୁ ଏମ୍‌ସିଏ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ନାମ ନମ୍ରତା ଛତିଶଗଡ଼ କୁଲାରିଘାଟ ଜଙ୍ଗଲରେ ପୁଲିସ ଗୁଳିରେ ନିହତ ମାଓବାଦୀଙ୍କ ଭିତରେ କଟକ ଜିଲା ନିଆଳି ଥାନା କୁଲାଶ୍ରୀ ଗାଁର ଆଲୋକ ଜିଏସଟି ବିଭାଗ ପାଗଳାମୀ। ଗୁଜୁରାଟୀ ଦିନ ମଜୁରିଆ‌କୁ ଦୁଇ କୋଟି ଟଙ୍କାର ନୋଟିସ ଦେଇଛି ବେଙ୍ଗାଲୁରୁ ଜିଏସ୍‌ଟି ବିଭାଗ ଉତ୍ତରକାଶୀରେ ଦୁଇ-ଦୁଇ ଥର ଭୂକମ୍ପ, ବରୁଣାବତ ପର୍ବତରୁ ଖସିଲା ପଥର ୨୦୨୫ରେ ହେବ ୨ଟି ଚନ୍ଦ୍ରଗ୍ରହଣ, କିନ୍ତୁ ଭାରତରେ ଦେଖାଯିବ ଗୋଟିଏ ହିମାଚଳରେ ଗଞ୍ଜେଇ ଚାଷକୁ ଅନୁମତି। ଲୋକଙ୍କୁ ମାଗଣା ଯୋଜନା ଦେଇ କାଙ୍ଗାଳ ହେଲାପରେ ଏପରି ପଦକ୍ଷେପ ବୋଲି ଚର୍ଚ୍ଚା ଜୋତା, କମ୍ବଳ, ଶାଢି କିମ୍ବା ୧୧ ଶହ ଟଙ୍କା ନେଇ ଭୋଟ୍ ବିକ୍ରି କରନ୍ତୁ ନାହିଁ, ଦିଲ୍ଲୀବାସୀଙ୍କୁ କେଜ୍ରିଓ୍ବାଲଙ୍କ ନିବେଦନ ଅମୁଲ ପକ୍ଷରୁ କ୍ଷୀର ମୂଲ୍ୟ ହ୍ରାସ କରାଯାଇଛି। ସାରା ଦେଶରେ ୧ ଲିଟର କ୍ଷୀର ପିଛା କମ୍ପାନୀ ୧ ଟଙ୍କା କମାଇଛି ଟ୍ରମ୍ପଙ୍କ ଶପଥ ଗ୍ରହଣରେ ଦେଖାଗଲା ଖଲିସ୍ତାନୀ ଆତଙ୍କୀ ପନ୍ନୁ। ଭାରତ ଚିନ୍ତାରେ ଆଦାନୀ ଗ୍ରୀନ୍‌ ସହ ଶ୍ରୀଲଙ୍କା ରଦ୍ଦ କଲା ଡିଲ୍, ନେବନାହିଁ ବିଦ୍ୟୁତ। ହ୍ରାସ ପାଇଲା କମ୍ପାନୀର ସେୟାର ଆମେରିକାରେ ୫୩୮ ବେଆଇନ ଅନୁପ୍ରବେଶକାରୀ ଗିରଫ ======================= ଆଜି ଜାତୀୟ ଭୋଟର ଦିବସ ଆଜି ଜନ୍ମଦିନ: କବିତା କ୍ରିଷ୍ଣାମୂର୍ତ୍ତି, ଚେତେଶ୍ୱର ପୂଜାରା, ପ୍ୟାରୀ ମହାପାତ୍ର ଆଜି ତିରୋଧାନ: ବିଜୟା ରାଜେ ସିନ୍ଧିଆ ଇତିହାସରେ ଆଜି: (୧୫୬୫) ତେଲିକୋଟା ଯୁଦ୍ଧରେ ବିଜୟନଗର ସାମ୍ରାଜ୍ୟ ଧ୍ୱଂସ/ (୧୭୫୫) ମସ୍କୋ ବିଶ୍ୱବିଦ୍ୟାଳୟ ସ୍ଥାପନ/ (୧୮୮୦) ଭାରତୀୟ ବ୍ରାହ୍ମ ସମାଜ ସ୍ଥାପନ/ (୧୯୭୧) ହିମାଚଳ ହେଲା ସମ୍ପୂର୍ଣ୍ଣ ପ୍ରଦେଶ/ (୧୯୭୫) ବାଙ୍ଗଲାଦେଶ ରାଷ୍ଟ୍ରପତି ହେଲେ ମୁଜିବୁର ରେହମାନ ======================= *ବନ୍ଦେ ଉତ୍କଳ ଜନନୀ* 🪻🌻🪻 #odiaxpress
👍 ❤️ 🙏 13

Comments