News ଖବର ଆଜିର
January 26, 2025 at 01:23 AM
*ଖବର ଆଜିର, ୨୬ ଜାନୁଆରୀ, ରବିବାର*
=======================
ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି। ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି , କେନ୍ଦୁଝର, ଦେଓଗଡ ଏବଂ ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
ପ୍ରଥମଥର ଓଡିଶା ଉପକୂଳରେ ଥିବା ୧୦ ଦ୍ଵୀପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ
ଦିଲ୍ଲୀ କର୍ତ୍ତବ୍ୟପଥ ପରେଡ୍ରେ ସାମିଲ ହେବ ୩୦ ପ୍ରଜ୍ଞାପନ ମେଢ଼। ଓଡିଶା ମେଢ଼ ଗତବର୍ଷ ପ୍ରଥମ, ଏବର୍ଷ ସ୍ଥାନ ନାହିଁ
ଓଡିଶାରୁ ଚାରିଜଣ ପାଇବେ ପଦ୍ମଶ୍ରୀ। ଡାକ୍ତର ଅଶୋକ କୁମାର ମହାପାତ୍ର, ସ୍ଥପତି ଅଦ୍ବୈତ ଚରଣ ଗଡ଼ନାୟକ, ଓଡ଼ିଶୀ ଗୁରୁ ଦୁର୍ଗାଚରଣ ରଣବୀର, ଶିକ୍ଷାବିତ୍ ପ୍ରତିଭା ଶତପଥୀ।
ଉଲ୍ଲେଖନୀୟ ସେବା ପଦକ ପାଇବେ ରାଜ୍ୟର ୧୯ ପୋଲିସ ଅଧିକାରୀ, ୬ ଜଣଙ୍କୁ ସାହସିକତା ପୁରସ୍କାର, କାର୍ଯ୍ୟ କ୍ଷେତ୍ରରେ ୨ ଜଣଙ୍କୁ, ଏବଂ ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ
୩୨ ହଜାର କୋଟିର ନିବେଶ : ରାଜ୍ୟରେ ୮ ପ୍ରକଳ୍ପକୁ ମଞ୍ଜୁରୀ, ୧୮ ହଜାର ନିଯୁକ୍ତି ସମ୍ଭାବନା
ବିତ୍ତୀୟ ସ୍ଥିତି ସମ୍ପର୍କରେ ଜାତୀୟ ନୀତି ଆୟୋଗ ରିପୋର୍ଟ କହିଲା, ନବୀନ ପଟନାୟକଙ୍କ ଆର୍ଥିକ ପରିଚାଳନା ଦେଶରେ ଶ୍ରେଷ୍ଠ
ସୁନ୍ଦରଗଡ ଲେଫ୍ରିପଡା ଇବ୍ନଦୀରୁ ମିଳୁଛି ସୁନା, ଛାଣି ଆଣୁଛନ୍ତି ସ୍ଥାନୀୟ ଆଦିବାସୀ
ଭୁବନେଶ୍ୱର ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକରେ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ପାଖ ଗ୍ରାମକୁ ବ୍ୟାପିଲାଣି। ସ୍ୱାସ୍ଥ୍ୟ ବିଭାଗ ଅସହାୟ
କଟକ ମାହାଙ୍ଗା ଡବଲ୍ ମର୍ଡର୍ ମାମଲାରେ ସୁପ୍ରିମକୋର୍ଟଙ୍କ ଗଲେ କୁଳମଣିଙ୍କ ପୁଅ। ପ୍ରତାପ ଜେନା ଅଡ଼ୁଆରେ
ସରକାରୀ ଫାଇଲରେ ଫସିଗଲ ରାଜଧାନୀ ରେ ବିଏମସି ତରଫରୁ ବୁଲାକୁକୁର ବନ୍ଧ୍ୟାକରଣ
କ୍ୟାପିଟାଲ ହସପିଟାଲ ସେବା ଅବ୍ୟବସ୍ଥା। ରୋଗୀଙ୍କୁ କେବଳ କଟକ ଓ ଏମ୍ସ୍ ସ୍ଥାନାନ୍ତର କରୁଛନ୍ତି। ୫୫ ଜଣ ଡାକ୍ତରଙ୍କର ଅଭାବ
କଟକ ଜିଲ୍ଲା ନରସିଂହପୁରରେ ପୁଣି ଦନ୍ତା ହାତୀର ମୃତ୍ୟୁ। ବିଦ୍ୟୁତ ଆଘାତ ସନ୍ଦେହ
କେନ୍ଦୁଝର ଟେଲକୋଈ ଜଙ୍ଗଲରୁ ବାଘ ଛୁଆର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ମାଲକାନଗିରି କାଲିମେଳାରେ ଏସବିଆଇ ଏଟିଏମ୍ ମେସିନ୍ ଭାଙ୍ଗି ଲୁଟ୍ ଉଦ୍ୟମ ବିଫଳ
ବରଗଡ଼ ଜିଲ୍ଲା କୁଚିଆ ମଦଭାଟି ଠିକା ପାଇଁ ଗୁଦୁରାମୁଣ୍ତା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ୪ ଜଣ ଗୁରୁତର।
ବ୍ରହ୍ମପୁରରେ ଷ୍ଟଡ଼ିଟୁର୍ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର
ଖୋର୍ଦ୍ଧା ଧଉଳି ଥାନା କାଣ୍ଡି ସାହିରେ ବାପା ଗାଳି କରିବାରୁ ଆତ୍ମହତ୍ୟା କଲା ପୁଅ। ବାପା ଫେରାର୍
ସୁନ୍ଦରଗଡ କୋର୍ଟରେ ଅର୍ଥ ହଡ଼ପ ମାମଲାରେ ୩ ପୂର୍ବତନ ମୃତ୍ତିକା ସଂରକ୍ଷଣ ସହାୟକଙ୍କୁ ୨ ବର୍ଷ ଜେଲ୍
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଉପହାର, ୧ ଏପ୍ରିଲରୁ ଲାଗୁ ହେବ UPS, ବିଜ୍ଞପ୍ତି ଜାରି
ବିଏସଏନଏଲ ପକ୍ଷରୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ବସିବ ୧୫ଶହ ମୋବାଇଲ୍ ଟାୱାର। ନେଟୱର୍କ ହେବ ସୁଦୃଢ
ଚେନ୍ନାଇରେ ତିଲକଙ୍କ ଅର୍ଦ୍ଧଶତକ, ଇଂଲଣ୍ଡକୁ ୨ ୱିକେଟ୍ରେ ହରାଇଲା ଭାରତ କ୍ରିକେଟ ଟିମ
ରାଷ୍ଟ୍ରପତିଙ୍କ‘ ଭାଷଣ, ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବିଲ୍କୁ ପ୍ରଶଂସା। ‘ନ୍ୟାୟ, ସ୍ବାଧୀନତା, ସମାନତା ଆମ ସଭ୍ୟତାର ଅଂଶ’
=======================
ଆଜି ଭାରତର ସାଧାରଣତନ୍ତ୍ର ଦିବସ
ଅଷ୍ଟ୍ରେଲିଆ ଦିବସ
ଅନ୍ତର୍ଜାତୀୟ କଷ୍ଟମ ଦିବସ
ଆଜି ଜନ୍ମଦିନ: ଶିବଲାଲ ଯାଦବ, ରବି ତେଜା, ରାଜସ୍ମିତା କର
ଆଜି ତିରୋଧାନ: ଆରକେ ଲକ୍ଷ୍ମଣ
ଇତିହାସରେ ଆଜି: (୧୯୫୦) ଭାରତର ସମ୍ବିଧାନ ଗୃହୀତ। ସି ରାଜଗୋପାଳଚାରୀ ଇସ୍ତଫା ଦେଲେ, ଡଃ ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ହେଲେ/ (୧୮୩୭) ମିଚିଗାନ ହେଲା ଆମେରିକାର ୨୬ ତମ ପ୍ରଦେଶ/ (୧୯୦୫) ବିଶ୍ୱର ସବୁଠୁ ବଡ଼ ୩୧୦୬ କ୍ୟାରେଟ ହୀରା, ଦକ୍ଷିଣ ଆଫ୍ରିକାରେ ବାହାରିଲା/ (୧୯୫୦) ଅଶୋକ ସ୍ତମ୍ଭର ସିଂହ ହେଲେ ଜାତୀୟ ଚିହ୍ନ/ (୧୯୬୩) ମୟୁର ହେଲା ଜାତୀୟ ପକ୍ଷୀ/ (୧୯୭୨) ଦିଲ୍ଲୀ ଇଣ୍ଡିଆ ଗେଟ ପାଖରେ ଆମର ଜବାନ ଜ୍ୟୋତି ସ୍ଥାପିତ/ (୧୯୮୨) ରେଳବାଇର ପ୍ୟାଲେସ ଅନ ହୁଇଲସ ଆରମ୍ଭ/ (୨୦୦୦) କୋଙ୍କଣ ରେଳ ପ୍ରକଳ୍ପ ଶେଷ, ପାସେଞ୍ଜର ସେବା ଆରମ୍ଭ/ (୨୦୦୧) ଲତା ମଙ୍ଗେସକର ଓ ବିସମିଲ୍ଲା ଖାନଙ୍କୁ ଭାରତରତ୍ନ
=======================
*ବନ୍ଦେ ଉତ୍କଳ ଜନନୀ* 🪻🌻🪻
#odiaxpress
👍
❤️
😮
🙏
13